ନୂତନ ବର୍ଷ ର ଅଭିନନ୍ଦନ

ଗଜ ଉପରେ ବସି, ମୁରୁକି ମୁରୁକି ହସି,
ସକାଳର ସୁନେଲି କିରଣେ ଆସୁଛନ୍ତି ଦେଖ ନୂଆ ବର୍ଷ।

ଆସୁଛନ୍ତି ଆମ ପାଇଁ ସୁଖ ଦୁଃଖ ର ଚିଠି ପତର,
କରିବା ପାଇଁ ଆମ ମନ ଉତ୍କର୍ଷ ।

ନୁଆ ବର୍ଷ ର ରବି କୁ ଦେଖି, ଅଭିନନ୍ଦନ କରେ କବି,
କବି ଆଖିରେ ଝଲସି ଉଠଇ, ନୂଆ ବର୍ଷ ର ସୁନ୍ଦର ଛବି ।

ବଦଳି ଗଲା ମୋ ଝାଟି ମାଟି ଘର କୁଡିଆ
ବଦଳି ଗଲା ମୋ ଘର କାଠ ର ଚୁଲି
ଜାଣି ପାରିଲିନି ୨୦୨୨ ମୋ ପାଖରୁ ଗଲା ଚାଲି
କେମିତି ଯିବି ମୁ ତାଙ୍କୁ ଭୁଲି ।

କ୍ୟାଲେଣ୍ଡର ଅଙ୍କ ବଦଳି ଗଲା ବୋଲି
ପାଳୁଛି ମୁଁ ନୂଆ ବର୍ଷ
ବଜାଇ ଖୁସିରେ ନୂଆ ବର୍ଷରେ ନୂଆ ଶଙ୍ଖ ।


ନୀଳ ସରବରେ ସୁନ୍ଦର ପଦ୍ମ ଫୁଲ ଫୁଟି ଉଠିଲା
ତଳେ ପକାଇ ପାଣି କାଦୁଆ ମାଟିର ପଙ୍କ
ହୃଦୟରେ ମୋର ଘର କରି ଅଛ
ତୁମକୁ ଦେଖିବାକୁ ଲାଗେ ମନେ ଭାରି ଇଚ୍ଛା ।

ନୁଆ ବର୍ଷର ଅଭିନନ୍ଦନ ଘେନ ହେ ବନ୍ଧୁ,
ତୁମକୁ ହଳଦିଆ ଡକ ରୁ କରୁଛି ହେ ଶୁଭେଚ୍ଛା।

ହୃଷିକେଶ କୁଶୁଲିଆ (ଲେଖକ)
ତାରିଖ ୦୧.୦୧.୨୦୨୩

Happy New Year

ନୂଆ ବର୍ଷ ସମସ୍ତଙ୍କୁ ନୂଆ ରାସ୍ତା ଦେଖାଉ।
ନୂତନ ଯୁଗର ଆରମ୍ଭ ସହିତ ସମସ୍ତଙ୍କ ଜୀବନରେ ଖୁସି ଦେଉ।
ନବ ଦିଗନ୍ତ ରେ ନୂତନ କୁ ଜନ୍ମ ଦେଇ ଥାଏ।
ନବ ସକାଳର ନୂଆ କିରଣ ସହିତ ତୁମ ଜୀବନରେ ନୂତନ କିରଣ ର ଉଦୟ ହେଉ।
ଭଗବାନ ଙ୍କ ପାଖେ ଏତିକି ଗୁହାରି ତୁମର ସମସ୍ତ ପଥ କୁସୁମିତ ହେଉ ।
ନୂତନ ବର୍ଷରେ ତୁମକୁ ଏବଂ ତୁମ ପରିବାର ର ସମସ୍ତ ସଦସ୍ୟ ଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା ।

The new year brings new paths to everyone.
With the beginning of a new era, let’s bring happiness to everyone’s life.
The new direction gives birth to a new color.
May the new rays of your life rise with new ones in your life.
May God bless you in all your ways are bright are lights.
Best wishes to you and all your family members
in the New Year.

नया साल सबके लिए नई राह लेकर आए।
एक नए युग की शुरुआत के साथ,
हम सबके जीवन में खुशियाँ लाएँ।
नई दिशाओं को जन्म देती है।
आपके जीवन में नव प्रभात की नई किरणें भोर हों।
भगवान आपको सदा खुश रखे इतनी बिनती है उनके पास ।
आपको और आपके परिवार के सभी सदस्यों को नव वर्ष की हार्दिक शुभकामनाएं।