Sandhya…1

କାହାଣୀ ଭିତର କୁ ଯିବା ପୂର୍ବ ରୁ ଜାଣି ନବା ଆମ କାହାଣୀ ର ନାୟକ ଆଉ ତାଙ୍କ ସାଙ୍ଗ ମାନଙ୍କୁ…

କାହାଣୀ ର ନାୟକ:-

Kumar (କୁମାର) Love Guru……

ଆମ କାହାଣୀ ର ନାୟକ ଟିକେ ମେଣ୍ଟାଲ । ହେଲେ ସେ କାହା ସହ ମେଣ୍ଟାଲ ଭଳି କଥା ହୁଅନ୍ତିନି ମାତ୍ର ତାଙ୍କ କାମ ଗୁଡ଼ାକ ଟିକେ ମେଣ୍ଟାଲିଆ । ସେ ସମସ୍ତ ଙ୍କୁ ହସାନ୍ତି, ସମସ୍ତଙ୍କ ସହ ମଜା ମଧ୍ୟ କରନ୍ତି । ତାଙ୍କ ଭିତରେ ସବୁଠୁ ଭଲ ଗୁଣ ହେଲା ସେ ପ୍ରେମୀ ଯୁଗଳ ମାନଙ୍କୁ ମିଶାଇ ଥାନ୍ତି । ଆଉ ଯଦି ସେଥିରେ କେହି ବାଧା ଦିଏ ତାହେଲେ ତା ଅବସ୍ଥାର ବାର (12) ବଜେଇ ଦିଅନ୍ତି । ସେ କିଛି କରନ୍ତିନି କିନ୍ତୁ ସବୁ କାମ ତାଙ୍କ ସାଙ୍ଗ ମାନେ କରନ୍ତି ସେ ଖାଲି ପ୍ଲାନ (Plan) କରନ୍ତି । 

ସେ ସେମାନଙ୍କୁ କଣ ଡାକନ୍ତି ଜାଣିଛନ୍ତି :- ଲୋଫର….. ।

ତେବେ ଚାଲନ୍ତୁ ଜାଣି ନବା ସେ ଲୋଫର ସାଙ୍ଗ ମାନେ କିଏ କିଏ ?? ଆଉ ସେମାନେ କଣ କରନ୍ତି । ଆଉ ଗୋଟେ କଥା ହେଲା ଆମ ହିରୋ ସବୁବେଳେ ସିନେମା ଦେଖନ୍ତି ଆଉ ତାଙ୍କର ସବୁ କାମ ଗୁଡାକ ସିନେମା ଶୈଳୀରେ କରିବା କୁ ଭଲ ପାଆନ୍ତି ।

ଲୋଫର ସାଙ୍ଗ ମାନଙ୍କ ପରିଚୟ:

# Akash (ଆକାଶ),  Nick Name “Google” ଗୁଗଲ…..

ଏ ମହାଶୟ ଏମିତି ଏକ ଚରିତ୍ର ଯିଏ ଯାହା ତାଙ୍କୁ ପଚାରେ ସେ ସଙ୍ଗେ ସଙ୍ଗେ ତାହା କରିଦିଅନ୍ତି । ଆଉ ଯଦି କେହି ତାଙ୍କୁ ପ୍ରଶ୍ନ ପଚାରେ ତାହେଲେ ସେ Net ରେ Search କଲା ଭଳି ଘୁରି ଘୁରି ସେ ପ୍ରଶ୍ନ ର ଉତ୍ତର ଦେଇଦିଅନ୍ତି । ଆଉ ତାଙ୍କ ର Special ଦୋସ୍ତ ହେଉଛନ୍ତି ଆମ ହିରୋ “Kumar”। ଆଉ ଯେତେବେଳେ ରାଗିଯାଆନ୍ତି କାହାରି କଥା ବି ଶୁଣିନଥାନ୍ତି।

# Deepak ( ଦୀପକ ), Nick Name “Dipu” ଦିପୁ  Comedy Boy……

ଏ ମହାଶୟ ଜଣେ ହାସ୍ୟାସ୍ପଦ ର ଅଧିକାରୀ । ଯିଏ କି ସବୁବେଳେ ହସେଇବା ଶିଖାନ୍ତି । ଆଉ ଅନ୍ୟମାନଙ୍କୁ ହସେଇ ହସେଇ କନ୍ଦେଇ ଦିଅନ୍ତି । ଆଉ ଗୋଟେ Special କଥା ହେଉଛି ତାଙ୍କୁ ସବୁବେଳେ ଝିଅ ମାନେ ପସନ୍ଦ ଲାଗନ୍ତି , ହେଲେ ଦୁଃଖ ର ବିଷୟ ଆଜିଯାଏ ଗୋଟେ ବି ଝିଅ ତାଙ୍କୁ ପଟିଲେନି ।

