ଅପେକ୍ଷା

ଅପେକ୍ଷା

ବିବାଦୀୟ ସ୍ଥିତିରେ
ହାତ ଛାଡ଼ି ଚାଲି ଯିବା ଟା
କେତେ ଦୂର ଠିକ୍ ହେଲା ??

ମୁଁ ବହୁ ଥର ପଚାରିଛି
ମୋ ମନକୁ
କିନ୍ତୁ ତୁ କେବେ ପଚାରିଛୁ
ତୋ ସ୍ଵାର୍ଥପର ହୃଦୟକୁ ??

ସତ କହ ସତରେ କଣ
ପ୍ରେମ କେବେ ଥିଲା ନା କେବଳ
ଦେଖାଣିଆ ଆନ୍ତରିକ ??

ଏ ପ୍ରଶ୍ନ ର ଉତ୍ତର
ମୁଁ ଆଜି ଯାଏଁ ଖୋଜି ପାଉନି
କାରଣ କେବଳ ତୁ ??

ସତରେ ପ୍ରେମ ଟାକୁ
କଳଙ୍କ କରି ଦିଅନ୍ତି
ତୋ ଭଳି କେତେଟା ମଣିଷ ମାନେ,
କହ ତ ଏଇଟା କଣ
ଠିକ୍ ଥିଲା ??

ବଞ୍ଚିବାକୁ ତ ଇଚ୍ଛା ନାହିଁ
କେବଳ ବଞ୍ଚେଇ ରଖିଛି
ତୋ ସ୍ମୃତି ଟିକକ,
ବହୁ ଥର ଭାବିଛି
ଜାଳିଦେବି ସେ ସ୍ମୃତି କୁ
କିନ୍ତୁ ତୁ ଜୀଇଁ ଥାଉ ଥାଉ
ତୋ ଛବି କୁ କେମିତି ଜାଳିଥାନ୍ତି କହ??

ମୁଁ ଜାଣେ ତୁ ଫେରି ଆସିବୁ ନାହିଁ,
କିନ୍ତୁ ତୋର ବାଟ କୁ ଅନେଇ
ବସିଥିବି ଆର ଜନମ ପର୍ଯ୍ୟନ୍ତ
କଣ ମୋ ଅପେକ୍ଷା ର
ପୂର୍ଣ୍ଣଚ୍ଛେଦ ସାଜିବୁ ତୁ ??

ତାହା ମଧ୍ୟ ମୋତେ ଅଜଣା ???


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Tagged:

One response

  1. ଅତ୍ୟନ୍ତ ହୃଦୟ ବିଦାରକ କବିତାଟିଏ..

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading