ଆମେ ଦୁହେଁ ଷ୍ଟାଇଲ ହେବାକୁ ଲାଗିଲୁ । ସ୍କୁଲ୍ ସମୟରେ ମୁଁ କେବଳ ପାଉଡର ଛଡ଼ା ଆଉ କିଛି ଲଗେଇନି କିନ୍ତୁ କଲେଜ୍ ଆସିବା ପରେ ଭଳି ଭଳି କି କ୍ରିମ ଏବଂ ବଡି ସ୍ପ୍ରେ ବହୁତ୍ କିଛି ବ୍ୟବହାର ରେ ଲାଗିଲା । ସତରେ କଲେଜ୍ ଲାଇଫ ଟା ସବୁଠୁ ମିଠା ଲାଗିଲା । ମାନେ ଆଉ କାହାର କେମିତି ମୁଁ ଜାଣିନି କିନ୍ତୁ ମୁଁ ତ ବହୁତ୍ ମଜା ନେଇଛି । କାରଣ ମୋ ମିହିର ମୋ ସାଙ୍ଗରେ ଥିଲା ।
+୨ ର ଦୁଇ ମାସ ପରେ ମିହିର ର ମାମୁଁ ଘରେ ଝଗଡା ଯୋଗୁ ମିହିର କୁ ବାଧ୍ୟ ହୋଇ ନିଜ ଗ୍ରାମ କୁ ଫେରିବାକୁ ପଡ଼ିଲା କିନ୍ତୁ ମୋତେ ବହୁତ୍ କଷ୍ଟ ହେଲା । ସେଦିନ ମିହିର ବହୁତ୍ ଦୁଃଖୀ ଥିଲା, ସେ କହୁଥିବା ସମୟରେ ତା ଆଖିରୁ ଲୁହ ବାହାରି ଯାଉଥିଲା ।
ତା ଗାଁ ମୁଣ୍ଡରେ ମୋ ହାତ ଧରି ମୋତେ ବୁଝାଇବାକୁ ଚେଷ୍ଟା କରିଲା ଯେ ସେ ନିର୍ଦ୍ଦୋଷ । ମୁଁ ବହୁତ୍ ଷ୍ଟାଇଲ ରେ ରୁହେ ଏବଂ ଭଳି ଭଳି କି ଛୋଟ ଛୋଟ କପଡା ପିନ୍ଧେ କିନ୍ତୁ ସେ କେବେ ମଧ୍ୟ ମୋତେ ଖରାପ ନଜର ରେ ଦେଖିନାହିଁ ନା ଆଉ କୋଉ ଝିଅ ଉପରେ ତାର ଖରାପ ନଜର ପଡେ ଓଲଟା ସେ ମୋତେ ଡ୍ରେସ ପିନ୍ଧା ପାଇଁ ମୋତେ ବହୁତ୍ ଥର ଗାଳି ଦେଇଛି । ଜାଣି ପାରୁଥିବେ ସେ କେତେ ସରଳ ।
ସେଦିନ ତାଙ୍କ ମାଇଁ ତା ଉପରେ ଏତେ ବଡ ଦୋଷ ଟିଏ ଲଦିଦେଲେ ଯେ ତାର ମାମୁଁ ମିହିର କୁ ବହୁତ୍ ଗାଳି ଦେବା ସହିତ ମାଡ ମଧ୍ୟ ମାରିଲେ।
ଦୋଷ ଟି ଥିଲା ମାମୁଁ ଝିଅ ରାନି କୁ ନେଇ । ରାନି ଏବଂ ମିହିର ଗୋଟିଏ ରୁମ୍ ରେ ପାଠ ପଢନ୍ତି ସେ ରୁମ୍ ଟି ହେଉଛି ରାନି ର କିନ୍ତୁ ତାହା କେବଳ ସନ୍ଧ୍ୟା ସମୟରେ ରାତିରେ ଖାଇବା ପରେ ମିହିର ଚାଲି ଆସେ ନିଜ ରୁମ୍ କୁ ।
କାରଣ ରାନି ର ପାଠ ମନ ରହେନୀ ଏବଂ ମାମୁଙ୍କ କହିବା ଅନୁସାରେ ମିହିର ତାକୁ ପାଠ ପଢେଇବା ସହିତ ସେଠୀ ମିଶି ପାଠ ପଢୁଥିଲେ ।
ରାନି ସେତେବେଳେ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିଲା । ମାମୁଁ ବିଜୁଳି ବିଭାଗ ରେ କାମ କରନ୍ତି ବେଳେବେଳେ ସେ ବାହାରେ ରୁହନ୍ତି ।