# Ajit (ଅଜିତ), Nick Name “Aju” Mobile Master….

ଏ ମହାଶୟ ମୋବାଇଲ ରେ ବହୁତ ଖେଳକରନ୍ତି । ସବୁବେଳେ Facebook, Whatsapp, Twitter, Youtube ଏମିତି କେତେ ପ୍ରକାର Apps ସହ ଖେଳ କରନ୍ତି । ସବୁବେଳେ ଚାଟିଙ୍ଗ ରେ ବିଜି ରହୁଛନ୍ତି, ସେ ଝିଅ ମାନଙ୍କୁ ଫସେଇବା ରେ ମାଷ୍ଟର । ଆଉ ତାଙ୍କର ଗୋଟେ ଗର୍ଲଫ୍ରେଣ୍ଡ ବି ଅଛି । ତାଙ୍କ ନାମ ଏଠି କହିବିନି । ଆପଣ କାହାଣି ଭିତରେ ଜାଣିଯିବେ ।

# Kesab (କେଶବ), Nick Name “Kesu” Smart Boy…..

ଏ ମହାଶୟ ସବୁଠୀ ଆମ ହିରୋ କୁ ହିଁ ଖୋଜନ୍ତି ଆଉ ବହୁତ ମିଶନ୍ତି । ଆଉ ଆମ ହିରୋ ବି ତାଙ୍କୁ ବହୁତ ଭଲପାଆନ୍ତି । ଦୁଇ ଜଣ ପରସ୍ପର ସବୁକଥା Share କରନ୍ତି । ଦୁଇଜଣ ଏକାଠି ବୁଲନ୍ତି ଆଉ ମଜା ବି କରନ୍ତି । ସେ ଭଲ ପାଠ ମଧ୍ୟ ପଢ଼ନ୍ତି । ହେଲେ କେବେ ବି ଭଲ ରେ Class କରନ୍ତି ନାହିଁ । ସେ ମଧ୍ୟ ଜଣ ଙ୍କୁ ଭଲପାଆନ୍ତି । ଆଉ ତାଙ୍କୁ Marrige କରିବା କୁ ଚାହାଁନ୍ତି ହେଲେ ସେ ଝିଅ ଘର କିଏ ରାଜି ନାହାନ୍ତି ।

# Narayan (ନାରାୟଣ) Nara…. The Stylist Boy ….

ଏ ମହାଶୟ ସବୁବେଳେ ଭଲ ପିନ୍ଧିବା । ଭଲ ଖାଇବା ଆଉ ଭଲ ଭଲ ଯାଗା ବୁଲିବାକୁ ପସନ୍ଦ କରନ୍ତି । ସେ ନିଜେ ପାଠ ପଢା ସହ Part Time କାମ ବି କରନ୍ତି । ତାର ଗୋଟେ Bike ବି ଅଛି । ସେ Delivery Boy ଭାବେ Part Time କାମ କରନ୍ତି । ହେଲେ ଆମ ହିରୋ ତାଙ୍କୁ ବହୁତ ଗାଳି ଦିଅନ୍ତି । କାରଣ ସେ ପାଠ ପଢିବା କୁ କେବେ ଆସନ୍ତି ନାହିଁ ଆଉ ବୁଲିବା କୁ ଯିବା କହିଲେ ସଙ୍ଗେ ସଙ୍ଗେ ଚାଲି ଆସନ୍ତି ।

# Deepa (ଦୀପା)….

ଏହି ଝିଅ ହେଉଛି ଆମ ହିରୋଙ୍କ ର ସବୁଠୁ ପ୍ରିୟ ସାଙ୍ଗ ମାନେ ବହୁତ ଭଲ ସାଙ୍ଗ । ଦୁହେଁ ଦୁହିଁଙ୍କ ଠାରୁ କେବେ ବି ଛାଡି କି ରହି ପାରନ୍ତି ନାହିଁ । ସବୁବେଳେ ଏକାଠି ବସନ୍ତି, ଏକାଠି ଖାଆନ୍ତି, ଏକା ସାଙ୍ଗ ରେ  କଲେଜ ମଧ୍ୟ ଯାଅନ୍ତି । ଖାଲି ଯାହା ଶୋଇବା Time ରେ ଅଲଗା ରୁହନ୍ତି । ଦୁହେଁ ଦୁହିଁ କୁ Care ବି କରନ୍ତି । ଆଉ ସେ ଭଲ ପାଠ ମଧ୍ୟ ପଢ଼ନ୍ତି ।

ଆପଣ ଭାବୁଥିବେ ଖାଲି ସାଙ୍ଗ ମାନଙ୍କ ପରିଚୟ ଚାଲିଛି, Main Story ବିଷୟରେ କିଛି ଲେଖୁନାହାନ୍ତି । ଆପଣଙ୍କ ଭାବିବା ବି ସ୍ୱାଭାବିକ , ମୁଁ ଚାହେଁ ମୋର ସାଙ୍ଗ ମାନଙ୍କୁ ଆପଣ ଭଲ ଭାବରେ ଜାଣି ସାରିଲା ପରେ କାହାଣୀ କୁ ଆରମ୍ଭ କରିବି । କାରଣ କାହାଣୀ ରେ ଏହି ସାଙ୍ଗ ମାନଙ୍କ ଭୂମିକା ବହୁତ ପରିମାଣରେ ପଢିବାକୁ ମିଳିବ । ଆଉ କାହାଣୀ ମଝିରେ ପରିଚୟ ଦେବା ଠିକ ନୁହେଁ । ଆଉ ଜଣଙ୍କ ପରିଚୟ ବାକି ଅଛି।  

ସମସ୍ତଙ୍କ Love Story ଭଳି ମୋ କାହାଣୀ ବି କିଛି ଅଲଗା ପ୍ରକାରର । ସେଥିପାଇଁ ଆପଣଙ୍କ ଧର୍ଯ୍ୟ ମୋତେ ଲେଖିବାକୁ ସାହସ ଦେଇଥାଏ । ଆଉ ଥରେ ଅନୁରୋଧ ଯେ ଏହି କାହାଣୀ କୁ ପୁରା ପଢିବେ ବୋଲି ମୋର ଆଶା ।

# Shradhanjali ଶ୍ରଦ୍ଧାଞ୍ଜଳି…. (Heroin) Calling Name Sandhya…..

ଏ ଝିଅ ଜଣଙ୍କ ହେଉଛନ୍ତି ଆମ ହିରୋ ଙ୍କ Heart (Dhadkan) । ଯାହା ପାଇଁ ସେ ପାଗଳ। ସେ ଦେଖିବାକୁ ବହୁତ ସୁନ୍ଦର । କି ସୁନ୍ଦର ଚେହେରା ?? ଆଖି ପୁରା ନିଳ ସାଗର, ଓଠ ଗୋଲାପ ର ପାଖୁଡା ଆଉ ମୁହଁ ଗୋଲାପ ଠାରୁ ବି ଆହୁରି ସୁନ୍ଦର । ସେ ପାଠ ପଢ଼ାରେ ବହୁତ ଆଗୁଆ ଅଛନ୍ତି । ସେ ଗୀତ ଗାଇବା, ନାଚିବା ଆଉ ଶାୟାରୀ ଲେଖିବାକୁ ବହୁତ ଭଲ ପାଆନ୍ତି । ସେ ସମସ୍ତଙ୍କ ସାଙ୍ଗରେ ମିଶିଥାନ୍ତି । ତାଙ୍କ ନାମ ଶ୍ରଦ୍ଧାଞ୍ଜଳି କିନ୍ତୁ ଆମ ହିରୋ ତାଙ୍କୁ ସନ୍ଧ୍ୟା ବୋଲି ଡାକନ୍ତି । ଏମିତି ଅନେକ କଥା ଅଛି । ସେ ସବୁ କାହାଣୀରେ କହିବି । ସେ ଆମ ହିରୋ କୁ ମଧ୍ଯ ବହୁତ ଭଲ ପାଉଥିଲେ ଆଉ ତାଙ୍କ ର Care ମଧ୍ୟ କରୁଥିଲେ । ହେଲେ ଉପର ବାଲା ବୋଧେ ଚାହିଁ ନଥିଲେ ସେ ସଂପର୍କ ତିଷ୍ଠି ରହୁ ବୋଲି । ଆପଣ କାହାଣୀ ଭିତରେ ସବୁ ପଢିବାକୁ ପାଇବେ ।

