
ବର ହୋଇ ଆସି କନିଆଁ କରି ମୋତେ ନିଅ,
ମୋ ମଥାର ଟିକିଲି କାଢି ଟୋପାଏ ସିନ୍ଦୂର ଦିଅ ।
ଦେଖା ମିଳୁନ କାହିଁକି ତୁମେ ଆଜିକାଲି,
ହୋଇ ଗଲ କି ସତେ ତମେ ମରୁଭୂମି ବାଲି
।
ତୁମେ ଥାଉ ଥାଉ ମୋ ହୃଦୟରେ ଆଉ କାହାକୁ କେମିତି ଦେବି ମୁ ସ୍ଥାନ,
କେମିତି ପାଇଥାନ୍ତି ଯେ ଆଉ କାହା ସ୍ତ୍ରୀ ର ସମ୍ମାନ ।
ସମାଜ ଆଖିରେ କରିଦେଲ ମୋତେ ଦୋଷୀ,
ମୋ ଜୀବନ କରିଦେଲ ଅମାବାସ୍ୟା ଅନ୍ଧକାର ଶଷି ।
ମୋ ଜୀବନ ରେ ଆସୁଅଛି ଯେତେ ଝଡ ବନ୍ୟା ବାତ୍ୟା,
କେବେ ବି କରିବି ନାହିଁ ତୁମ ପାଇଁ ମୁଁ ଆତ୍ମହତ୍ୟା ।
ମୋ ଆଖିରୁ ଲୁହ ବହିଯାଉ ଧାର ଧାର,
ଅପେକ୍ଷା କରିଥିବି ହେ ନାଥ,
ଯେଉଁ ପର୍ଯ୍ୟନ୍ତ ମିଳିନାହିଁ ତୁମ ହାତରୁ ମୋ ମଥାକୁ ଟୋପାଏ ସିନ୍ଦୂର ଗାର ।
ହୃଷିକେଶ ଙ୍କ ଦ୍ଵାରା ଲିଖିତ
ମୁନିଗୁଡ଼ା, ରାୟଗଡ଼ା
Facebook Comments