ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ (Tit for Tat)

Listen this Story…1

Episode..2

ଓଡ଼ିଆ କାହାଣୀ

ହରେକୃଷ୍ଣ ବାବୁ ବହୁତ୍ ଶାନ୍ତ ସ୍ଵଭାବ ର ଲୋକ। ବାପା ଇହ ଧାମ ତ୍ୟାଗ ପରେ ବହୁ ସମ୍ପତି ହରେ କୃଷ୍ଣ ପାଇଁ ଛାଡ଼ି ଦେଇ ଗଲେ। ହରେକୃଷ୍ଣ ବାବୁ ମଧ୍ୟ ଶିକ୍ଷକତା ରେ ୩୫ ବର୍ଷ ବିତିଗଲାଣି । ସେ ନିଜ ଜୀବନ କାଳ ଭିତରେ ବହୁ ସମ୍ପତି ରଖିଛନ୍ତି ହେଲେ ସେ ସମ୍ପତି ଭୋଗ କରିବାକୁ କେହି ନାହାନ୍ତି। ଭାଗ୍ୟ କୁ ନା ପୁଅ ଟିଏ ନା ଝିଅ ଟିଏ। ଭାଗ୍ୟ ଖରାପ ବୋଧେ। ହେଲେ ଶେଷରେ ଚିନ୍ତା କରିଲେ ଭାଇ ପୁଅ କୁ ନିଜର ପୁଅ କରିବେ ବୋଲି। କିଛି ନ ହେଲେ ମଧ୍ୟ ମୁହଁରେ ନିଆଁ ତ ଦେବ । ହେଲେ କଣ ହେଲା । କଥାରେ ଅଛି ପରା ଯାହାର ଫଟା କପାଳ ତାହାର ହିଁ ଅନର୍ଥ ହେବ ।

ଦିନ ବିତିଗଲା। ଚାକିରି ସରିବା ପରେ ହରେକୃଷ୍ଣ ବାବୁ ଭାବିଲେ ପୁଅ ତ ଆମ ମୁହଁରେ ନିଆଁ ଦେବ। ସେଥିପାଇଁ ଏ ସମ୍ପତି କୁ କଣ କରିବି। କିଛି ଆଗ ପଛ ବିଚାର ନ କରି ସବୁ ସମ୍ପତି ପୁଅ ନାମରେ କରିଦେଲେ କିନ୍ତୁ ଯାହା ହେବାକୁ ଥିବ ତାହା ଧୀରେ ଧୀରେ ପରିଣାମ ଦେଖାଇବା ଆରମ୍ଭ ହୋଇଗଲା। ଭାଇ ପୁଅ , ଅନନ୍ତ ବିବାହ କରିଲା ଏବଂ ସ୍ତ୍ରୀ କଥାରେ ପଡ଼ି ହରେ କୃଷ୍ଣ ବାବୁ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଘରୁ ତଡ଼ି ଦେଲା।

ହରେକୃଷ୍ଣ ବାବୁ ନିରୁପାୟ ହୋଇ ଶେଷରେ ବୁଦ୍ଧ ଆଶ୍ରମ ର ସାହାରା ନେଲେ। କିଛି ଦିନ ବିତିଗଲା। ହରେକୃଷ୍ଣ ବାବୁ ଜାଣିବାକୁ ପାଇଲେ ଯେ । ପୁଅ ସ୍ତ୍ରୀ ବୋଲକରା ରେ ଘରୁ ବାହାର ହୋଇ ନାହାନ୍ତି। ଏହା ଥିଲା ତାଙ୍କ ଭାଇ ଏବଂ ପୁଅ ଙ୍କ ଗୋଟିଏ ଯୋଜନା ଥିଲା । ଆଉ ସେ ଯୋଜନା ରେ ଆଜି ସେମାନେ ସଫଳ ହୋଇଛନ୍ତି । ହରେକୃଷ୍ଣ ବାବୁ ସବୁ ସତ ଜାଣିଲା ପରେ ସେ ପୋଲିସ ଷ୍ଟେସନ ଗଲେ ସେଠି ରିପୋର୍ଟ ଲେଖାଇଲେ କିନ୍ତୁ କେହି ଶୁଣିଲେ ନାହିଁ ତାଙ୍କ ଦୁଃଖ କଥା । ଖାଲି ହାତରେ ଫେରି ଆସିଲେ । କିଛି ଉପାୟ ନ ଥିବାରୁ ଚୁପ୍ ରହିଲେ ।
ଦିନ ବିତି ଯାଉଥାଏ । ଶେଷରେ ହରେକୃଷ୍ଣ ବାବୁ ମଧ୍ୟ ସମ୍ପତି ଏବଂ ପୁତ୍ର ମୋହ ଭୁଲି ଭଗବାନ ଙ୍କ ଶରଣ ହେବା ପାଇଁ ଦୁହେଁ ବୃନ୍ଦାବନ ଚାଲିଗଲେ।


ବୃନ୍ଦାବନ ରେ ପହଞ୍ଚି ସେ ସେଠି ପ୍ରାୟ ଗୋଟିଏ ବର୍ଷ ରୁ ଅଧିକ ହୋଇଗଲା। ସେ ବେଶ୍ ଖୁସିରେ ନିଜ ଜୀବନ କୁ ଭଗବାନ ଙ୍କ ପାଖେ ସମର୍ପି ଦେଇ ଦିନ କାଟୁଥିଲେ ଏବଂ ଏହି ଇହ ଧାମର ମୋହ ମାୟା କୁ ଭୁଲି ଯାଇଥିଲେ । କିନ୍ତୁ କଥାରେ ଅଛି ପାପ ଯଦି ହୋଇଛି ତେବେ ତାର ହିସାବ ନିଶ୍ଚୟ ହେବ ।

ଏପଟେ ବର୍ଷେ ପରେ ଅନନ୍ତ ର ସ୍ତ୍ରୀ ମାନେ ହରେକୃଷ୍ଣ ବାବୁ ଙ୍କ ଭାଇ ବୋହୂ। ସେ ନିଜ ଯୋଜନା ରେ ସଫଳ ହୋଇ ସବୁ ସମ୍ପତି କୁ ନିଜ ନାମରେ କରି ଅନ୍ୟ ଏକ ଯୁବକ ସହିତ ସବୁ ସମ୍ପତି ନେଇ ଫେରାର ହୋଇ ଗଲା। ଏଠି ଅନନ୍ତ ଏବଂ ତାଙ୍କ ପରିବାର ଏବେ ଦାଣ୍ଡ ର ଭିକାରୀ ସାଜିଗଲେ। କଥାରେ ଅଛି ପରା ” ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ “।

ଅନନ୍ତ ର ସ୍ତ୍ରୀ ଅନ୍ୟ ଏକ ଯୁବକ ସହିତ ବିବାହ କରି ବର୍ତ୍ତମାନ ସେ ବାହାର ଦେଶରେ ରହୁଛି କିନ୍ତୁ ତାର ମଧ୍ୟ ହିସାବ ହେବ, ଯେ ଠକି ଖାଇ, ଯେ ଧୋକା ଦେଇ ଧନ ଉପାର୍ଜନ କରେ ସେ ଧନ ମଧ୍ୟ ବେଶୀ ଦିନ ତିଷ୍ଠି ରହି ପାରେନା।

ହରେକୃଷ୍ଣ ବାବୁ ନିଜ ଜୀବନ କୁ ଭଗବାନ ଙ୍କ ପାଖେ ସମର୍ପି ଦେଲେ କିନ୍ତୁ ଅନନ୍ତ ର ପରିବାର ବର୍ତ୍ତମାନ ଦୁଇ ଓଳା ଖାଇବା ପାଇଁ ସମସ୍ତଙ୍କୁ ଦାଦନ ଖଟି ବାକୁ ପଡୁଛି।

ଦେଖୁ ଦେଖୁ ଦୁଇ ବର୍ଷ ବିତିଗଲା । ଦିନେ ଅନନ୍ତ ଜାଣି ବାକୁ ପାଇଲା ଯେ ତାର ସ୍ତ୍ରୀ ଏବେ ନିଜ ଗାଁ କୁ ଫେରି ଆସିଛି। ସେ ବିଳମ୍ବ ନ କରି ତାର ପ୍ରତିଶୋଧ ନେବାକୁ ପହଞ୍ଚି ଗଲା ତାର ଶଶୁର ଘରେ। ମାତ୍ର ସେଠି ସେ ଯାହା ଦେଖିଲା ସବୁ ଓଲଟା ଥିଲା। ସେଠି ସେ ଦେଖିଲା ଯେ ତାର ସ୍ତ୍ରୀ ପାଖରେ ଫୁଟି କଉଡ଼ି ଟିଏ ମଧ୍ୟ ନଥିଲା ।

