କୋଣାର୍କ

କୋଣାର୍କ

କୋଣାର୍କ ପ୍ରସିଦ୍ଧ କାରୁକାର୍ଯ୍ୟ ପାଇଁ
ସତେ କେଡେ ମନୋହର,
ଓଡ଼ିଶା ମାଟିର ଗୌରବ କୋଣାର୍କ
ଚନ୍ଦ୍ରଭାଗା ନଦୀ ତୀର…

ବାରଶ ବେଢ଼େଇ ଗଢ଼ିଥିଲେ ମିଶି
ଚୂଳ ନ ପାରିଲେ ମାରି,
ବାରବର୍ଷ ପୁଅ ଧରମା ଶେଷରେ
ଦେଖାଇଲା କାରିଗରୀ…

ଶେଷରେ ସେ ଦେଲା ଜୀବନକୁ ତାର
ବାରଶ ବଢ଼େଇ ପାଇଁ,
ଯୁଗଯୁଗ ପାଇଁ ରହିଗଲା ତାହା
ଅଭୂଲା ସ୍ମୃତିଟେ ହୋଇ…

ସେଦିନୁ କୋଣାର୍କ ଭଗ୍ନ ଅବସ୍ଥାରେ
ରହିଅଛି ଆଜିଯାଏଁ,
ତଥାପି ତାହାର ସୌନ୍ଦର୍ଯ୍ୟ ମରିନି
ସଦା ସେ ଝଲସୁଥାଏ…

ଶିଳାରେ ନିର୍ମିତ କାରୁକାର୍ଯ୍ୟ ତାର
ଆଜି ବି ଜୀବନ୍ତ ଦିଶେ,
ଭଗ୍ନ ଅବସ୍ଥାରେ ରହିଅଛି ସିନା
ତଥାପି କୋଣାର୍କ ହସେ…


ପ୍ରଦୀପ କୁମାର ଜେନା ଙ୍କ ଦ୍ଵାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ।

Join our WhatsApp Channel

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading