Category Archives: Love Story

ପ୍ରେମ…

ସତରେ କେତେ ଅଜବ ସେ ପ୍ରେମ…
ଜଣେ ସବୁ କିଛି ସହି ମଧ୍ୟ ପ୍ରେମକୁ ପାଉନି ତ…
ଆଉ ଜଣେ ଛଳନା କରି ମଧ୍ୟ ପ୍ରେମକୁ ପାଇଯାଉଛି ।

କାହା ଅପେକ୍ଷ୍ୟା ରେ ରାତି କଟି ଯାଉଛି ତ…
ଆଉ କିଏ ପ୍ରେମକୁ ପାଇ ମଧ୍ୟ ଖୁସିରେ ନାହିଁ ।

କିଏ ପ୍ରେମ ପାଇଁ ସବୁ କିଛି ଛାଡି ଦେଉଛି ତ…
ଆଉ କିଏ ସବୁ କିଛି ଛାଡ଼ିଲା ପରେ ବି ପ୍ରେମକୁ ପାଉନି। 
             
କିଏ ପ୍ରେମ ପାଇଁ ଟଙ୍କା ଅର୍ଜନ କରୁଛି ତ…
ଆଉ କିଏ ଟଙ୍କା ପାଇଁ ଧୋକା ଦେଉଛି ।

କିଏ ପ୍ରେମକୁ ପାଇ ହସୁଛି ତ…
କିଏ ପୁଣି ପ୍ରେମ ପାଇଁ କାନ୍ଦୁଛି।
            
କିଏ ପ୍ରେମକୁ ନିଜ ଆଖିରେ ଦେଖୁଛି ତ…
ପୁଣି କିଏ ପ୍ରେମକୁ କାହାଣୀ କରି ନିଜ ଡ଼ାୟେରୀ
କବିତା ର ରୂପ ଦେଉଛି।

ସତରେ ବିଚିତ୍ର ଏବଂ ଅନେକ ରୂପ, ରଙ୍ଗ ଏହି ପ୍ରେମର…
                                                 

                     ଜିତେନ୍ଦ୍ର ସ୍ଵାଇଁ
          ॥ ସୋଲଣ୍ଡି, ଗଞ୍ଜାମ ॥

ଅଭୁଲା ଅତୀତ

ଆଜି ପୁଣି ସଞ୍ଜ ଗଡିଗଲା
ତୋ ଅପେକ୍ଷାରେ..
କାହିଁକି କେଜାଣି
ସମୟ ମୋ ପାଇଁ ସବୁବେଳେ
ସ୍ମୃତି ର ସନ୍ତକ କରିଦିଏ
ବିନା ମୋ ପ୍ରଶ୍ନରେ…

ଇଚ୍ଛା ଥିଲା ବହୁ ଦିନୁ
ତୋର ସେହି କୋମଳ
ଓଠ ଥିବା ହସ କୁ
ପାନ କରିବି ବୋଲି
କିନ୍ତୁ ଆଜି ପୁଣି ନିର୍ବିକାର
ଆଉ ମୁଁ ଏକା ଏକା…

ତୁ ଆସି ନଥିଲୁ କାହିଁକି !!
ତାହା ମୁଁ ଜାଣେ,
ଦୁଃଖର ଜର୍ଜରିତ ଅବସ୍ଥାରେ
ତୁ ମଧ୍ୟ ଘର କୋଣେ
ଲୁହ ଚାପି ରଖି
ଲକ୍ଷ ର ସମାହାର କୁ
ହରେଇ ବସିଥିଲୁ ???

ହଁ… ତୁ ବନ୍ଧା ହୋଇଥିଲୁ
ପରିବାର ର ସମ୍ମାନ ସହିତ
ଏବଂ ମୁଁ ବନ୍ଧା ହୋଇଥିଲି
ସମୟ ଚକ୍ରର
ଅଜଣା ଠିକଣା ରେ…

ମୋର ଆଶା ର ଉପେକ୍ଷା
ବିଷୟ ଉପରେ ପୂର୍ଣ୍ଣଚ୍ଛେଦ
ପଡିଗଲା ସେଦିନ…
କାଳେ ଦେଖା ହେବ ଆଶାରେ
ବସି ଥାଏ ସେ ମନ୍ଦିର ପଛ ପଟ
ବାରଣ୍ଡାରେ..

କିନ୍ତୁ ଆଶା ଆଉ ଭାବନା
ସବୁ ନିସ୍ତେଜ ହୋଇ
ପଡ଼ିଥିଲା ସେ ଦିନ ଠାରୁ…
ନା ତୁ ଫେରିନୁ,
ନା ଅପେକ୍ଷା ପାଇଁ
ମୁଁ ମୋ ସମୟ କୁ ମୁଁ ନଷ୍ଟ
କରିଛି…

ଚାଲିଗଲା ସେ ସମୟ
ମୁଁ ମଧ୍ୟ ବନ୍ଧା ହୋଇଗଲି
ସମ୍ପର୍କ ଶିକୁଳି ରେ…
ଆଜି କାହିଁକି ଦେଖା
କରିବାକୁ ଆସିଛୁ…

ତୁ ତ ଠିକ୍ ଅଛୁ
ତୋ ପରିବାର ସହିତ
କଣ ମଗର ଦୁଃଖ
ଦେଖାଇବାକୁ ଆସିଛୁ  ??

ସ୍ପର୍ଶ କରିବୁ ନାହିଁ ମୋତେ
କାଳେ ବାଦଲ ଛିଣ୍ଡି ଯିବ
ଆଜି ଏହି କ୍ଷଣି…

ଭଲ ହେବ ଭୁଲି ଯାଆ
ସେ ସ୍ମୃତି ଲିପା
ସେ ଅଭୁଲା ଅତୀତ କୁ…
ସେ ଅଭୁଲା ଅତୀତ କୁ…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

http://