ତୁମର ସ୍ମୃତି ଟିକକ !!!

ତୁମର ସ୍ମୃତି ଟିକକ

ଦେଖୁ ଦେଖୁ
          ତିନି ବର୍ଷ ବିତିଗଲା ବନ୍ଧୁ
ଆର ଛୁଟିରେ ଦେଖା ହେବ
          ବୋଲି କହି ଚାଲିଗଲ ଯେ
ସେ ଛୁଟି କେବେ ଆସିବ
          ତାହା ମଧ୍ୟ ମୋତେ ଅଜଣା ।
ଆଶା ର ଜୁଈ ରେ ଜଳୁଥିବା
          ସେ ମା ମଧ୍ୟ ତୁମ ଯିବାର କଷ୍ଟ କୁ
ଆଜି ପର୍ଯ୍ୟନ୍ତ ଭୁଲି ପାରିନି,
         ତୁମ ଫଟୋ କୁ ଦେଖିଦେଲେ
ଆଖିରେ ଆଖିଏ ଲୁହ କୁ
         କାନିରେ ପୋଛି
ତୁମ ଅନୁପସ୍ଥିତି କୁ
          ମନେ ପକାନ୍ତି।
ସେଦିନ ତୁମେ ପିନ୍ଧେଇ ଥିବା
          ସେ ସିନ୍ଦୂର ଟିକକ ଆଜି କେବଳ
ରଙ୍ଗ ହୋଇ ରହି ଯାଇଛି,
          କିନ୍ତୁ ତୁମ ସ୍ମୃତି ରେ
ପୀଡିତ ହୋଇ କେତେ ଯେ
          କଷ୍ଟ ଅନୁଭବ କରନ୍ତି
ତାହା କେବଳ ସେ ହିଁ ଜାଣନ୍ତି । 
          ସେ କୁନି ଓଠ ଆଜି ମଧ୍ୟ
ନିଜ ବାପା କୁ ଖୋଜୁଛି,
          ଅସହାୟ ମନ ରେ
ବାପା ର ଭଲ ପାଇବା କୁ
          ମନେ ପକେଇ ବେଳେବେଳେ
ପଚାରି ଦିଏ ଯେ,
          ମା’ ବାପା କେବେ ଆସିବେ ?
ସେ ଭଉଣୀ ଆଜି ମଧ୍ୟ
          କଳି କରିବା ପାଇଁ ସେ
ଭାଇକୁ ଖୋଜୁଛି,
          ଗତ ତିନି ବର୍ଷ ହେଲା
ସେ ରାକ୍ଷୀ ପିନ୍ଧା ହାତକୁ
          ବାରମ୍ବାର ଝୁରୁଛି,
କିନ୍ତୁ ଭାଇ ର ଅନୁପସ୍ଥିତି
          କେତେ ଯେ କଷ୍ଟ ଦାୟକ
ତାହା କେବଳ ସେ ଭଉଣୀ
          ହିଁ ଜାଣେ।
ସତରେ ବନ୍ଧୁ ତୁମେ
          ଏତେ ନିଷ୍ଠୁର ହୋଇ ଗଲ କେମିତି
ଏ ଦୁନିଆର ରଙ୍ଗ ମଞ୍ଚ ରେ
          ତୁମର ଉପସ୍ଥିତି ଅତି
ମହତ୍ତ୍ୱପୂର୍ଣ୍ଣ ଥିଲା,
          କିନ୍ତୁ ଆଜି ସବୁ ଅସହାୟ
କେବଳ ତୁମ ସ୍ମୃତି ଟିକକ
          ବଞ୍ଚି ରହିଛି ଏ ହୃଦୟରେ।
ବେଳେବେଳେ ଭାବେ
          କାଳେ ତୁମେ ସ୍ୱପ୍ନରେ ଆସି
ଥରେ ଦେଖା ଦେଇଥାନ୍ତ,
          ବହୁତ୍ କଥା ହେବା ବାକି
ଅଛି ତୁମ ସହ
          ଆଜି ମଧ୍ୟ ତୁମ ର ସବୁ ସମସ୍ୟା
ର ସମାଧାନ ମୋ ପାଖରେ ଅଛି ।
          ଆଞ୍ଜୁଳାଏ ଦୁଃଖ ଯନ୍ତ୍ରଣା ଦେଇ
ଚାଲିଗଲ ସିନା,
          ହେଲେ ଏଠି ତୁମ ସ୍ମୃତି ରେ
ତୁମ ଅନୁପସ୍ଥିତି କୁ
          ଅନୁଭବ କରି
କେତେ ଯେ ଲହୁ ଝରି ଯାଇଛି
          ତାହାର ହିସାବ ନାହିଁ ।
କିନ୍ତୁ ତୁମେ ନାହଁ ବନ୍ଧୁ
          କେବଳ ବଞ୍ଚି ରହିଛି ତୁମ ସ୍ମୃତି ଟିକକ !!!


ନୀଳମାଧବ ଭୂୟାଁ ଏବଂ ମନୋଜ କୁମାର ବେହେରା ଙ୍କ ହୃଦୟରୁ….

କିଛି ଅନୁଭୂତି ତୁମ ସହିତ …..

Leave a Reply

Your email address will not be published. Required fields are marked *