କିଛି ସମୟ କଥା ହେଲୁ ବହୁତ୍ ମଜା ମଜା କଥା ହେଲୁ। ଶେଷରେ ରାନି କହିଲା ମିହିର ଭାଇ ମୋର ଗୋଟିଏ କଥା ରଖିବ। ମିହିର କହିଲା କହ କଣ କଥା? ରାନି କହିଲା ତମେ ଏବେ ଚାକିରି କରିଲଣି ତମେ ଅନୁ ଦିଦି ଙ୍କୁ ବିବାହ କରି ନିଅ ।
ରାନି ର କଥା ଶୁଣି ମିହିର ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା ଏବଂ ମନ୍ମଥ କୁ ଦେଖିଲା ମନ୍ମଥ କିଛି ନ କହି ଚୁପ୍ ରହିଲା । ମୁଁ ମଧ୍ୟ ମନେ ମନେ ଖୁସି ହେଉ ଥାଏ। ମିହିର କହିଲା ମୋ ବାୟାଣୀ ତ କୋଉ ଦିନ ଠାରୁ ବାହା ହେବାକୁ ରାଜି ଅଛି କିନ୍ତୁ ତାଙ୍କ ଘର ଲୋକ ମାନିବେ ନାହିଁ ବୋଧେ ।
ମନ୍ମଥ କହି ଉଠିଲା ଭାଇ ମୁଁ ତ ରାଜି କିନ୍ତୁ ବାପା ବୋଉ କଥା କହି ପାରିବିନି । ଆପଣ ବିଶ୍ୱାସ କରିବେନି ସେ ସମୟରେ ମୋର ଖୁସି ଦଶ ଗୁଣ ବଢ଼ିଗଲା। ମିହିର ପାଟିରୁ ଏହି କଥା ଶୁଣି ମୋତେ ଖୁସିରେ ନାଚିବାକୁ ଇଛା ହେଉଥିଲା । ଏତେ ଖୁସି ହୋଇଗଲି ଯେ ମୋ ଆଖିରୁ ଲୁହ ବାହାରିଗଲା। ମିହିର ମୋ ଆଖି ଲୁହ ପୋଛି କହିଲା । କାହିଁକି କାନ୍ଦୁଛୁ। ଆରେ ମୁଁ ଥଟ୍ଟା କରୁଥିଲି।
ତୁ ଯୋଉଠି ବାହା ହେବାକୁ ଚାହିଁବୁ ମୁଁ ତୋ ପାଇଁ ଭଲ ବର ଟିଏ ଖୋଜି ଆଣିଦେବି ପୁଣି କ୍ଷଣକ ମଧ୍ୟରେ ମୋ ମୁଡ ଅଫ ହୋଇଗଲା। ରାନି ପୁଣି କହିଲା ନା ଭାଇ ତମେ ବାହା ହେବ ତ ଅନୁ ଦିଦି ଙ୍କୁ ହିଁ ବାହା ହେବ ନହେଲେ ମୋତେ ବାହା ହେବାକୁ ପଡିବ । କୁହ କୋଉଠି ବାହା ହେବ ?