ସେଦିନ ମାମୁଁ ନାଇଟ ଡିଉଟି ଯାଇଥିଲେ । ରାତି ଖାଇବା ସମୟରେ ମାଇଁ ମିହିର କୁ ପଚାରିଲେ ଯେ , ମିହିର ତମ କୁ ମୁଁ ଗୋଟିଏ କଥା କହିବି ରଖିବ ତ? ମିହିର ହଁ କରିଲା । ମିହିର ଭାବିଥିଲା କିଛି କାମ ଥିବ। ମିହିର କୁ ପୁଣି ପ୍ରଶ୍ନ କଲେ ମୁଁ ଯାହା କହିବି ରଖିବ ନା?? ମିହିର ପୁଣି ଥରେ ହଁ କରିଲା ।
ସେ ଜାଣି ନଥିଲା ଯେ ମାଇଁ ଏଠି ତାକୁ ଚକ୍ରବ୍ୟୁହ ରେ ଫସେଇବେ । ମାଇଁ କହିଲେ ତମେ ଚାକିରି ପରେ ଆମ ଘରେ ରହିବ ନା ତମ ଘରକୁ ଫେରିଯିବ? ମିହିର କହିଲା ହଁ ବୁଲିବା ପାଇଁ ଆସିବି ନିଶ୍ଚୟ।
ମାଇଁ କହିଲେ ନା ମୋର କହିବା କଥା ହେଲା ଚାକିରି ପରେ ଆମ ଘରେ ରହିଲେ କେମିତି ହୁଅନ୍ତା । ଆମର ତ କେହି ପୁଅ ନାହାନ୍ତି । ତମେ ମୋର ପୁଅ ଭଳି।
ମିହିର କହିଲା , ତମ ଦୁଇ ଜଣଙ୍କ ଭଲ ପାଇବା ଯୋଗୁ ତ ମୋତେ ମୋ ନିଜ ଘର କୁ ଯିବା ପାଇଁ ଇଚ୍ଛା ହେଉନି । ମାଇଁ ପୁଣି କହିଲେ ମୋର କହିବା କଥା ହେଲା ଆମର ଯେତେ ସମ୍ପତି ଅଛି ସବୁ ତୁମ ନାମରେ ଲେଖିଦେବୁ ଏବଂ ତମେ ରାନି କୁ ବିବାହ କରି ଆମ ଘରେ ମୋ ପୁଅ ଭଳି ରହିବ।
ମିହିର ର ଅଧା ଖିଆ ହୋଇଥିଲା । ସେ କଣ କହିବ କିଛି ଭାବି ପାରିଲା ନାହିଁ । ସେ ଆଉ କଣ ଖାଇବ। ସେ କିଛି ଉତ୍ତର ନ ଦେଇ ଅଧା ଖିଆ ଛାଡ଼ି ଉଠିଗଲା।
ମାଇଁ ମିହିର କୁ କହିଲେ କଣ ହେଲା ? ଅଧା ଖାଇ ଛାଡ଼ିଦେଲ । ମିହିର ମାଇଁ କୁ କହିଲା, ମାଇଁ , ମୋତେ କ୍ଷମା କରିବେ, ବର୍ତ୍ତମାନ ମୋର ଚାକିରି ହୋଇନି ଏବଂ ମୁଁ ଆପଣଙ୍କ ଝିଅ କୁ ମୋର ସାନ ଭଉଣୀ ଭାବରେ ଦେଖେ ତାକୁ ମୁଁ କେମିତି ବିବାହ କରିବି ଏବଂ ତାହା ଅସମ୍ଭବ ।
ଆଉ ରହିଲା ଆପଣଙ୍କ ଘରେ ରହିବା କଥା ଆପଣ ଯେମିତି ଚାହୁଁଛନ୍ତି ସେମିତି ଅସମ୍ଭବ ମାଇଁ । ସେଦିନ ରାନି ଶୀଘ୍ର ଖାଇ ଶୋଇ ପଡ଼ିଥିଲା ।
ମାଇଁ ରାଗିଗଲେ ଏବଂ ରାଗରେ ପାଖରେ ଥିବା ପାଣି ଗ୍ଲାସ୍ କୁ ଫୋପାଡି ଦେଇ ମିହିର କୁ କହି ଚାଲିଲେ ଯେ ତମେ ଏମିତି କହିବ ବୋଲି ମୁଁ ଆଶା କରି ନଥିଲି । ମୋ ଝିଅ କଣ ଅସୁନ୍ଦର, ନା ଆମର ଟଙ୍କା ନାହିଁ । ତମ ଘର ଠାରୁ ଆମ ଘରେ ଅଧିକ ସମ୍ପତି ଅଛି । ମିହିର କିଛି ନ କହି ଚୁପ୍ ରହିଲା ।
