(ମ ମ ମ ) ମଦ ମଦୁଆ ମଶାଣି



ଚିରା କତରା ମଇଳା ପୋଷାକ ପିନ୍ଧି
ବୁଲେ ଦୁଆର ଦୁଆର ।

କରୁଥାଏ ଲୋକଙ୍କୁ ଆଲିଙ୍ଗନ
କରି ଜୁହାର ଜୁହାର ।।


ମାଗୁଥାଏ ଲୋକ ମାନଙ୍କୁ
କିଛି ଟଙ୍କା ଦିଅ ଦିଅ ।

କହୁଥାଏ ଲୋକ ମାନଙ୍କୁ
ବଞ୍ଚିଥିବା ଯାଏ ପିଅ ପିଅ।।

ରାସ୍ତା ଘାଟ ନାଳ ନର୍ଦମା ରେ
ପଡ଼ି ରହେ ମଦ ପିଇ ମଦୁଆ ।

ମଦୁଆ ପାଟିକୁ ଚାଟନ୍ତି
ମାଛି, ବିଲେଇ କୁକୁର ଛୁଆ।।

ଗଧ ପରି ପରିଶ୍ରମ କରି
ପିଉଥାଏ ସେ ମଦ।

ମଦୁଆ ମନେ ମନେ ଭାବେ
ମଦ ହେଉଛି ଦୁନିଆର ମହା ଔଷଧ ।।

ଘର ପରିବାର ପିଲା ଛୁଆ
ସ୍ତ୍ରୀର କଥାକୁ ସେ ବୁଝେନା ହୋଇଯାଏ ସେ ଅନ୍ଧ ।

ମଦ ପିଇଲେ ସବୁ ଜାଣେ
ସେ ଦୁନିଆର ଭଲ ମନ୍ଦ ।।

ଘରେ ନାହିଁ ପେଜ ଘରେ ନାହିଁ ସେଜ
ମଦୁଆ ଅଟଇ ଧନୀ ।

କାହା ସହିତ ଗଣ୍ଡଗୋଳ କରି
ଟାଣି ଆଣେ ଘରକୁ ଶନି।।

ଟିକେ ବି କରେନା ଲାଜ କି ଶରମ
କରେନା କେବେ ଦୟା କି ଧରମ ।

ମଦ ପିଇ ନାଲି ଆଖିରେ
ହେଉଥାଏ ନିତି ଗରମ ।।

ବଡ ପାଟିରେ ଚିତ୍କାର କରୁଥାଏ
ଉଠିବାକୁ ନାହିଁ ବଳ।

ତା ପାଇଁ ପାଖ ପଡିଶା ଲୋକ
ହୁଅନ୍ତି କଳ ବଳ ।।

କିଡନୀ ଲିବର୍ ଯେବେ ମଦୁଆର
ହୋଇଯିବ ସବୁ ଫେଲ୍।

ତା ନିଜ ଘର ଅଗଣା ବି ତାକୁ
ଲାଗିବ କାରାଗାର ଜେଲ୍ ।।

ମଣିଷ ଜୀବନ ଏ ସଂସାର ସାର
ନା ମଦ ର ଭୁଲ, ନା ମଣିଷ ଭୁଲ
କୁହ ଯେ ଭୁଲ କାହାର ।

ଏ ସୁଯୋଗ ମିଳିବନି ଆଉ
ଆମକୁ ବାରମ୍ବାର ।।

କିନ୍ତୁ ମଦ ପାଇଁ ଭାସି ଯାଏ
କେତେ ଯେ ସୁନା ସଂସାର
କେତେ ଯେ ସୁନା ସଂସାର ।।।


ତେଣୁ ସମସ୍ତ ଜନ ସାଧାରଣ ଙ୍କ ପାଇଁ ଏହା ଏକ କବିତା ରୂପୀ ସନ୍ଦେଶ ଯାହା ସଚେତନ ମୂଳକ ଅଟେ । ଯେ ସମସ୍ତ ଜନ ସାଧାରଣ ସଚେତ ହୁଅନ୍ତୁ ଏବଂ ମଦ କୁ ତ୍ୟାଗ କରନ୍ତୁ ଏବଂ ତ୍ୟାଗ କରିବାରେ ସାହାଯ୍ୟ କରନ୍ତୁ ତଥା ନିଜକୁ ସୁସ୍ଥ ସବଳ ରଖନ୍ତୁ ।

।।। ଧନ୍ୟବାଦ ।।।


ହୃଷିକେଶ କୁଶୁଲିଆ ଙ୍କ ଦ୍ଵାରା ବର୍ଣ୍ଣିତ
ମୁନିଗୁଡ଼ା, ରାୟଗଡ଼ା ।

2 thoughts on “(ମ ମ ମ ) ମଦ ମଦୁଆ ମଶାଣି”

Leave a Reply

Your email address will not be published. Required fields are marked *