ମିହିର କହିଲା ତୁ ମୋର ଗେଲି ଭଉଣୀ ଟା ତୋ ସହିତ ବାହା ହେବା ପାଇଁ ମୁଁ ଭାବିନି ଏବଂ ତୋତେ ବାହା ହୋଇ ଆମ ଭାଇ ଭଉଣୀ ର ପବିତ୍ର ସମ୍ପର୍କ କୁ ଖରାପ କରିବାକୁ ଚାହୁଁ ନାହିଁ ।
ଏତିକି ଶୁଣି ମୋର ରାନି ଉପରେ ପୁଣି ରାଗ ହେଲା କିନ୍ତୁ ମିହିର କହିଲା ତୋତେ ବାହା ହେବା ବଦଳରେ ମୋ ବାୟାଣୀ କୁ କାହିଁକି ବାହା ନ ହେବି ଯିଏ ମୋତେ ଷଷ୍ଠ କ୍ଲାସ୍ ରୁ ହୃଦୟ ରୁ ଭଲ ପାଇ ଆସିଛି । ସତରେ ସେତେବେଳେ ଜାଣିଲି ମିହିର ମଧ୍ୟ ମୋ ମନ କଥା ଜାଣିଥିଲା କିନ୍ତୁ କେବେ କହୁ ନଥିଲା । ସେ ସମୟର ଖୁସିର ବନ୍ଧ ବାଡ ଭାଙ୍ଗି ମୁଁ ଯେମିତି ଖୁସିର ସମୁଦ୍ର ରେ ଲହରୀ ସହିତ ଖେଳିବାକୁ ଇଚ୍ଛା ହେଉଥିଲା ।
କିନ୍ତୁ ସେତିକିବେଳେ ମାଇଁ ଆସି ପହଁଚିଲେ। ଆମେ ସମସ୍ତେ ଉଠି ଆସିଲୁ ସେଠୁ । ବାହାରକୁ ଆସି ସମସ୍ତଙ୍କୁ ପ୍ରଣାମ କରି ବାହାରକୁ ଆସିଲୁ ।
ମିହିର ଠିକ୍ ୫ ଦିନ ପରେ ସେ ଟ୍ରେନିଂ ପାଇଁ ଚାଲିଯିବ। ମୁଁ ଯେତିକି ଖୁସୀ ହେଉଥିଲି ତା ଠାରୁ ଦଶ ଗୁଣ ଭିତରେ ଦୁଃଖୀ ହେଉଥିଲି । କାରଣ ମିହିର ଟ୍ରେନିଂ ପାଇଁ ଚାଲିଯିବ। ମୋ ଠାରୁ ଦୂରେଇ ଯିବ, ତାହା ପୁଣି ଗୋଟିଏ ବର୍ଷ ପାଇଁ ।
ଏହି ଗୋଟିଏ ବର୍ଷ ମୁଁ କେମିତି ରହିବି । ଚିନ୍ତା ଚିନ୍ତାରେ ବହୁତ୍ ଦୁଃଖୀ ହେଉଥିଲି ।
ମୋ ଭାଇ ମନ୍ମଥ ବହୁତ୍ ଭଲ, ସେ ଛୋଟ ବେଳେ ମୋତେ ମିହିର ସହିତ ଦେଖା କରିବାରେ ସାହାଯ୍ୟ କରିଥିଲା କିନ୍ତୁ ମନ୍ମଥ ର ବଡ ହେଲା ପରେ ମିହିର ସହିତ ମିଶିବାକୁ ମୋତେ ମନା କରୁଥାଏ କିନ୍ତୁ ମୁଁ ତା କଥାକୁ ଶୁଣେ ନାହିଁ ଏବଂ ଯଦି କେବେ କୁହେ ମୁଁ ମିହିର ସହିତ ଦେଖା କରିବି ସେ ପ୍ରଥମେ ମନା କରେ କିନ୍ତୁ ପରେ ମୋତେ ତା ସହିତ ଦେଖା କରିବାକୁ ସୁଯୋଗ ଦିଏ।
ମାତ୍ର ଯେବେ ମିହିର ର ଚାକିରି ହେବା କଥା ଶୁଣିଲା ସେ ବହୁତ୍ ଖୁସି ହେଲା ଏବଂ ମୋତେ ସେଦିନ ହିଁ କହିଲା କି ତୁ ମିହିର ଭାଇ ସହିତ ହିଁ ବିବାହ କରିବୁ। ବାପା ଯଦି ମାନିବେ ନାହିଁ ତେବେ ମୁଁ ଆଉ ବୋଉ ତୋ ପାଇଁ ବାପା ପାଖରେ ଅନୁରୋଧ କରିବୁ ଏବଂ ଠିକ୍ ତା ପର ଦିନ ମିହିର ମିଠା ପ୍ୟାକେଟ ନେଇ ପହଞ୍ଚି ଥିଲା ଆମ ଘରେ ।
ବାହାର କୁ ଆସିବା ପରେ ମିହିର ଆସି ମୋତେ ପଚାରିଲା କଣ ଭାବୁଛୁ ଯିବା, ମୁଁ ପଚାରିଲି କୁଆଡେ ? ମିହିର କହିଲା ଚାଲ ବୁଲି ଆସିବା । ମନ୍ମଥ ଏତିକି କଥା ଶୁଣି ସେ ମୋତେ ମିହିର ପାଖେ ଛାଡ଼ି ତା ସାଙ୍ଗ ଘରକୁ ଚାଲିଗଲା । ମୁଁ ମନ୍ମଥ କୁ କହିଲି ଯେଉଁ ପର୍ଯ୍ୟନ୍ତ ମୁଁ ଆସିନି ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିଥିବୁ । ସେ ସେମିତି କରିଲା। ମୁଁ ଫେରିଲା ବେଳେ ତୋ ସାଙ୍ଗ ଘରକୁ ଯିବି ତୁ ସେଠୀ ଥିବୁ ତାପରେ ଦୁହେଁ ମିଶି ଫେରିବା ବୋଲି କହିଲି ।
ତାପରେ ମିହିର ମୋତେ ବାଇକ୍ ରେ ବସେଇ ଗାଁ ବାହାରକୁ ନେଇ ଗଲା। ମୁଁ ମିହିର କୁ କହିଲି ମୁଁ ଏମିତି ସ୍ଥାନ କୁ ଯିବାକୁ ଚାହୁଁଛି ଯେଉଁଠି ଖୋଲା ଆକାଶ ଥିବ ଏବଂ ସେଠୀ କେବଳ ଆମେ ଦୁଇ ଜଣ । ପ୍ରକୃତରେ ମିହିର ସେଦିନ ବହୁତ୍ ଦୁଃଖୀ ଥିଲା ତାକୁ ଦେଖି ମୁଁ ମଧ୍ୟ ଦୁଃଖୀ ଥିଲି , ଦୁଃଖ ର କାରଣ କେବଳ ଗୋଟିଏ ଯେ ଦୁହେଁ ଦୁହିଁଙ୍କୁ ଏବେ ଅଲଗା ହୋଇ ରହିବାକୁ ହେବ ।
ତାପରେ ଆମେ ଗାଁ ଠାରୁ ପ୍ରାୟ ୫ କିମି ପରେ ଗୋଟିଏ ନଦୀ ପାଖ ପୋଲ ଉପରେ ପହଞ୍ଚିଲୁ । ସେ ଠାରୁ ୫୦ ମିଟର ତୋଟା ଭିତରେ ଗୋଟିଏ ବରଗଛ ଥିଲା । ସେ ସ୍ଥାନ ଥିଲା ଆମ ପୁରୁଣା ସ୍ଥାନ ଯେଉଁଠି ସ୍କୁଲ୍ ସମୟରେ ଆମେ ବଣ ଭୋଜି କରୁଥିଲୁ । କଲେଜ୍ ସମୟରେ ମଧ୍ୟ ବେଳେବେଳେ ସେ ଜାଗାରେ ଆସି ବସିଥାଉ । ଆଉ ସେ ଯାଗା ମୋର ବହୁତ୍ ପସନ୍ଦ ।
ସେଠୀ ସବୁଠୁ ଭଲ ଲାଗେ ବର ଓହଳ ରେ ଆମେ ଦୁହେଁ ଝୁଲୁ ଏବଂ ଦୁହେଁ ଓହଳ କୁ ଧରି ଦୂରକୁ ଯାଇ ପୁଣି ଝୁଲି ଝୁଲି ପରସ୍ପରକୁ ହାତ କୁ ହାତ ଛୁଇଁବାକୁ ଚେଷ୍ଟା କରୁ । କେତେବେଳେ ହାତ କୁ ହାତ ବାଜେ ତ କେତେବେଳେ ନାହିଁ । ଏତିକି ଭାବୁ ଭାବୁ ବାଇକ୍ ର ଶବ୍ଦ ବନ୍ଦ ହେଲା । ଆମେ ସେହି ଜାଗାରେ ପହଞ୍ଚିଲୁ ।