ମାଇଁ କହିଲେ ତମେ ବିବାହ ପାଇଁ ମନା କରୁଛ କାରଣ ତମେ ଅନୁ କୁ ଭଲ ପାଉଛ ? ମିହିର କହିଲା , ନା ମାଇଁ ସେ ମୋ ସାଙ୍ଗ, ତାକୁ ମୁଁ ଭଲ ପାଏନି ।
ମାଇଁ ପଚାରିଲେ ତେବେ କଣ ପାଇଁ ମନା କରୁଛ । ମିହିର କହିଲା , ମାଇଁ ମୁଁ ରାନି କୁ ମୋର ଛୋଟ ଭଉଣୀ ଭଳି ସ୍ନେହ ଦେଇ ଆସିଛି ତା ସହିତ ମୁଁ କେମିତି ବିବାହ କରିବି ??
ଗ୍ଲାସ୍ ପଡ଼ିବା ଶବ୍ଦ ଶୁଣି ରାନି ଉଠି ଯାଇଥିଲା ଏବଂ ସେ ଆସି ପହଞ୍ଚିଲା । ସେ ସବୁ କଥା ଶୁଣି କହିଲା, ନା ମମି,, ମୁଁ ମିହିର ଭାଇ କୁ ବିବାହ କରିବି ନାହିଁ ସେ ମୋର ଭାଇ ତାଙ୍କୁ ତମେ ତାଙ୍କୁ ବାଧ୍ୟ କର ନାହିଁ ।
ମାଇଁ ରାନି କୁ ଜବାବ୍ ଦେଇ କହିଲେ ତୁ ଚୁପ୍ କର , ମୁଁ ଯାହା କହୁଛି ଶୁଣ ଏବଂ ତାକୁ ମାନିବାକୁ ବାଧ୍ୟ । ଏହି କଥା ଶୁଣି ମିହିର କିଛି ଉତ୍ତର ନ ଦେଇ ନିଜ ରୁମ୍ କୁ ଚାଲିଗଲା ।
ସେଦିନ ମାଇଁ ରାତିରେ କିଛି ଖାଇ ନାହାନ୍ତି । ତାଙ୍କର ବ୍ଲଡ଼ ପ୍ରେସର୍ ଅଛି ସେ ସଙ୍ଗେ ସଙ୍ଗେ ରାଗି ଯାଆନ୍ତି । ଏମିତି ପୂର୍ବରୁ ବହୁତ୍ ଥର ମାଇଁ ରାଗନ୍ତି କିନ୍ତୁ ମିହିର ତାଙ୍କ କଥା କୁ ଶୁଣି ଭୁଲି ଯାନ୍ତି । କାରଣ ମାମୁଁ ମିହିର କୁ ବହୁତ୍ ଭଲ ପାଆନ୍ତି, ମିହିର ଯୋଉଦିନ ଜନ୍ମ ହେଲା ସେଦିନ ମାମୁଁ ଙ୍କୁ ଚାକିରି ମିଳିଥିଲା ।
ସେଥିପାଇଁ ସେ ମିହିର କୁ ଶୁଭ ବୋଲି ଭାବନ୍ତି । ଏହି ଘଟଣା ବିଷୟରେ ମାମୁଁ କିଛି ଜାଣି ନାହାନ୍ତି କି ମାମୁଁ କେବେ ତାଙ୍କ ଝିଅ ବାହାଘର କଥା ମଧ୍ୟ ଭାବି ନାହାନ୍ତି । ତା ପର ଦିନ ସକାଳେ ୫ ଟାରେ ମାମୁଁ ଡିଉଟି ସାରି ଘରେ ପହଞ୍ଚିଲେ ।
ମିହିର କଲେଜ୍ ଯିବାକୁ ବାହାରିଲା । ମାମୁଁ ମିହିର କୁ ଡାକିଲେ ଏବଂ ବସିବାକୁ କହି ପଚାରିଲେ କାଲି ତୁ କଣ ଭୁଲ କରିଛୁ । ମିହିର ଚୁପ୍ ରହିଲା । ମାମୁଁ ଆଉ କିଛି ନ କହି ମିହିର କୁ ଗୋଟିଏ ଚାପୁଡା ଦେଲେ ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.


