ବାପା ମୁଁ ହୋଲି ଖେଳିବି, ବାପା ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସି ଥାନ୍ତି । ମା ସେପଟୁ କହିଲେ , ତୁ ହୋଲି ଖେଳିବାକୁ ଚାହୁଁଚୁ ନା, ଆସେ ଆମେ ମିଶି ଖେଳିବା । ସିତୁ କହିଲା ନା ନା , ଆମେ ସମସ୍ତେ ଏକା ସାଙ୍ଗରେ ହୋଲି ଖେଳିବା। ମା ଶିତୁ କୁ ଅନ୍ୟ ରୁମ୍ କୁ ଡାକି ଆଣି କହିଲା ଯେ , ବାପା ଏବେ ଚିନ୍ତାରେ ଅଛନ୍ତି ତୁ ତାଙ୍କୁ କାହିଁକି ବିରକ୍ତ କରୁଛୁ ।
ତୁ ଆଉ ମୁଁ ଖେଳିଲେ ହେବ ନାହିଁ । ସୀତୁ ପଚାରିଲା , କାହିଁକି ମା? ମା କହିଲେ , ତୁ ସେକଥା କିଛି ଚିନ୍ତା କରିବା ଦରକାର ନାହିଁ । ସିତୁ ପୁଣି ପଚାରିଲା , କୁହ ନା ମା, କାହିଁକି ?
ମା କହିଲେ, ଆଜି ବାପା କାମ କରିବାକୁ ଯିବେ ନାହିଁ ଏବଂ ସେଥିପାଇଁ ସେ ଚିନ୍ତାରେ ବସିଛନ୍ତି । ସିତୁ ପୁଣି ପଚାରିଲା , ଚିନ୍ତା କାହିଁକି ??
ମା କହିଲେ, ବାବୁରେ ବାପା ଯଦି କାମ କରିବେ ତେବେ ତ ଆମ ଘର ଚଳିବ ନା?? ଆଜି ଯଦି କାମକୁ ଯିବେ ନାହିଁ ତେବେ କାଲି ଘର ପାଇଁ ସଉଦା କେମିତି ଆସିବ ଆଉ ଆମ ଘର ଚଳିବାକୁ ଅସୁବିଧା ହେବ !
ସିତୁ ଅଳ୍ପ ଚିନ୍ତା କରି କହିଲା ତେବେ ଆଜି ଦିନ ଟାକୁ ଆମେ ଖୁସିରେ ପାଳନ କରିବା ନାହିଁ କାହିଁକି?? ସିତୁ ବାପା ପାଖକୁ ଯାଇ କହିଲା, ବାପା ଆଜି ଆମେ ଅଳ୍ପ ଖାଇବା କିନ୍ତୁ ଆଜି ଆମେ ହୋଲି ପାଳନ କରିବା । ମୁଁ ଜାଣିଚି ତୁମେ ଦୁଃଖରେ କାହିଁକି ଅଛ?? ମୁଁ ଚାହୁଁଚି ଯେ ତୁମେ ସେ କଥାକୁ ଭୁଲି ଆଜିର ଏହି ଦିନକୁ ଆମେ ସମସ୍ତେ ଖୁସିରେ ପାଳନ କରିବା।
ବାପା ସିତୁ କୁ କୁଣ୍ଡେଇ ପକାଇଲେ ଏବଂ କହିଲେ ଚାଲେ, ଆମେ ମଧ୍ୟ ହୋଲି ଖେଳିବା । ଘର ର ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ବାପା ସବୁ ଦୁଃଖ କୁ ଭୁଲି ପରିବାର ସହିତ ଉତ୍ସବ ପାଳନ କରିବାକୁ ବାଧ୍ୟ ହେଲେ ।
ଏହି ଘଟଣା କେବଳ କାହାଣୀ ରେ ନୁହଁ, ଏହା ଭାରତର ୪୦ ପ୍ରତିଶତ ପରିବାର ରେ ଏମିତି ହୋଇଥାଏ କିନ୍ତୁ କିଛି ପରିବାର ର ଆର୍ଥିକ ସ୍ଥିତି ଏତେ ଖରାପ ଯେ ସେମାନେ ଯଦି ଗୋଟିଏ ଦିନ ନ ଖଟିବେ ତେବେ ସେଦିନ ରାତିରେ ସେମାନେ ଭୋକରେ ସୋଇଥାନ୍ତି।
କାହାଣୀ ନୁହେଁ ତ ଗୋଟିଏ ଗରିବ ପରିବାର ର ପ୍ରତିଦିନ ର ଦୁଃଖ ।
ଛୋଟିଆ କାହାଣୀ ଟି କେମିତି ଲାଗିଲା, କମେଣ୍ଟ ମାଧ୍ୟମରେ ଜଣାନ୍ତୁ।
Facebook Comments