ସନ୍ଧ୍ୟା:- ଦେଖୁଛ ତ ମୁଁ ହାତରେ କଣ ଧରିଛି ।
କୁମାର:-ଏ କଣ କରୁଛ ମୋତେ ମାରିବ ନା କଣ ??
ସନ୍ଧ୍ୟା:- ତମକୁ କାଇଁ ମାରିବି, ମୁଁ ନିଜେ ମରିଯିବି । ତମେ ଯଦି ଆଉ କାହାକୁ ବାହାହବ।
କୁମାର ଡରିଯାଇଥାଏ…
ସନ୍ଧ୍ୟା:-ଡରିଗଲ ନା ମୁଁ Just Acting କରୁଥିଲି ହା ହା ହା….
କୁମାର:- ଚୁପ୍ କର ବେଶି ହସ ଲାଗିଛି ନାଇଁ ସବୁବେଳେ ଗୋଟେ ମରିବା କଥା । ଏମିତି ଛୋଟଛୁଆ ଭଳି କାଇଁ ହଉଛ କେଜାଣି ।
ସନ୍ଧ୍ୟା:- Sorry Sorry ଆଉ କହିବିନି ହେଲା ତ ।
କୁମାର:- ହଁ ହଁ ହେଲା ବାୟାଣୀ ।
ତାପରେ ସମସ୍ତେ ମିଳିମିଶିକି କାମକଲେ…. ରୋଷେଇ ରେଡି ହେଇଗଲା । ତାପରେ ବ୍ରାହ୍ମଣ ଭୋଜନ ଆରମ୍ଭ ହୋଇଯାଇଥାଏ । ଆଉ ସେଥିପାଇଁ ଦକ୍ଷିଣା ଦବାପାଇଁ କୁମାରକୁ ଧୋତି ପିନ୍ଧିବାକୁ କୁହା ହେଇଯାଇଥାଏ । କୁମାର ଧୋତି ପିନ୍ଧି ଆସି ଦକ୍ଷିଣା ଦେଇଥାଏ ।
ଏମିତି କିଛି ସମୟପରେ ବନ୍ଧୁ ବାନ୍ଧବ ଖାଇବାପାଇଁ ଆସିଯାଇଥାନ୍ତି । କୁମାର ସବୁସାଙ୍ଗମାନେ ଭୋଜନ ବାଣ୍ଟିବାରେ ରହିଥାନ୍ତି ।
ସମସ୍ତେ ଖାଇବା ପରେ କୁମାର ର ସାଙ୍ଗମାନେ ଆଉ ସନ୍ଧ୍ୟା ମଧ୍ୟ ଆସି ଖାଇବାକୁ ବସିଲେ ।
କୁମାର ର ପରିବାର ସମସ୍ତେ ଆଉ ସାଙ୍ଗମାନେ ବସିକି ଖାଇବା ଆରମ୍ଭ କରନ୍ତି ।
ସମସ୍ତେ ଖାଉଥାନ୍ତି ଏପଟେ ସନ୍ଧ୍ୟା ଖାଇବା ଧରିକି ବସିଥାଏ ….ଖାଉ ନଥାଏ… କୁମାର ତା ଜାଗାରୁ ଉଠି ସନ୍ଧ୍ୟା ପାଖକୁ ଯାଉଥାଏ ।
କୁମାର ର ବୋଉ:-କୁଆଡେ ଯାଉଛୁ ଖାଇକି ଯାଉନୁ ଆରେ ଶୁଣ…
କୁମାର:- ତୁ ଖାଆ …. ମୁଁ ଟିକେ ଆସୁଛି ।
କୁମାର:- ଏଇ ବାୟାଣୀ ଖାଉନ କଣ ହେଲା ।
ସନ୍ଧ୍ୟା:-ମୋତେ ଭୋକ ଲାଗୁନି କଣ ଖାଇବି ଯେ…
କୁମାର:-ଏଠି ସମସ୍ତଙ୍କୁ ଭୋକ ଲାଗୁଛି ତମକୁ ଭୋକ ଲାଗୁନି,।ଖାଇବ ନା ଦେଖିବ ଏଇନେ….
ସନ୍ଧ୍ୟା:-ଆରେ ଶୁଣ ଶୁଣ ବ୍ରାହ୍ମଣ ମାନଙ୍କ ପାଇଁ ଯୋଉ ଲଡୁ ଆସିଥିଲା ମୁଁ ସେଥିରୁ ୨ଟା ଖାଇ ଦେଇଥିଲି ସେଥିପାଇଁ ଭୋକ ଲାଗୁନି ।
To be continued…….
Promo: ( କୁମାର ସନ୍ଧ୍ୟା କୁ ଖୁଆଇ ଦେଉଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-178
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_178
Smruti+tume+sradhanjali+in+odia+by+kumars+diary+part+178

No responses yet