4 Responses
School life ta bahut miss karuchi 🥲 , ସାଥୀ ,ମଜା ମସ୍ତି &picnic 🥳🏏🚴♂️🥰😭😭
ପୁଣି ସେହି ସମୟ କୁ ଚାଲିଯିବା ପାଇଁ ମନ କହୁଛି ।
[…] Click here Part-4 ମିହିର ଛଳ ଛଳ ଆଖିରେ ମାମୁଁ ଙ୍କୁ ଚାହିଁ ରହିଲା । ମିହିର ଭାବିଲା ମାମୁଁ ମୋ ଉପରେ କେବେ ହାତ ଉଠେଇ ନଥିଲେ ଏବଂ ଆଜି ମୁଁ କେବଳ ବିବାହ ପାଇଁ ମନା କରିବା ଯୋଗୁ ମୋତେ ମାଡ ଖାଇବାକୁ ପଡ଼ିଲା ?? ମିହିର ଏତିକି ଭାବି ଚୁପ୍ ରହିଥିଲା କିନ୍ତୁ ଚାପୁଡା ର କାରଣ କିଛି ଅଲଗା ଥିଲା । ମାମୁଁ କହିଲେ ମୁଁ ତୋତେ ମୋ ପୁଅ ଭଳି ଭାବୁଥିଲି କିନ୍ତୁ ତୁ କାଲି ସେ ଭୁଲ କରି ମୋ ଆଖିରେ ସବୁ ଦିନ ପାଇଁ ପର ହୋଇଗଲୁ । ମିହିର କିଛି ବୁଝି ପାରିଲା ନାହିଁ । ମିହିର ପଚାରିଲା, ମୁଁ କଣ କରିଛି ମାମୁଁ । ମାମୁଁ ରାଗରେ କହି ଉଠିଲେ , ପୁଣି ପଚାରୁଚୁ କଣ କରିଛୁ ? ମାମୁଁ ମିହିର ର କଲର ଧରି ବାରଣ୍ଡା କୁ ଟାଣି ଆଣିଲେ ଏବଂ କହିଲେ ତୁ ଏବେ ତୋ ଗାଁ କୁ ଚାଲି ଯା । ମିହିର ପୁଣି ପ୍ରଶ୍ନ କରିଲା ମାମୁଁ ମୋର ଭୁଲ ତ କଣ କୁହ ? ମାମୁଁ କହିଲେ ତୁ କିଛି ଜାଣିନୁ । ତୁ ତୋ ମା ଭଳି ମାଇଁ କୁ ଖରାପ ନଜର ରେ ଦେଖୁଛୁ ଏବଂ ରାନି କୁ ନିଜ ସାନ ଭଉଣୀ କୁ ବୋଲି ଭାବୁଛୁ ନା ତେବେ ସେ ଶୋଇବା ଅବସ୍ଥାରେ ତାକୁ ଖରାପ ମନୋଭାବ ନେଇ ତାକୁ ଛୁଇଁବାକୁ କାହିଁକି ଚେଷ୍ଟା କରିଥିଲୁ ? ମିହିର ଆଖିରେ ଲୁହ ଆସିଗଲା । ତା ପାଦ ତଳୁ ମାଟି ଖସିଗଲା। ମିହିର କହିଲା , ମାମୁଁ ଏ ସବୁ ମିଛ । ମୁଁ କିଛି କରିନି । ମାଇଁ କୁ, ମୁଁ ମା ଭଳି ଦେଖେ ଏବଂ ରାନି ମୋ ସାନ ଭଉଣୀ ତାକୁ ମୁଁ ଖରାପ ଭାବେ କେମିତି ଛୁଇଁବି ?? ମାମୁଁ କହିଲେ ତୋ କଥା ମୁଁ କିଛି ଶୁଣିବି ନାହିଁ । ସେତିକିବେଳେ ରାନି ସ୍କୁଲ୍ ଚାଲିଗଲାଣି । ମାଇଁ ଜାଣି ଶୁଣି ଘର ଭିତରେ ଲୁଚି ରହିଥିଲେ । ମିହିର ପୁଣି କହିଲା । ମାମୁଁ ଏ ସବୁ ମିଛ । ତମେ ରାନି କୁ ପଚାରି ବୁଝ, ସେ ସବୁ ସତ କଥା କହିବ । ମାମୁଁ କିଛି ଶୁଣିବାକୁ ଚାହୁଁ ନଥିଲେ । ସେ ରାଗରେ ବହୁତ୍ କିଛି କହି ଯାଉଥିଲେ । ମିହିର ମାମୁଁ ଙ୍କ ଗୋଡ଼ ତଳେ ପଡି ଗଲା । କହିଲା ମାମୁ , ତମେ ମୋ ବାପା ଭଳି ତମେ ମୋତେ ବିଶ୍ୱାସ କର ,ମାଇଁ ମିଛ କହୁଛନ୍ତି । ମୁଁ ମିଛ ଦୋଷ ନେଇ ତୁମ ଆଗରେ ଛୋଟ ହେବାକୁ ଚାହୁଁନି, ମୋ କଥା କୁ ବିଶ୍ୱାସ କର । ମୁଁ ସେମିତି କିଛି କରିନି । ମାମୁଁ ପୁଣି କହି ଉଠିଲେ । କାଲି ମାଇଁ ଲୁଗା ପିନ୍ଧିବା ସମୟରେ ତୁ ସେ ଘରକୁ କାହିଁକି ଯାଇଥିଲୁ । ମିହିର କହିଲା ,ମାମୁଁ ଏ କଥା ସବୁ ମିଛ ସେ କୋଉ ସମୟ କଥା କହୁଛନ୍ତି ମୁଁ ମଧ୍ୟ ଜାଣିନି ଏବଂ ଆମେ ଦୁହେଁ କାଲି ଦିନରେ ପାଠ ପଢ଼ୁଥିଲୁ। ମୋ କଥା କୁ ବିଶ୍ୱାସ କର ମାମୁଁ, ମୁଁ କିଛି ଜାଣିନି । ଏ ସବୁ ମିଥ୍ୟା ଆରୋପ। ମାମୁଁ ପୁଣି ଥରେ ମିହିର କୁ ଧକ୍କା ଦେଇ କହିଲେ । ତୁ ଏଠି ଆଉ ଅଳ୍ପ ମୁହୂର୍ତ୍ତ ମଧ୍ୟ ରହିବୁ ମୁଁ ତୋତେ ଜୀବନରେ ମାରିଦେବି ଯଥା ଶୀଘ୍ର ଏଠୁ ଚାଲି ଯା । ମିହିର ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ ମାମୁଁ ବୁଝିବାକୁ ନାରାଜ । ଶେଷରେ ମିହିର ଘର ଭିତରକୁ ଯାଇ ଗୋଟିଏ ବ୍ୟାଗ୍ ରେ କିଛି କପଡା ଆଉ ଅନ୍ୟ ବ୍ୟାଗ୍ ରେ କିଛି ବହି ପତ୍ର ନେଇ ସାଇକେଲ ରେ ଚାଲିଲା ନିଜ ଗାଁ କୁ । ସେଦିନ ମାମୁଁ ମିହିର କୁ ଛାଡ଼ିବାକୁ ଗଲେ ନାହିଁ । ମିହିର ର ଗାଁ ର ଦୂରତା ୨୦ କିମି । ତାର ଆଖିରୁ ଲୁହ ବାହାରି ଯାଉଥାଏ । ସେ ମାମୁଁ ଆଗରେ ସବୁ ଦିନ ପାଇଁ ଦୋଷୀ ହୋଇଗଲା । ତାର କଥା ଶୁଣିବ କିଏ । ସେ କାନ୍ଦ କାନ୍ଦ ଅବସ୍ଥାରେ ନିଜ ଗାଁ ରେ ପହଞ୍ଚିଲା। ସେଠି ମିହିର ର ବାପା ଏବଂ ବୋଉ ମିହିର କୁ ଦେଖି ଦୁଃଖୀ ହେଲେ ଏବଂ ମିହିର ତାଙ୍କୁ ସବୁ ସତ ସତ କହିଲା। ସେକଥା ଶୁଣି ମିହିର ଘର ଲୋକ ମାମୁଁ ଉପରେ ବହୁତ୍ ରାଗିଲେ। ମିହିର ର ବାପା ଜଣେ ହାଇସ୍କୁଲ ପିଅନ ଥିଲେ ବର୍ତ୍ତମାନ ସେ ଅବସର ପ୍ରାପ୍ତ ଅବସ୍ଥାରେ ଘରେ ଅଛନ୍ତି । ମିହିର ର ବାପା , ରାଗରେ ମାମୁଁ ପାଖକୁ ଯିବାକୁ ବାହାରିଲେ କିନ୍ତୁ ମିହିର ର ଅନୁରୋଧ ରେ ବାପା ନିଜ ରାଗ କୁ ଶାନ୍ତ କରି ଚୁପ୍ ରହିଲେ । ଏପଟେ ମୁଁ କଲେଜ୍ ରେ ଅପେକ୍ଷା କରିଥାଏ । ମୁଁ ବହୁତ୍ ସମୟ ଅପେକ୍ଷା କରିଲି ସେତେବେଳେ ଫୋନ୍ ନଥିଲା । ମୁଁ ଅପେକ୍ଷା କରି କରି ଫେରି ଆସିଲି। ଆସିଲା ବେଳକୁ ମିହିର ର ଘର ହୋଇ ଆସିଲି ଦେଖିଲି ମିହିର ର ସାଇକେଲ ନାହିଁ । ମୁଁ ଭାବିଲି ବୋଧେ ନିଜ ଗାଁ କୁ ଯାଇଥିବ କିନ୍ତୁ ପୁଣି ଭାବିଲି ସେ ଯେବେ ଗାଁ କୁ ଯାଏ ମୋତେ ପ୍ରଥମେ ପଚାରେ ତା ପରେ ଯାଏ ତେବେ ସେ ଯାଇ ନଥିବ। ମୁଁ ବ୍ୟସ୍ତ ହୋଇ ପଡିଲି । କେମିତି ଜାଣିବି ମିହିର ବିଷୟରେ? ତାପରେ ମୋ ସାଙ୍ଗ କୁନି ପାଖକୁ ଗଲି ତାକୁ ଅନୁରୋଧ କରି କହିଲି ତୁ ମିହିର ଘରକୁ ଯିବୁ କି ? କୁନି କହିଲା କଣ ପାଇଁ ?? ମୁଁ ବୁଝେଇଲି ରାନି ସହିତ କଥା ହେବା ବାହାନାରେ ଯିବୁ ଏବଂ ମିହିର କୋଉଠି ଅଛି ପଚାରି ବୁଝି ଆସିବୁ । ଏକଥା ଶୁଣି ପ୍ରଥମେ ସେ ମନା କରିଲା କିନ୍ତୁ ତାକୁ ବାରମ୍ବାର ଅନୁରୋଧ କରିବା ପରେ ସେ ତାଙ୍କ ଘରକୁ ଗଲା । ସେତିକି ବେଳେ ସନ୍ଧ୍ୟା ୫ ଟା ବାଜିଲାଣି । କୁନି ଯାଇ ପହଁଚିଲା ମାମୁଁ ଘରେ । ସେତେବେଳେ ମାମୁଁ ଏବଂ ମାଇଁ ଙ୍କ ଝଗଡା ହେବା ର ଶବ୍ଦ ଶୁଣା ଯାଉଥାଏ । ମଝିରେ ମଝିରେ ରାନି କହୁଥାଏ । ମମି ଙ୍କ ସବୁ ଭୁଲ । ମିହିର ଭାଇ ର କିଛି ଭୁଲ ନାହିଁ । ମାମୁଁ ରାଗି ମାଇଁ ଙ୍କୁ ଗାଳି କରୁଥାନ୍ତି । କୁନି କବାଟ ପାଖରେ ପହଞ୍ଚିଲା, ଘର ଭିତରୁ ଗାଳି ଏବଂ ଝଗଡା ଶୁଣି ଘର ଭିତରକୁ ଯିବା ପାଇଁ ସାହାସ କରିପାରିଲା ନାହିଁ। ସେତକ କଥା