ଦିନ ୩ ଟା ସମୟ । ଅଳ୍ପ ଖରା ଥିଲା । ମୁଁ ପଚାରିଲି । ଆଜି କଣ ପ୍ଲାନ ଅଛି। ସେ କହିଲା ତୋ ସହିତ ବସି କଥା ହେବାକୁ ଆସିଛି । ମୁଁ ପଚାରିଲି ତୁ ମୋତେ କହୁଥିଲୁ, ଏ ସ୍ଥାନ ଏବେ ଖରାପ ହୋଇଗଲାଣି । ଏଠି ଝିଅ ମାନଙ୍କୁ ଜବରଦସ୍ତି ଟାଣି ଆଣି ବଳାତ୍କାର କରନ୍ତି ବୋଲି । ତୁ ପୁଣି ଏଠି କାହିଁକି ଆଣିଛୁ ।
ମିହିର କହିଲା ତୋତେ କିଏ ବଳାତ୍କାର କରିବ ନାହିଁ ତୁ ଚିନ୍ତା କରିବା ଦରକାର ନାହିଁ । ମୁଁ ପୁଣି କହି ଉଠିଲି ଯେତେ ହେଲେ ମୋ ବଡି ଗାର୍ଡ ଅଛି ପର ମୋତେ କଣ ଚିନ୍ତା ଯେ ।
ମିହିର କହିଲା ଚୁପ୍ , ସେ କଥା ବନ୍ଦ କର । ଚାଲ ସେଠୀ ବସିବା । ମୁଁ କହିଲି ଚାଲ୍ ନା ବର ଓହଳ ରେ ଝୁଲିବା, ମିହିର ର ଇଚ୍ଛା ଥିଲା । ଦୁହେଁ ପିଲା ଦିନ ଭଳି ବର ଓହଳ ରେ ଝୁଲି ଖେଳିଲୁ । ତାପରେ ମିହିର ଆଉ ମୁଁ ବସିଲୁ । ମୁଁ ମିହିର କୁ ପଚାରିଲି ମୁଁ ତୋତେ କିଛି ପ୍ରଶ୍ନ କରିବି ତୁ ଠିକ୍ ଠିକ୍ ଉତ୍ତର ଦେବୁ ।
ପ୍ରଥମ ପ୍ରଶ୍ନ ତୋର କେତେଦିନ ଟ୍ରେନିଂ ଅଛି ? ସେ କହିଲା , ଗୋଟିଏ ବର୍ଷ, ଦ୍ଵିତୀୟ ପ୍ରଶ୍ନ ଥିଲା ତୁ ମୋତେ ଯଦି ଭଲ ପାଉଥିଲୁ ତେବେ କାହିଁକି କହୁ ନଥିଲୁ । ମିହିର କହିଲା , ଭଲ ପାଇବା କଣ କୁହାଯାଏ କି, ତାହା ଅନୁଭବ କରା ଯାଏ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.


2 Responses
[…] Click here part-10 ମୁଁ କହିଲି ତୋ ପାଖରେ ସବୁ ପ୍ରଶ୍ନ ର ଉତ୍ତର ଅଛି ଛାଡ଼ ଆଉ କିଛି ପଚାରିବି । ଆଚ୍ଛା କହ ତୋ ସହିତ ପ୍ରଥମ ଦେଖାରୁ ଆଜି ପର୍ଯ୍ୟନ୍ତ ଏମିତି କେତେ ଦିନ ତୋତେ ନ ଦେଖି ରହିଛି ? ଏହି ପ୍ରଶ୍ନ ପରେ ମିହିର ଉତ୍ତର ଦେଲା ଏବଂ ସେ ଉତ୍ତର ଶୁଣି ମୁଁ ଆଶ୍ଚର୍ଯ୍ୟ ରେ ମିହିର କୁ ଚାହିଁ ରହିଲି । ସେ ଉତ୍ତର ଥିଲା । ଯେ, ଆଜିକୁ ମିଶେଇ 3803 ଦିନ ଏବଂ ତୋ ସହିତ ଦେଖା ହୋଇନି 148 ଦିନ ଏବଂ ବାକି 3655 ଦିନ ଆମେ ଦେଖା କରିଛୁ । ମୁଁ ପଚାରିଲି ତୁ ଏତେ ହିସାବ ରଖିଛୁ । ମିହିର