
ଯେବେ ଜନ୍ମ ହୁଏ ଛୋଟ ଶିଶୁଟିଏ
ପୁରି ଉଠେ ମାଆ ମନ,
କାହିଁକି ନା ସିଏ ଗର୍ଭେ ଧରିଥାଏ
ଦଶ ମାସ ଦଶ ଦିନ..!
ମାଆ ଗର୍ଭ ଛାଡି ଯେତେବେଳେ ସିଏ
ପୃଥିବୀ ପୃଷ୍ଠରେ ପଡ଼େ,
ମାଆ ମାଆ ବୋଲି ଡ଼ାକି ନ ପାରି ସେ
କୁଆଁ କୁଆଁ ହୋଇ ରଡ଼େ.. !
କିଛିଦିନ ପରେ ସେ ଜନ୍ମିତ ଶିଶୁ
ମାଆ ଡାକ ଯାଏ ଶିଖି,
ତା କୁନି ପାଦରେ ବାଟ ଚାଲିଥାଏ
ମାଆ ହାତେ ହାତ ରଖି.. !
ସେହି ଶିଶୁ ପୁଣି ବଡ଼ ହୋଇ ଦିନେ
ହୋଇଯାଏ ନାଗରିକ,
ସେହି ନାଗରିକ ରଖିଥାଏ ପରା
ଆମ ଏ ଦେଶର ଟେକ.. !
ମାରିଦିଅ ନାହିଁ ମାଆ ଗର୍ଭୁ ତାକୁ
ଖୁସିରେ ଆଦରି ନିଅ,
ସିଏ ଦିନେ ହେବ ଦେଶର ଗୌରବ
ପୁଅ ହେଉ ଅବା ଝିଅ.. !!
ପ୍ରଦୀପ କୁମାର ଜେନା ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ


One response
Ajira sisu kalira nagarika,,,bahut sikhyaniya kabita ti ..