
ବନାଗ୍ନିରୁ ମୁକୁଳିଥିବା ପଥିକ କହିଥିବା
ନିଘଞ୍ଚ ଜଙ୍ଗଲର କରୁଣ ଚିତ୍ରପଟ
ଥରାଇ ଦିଏ ଶରୀର କୁ
ସବୁଜିମା ବଦଳି ଯାଇଥାଏ
ଅମାବାସ୍ୟା ର ରାତ୍ରି ଠାରୁ
ଆହୁରି ଭୟଙ୍କର ।
ନା ଶୁଭେ ଝିଙ୍କାରି ର ଶବ୍ଦ ନା
ନା ଶୁଭେ ପକ୍ଷୀ ଙ୍କ କଳେରବ,
ଶୁଖି ଯାଇଥିବା ଗଛ ର ପତ୍ର
ଝରିପଡେ ଦରପୋଡ଼ା ଗଛରୁ ।
ଗଛର ବଉଳ ବାସ୍ନାରେ ଦିନେ
ମତୁଆଲା କରୁଥିଲା
ଆଜି କିନ୍ତୁ ଲୁଚେଇ ରଖିଛି
ତାର ପୋଡ଼ା ଗନ୍ଧରେ
କେବେ ମୌସୁମୀର ଶୀତଳ ଛୁଆଁରେ
ପାଇଯିବ ପୁନଃ ପ୍ରାପ୍ତ ତରୁଣ
ବଦଳି ଯିବ ଚିତ୍ରପଟ
କଅଁଳ ପତ୍ରର ଆଲିଙ୍ଗନରେ…
ମନୋଜ କୁମାର ବେହେରା ଙ୍କ ଦ୍ଵାରା ଲିଖିତ…



No responses yet