ପରିବାର



ଦୁନିଆର ସ୍ନେହ ସମ୍ପର୍କ ପ୍ରେମର ଗନ୍ଥା ଘର ଅଟଇ ପରିବାର।
ପିତା, ମାତା ଙ୍କ ଶାସନ ନୀତିରେ ଚାଲୁଛି ଏଠି ପୁରା କାରବାର।।

ଏହି ଘର ପରିବାରରେ ଜନମ ମୋହର।
ପରିବାର ଲାଗେ ସତେ ବୈକୁଣ୍ଠ ଧାମ ସରଗ ପୁର।।

ଶିକ୍ଷା, ଦିକ୍ଷା, କର୍ମ, ଧର୍ମ, ର ଅଟଇ ପାଠଶାଳ।
କେତେ ସୁନ୍ଦର ଗଢ଼ିଛି ଆମ ପରିବାର କୁ ଉପର ବାଲା ।।

ମାଆ ର ମମତା ପଣତ କାନିରେ ଭରି ରହିଛି କେତେ ସୁଖ।
ଏତେ ଯତ୍ନ ରେ ଆମକୁ ରଖିଛି ମାଆ ଛୁଇଁ ପାରୁନି ଦୁଃଖ।।

ନାରୀ ନାରାୟଣୀ ନର ନାରାୟଣ କରନ୍ତି ଏଠି ବାସ।
ନୀତି ପୂଜା ପାଠ କରି ବନୁଛୁ ଆମେ ତାଙ୍କ ଦାସ।।

ଅଭାବ ଅସୁବିଧା ଦୁଃଖ କଷ୍ଟ ଥିଲେ ବି ଆମ କୁ ନାହିଁ ଭୟ।
ଆମ ପରିବାର ର ସମସ୍ତ ଏକତା ପାଇଁ ଆମେ ହେବୁ ବିଜୟ।।

ପରିବାର ପରି ତୀର୍ଥକ୍ଷେତ୍ର ଦୁନିଆରେ କେଉଁଠି ନାହିଁ
ପର କଥାରେ ନିଜ ଘରକୁ କୁ ନଷ୍ଟ କରନି ମୋର ଭଉଣୀ ଭାଇ ।।

ହୃଷୀକେଶ କୁଶୁଲିଆ ଙ୍କ ଲେଖନୀରୁ
ମୁନିଗୁଡ଼ା, ରାୟଗଡ଼ା ।

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading