ସୂତୁଲି ବମ୍

ଆଜକୁ ଠିକ୍ ୧୦ ବର୍ଷ ତଳେ । ଦୀପାବଳି ର ଦିବସ । ମୋର ସାଙ୍ଗ ଛୁଟି ନେଇ ଗାଁ କୁ ଆସିଥାଏ । ମୁଁ ସେତେବେଳେ ୟୁନିଟ ରେ ଥିଲି । ସନ୍ଧ୍ୟାବେଳେ ସମସ୍ତେ ବାଣ ଫୁଟାଇବା ରେ ବ୍ୟସ୍ତ ଏବଂ ପ୍ରାୟ ଏକ ଘଣ୍ଟା ପରେ ବାଣ ସରିଗଲା ଏବଂ ସମସ୍ତେ ଖାଇବା ପରେ ବେଡ୍ ରେ ଆସି ବସି ଥିଲୁ ।

ହଠାତ୍ ଗୋଟିଏ ନୂଆ ନମ୍ବର୍ ରୁ କଲ୍ ଆସିଲା । ପ୍ରଥମେ ମୁଁ ନୂଆ ନମ୍ବର୍ ଦେଖି ଇଗ୍ନୋର କରି ଦେଲି କିନ୍ତୁ ପୁଣି ଥରେ ସେହି ନମ୍ବର୍ ରୁ କଲ୍ ଆସିଲା । ସେପଟୁ ଗୋଟିଏ ଭାରି ଶବ୍ଦରେ ଜାଣେ ଯୁବକ ର ଉତ୍ତର ଆସିଲା ଯେ, ତମେ କଣ ଦୀପକ ର ସାଙ୍ଗ? ମୁଁ ହଁ କହିଲି। ପୁଣି ପଚାରିଲେ ଆପଣ ଦୀପକ ସହିତ ଗୋଟିଏ ୟୁନିଟ ରେ ଅଛ କି ? ମୁଁ ପୁଣି ହଁ କରିଲି । ଏତିକି ପରେ ମୋତେ ଯେମିତି ସନ୍ଦେହ ହେବାକୁ ଲାଗିଲା। ମୁଁ ପଚାରିଲି, ଆପଣ ଦୀପକ ର କଣ ହେବେ ? ଏବଂ ଆପଣ ତା ବିଷୟରେ ଏତେ ସବୁ କଥା କାହିଁକି ପଚାରୁଛନ୍ତି। ସେପଟୁ କହିଲେ, ମୁଁ ଦୀପକ ର ଦାଦା ପୁଅ ଭାଇ। ଦୀପକ ର ଛୋଟିଆ ଏକ୍ସିଡେଣ୍ଟ ହୋଇ ଯାଇଛି। ମୁଁ ଆଶ୍ଚର୍ଯ୍ୟ, ଆରେ ମୁଁ ତ ଘଣ୍ଟାଏ ପୂର୍ବରୁ ଦୀପାବଳୀ ଶୁଭକାମନା ଦେଇ ଫୋନ୍ ରଖିଲି ଏବଂ ଏବେ ପୁଣି କଣ ହୋଇଗଲା ?? ସେପଟୁ ସେ ଭାଇ କହିଲେ, ଏବେ ୩୦ ମିନିଟ୍ ପୂର୍ବରୁ ତାର ହାତରେ ଗୋଟିଏ ସୂତୁଲି ବମ୍ ଟେ ଫୁଟି ଗଲା ଏବଂ ତାର ଡାହାଣ ହାତ ଏବଂ ଛାତି ସହିତ ବେକ୍ ଜଳି ଯାଇଛି। ସେ ଏବେ ମେଡିକାଲ ରେ ଅଛି। ଦୁଇ ଦିନ ପରେ ତାର ଜଇନିଂ ଅଛି। ସେଥିପାଇଁ କଲ୍ କରିଛି ।

ମୋର ହୃଦ୍ ସ୍ପନ୍ଦନ ବଢ଼ିଗଲା। ମୁଁ ପଚାରିଲି ଦୀପକ, ସେନ୍ସ ରେ ଅଛି ତ?? ଭାଇ କହିଲେ । ହଁ ସେନ୍ସ ରେ ଅଛି କିନ୍ତୁ କଥା ହୋଇ ପାରିବ ନାହିଁ । ମୁଁ ପଚାରିଲି ଟ୍ରିଟମେଣ୍ଟ ଆରମ୍ଭ ହେଲାଣି କି ?? ଭାଇ କହିଲେ, ଆଜି ଦୀପାବଳୀ ବୋଲି ଚର୍ମ ବିଭାଗ ରେ ଥିବା ଡାକ୍ତର ଛୁଟିରେ ଥିଲେ, ଏବେ ଏହି କେସ ଶୁଣି ସେ ଆସୁଛନ୍ତି। ତାକୁ ଗ୍ଲୁକୋଜ ଲାଗିଛି। ମୁଁ କହିଲି, ଭାଇ ତୁମେ ଟ୍ରିଟମେଣ୍ଟ କରାଅ, ମୁଁ ଖବର ଦେଉଛି ଆମ ଅଫିସ ରେ , ବାକି ଯାହା କିଛି କାଗଜ ଦରକାର ପଡିବ ମୁଁ ଆସନ୍ତା କାଲି କହିବି କିନ୍ତୁ ଏବେ ଆପଣ ତାର ଟ୍ରିଟମେଣ୍ଟ ରେ ଧ୍ୟାନ ଦିଅନ୍ତୁ। ଯଦି କିଛି ଟଙ୍କା ଲାଗେ ତେବେ ମଧ୍ୟ କହିବ। ଭାଇ ହଁ କରି ଫୋନ୍ ରଖିଦେଲେ ।