ଶୁଣି ସେ ଫେରି ଆସିଲା । ସେ ଶୁଣିଥିବା ସବୁ କଥା ମୋତେ କହିବା ପରେ ମୁଁ ପଚାରିଲି ମିହିର ସେଠୀ ଥିଲା ?? କୁନି ମନା କରି କହିଲା , ସେ ବୋଧେ ନାହିଁ କାରଣ ତାର କଥା ବାର୍ତ୍ତା ଶୁଣା ଯାଉ ନଥିଲ । ମୋର ଚିନ୍ତା ପୁଣି ବଢ଼ିବାକୁ ଲାଗିଲା । ମିହିର ଘରେ ନାହିଁ ତେବେ କଣ ହୋଇ ଥାଇ ପାରେ ଭାବିଲି । ମୁଁ ଯାଇ ପଚାରି ବୁଝେ କିନ୍ତୁ ମିହିର ର ମାଇଁ ମୋତେ ପସନ୍ଦ କରନ୍ତି ନାହିଁ । ପୁଣି ପଛ ଘୁଂଚା ଦେଇ ଘରକୁ ଫେରି ଆସିଲି । ଭାବିଲି ହଉ, ଆଜି ଦିନଟା ନହେଲା ନାହିଁ କାଲି ଦେଖିଲେ ତାକୁ ପ୍ରଥମେ ମାଡ ଦେବୀ ତାପରେ ଆଉ କିଛି କହିବି କିନ୍ତୁ ପର ଦିନ ମଧ୍ୟ ସେ ଅବସ୍ଥା ମିହିର କଲେଜ୍ ଆସିଲା ନାହିଁ । ଅପେକ୍ଷା କରି ରହିଲି ଦିନ ୧ ଟା ରେ କିଛି କ୍ଲାସ୍ ସରିବା ପରେ କୁନି କେମିତି ଖବର ପାଇଲା ଯେ ମିହିର କୁ ତାର ମାମୁଁ ଘରୁ ବାହାର କରିଦେଇଛନ୍ତି ଏବଂ ମିହିର ଏବେ ନିଜ ଗାଁ ରେ ଅଛି । ମୁଁ କଣ କରିବି କିଛି ଭାବି ପାରୁ ନଥାଏ କଲେଜ୍ ରୁ ମିହିର ର ଘର ୧୫ କିମି ହେବ । ମୋ ମୁଣ୍ଡ ଚିନ୍ତା ରେ ଦି ଗୁଣ ହୋଇ ଯାଉଥିଲା । ସଙ୍ଗେ ସଙ୍ଗେ କୁନି କୁ ସାଇକେଲ ଚାବି ଦେଇ କହିଲି ତୁ ଯା ଏବଂ ଘରେ କହିବୁ ଅନୁ ର ଆଉ କିଛି କ୍ଲାସ୍ ଅଛି ସେ ସନ୍ଧ୍ୟାବେଳେ ଆସିବ । ସେ ମୋ ସାଇକେଲ ଧରି ଆଉ ଗୋଟିଏ କ୍ଲାସ୍ ପରେ ଘରକୁ ଫେରିଲା କାରଣ ସେଦିନ ଆମେ ଦୁହେଁ ଗୋଟିଏ ସାଇକେଲ ରେ ଯାଇଥିଲୁ । Part-6 ରେ ପଢ଼ିବେ : (ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ ) Bhuyans Blog ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ। ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ । Click Here and send your Article (Whatsapp Link) […]
[…] Love Forever…4 […]