ଏବେ ତ ଆପଣମାନେ ଜାଣି ସାରିଲେ ଆମ ହିରୋ ଙ୍କୁ ଆଉ ତାଙ୍କ ସାଙ୍ଗମାନଙ୍କୁ ଏବଂ ମୁଖ୍ୟ ନାୟିକା ତେବେ ଚାଲନ୍ତୁ କାହାଣୀକୁ ଆଗ କୁ ନେବା ।

Let’s Start The Main Story…..

କାହାଣୀରେ ଅନ୍ୟ କେତେ ବ୍ୟକ୍ତି ମଧ୍ୟ ଆସିବେ ଆପଣ ତାଙ୍କ ପରିଚୟ ଧୀରେ ଧୀରେ ଜାଣିଯିବେ । 

କଲେଜ ଭିତରେ…..

ସେ ଦିନ କଲେଜ କୁ କେହିବି ଆସିନାହାଁନ୍ତି । ବୋଧେ ହୁଏ ସମୟ ହୋଇନି । ହେଲେ ଆମ ହିରୋ ଏବ ଅନ୍ୟ ଜଣେ ଝିଅ ପ୍ରଥମେ କଲେଜ କୁ ଆସି Class Room ରେ ବସିଛନ୍ତି । 

ଆମ ହିରୋ ନିରବ ହୋଇ ବସିଥାନ୍ତି । ହଠାତ୍ !!

ସୁମିତ୍ରା:- ହାଏ କୁମାର, Good Morning…..

( ହିରୋ ଚୁପ୍ ଚାପ୍)

ସୁମିତ୍ରା:- କଣ ତମ ଦେହ ଭଲ ନାହିଁକି ? କିଛି କହୁନ ଯେ !!!

କୁମାର:- ତମେ କାହିଁକି ମୋ ପଛରେ ପଡିଛ ? (ରାଗରେ) । ମୁ ତୁମକୁ ଆଗରୁ କହିଛି ଆଉ ଏବେ ମଧ୍ୟ କହୁଛି ମୁ ତୁମ କୁ କେବେ ଭଲ ପାଇପାରିବିନି ।

ସୁମିତ୍ରା:- କାହିଁକି ଭଲ ପାଇପାରିବନି । ମୋ ପାଖରେ କଣ କମି ଅଛି, ନା ମୁ ଗୋଟେ ଖରାପ ଝିଅ ?  କଣ କହିବାକୁ ଚାହୁଁଚ ତମେ ।

କୁମାର:- ଦେଖ ସୁମିତ୍ରା ! ମୁ ତୁମ କୁ ଖରାପ କହୁନୀ, ତମେ ଗୋଟେ ଭଲ ଝିଅ, ହେଲେ ମୁ ତୁମକୁ ଭଲ ପାଇପାରିବିନି ।

ସୁମିତ୍ରା:- ଦେଖ କୁମାର ! ମୁଁ ତୁମ କୁ ଶେଷ ଥର ପାଇଁ କହୁଛି ଯଦି ତମେ ମୋତେ ନ ଭଲପାଅ ତାହେଲେ ମୁଁ ମୋ ହାତ କାଟି ଆତ୍ମହତ୍ୟା କରିଦେବି ।

କୁମାର:- Please ସୁମିତ୍ରା ତମେ ସେମିତି କିଛି କରିବନି !!

(ହଠାତ ସୁମିତ୍ରା ତାଙ୍କ Bag ରୁ ଗୋଟିଏ Blade ବାହାର କରି Class ବାହାର କୁ ଦୌଡିବା କୁ ଲାଗିଲା)

କୁମାର ମଧ୍ୟ ତାଙ୍କ ପଛରେ ଦୌଡ଼ିଲେ ଆଉ ଆଗପଟୁ ତାଙ୍କ ସାଙ୍ଗ “ଆକାଶ” ଆସିଯାଇଥିଲେ  । ସୁମିତ୍ରା ଙ୍କୁ ଗୋଟେ ଶକ୍ତ ଚାପୁଡ଼ା ମାରିଲେ ।

Leave a Reply

Your email address will not be published. Required fields are marked *