Daily Archives: 16/01/2023
ଏହି କଥାଟି ଧ୍ୟାନ ଦେବେ
କିଛି ଲୋକ ବହୁତ୍ ଭାଙ୍ଗି ପଡନ୍ତି
ଯେଉଁ ଜିନିଷ ଟି ଆପଣଙ୍କ ଭାଗ୍ୟରେ ହିଁ ନାହିଁ ସେହି ଜିନିଷ ପ୍ରତି ଦୁଃଖ କରିବା ଅନୁଚିତ୍ ।
ଯେପରି ତୁମର ବନ୍ଧୁ ଟିଏ, ଗୋଟିଏ ସ୍କୁଲ ,ଗୋଟିଏ କଲେଜ ରୁ ତୁମ ସହିତ ପଢି ଆସିଛି।
ସେ ନିଜ କ୍ୟାରିୟର ପ୍ରତି ବହୁତ୍ ସଚେତ ହୋଇ ନିଜକୁ ଗୋଟିଏ ଉନ୍ନତ ପଥ ବାଛି ନେଲା ।
ସମୟ କ୍ରମେ ସେ ସଫଳ ମଧ୍ୟ ହୋଇଗଲା ।
କିନ୍ତୁ ଆପଣ କଷ୍ଟ କରି ନାହାନ୍ତି ଏବଂ ତୁମ ବନ୍ଧୁ ର ସଫଳତା ଦେଖି ଆପଣ ଦୁଃଖ କରିବା ଅନୁଚିତ୍ ।
କାରଣ ଅନ୍ୟ ର ସଫଳତା ଆପଣଙ୍କ ବିଫଳତା କୁ ଦର୍ଶାଇ ନଥାଏ ।
ବରଂ ଆପଣଙ୍କ ମନରେ ସାହସ ଗଢି ଉଠିବା କଥା ଯେ ଆପଣଙ୍କ ବନ୍ଧୁ ଭଳି ଆପଣ ମଧ୍ୟ କଷ୍ଟ କରି ସଫଳ ହୁଅନ୍ତୁ ବୋଲି ପ୍ରେରଣା ମୟ ହେବା ଦରକାର ।
ଏପରି ଭାବେ ବହୁତ୍ ଲୋକ ଭାଙ୍ଗି ପଡନ୍ତି ।
ଏଠି ଭାଙ୍ଗି ପଡ଼ିବା ଅନୁଚିତ୍ ।
ନିଜକୁ ସବଳ ର ପରିଚୟ ରେ ସ୍ଥାନ ଦିଅନ୍ତୁ।
ନିଜକୁ ହିନ ମନେ କରନ୍ତୁ ନାହିଁ।
ଦେଖିବେ ସଫଳତା ଆପଣଙ୍କ ହାତ ମୁଠାରେ ମଧ୍ୟ ନିଶ୍ଚୟ ଆସିବ ।
ଚେଷ୍ଟା କରି ଚାଲନ୍ତୁ । ଅନ୍ୟ ର ଘର, ଅନ୍ୟ ର ଗାଡ଼ି, ଅନ୍ୟ ର ଟଙ୍କା କୁ ନିଜ ମୋହ ରେ ପାର୍ଥକ୍ୟ କରିବେ ତେବେ କଷ୍ଟ ଲାଗିବ ।
ଭୁଲି ଯାଆନ୍ତୁ ସବୁ କିଛି ନିଜ ସଫଳତା ହାସଲ କରିବାରେ ଲାଗି ପଡନ୍ତୁ।
ମୋର ଶୁଭକାମନା ଆପଣ ନିଶ୍ଚିତ ଭାବେ ସଫଳ ହେବେ ।
ଆପଣଙ୍କ ପ୍ରିୟ ଗାଳ୍ପିକ. ନୀଳମାଧବ ଭୂୟାଁ