କହିଲା ହଁ, ଆଉ କଣ ପଚାରିବା ର ଅଛି ପଚାର। ମୁଁ କହିଲି ଏମିତି କିଛି କହ ଯାହା ମୁଁ ଜାଣିଛି କିନ୍ତୁ ମନେ ନାହିଁ ଅବା ମୁଁ ଜାଣିନି ? ମିହିର କହିଲା ଶୁଣିବୁ ତେବେ ଶୁଣ । ତୋର ପ୍ରଥମ ଦେଖା ଠାରୁ ଆଜି ପର୍ଯ୍ୟନ୍ତ ଯାହା ଯାହା ମୋର ମନେ ଅଛି ତାହା କହୁଛି ଶୁଣ । ତୁ 57 ଟି ଡ୍ରେସ କିଣିଛୁ, 173 ଥର ମୋ ଗୋଡ଼ରେ ମୁଣ୍ଡ ରଖି ଶୋଇଛୁ, 213 ଥର ତୋର ମୋର ଝଗଡା ହୋଇଛି । ୬ ଥର ମୋତେ ହଗ୍ କରିଛୁ । ତୁ ଆମ ଘରକୁ 2 ଥର ଯାଇଛୁ । ତୁ ମୋ ନୋଟ୍ କିମ୍ବା ବହି ଭିତରେ 184 ଥର I Love You ଲେଖି ରଖିଛୁ । 17 ଥର ମିଛ କହି ନିଜ ମୁଣ୍ଡକୁ ଛୁଇଁ ରାଣ କହିଛୁ ଏବଂ ପରେ ସତ କଥା କହିଛୁ ।29 ଥର ମୋ ପାଇଁ ତୁ ପୁଅ ଅବା ଝିଅ ମାନଂକ ସହିତ ଝଗଡା କରିଛୁ। 215 ଥର ନିଜ ସାଇକେଲ ଟାୟାର ର ପବନ ଛାଡ଼ି ମୋ ସାଇକେଲ ରେ ବସି ସ୍କୁଲ୍ ଏବଂ କଲେଜ୍ ଯାଇଛୁ । ମୋତେ ସାର୍ ଗାଳି ଦେବା ପରେ ତୁ ସେ ସାର୍ ଙ୍କୁ ପ୍ରାୟ 19 ଥର ମୋ ଆଗରେ ଗାଳି ଦେଇଛୁ । ମୋ ପାଇଁ 227 ଥର ନିଜ ଘରୁ ଟିଫିନ୍ ଆଣି ଦେଇଛୁ । ମୁଁ କହିଲି , ରହ ରହ, ଆରେ ତୁ ଏତେ ହିସାବ କେମିତି ରଖିଛୁ । ମିହିର କହିଲା ଏମିତି ମନେ ଅଛି। ତାପରେ ମୁଁ କହିଲି, ଓଃ ମାଇ ଗଡ୍, ମୁଁ ତ ଭୁଲି ଯାଇଛି ଯେ ମୁଁ ଗୋଟିଏ କଲେଜ୍ ଟପ୍ପର ସହିତ କଥା ହେଉଛି । ଆଚ୍ଛା ତାହା ହେଲେ ତୋର ସବୁ ମନେ ଥିବ ତ । ମିହିର କହିଲା ସବୁ ତ ମନେ ନାହିଁ କିନ୍ତୁ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରିବି । ମୋର ପ୍ରଶ୍ନ ଥିଲା , ନଦୀରେ କେତେ ଥର ମିଶି ଗାଧେଇଛୁ । ମିହିର ର ଉତ୍ତର ଥିଲା , 83 ଥର ଏବଂ 19 ଥର ତୋତେ ଆଉ 22 ଥର ମୋତେ ଜ୍ଵର ହୋଇଥିଲା । ମୁଁ କହିଲି ତୁ ଏତେ ସବୁ ମନେ ରଖିଛୁ । ମୁଁ ଉଠି ଯାଇ ମିହିର କୁ ପୁଣି ଥରେ କୁଣ୍ଢେଇ ନେଲି। ମିହିର ମୋ କାନ ପାଖରେ କହିଲା ଏଇଟା ସାତ ନମ୍ୱର୍ ହେଇଗଲା । ତାପରେ ଦୁହେଁ ହସିଲୁ । ମୁଁ କହିଲି , ହଉ ସେ ବିଷୟରେ ମୁଁ ତୋତେ ପରେ ପଚାରିବି ଏବେ ସେ କଥା ଛାଡ଼ି ଅନ୍ୟ କଥା ହେବା । ମୁଁ ପଚାରିଲି ବର୍ଷେ ପରେ ଆସିଲେ। ମୋତେ ଭୁଲି ଯିବୁନି ତ? ମିହିର କହିଲା ଭୁଲିବା ସ୍ଥିତି ମୋର ତ ନାହିଁ, ତୁ ଭୁଲିଯିବୁ କି କହ? ମୁଁ ଉତ୍ତର ଦେଲି, ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୋତେ ଭୁଲିବି ନାହିଁ। ମୁଁ କହିଲି ତୁ ଭଲରେ ଯାଆ ଏବଂ ଏବେ ଯେମିତି ଅଛୁ ଠିକ୍ ବର୍ଷେ ପରେ ମୋତେ ସେମିତି ମିହିର ଟିଏ ଦରକାର । ମିହିର କହିଲା ମୁଁ ତ ବଦଳିବି ନାହିଁ । ତାପରେ ମୁଁ କହିଲି ତୋ ଗୋଡ଼ରେ ମୁଣ୍ଡ ରଖି ଶୋଇବାକୁ ଈଛା ହେଉଛି। ମିହିର କହିଲା ଠିକ୍ ଅଛି। ମିହିର ମୋ ଚୁଟି କୁ ନେଇ ଆଙ୍ଗୁଠି ରେ ଗୋଲ ଗୋଲ କରି ଖେଳିବାକୁ ଲାଗିଲା । ଦୁହେଁ ପ୍ରାୟ ଦୁଇ ଘଣ୍ଟା ସେଠୀ ବସି କଥା ହେଲୁ । ମୁଁ କହିଲି ତୁ ଗଲା ଦିନ ପର୍ଯ୍ୟନ୍ତ ମୋତେ ପ୍ରତ୍ୟେକ ଦିନ ଆସି ଦେଖା କରିବୁ । ମିହିର କହିଲା ଠିକ୍ ଅଛି କିନ୍ତୁ ଗୋଟିଏ ସର୍ତ୍ତ ରେ ତୁ ପ୍ରତ୍ୟେକ ଦିନ ସକାଳ ୭ ଟାରେ ଠାକୁରାଣୀ ପାଖେ ମୋତେ ଅପେକ୍ଷା କରିଥିବୁ । ମୁଁ ସେଠୀ ଆସି ଦେଖା କରିବି ନହେଲେ ଅନ୍ୟ କୁଆଡେ ବୁଲିବାକୁ ଯିବା। ମୁଁ ମଧ୍ୟ ମାନିଗଲି । ଶେଷରେ ମୁଁ ମିହିର କୁ ଛୋଟିଆ ପ୍ରଶ୍ନ ଟିଏ ପଚାରିଲି ଯେ, ତୁ ଏତେ ଦିନ ମୋ ସହିତ ରହିଲୁଣି କେବଳ ମୁଁ ହିଁ ତୋତେ ହଗ୍ କରେ ତୋ ପଟୁ ତ କେବେ କରିନୁ ନା ତୋତେ କେବେ ମୋତେ କିସ୍ କରିବାକୁ ଇଚ୍ଛା ହୁଏନି?? ମିହିର ର ସୁନ୍ଦର୍ ଉତ୍ତର ଥିଲା। ତୋର ଇଚ୍ଛା କୁ କାଟିବାକୁ ଯାଇ ମନା କରିବି ତେବେ ତୋତେ ଦୁଃଖ ହେବ ଏବଂ ତୋର ପ୍ରଥମ ହଗ୍ ପରେ ମୋତେ ଅଳ୍ପ ଖରାପ ଲାଗିଥିଲା କିନ୍ତୁ ମୁଁ ତାକୁ ସାଧାରଣ ଭାବେ ଆପଣେଇ ନେଲି କିନ୍ତୁ କିସ୍ କଥା କହିବାକୁ ଗଲେ, ଯଦି କିସ୍ କରିବା ତେବେ ଆମ ଦୁହିଁଙ୍କ ପବିତ୍ର ସମ୍ପର୍କ ର ଛବି ଉପରେ ଅଳ୍ପ ଦାଗ ଲାଗିଯିବ । ତୁ ଚାହୁଁଚୁ ଯଦି କରିପାରୁ କିନ୍ତୁ ମୁଁ ଚାହେଁ ମୋର ସମ୍ପର୍କ ତୋ ସହିତ ସେମିତି ପବିତ୍ର ସମ୍ପର୍କ ହେବା ଦରକାର ଯାହା ଏ ଦୁନିଆର ପ୍ରେମ ଇତିହାସରେ ତଥା ଆମ ଜୀବନର ଇତିହାସ ରେ ଏକ ଅନନ୍ୟ ସ୍ମୃତି ହୋଇ ରହିବ ଏବଂ ଏହି ସମ୍ପର୍କ ର ଆରମ୍ଭ ଆମ ବିବାହ ପର ଠାରୁ ଆରମ୍ଭ ହେବ । ଆଜି କାଲି ପ୍ରେମୀ ଯୁଗଳ, ପ୍ରେମ ସମ୍ପର୍କ କୁ ଦେହ ସମ୍ପର୍କ ସହିତ ତୁଳନା କରି ସମ୍ପର୍କ ରଖୁଛନ୍ତି କିନ୍ତୁ ମୋ ପକ୍ଷେ ତାହା ସଂପୂର୍ଣ୍ଣ ଓଲଟା ଏବଂ ଆମ ସଂପର୍କ ସମ୍ପୂର୍ଣ୍ଣ ଶୁଦ୍ଧ ପ୍ରେମ ସମ୍ପର୍କ ହେବା ଦରକାର ଏବଂ ମୁଁ ଚାହେଁ ସମସ୍ତଙ୍କ ସମ୍ପର୍କ ଅପେକ୍ଷା ଆମ ସଂପର୍କ ସବୁଠୁ ନିଆରା ହେବା ଦରକାର। ଏବେ ତୁ କହ ତୋର ଯଦି ଇଛା ଅଛି ତେବେ ତୁ କିସ୍ କରିପାରୁ । ପ୍ରକୃତରେ ସେଦିନ ମୋର ଇଛା ଥିଲା କିନ୍ତୁ ମିହିର ର ଏହି ସୁନ୍ଦର୍ କଥା ଶୁଣି ମୁଁ ସଙ୍ଗେ ସଙ୍ଗେ ବଦଳିଗଲି ନିଜକୁ ବହୁତ୍ ଗର୍ବ ଅନୁଭବ କରିଲି ଏବଂ ମିହିର କୁ ମନା କରି କହିଲି ରୁ ଯଦି ସେ ସମ୍ପର୍କ କୁ ପବିତ୍ର ରଖିବାକୁ ଚାହୁଁଛୁ ତେବେ ମୁଁ ମଧ୍ୟ ସେ ସମ୍ପର୍କ ରେ ଦାଗ ଲଗାଇବାକୁ ଚାହିଁବି ନାହିଁ । ତାପରେ ମୁଁ ଶେଷ ଥର ପାଇଁ ମିହିର କୁ ହଗ୍ କରିଲି ଦୁହିଁଙ୍କ ଆଖିରେ ଟୋପେ ଟୋପେ ଲୁହ ଥିଲା , ଲୁହ କୁ ଲୁଚାଇବାକୁ ଯାଇ ହସିବା ପାଇଁ ମିହିର କୁ ପଚାରିଲି ହଗ୍ କରି ଭୁଲ କରିନି ତ? ମିହିର ମୁଣ୍ଡ ହଲେଇ ନାହିଁ କରିଲା । ତାପରେ ଦୁହେଁ ଫେରିଗଲୁ । ତାପରେ ମିହିର ମୋତେ ମନ୍ମଥ ର ସାଙ୍ଗ ଘରେ ଛାଡ଼ି ଆସିଲା ଏବଂ ଆମେ ଦୁହେଁ ଘରକୁ ଆସିଲୁ। ଘରେ ମା ମଧ୍ୟ ଦୁଃଖ କରି କହିଲେ ମିହିର ର କେତେଦିନ ଟ୍ରେନିଂ ଅଛି। ମୁଁ ଦୁଃଖରେ କହିଲି,ଗୋଟିଏ ବର୍ଷ ପୁରା। ବୋଉ ପଚାରିଲେ ସେ ଚାକିରି କରି ତୋତେ ଭୁଲି ଜୀବନୀ ତ? ମୁଁ କହିଲି ଆଉ କିଏ ଭୁଲିଯିବ କିନ୍ତୁ ସେ ମୋତେ ନା ମୁଁ ତାକୁ କେବେ ଭୁଲି ପାରିବୁ ନାହିଁ । ସେତେବେଳେ ବାପା ଆସିଗଲେ ଏବଂ ଦୁହେଁ ଚୁପ୍ ହୋଇଗଲୁ । […]
[…] Love Forever…10 […]