ସେ ଜାଣିଲା ଯେ ତାର ସ୍ତ୍ରୀ ଯୋଉ ଯୁବକ ସହିତ ଯାଇଥିଲା, ସେ ଯୁବକ କିଛି ଦିନ ପରେ ତାର ସବୁ ସମ୍ପତି ନିଜ ନାମରେ କରି ତାକୁ ବେଶ୍ୟା ବୃତ୍ତି କରିବା ପାଇଁ ବାଧ୍ୟ କରିଲା ଏବଂ ସେ ବେଶ୍ୟା ବୃତ୍ତି କରିବା ପାଇଁ ମନା କରିବା ପରେ ତା ସହିତ ଜୋର୍ ଜବରଦସ୍ତ ମଧ୍ୟ ବେଶ୍ୟା ବୃତ୍ତି କରିବା ପାଇଁ ବାଧ୍ୟ କରା ଗଲା। ତାର ଗୋଟିଏ ବର୍ଷ ପରେ ସେ ଯୁବକ ଜଣଙ୍କ ଅନନ୍ତ ର ସ୍ତ୍ରୀ କୁ ଗାଁ ରେ ଛାଡି ପୁଣି ବିଦେଶ ଚାଲିଗଲା ।

ଏଠି ଅନନ୍ତ ର ସ୍ତ୍ରୀ ମଧ୍ୟ ନିରୁପାୟ ହୋଇ ପଡ଼ି ରହି ଥିଲା। ନା ସମ୍ମାନ ଅଛି, ନା ଇଜ୍ଜତ, ସେ ଆଇନ ର ସାହାରା ନେବାକୁ ମଧ୍ୟ ଚେଷ୍ଟା କରିଲା ନାହିଁ। ସେ ଭାବି ନେଲା ଯେ ମୁଁ ଯାହା କରିଥିଲି ତାହା ହେଉଛି ମୋ କଲା କର୍ମ ର ଫଳ ଏଵଂ ସେ ସେ ଜୀବନ କୁ ଏକୁଟିଆ ବିତେଇବାକୁ ଚାହୁଁଥିଲା । ମାତ୍ର ଅନନ୍ତ କୁ ଦେଖି ତାକୁ ଯେମିତି ଟିକେ ସାହସ ଆସିଗଲା ।

ମାତ୍ର ଅନନ୍ତ ମଧ୍ୟ ଶେଷରେ ତାର ସ୍ତ୍ରୀ କୁ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଫେରିଗଲା ପୁଣି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ।

ଏଠି ପୁରାଣ ଏବଂ ଶାସ୍ତ୍ର ରେ ଲେଖା ଥିବା ସବୁ କଥା ଗୁଡ଼ିକ ଯେମିତି ସତ୍ୟ ହୋଇ ଯାଇଛି । ପୁଣି ଥରେ ମୁଁ କହିବି , ” ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ “।

ଏବେ ଆପଣ ଭାବୁଥିବେ ସେ ଯୁବକ ଜଣକ ର କଣ ହେଲା ? ତା ପାଇଁ ମଧ୍ୟ କିଛି ଶାସ୍ତି ନିଶ୍ଚୟ ଥିବ । ତାହା ସମୟ କହିବ କିନ୍ତୁ ଏହି କାହାଣୀ ଟି କେବଳ ଏତିକି ଥିଲା । ଏହି ଗଳ୍ପ ମାଧ୍ୟମରେ ଗୋଟିଏ ସନ୍ଦେଶ ସମସ୍ତଙ୍କୁ ଜଣେଇ ବାର ଥିଲା ଯେ ଯଦି ଆମେ କାହାର ଅନିଷ୍ଠ କରିବା ତେବେ ଆମ ପାଇଁ ମଧ୍ୟ ତାହା ଅନିଷ୍ଠ ରୂପରେ ସମୟ ଅନୁଯାଇ ନିଶ୍ଚେ ପ୍ରତିଫଳିତ ହେବ।

ତେବେ କାହାଣୀ ଟି କେମିତି ଲାଗିଲା କମେଣ୍ଟ୍ ମାଧ୍ୟମରେ ନିଶ୍ଚୟ ଜଣେଇବେ।

ଆପଣଙ୍କ ପ୍ରିୟ ଗାଳ୍ପିକ ନୀଳମାଧବ ଭୂୟାଁ

Read in English

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading