
ତୁମ ଗାଁ ରାସ୍ତା ମନ୍ଦିର ବେଢାରେ
ତୁମ ସହ ଦେଖା ହେଲା,
ନୁଖୁରା ଚୁଟି
ଅଞ୍ଚଳିରୁ ଖସି ପଡ଼ିଥିବା ଲୁଗା
ଲାଗୁଥିଲା ବ୍ୟସ୍ତ ବିବ୍ରତ
ମଧ୍ୟାହ୍ନର ଖରାରେ ଓଠ ଛୁଇଁ ଯାଏ
କେତେ ଟୋପା ଝାଳ ;
ଏହା ହିଁ ତୁମ ପ୍ରତି ମୋ ଦୁର୍ବଳତାର
ପ୍ରଥମ ସୋପାନ।
ଈଷତ୍ ଗୋଲାପି ଘଣ୍ଟାକୁ ଦେଖି
ବ୍ୟସ୍ତ ହୋଇ ପଡୁଥିଲ
ବୋଧେ ହୁଏ ସମୟଟା ତୁମ ପାଇଁ
ବହୁତ୍ ଆଗକୁ ଚାଲିଯାଇଛି,
ନିଜକୁ ସଜାଡୁ ସଜାଡୁ
ତୁମର ସେ ଖୋଜିଲା ଆଖି
ଅଟକି ଗଲା “ମୋ ପାଖରେ”
ତୀକ୍ଷଣ ନଜର
ଓଠ ର ଚିନାଏ ହସ
ନିରତ୍ଵ ଜାହିର କରିବାର
ଅଧିକାର ରେ ଅଭିମାନ ।।
ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ।
