
ଦୁଃଖ ଲାଗେ ମୋତେ ଦେଖିଲେ ନୟନେ
ଛୁଆଁ ଅଛୁଆଁ ର ନୀତି,
ଉଚ୍ଚ ଆଉ ନୀଚ୍ଚ ଭାବନାରେ ଆମ
କଟୁ ଅଛି ଦିନ ରାତି…
ନୀଚ୍ଚ କୂଳେ ଜନ୍ମ ପାଇଥାନ୍ତି ଯିଏ
ମଣିଷ କି ସେହି ନୁହେଁ,
ହରିଜନ ବୋଲି ନାମ ସେ ବୋଲାଏ
ହରୀଙ୍କର ଭକ୍ତ ସିଏ…
ତଥାପି ମଣିଷ ଅମଣିଷ ସମ
କରେ କେତେ ହତାଦର,
ଛୁଇଁ ଦେଲେ କାଳେ ସୁଦ୍ଧ ନଷ୍ଟ ହେବ
ମନେ ଥାଏ ୟାଙ୍କ ଡର…
ଦେଖିଅଛି କେତେ ଗ୍ରାମେ ସେମାନଙ୍କୁ
ମନ୍ଦିର କୁ ଯିବା ମନା,
ଉଚ୍ଚ ଜାତିର ଏ କଠୋର ନିୟମ
ଭାବନ୍ତି ନିଜକୁ ସୁନା…
ଭୋଜି କାର୍ଯ୍ୟ ହେଲେ ଅଲଗା ବସାନ୍ତି
ନ ମିଶାନ୍ତି କାହା ସାଥେ,
ହାତେ ଛାଡ଼ି ତାଙ୍କୁ ଖାଦ୍ୟ ପରସନ୍ତି
ଉଚ୍ଚ ଜାତି ଲୋକ ଯେତେ…
ନୀଚ୍ଚ କୂଳେ ଜନ୍ମ ପାଏ ଯେଉଁ ନର
ତାହାର ତ କେଉଁ ଦୋଷ,
ରକ୍ତ ମାଂସେ ଗଢା ଶରୀର ଟି ତାର
ତୁମ ପରି ସେ ମଣିଷ…
ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ…



7 Responses
Very nice dear
Thanks for your valuable response
Nice….
Nice 👍🙂
Thank you for your valuable response
Nice bro bahut age jayoge
Thanks for your valuable support