ସେଦିନ ତାର ଜଳିବା ଫଟୋ ଦେଖି ରାତିରେ ମୋତେ ନିଦ ନାହିଁ । ଯେମିତି ତାର ଶରୀର ଅଧା ଜଳିଯାଇଥିଲା। ବହୁତ୍ କଷ୍ଟ ହେଉଥିଲା ତାକୁ।

ତା ପର ଦିନ ମୁଁ ଖବର ଦେଇ ଡକ୍ୟୁମେଣ୍ଟ ମାଗିଲି ଏବଂ ଦୁଇ ମାସ ଛୁଟି ପରେ ଦୀପକ ଫେରିଲା। ତଥାପି କିଛି କିଛି ଦାଗ ଚିହ୍ନ, ତାର ହାତରେ ଆଉ ଛାତିରେ ରହିଗଲା। ଏଠି ଦୀପକ ମୋତେ ଗୋଟି ଗୋଟି ସବୁ କଥା କହିଲା । ଆଶ୍ଚର୍ୟ୍ଯ ରେ ମୋ ଆଖିରୁ ଆପେ ଆପେ ଲୁହ ଆସିଗଲା । ଜଳିବା ପରେ ଯେଉଁ କଷ୍ଟ ସେ ଅନୁଭବ କରିଥିଲା ତାହା ସେ ବର୍ଣ୍ଣନା କରି କହୁଥିଲା ।



ଜଳିବା ର ମୁଖ୍ୟ କାରଣ ଥିଲା ଯେ ସେ ନିଜକୁ ବହୁତ୍ ଚାଲାକ୍ ମଣିଷ ଭାବେ ଏବଂ ସୁତୁଲି ବମ୍ କୁ ଲଗେଇ ସେ କିଛି ସମୟ ପରେ ଫୋପାଡ଼ିବ ବୋଲି ଭାବିଥିଲା କିନ୍ତୁ ସୁତୁଲି ବମ୍ ଟି ସଙ୍ଗେ ସଙ୍ଗେ ଫୁଟିଗଲା। ଏପଟେ ସେ ନାଇଲାନ ର ଡ୍ରେସ୍ ପିନ୍ଧି ଥାଏ । ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ସେ ଡ୍ରେସ ଦେହ ରେ ଲାଗିଗଲା ଏବଂ ସେ ଗୁରୁତର ହୋଇ ଗଲା ।

ସତରେ ବହୁତ୍ କଷ୍ଟ ଦାୟକ ସମୟ ଟିଏ ଥିଲା ଦୀପକ ପାଇଁ । ଦୀପକ ର କାହାଣୀ ଶୁଣି ମୋ ଜୀବନରେ ଘଟିଥିବା ଅଙ୍ଗେ ନୀଭା କଷ୍ଟ କୁ ମୁଁ ଅନୁଭବ କରି ପାରୁଥିଲି । ଅଙ୍ଗେନିଭା କାହାଣୀ ଗୁଡ଼ିକ ସବୁଠୁ ଅଲଗା ଥାଏ । ଠିକ୍ ମୋର ମଧ୍ୟ ମୁହଁ ଜଳି ଯାଇଥିଲା। କିନ୍ତୁ ଦୀପାବଳୀ ରେ ନୁହଁ। ମୋର ଗଳ୍ପ କୁ ପଢ଼ିବା ପାଇଁ ଏଠି କ୍ଲିକ୍ କରି ଆପଣ ପଢ଼ି ପାରିବେ। ସେ କାହାଣୀ ମଧ୍ୟ ବହୁତ୍ କଷ୍ଟଦାୟକ ଥିଲା ।

ଏଠି ଦୀପକ ନିଜ କଷ୍ଟକୁ କେବଳ ଅଧ ଘଂଟାଏ ସହ୍ୟ କରିଥିଲା କାରଣ ପାଖରେ ମେଡିକାଲ ର ସୁବିଧା ଥିଲା । କିନ୍ତୁ ମୋର କଷ୍ଟ କୁ ମୁଁ ରାତି ସାରା ଅନୁଭବ କରିଥିଲି ।

ତେବେ କାହାଣୀ କୁ ଲମ୍ବା କରିବା ଠିକ୍ ନୁହଁ । କେବଳ କିଛି ମୁହୁର୍ତ୍ତ ଥିଲା ଯାହା ବହୁତ୍ କଷ୍ଟ ଦାୟକ ଥିଲା ଏବଂ ସଚେତନ ମୂଳକ କାହାଣୀ ଟିଏ।

ତେବେ ଏହି ଦୀପାବଳୀ ରେ ସତର୍କ ହୋଇ ବାଣ ଫୁଟାନ୍ତୁ। ନିଜକୁ ଏବଂ ନିଜ ପରିବାର କୁ ଏଭଳି ଅଘଟଣ ଠାରୁ ଦୂରରେ ରଖନ୍ତୁ ।

ମୋର ପାଠକ ବନ୍ଧୁ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟଙ୍କୁ ଦୀପାବଳୀ ର ହାର୍ଦ୍ଧିକ ଶୁଭେଛା ଓ ଶୁଭକାମନା ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ।

ଧନ୍ୟବାଦ

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ..

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading