Category Archives: Love Story

Love Forever 5 ( A Story of Love Birds)

Love Forever( A Story of Love Birds) ...5
Love Forever( A Story of Love Birds) …5
ମିହିର ଛଳ ଛଳ ଆଖିରେ ମାମୁଁ ଙ୍କୁ ଚାହିଁ ରହିଲା । ମିହିର ଭାବିଲା ମାମୁଁ ମୋ ଉପରେ କେବେ ହାତ ଉଠେଇ ନଥିଲେ ଏବଂ ଆଜି ମୁଁ କେବଳ ବିବାହ ପାଇଁ ମନା କରିବା ଯୋଗୁ ମୋତେ ମାଡ ଖାଇବାକୁ ପଡ଼ିଲା ?? ମିହିର ଏତିକି ଭାବି ଚୁପ୍ ରହିଥିଲା କିନ୍ତୁ ଚାପୁଡା ର କାରଣ କିଛି ଅଲଗା ଥିଲା ।
ମାମୁଁ କହିଲେ ମୁଁ ତୋତେ ମୋ ପୁଅ ଭଳି ଭାବୁଥିଲି କିନ୍ତୁ ତୁ କାଲି ସେ ଭୁଲ କରି ମୋ ଆଖିରେ ସବୁ ଦିନ ପାଇଁ ପର ହୋଇଗଲୁ । ମିହିର କିଛି ବୁଝି ପାରିଲା ନାହିଁ । ମିହିର ପଚାରିଲା, ମୁଁ କଣ କରିଛି ମାମୁଁ ।
ମାମୁଁ ରାଗରେ କହି ଉଠିଲେ , ପୁଣି ପଚାରୁଚୁ କଣ କରିଛୁ ? ମାମୁଁ ମିହିର ର କଲର ଧରି ବାରଣ୍ଡା କୁ ଟାଣି ଆଣିଲେ ଏବଂ କହିଲେ ତୁ ଏବେ ତୋ ଗାଁ କୁ ଚାଲି ଯା । ମିହିର ପୁଣି ପ୍ରଶ୍ନ କରିଲା ମାମୁଁ ମୋର ଭୁଲ ତ କଣ କୁହ ? ମାମୁଁ କହିଲେ ତୁ କିଛି ଜାଣିନୁ ।
ତୁ ତୋ ମା ଭଳି ମାଇଁ କୁ ଖରାପ ନଜର ରେ ଦେଖୁଛୁ ଏବଂ ରାନି କୁ ନିଜ ସାନ ଭଉଣୀ କୁ ବୋଲି ଭାବୁଛୁ ନା ତେବେ ସେ ଶୋଇବା ଅବସ୍ଥାରେ ତାକୁ ଖରାପ ମନୋଭାବ ନେଇ ତାକୁ ଛୁଇଁବାକୁ କାହିଁକି ଚେଷ୍ଟା କରିଥିଲୁ ?
ମିହିର ଆଖିରେ ଲୁହ ଆସିଗଲା । ତା ପାଦ ତଳୁ ମାଟି ଖସିଗଲା। ମିହିର କହିଲା , ମାମୁଁ ଏ ସବୁ ମିଛ । ମୁଁ କିଛି କରିନି । ମାଇଁ କୁ, ମୁଁ ମା ଭଳି ଦେଖେ ଏବଂ ରାନି ମୋ ସାନ ଭଉଣୀ ତାକୁ ମୁଁ ଖରାପ ଭାବେ କେମିତି ଛୁଇଁବି ?? ମାମୁଁ କହିଲେ ତୋ କଥା ମୁଁ କିଛି ଶୁଣିବି ନାହିଁ ।

ସେତିକିବେଳେ ରାନି ସ୍କୁଲ୍ ଚାଲିଗଲାଣି । ମାଇଁ ଜାଣି ଶୁଣି ଘର ଭିତରେ ଲୁଚି ରହିଥିଲେ । ମିହିର ପୁଣି କହିଲା । ମାମୁଁ ଏ ସବୁ ମିଛ । ତମେ ରାନି କୁ ପଚାରି ବୁଝ, ସେ ସବୁ ସତ କଥା କହିବ ।

ମାମୁଁ କିଛି ଶୁଣିବାକୁ ଚାହୁଁ ନଥିଲେ । ସେ ରାଗରେ ବହୁତ୍ କିଛି କହି ଯାଉଥିଲେ । ମିହିର ମାମୁଁ ଙ୍କ ଗୋଡ଼ ତଳେ ପଡି ଗଲା । କହିଲା ମାମୁ , ତମେ ମୋ ବାପା ଭଳି ତମେ ମୋତେ ବିଶ୍ୱାସ କର ,ମାଇଁ ମିଛ କହୁଛନ୍ତି । ମୁଁ ମିଛ ଦୋଷ ନେଇ ତୁମ ଆଗରେ ଛୋଟ ହେବାକୁ ଚାହୁଁନି, ମୋ କଥା କୁ ବିଶ୍ୱାସ କର ।
ମୁଁ ସେମିତି କିଛି କରିନି । ମାମୁଁ ପୁଣି କହି ଉଠିଲେ । କାଲି ମାଇଁ ଲୁଗା ପିନ୍ଧିବା ସମୟରେ ତୁ ସେ ଘରକୁ କାହିଁକି ଯାଇଥିଲୁ । ମିହିର କହିଲା ,ମାମୁଁ ଏ କଥା ସବୁ ମିଛ ସେ କୋଉ ସମୟ କଥା କହୁଛନ୍ତି ମୁଁ ମଧ୍ୟ ଜାଣିନି ଏବଂ ଆମେ ଦୁହେଁ କାଲି ଦିନରେ ପାଠ ପଢ଼ୁଥିଲୁ।
ମୋ କଥା କୁ ବିଶ୍ୱାସ କର ମାମୁଁ, ମୁଁ କିଛି ଜାଣିନି । ଏ ସବୁ ମିଥ୍ୟା ଆରୋପ। ମାମୁଁ ପୁଣି ଥରେ ମିହିର କୁ ଧକ୍କା ଦେଇ କହିଲେ । ତୁ ଏଠି ଆଉ ଅଳ୍ପ ମୁହୂର୍ତ୍ତ ମଧ୍ୟ ରହିବୁ ମୁଁ ତୋତେ ଜୀବନରେ ମାରିଦେବି ଯଥା ଶୀଘ୍ର ଏଠୁ ଚାଲି ଯା ।
ମିହିର ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ ମାମୁଁ ବୁଝିବାକୁ ନାରାଜ । ଶେଷରେ ମିହିର ଘର ଭିତରକୁ ଯାଇ ଗୋଟିଏ ବ୍ୟାଗ୍ ରେ କିଛି କପଡା ଆଉ ଅନ୍ୟ ବ୍ୟାଗ୍ ରେ କିଛି ବହି ପତ୍ର ନେଇ ସାଇକେଲ ରେ ଚାଲିଲା ନିଜ ଗାଁ କୁ ।
ସେଦିନ ମାମୁଁ ମିହିର କୁ ଛାଡ଼ିବାକୁ ଗଲେ ନାହିଁ । ମିହିର ର ଗାଁ ର ଦୂରତା ୨୦ କିମି । ତାର ଆଖିରୁ ଲୁହ ବାହାରି ଯାଉଥାଏ । ସେ ମାମୁଁ ଆଗରେ ସବୁ ଦିନ ପାଇଁ ଦୋଷୀ ହୋଇଗଲା । ତାର କଥା ଶୁଣିବ କିଏ । ସେ କାନ୍ଦ କାନ୍ଦ ଅବସ୍ଥାରେ ନିଜ ଗାଁ ରେ ପହଞ୍ଚିଲା।
ସେଠି ମିହିର ର ବାପା ଏବଂ ବୋଉ ମିହିର କୁ ଦେଖି ଦୁଃଖୀ ହେଲେ ଏବଂ ମିହିର ତାଙ୍କୁ ସବୁ ସତ ସତ କହିଲା। ସେକଥା ଶୁଣି ମିହିର ଘର ଲୋକ ମାମୁଁ ଉପରେ ବହୁତ୍ ରାଗିଲେ। ମିହିର ର ବାପା ଜଣେ ହାଇସ୍କୁଲ ପିଅନ ଥିଲେ ବର୍ତ୍ତମାନ ସେ ଅବସର ପ୍ରାପ୍ତ ଅବସ୍ଥାରେ ଘରେ ଅଛନ୍ତି ।
ମିହିର ର ବାପା , ରାଗରେ ମାମୁଁ ପାଖକୁ ଯିବାକୁ ବାହାରିଲେ କିନ୍ତୁ ମିହିର ର ଅନୁରୋଧ ରେ ବାପା ନିଜ ରାଗ କୁ ଶାନ୍ତ କରି ଚୁପ୍ ରହିଲେ ।
ଏପଟେ ମୁଁ କଲେଜ୍ ରେ ଅପେକ୍ଷା କରିଥାଏ । ମୁଁ ବହୁତ୍ ସମୟ ଅପେକ୍ଷା କରିଲି ସେତେବେଳେ ଫୋନ୍ ନଥିଲା । ମୁଁ ଅପେକ୍ଷା କରି କରି ଫେରି ଆସିଲି। ଆସିଲା ବେଳକୁ ମିହିର ର ଘର ହୋଇ ଆସିଲି ଦେଖିଲି ମିହିର ର ସାଇକେଲ ନାହିଁ ।
ମୁଁ ଭାବିଲି ବୋଧେ ନିଜ ଗାଁ କୁ ଯାଇଥିବ କିନ୍ତୁ ପୁଣି ଭାବିଲି ସେ ଯେବେ ଗାଁ କୁ ଯାଏ ମୋତେ ପ୍ରଥମେ ପଚାରେ ତା ପରେ ଯାଏ ତେବେ ସେ ଯାଇ ନଥିବ। ମୁଁ ବ୍ୟସ୍ତ ହୋଇ ପଡିଲି ।
କେମିତି ଜାଣିବି ମିହିର ବିଷୟରେ? ତାପରେ ମୋ ସାଙ୍ଗ କୁନି ପାଖକୁ ଗଲି ତାକୁ ଅନୁରୋଧ କରି କହିଲି ତୁ ମିହିର ଘରକୁ ଯିବୁ କି ? କୁନି କହିଲା କଣ ପାଇଁ ?? ମୁଁ ବୁଝେଇଲି ରାନି ସହିତ କଥା ହେବା ବାହାନାରେ ଯିବୁ ଏବଂ ମିହିର କୋଉଠି ଅଛି ପଚାରି ବୁଝି ଆସିବୁ ।
ଏକଥା ଶୁଣି ପ୍ରଥମେ ସେ ମନା କରିଲା କିନ୍ତୁ ତାକୁ ବାରମ୍ବାର ଅନୁରୋଧ କରିବା ପରେ ସେ ତାଙ୍କ ଘରକୁ ଗଲା । ସେତିକି ବେଳେ ସନ୍ଧ୍ୟା ୫ ଟା ବାଜିଲାଣି । କୁନି ଯାଇ ପହଁଚିଲା ମାମୁଁ ଘରେ ।
ସେତେବେଳେ ମାମୁଁ ଏବଂ ମାଇଁ ଙ୍କ ଝଗଡା ହେବା ର ଶବ୍ଦ ଶୁଣା ଯାଉଥାଏ । ମଝିରେ ମଝିରେ ରାନି କହୁଥାଏ । ମମି ଙ୍କ ସବୁ ଭୁଲ । ମିହିର ଭାଇ ର କିଛି ଭୁଲ ନାହିଁ । ମାମୁଁ ରାଗି ମାଇଁ ଙ୍କୁ ଗାଳି କରୁଥାନ୍ତି ।
କୁନି କବାଟ ପାଖରେ ପହଞ୍ଚିଲା, ଘର ଭିତରୁ ଗାଳି ଏବଂ ଝଗଡା ଶୁଣି ଘର ଭିତରକୁ ଯିବା ପାଇଁ ସାହାସ କରିପାରିଲା ନାହିଁ। ସେତକ କଥା ଶୁଣି ସେ ଫେରି ଆସିଲା ।
ସେ ଶୁଣିଥିବା ସବୁ କଥା ମୋତେ କହିବା ପରେ ମୁଁ ପଚାରିଲି ମିହିର ସେଠୀ ଥିଲା ?? କୁନି ମନା କରି କହିଲା , ସେ ବୋଧେ ନାହିଁ କାରଣ ତାର କଥା ବାର୍ତ୍ତା ଶୁଣା ଯାଉ ନଥିଲ । ମୋର ଚିନ୍ତା ପୁଣି ବଢ଼ିବାକୁ ଲାଗିଲା ।
ମିହିର ଘରେ ନାହିଁ ତେବେ କଣ ହୋଇ ଥାଇ ପାରେ ଭାବିଲି ମୁଁ ଯାଇ ପଚାରି ବୁଝେ କିନ୍ତୁ ମିହିର ର ମାଇଁ ମୋତେ ପସନ୍ଦ କରନ୍ତି ନାହିଁ । ପୁଣି ପଛ ଘୁଂଚା ଦେଇ ଘରକୁ ଫେରି ଆସିଲି ।
ଭାବିଲି ହଉ, ଆଜି ଦିନଟା ନହେଲା ନାହିଁ କାଲି ଦେଖିଲେ ତାକୁ ପ୍ରଥମେ ମାଡ ଦେବୀ ତାପରେ ଆଉ କିଛି କହିବି କିନ୍ତୁ ପର ଦିନ ମଧ୍ୟ ସେ ଅବସ୍ଥା ମିହିର କଲେଜ୍ ଆସିଲା ନାହିଁ ।
ଅପେକ୍ଷା କରି ରହିଲି ଦିନ ୧ ଟା ରେ କିଛି କ୍ଲାସ୍ ସରିବା ପରେ କୁନି କେମିତି ଖବର ପାଇଲା ଯେ ମିହିର କୁ ତାର ମାମୁଁ ଘରୁ ବାହାର କରିଦେଇଛନ୍ତି ଏବଂ ମିହିର ଏବେ ନିଜ ଗାଁ ରେ ଅଛି ।
ମୁଁ କଣ କରିବି କିଛି ଭାବି ପାରୁ ନଥାଏ କଲେଜ୍ ରୁ ମିହିର ର ଘର ୧୫ କିମି ହେବ । ମୋ ମୁଣ୍ଡ ଚିନ୍ତା ରେ ଦି ଗୁଣ ହୋଇ ଯାଉଥିଲା । ସଙ୍ଗେ ସଙ୍ଗେ କୁନି କୁ ସାଇକେଲ ଚାବି ଦେଇ କହିଲି ତୁ ଯା ଏବଂ ଘରେ କହିବୁ ଅନୁ ର ଆଉ କିଛି କ୍ଲାସ୍ ଅଛି ସେ ସନ୍ଧ୍ୟାବେଳେ ଆସିବ । ସେ ମୋ ସାଇକେଲ ଧରି ଆଉ ଗୋଟିଏ କ୍ଲାସ୍ ପରେ ଘରକୁ ଫେରିଲା କାରଣ ସେଦିନ ଆମେ ଦୁହେଁ ଗୋଟିଏ ସାଇକେଲ ରେ ଯାଇଥିଲୁ ।
Part-6 ରେ ପଢ଼ିବେ : (ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

ମୋ ଏକ ତରଫା ପ୍ରେମ (One side Love)

ମୋ ଏକ ତରଫା ପ୍ରେମ (One side Love)
ମୋ ଏକ ତରଫା ପ୍ରେମ (One side Love)

ବାପା ଙ୍କ ପ୍ରିୟ ଖେଳାଳି ହେଉଛନ୍ତି ରାହୁଲ ଦ୍ରାବିଡ। ବାପା ଙ୍କ ଇଚ୍ଛା ଅନୁସାରେ ନାମ ମୋର ହୋଇଗଲା ରାହୁଲ କିନ୍ତୁ ମୋତେ କ୍ରିକେଟ ଖେଳିବା ପସନ୍ଦ ନୁହେଁ । ଭଲ ପାଠ ପଢେ ମାନେ ମୋ ହିସାବରେ ମୁଁ ଭଲ ପଢ଼େ ବାକି ଲୋକମାନେ କଣ କୁହନ୍ତି ତାହା ମୁଁ ଖାତିର କରେନି । ଏବେ ଯିବା ସିଧା କଲେଜ୍ ଲାଇଫ କୁ ନା ନା କମ୍ପ୍ୟୁଟର କ୍ଲାସ୍ ଲାଇଫ କୁ କି ମଜା ଥିଲା , ଚାଲ ପଢ଼ିବା । ସ୍କୁଲ୍ କଥା ପରେ କେବେ କହିବି । ଏବେ କାହାଣୀ ଆରମ୍ଭ କରିବା ।

+2 ପରୀକ୍ଷା ସରିବାପରେ ମୋ ପାଖରେ ଦୁଇଟି ରାସ୍ତା ଥିଲା । +3 କିମ୍ବା CT ପରୀକ୍ଷା ପାଇଁ ପଢା ପଢ଼ି କରିବି । ଭାବିଲି ଦୁଇଟି ଯାକ ଜାଗାରେ ପଢିବି କିନ୍ତୁ ତାହା ସମ୍ଭବ ନଥିଲା। ଘରେ ମଧ୍ୟ ନିଷ୍ପତି ନେବାର ଦାୟିତ୍ଵ ମୋ ଉପରେ ଛାଡ଼ି ଦେଲେ କହିଲେ ତୋର ଯୋଉଠି ଇଚ୍ଛା ସେଠୀ ଜଏନ କର । ମୋର ଇଚ୍ଛା ଥିଲା CT ପାଇଁ ପଢ଼ାପଢ଼ି କରିବା ପାଇଁ । ସାଙ୍ଗ ମାନଙ୍କ ମନ ବଦଳି ଲାନି ଶେଷରେ ନିଜକୁ ବଦଳେଇବାକୁ ପଡିଲା । ଶେଷରେ ମୋତେ +3 କରିବାକୁ ପଡିଲା ।

+3 ରେ ପଢା ପଢ଼ି ଆରମ୍ଭ ହେଲା । କିନ୍ତୁ ସେଠୀ ମଧ୍ୟ ମୋ ସାଙ୍ଗରେ ଧୋକା ହେଲା । ମୁଁ ଯୋଉ କଲେଜ୍ ରେ ଜଏନ କରିଲି ମୋ ସାଙ୍ଗମାନେ ଅନ୍ୟ ଏକ କଲେଜ୍ ରେ ଜଏନ କରିଲେ । ମୋ ରାସ୍ତା ପୁରା ଓଲଟା ହୋଇଗଲା । କିଛିଦିନ ପରେ ମନ ପରିବର୍ତ୍ତନ ହେଲା । କଲେଜ୍ ଯିବା ଆସିବା ଚାଲିଲା ତା ସହ ପଢ଼ାପଢ଼ି ବି ଚାଲିଲା । ମୋ ଜୀବନରେ ଏକ ନୂଆ ମୋଡ଼ ଆସିଲା । ଘରେ ଅନୁମତି ମାଗିଲି, ମୁଁ କମ୍ପ୍ୟୁଟର କ୍ଲାସ୍ ଯିବି । ଘରେ ମଧ୍ୟ ଅନୁମତି ଦେଲେ । କିଛିଦିନ ପରେ କମ୍ପୁଟର କ୍ଲାସ୍ ଆଡ଼ମିଶନ ହେଲି ।

ସେପଟେ କଲେଜ୍ ଯିବା ସହ ଦୁଇ ଘଣ୍ଟା କମ୍ପୁଟର କ୍ଲାସ୍ ପାଇଁ ବାହାର କରିଲି । କମ୍ପୁଟର କ୍ଲାସରେ ଆମ ବ୍ୟାଚ୍ ରେ ୧୪ ଜଣ ରୁ ମୁଁ ଥିଲି କେବଳ ଗୋଟିଏ ପୁଅ । ଥିଓରୀ କ୍ଲାସ୍ ରେ ଠିକ୍ ଥିଲା କିନ୍ତୁ ପ୍ରାଟିକାଲ କ୍ଲାସ୍ ରେ ମୋତେ ଭାରି ଲାଜ ଲାଗୁଥିଲା। ପଢେଇବା ପାଇଁ ଜଣେ ସାର୍ ଏବଂ ଆଉ ଜଣେ ମାଡମ । ପ୍ରାଟିକାଲ ରେ ମାଡମ ଆମକୁ ଟାସ୍କ ଦେଇ ଚାଲିଯାଉଥିଲେ । ମୁଁ ଥିଲି ଟିକେ ଲାଜକୁଳା ଝିଅ ମାନେ ପ୍ରାଟିକାଲ କଲା ସମୟରେ ମୁଁ ଚୁପ୍ ଚାପ୍ ଠିଆ ହେଉ ଥାଏ । ବେଳେବେଳେ କହେ ତ ବେଳେବେଳେ ମୋ ନମ୍ୱର୍ ଆସେ ନାହିଁ ।

ସେମାନଙ୍କ ମଧ୍ୟରେ ୪-୫ ଜଣ ବୋଧେ ପିଲା ଦିନ ସାଙ୍ଗ ,ଏତେ ବକ ବକ ହୁଅନ୍ତି ଯେ କୁହନି ମାଡ଼ମ ଛାଡ଼ି ଚାଲିଗଲେ ତାଙ୍କର ଶୁଖୁଆ ହାଟ ଆରମ୍ଭ ହୋଇଯାଏ । କ୍ଲାସ୍ ର ଗୋଟିଏ ସପ୍ତାହ ପରେ ମୋର ମୁହଁ ରୁ ଅଳ୍ପ କଥା ବାର୍ତ୍ତା ବାହାରିଲା ଏବଂ ସେ ପାଞ୍ଚ ଜଣ ଏବଂ ମୁଁ ଭଲ ସାଙ୍ଗ ହେବାରେ ଲାଗିଲୁ । ସବୁବେଳେ ସମୟ ରେ ଯିବା ଆସିବା କ୍ଲାସ୍ କରିବା ଯେମିତି କଲେଜ୍ ଲାଇଫ ମନେ ହେଉଥିଲା । ଏମିତି ଦିନ ଚାଲିଥିଲା । ପାଠ ପଢା କମ୍ ମଜା ମସ୍ତି ବହୁତ୍ ଥିଲା । ବେଳେବେଳେ ମୁଁ ଚୁପ୍ ହୋଇ ଯାଏ କାରଣ ଶୁଖୁଆ ହାଟ ଆରମ୍ଭ ହୋଇଗଲେ ସେ ମୋତେ ଭୁଲି ଯାଆନ୍ତି । ମୁଁ ବେଳେ ବେଳେ ଭାବେ ଆଉ ୩-୪ ଟା ପୁଅ ଏହି ବ୍ୟାଚ ରେ ରହି ବାର ଥିଲା କିନ୍ତୁ ମୋ ଭାବନା ସ୍ଵପ୍ନ ହୋଇ ରହିଗଲା ।

ଶାନ୍ତ ସରଳ ହେବାର ଅଭିନୟ ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନଥିଲା । ମାନେ ପୁରା ସୁସାରିଆ !!! ବେଳେ ବେଳେ ଏତେ ମଜା ମସ୍ତି ହୁଏ କଥା କମ୍ ସିଧା ବାଡା ବାଡି ଉପରେ କଥା ଯାଉଥିଲା । ତାହା ମଜାରେ ଥିଲା ସତରେ ନୁହଁ ପ୍ରକୃତରେ ସେମାନଙ୍କ ହାତରୁ ମାଡ଼ ଖାଇ ମୁଁ ମନେ ମନେ ବହୁତ୍ ଖୁସି ହେଉଥିଲି।

ଏବେ କାହାଣୀ ର ମୁଖ୍ୟ ଷ୍ଟୋରୀ ଉପରକୁ ଯିବା । ସେ ପାଞ୍ଚ ଜଣ ମଧ୍ୟରୁ ଜଣଙ୍କ ଉପରେ ମୋର ମନ ଲାଖି ଯାଇଥିଲା । ସେ ମଧ୍ୟ ବହୁତ୍ ଶାନ୍ତ ଏବଂ ସରଳ । ସ୍ଵର୍ଣ୍ଣମୟୀ ନାମ ତାକୁ କିଏ ଦେଇଥିଲା କେଜାଣି କିନ୍ତୁ ମୋ ଜୀବନ କୁ ସେ ସୁନାର ଚମକ୍ ନେଇ ଆସିଥିଲା । ଦେଖିବାକୁ ସମସ୍ତଙ୍କ ଠାରୁ ପୁରା ଅଲଗା। ମୋ ମନର ପରି ପାଖରେ ଯୋଉ ଗୁଣ ଖୋଜୁଥିଲି ସେ ସବୁ ରୂପ ଗୁଣ ଏବଂ ପାଠ ପଢ଼ା ତା ପାଖରେ ସମାନ ଭାବରେ ଥିଲା । ପ୍ରକୃତରେ ମୋ ଜୀବନରେ ସେଭଳି ଝିଅ ର ଅପେକ୍ଷାରେ ଥିଲି ମନେ ମନେ ଭାବୁଥିଲି ସମୟ ସୁଯୋଗ ଦେଖି ମୁଁ ପ୍ରପୋଜ କରିବି କିନ୍ତୁ ତାହା ବିଳମ୍ବ ହୋଇ ଚାଲିଥାଏ। ବେଳେବେଳେ ସାହାସ କରି ପାଖକୁ ଯାଏ କିଛି କଥା ହେବା ପାଇଁ କିନ୍ତୁ ମୁଁ ଯାହା ପଚାରିବାକୁ ଯାଇ ଥାଏ ତାହା ଭୁଲି ଯାଉଥିଲି ।

ସ୍ଵର୍ଣ୍ଣମୟୀ ର ବ୍ୟବହାର ଏବଂ ମୋର ବ୍ୟବହାର ଯେମିତି ସମାନ ଥିଲା । ଆମ ଗ୍ରୁପ୍ ରେ ଆମ ଦୁଇ ଜଣ କୁ ନେଇ ବହୁତ୍ କଥା ଚାଲିଥାଏ । ମୁଁ ଶୁଣି ଖୁସି ହେଉଥାଏ କିନ୍ତୁ ସ୍ଵର୍ଣ୍ଣମୟୀ ଏ କଥା କୁ ଖାତିର କରେ ନାହିଁ ଓଲଟା ଆମ ବିଷୟରେ କଥା ପଡ଼ିଲେ ସେ ଅଳ୍ପ ରାଗିଯାଏ। ଏବଂ ସେ ରାଗ ମୋତେ ଅସୀମ ଖୁସି ପ୍ରଦାନ କରୁଥିଲା ।

କିଛିଦିନ ପରେ କମ୍ପୁଟର କ୍ଲାସ୍ ରେ ବୁଲି ଯିବା ପାଇଁ ପ୍ଲାନିଗ୍ ହେଲା। ସାର୍ କହିଲେ ପାଖା ପାଖି ତ ସବୁ ବୁଲୁଛନ୍ତି । ଚାଲ ସମସ୍ତେ ଓଡ଼ିଶା ବାହାରକୁ ଯିବା । ଓଡ଼ିଶା ବାହାରକୁ ଯିବା ପାଇଁ କେତେ ଜଣ ରାଜି ହେଲେ ତ ଆଉ କେତେ ଜଣ ରାଜି ହେଲେ ନାହିଁ । ମୁଁ ରାଜି ଥିଲି କିନ୍ତୁ ସ୍ଵର୍ଣ୍ଣମୟୀ ର ଘରେ ମନା କରିଲେ। ସେ କ୍ଲାସ୍ ରେ ଆସି କହିଲା । ଶୁଣି ବହୁତ୍ ଦୁଃଖ ଲାଗିଲା କିନ୍ତୁ ତାର ବାକି ସାଙ୍ଗ ମାନେ ତାକୁ ବୁଝେଇବା ପରେ ସେ ତାଙ୍କ ଘରେ ଅନୁରୋଧ ପରେ ତାଙ୍କ ଘରେ ଅନୁମତି ଦେଲେ । ସେ ଆସିବା ଖବର ଶୁଣି ମୁଁ ପୁରା ଖୁସିରେ ପାଗଳ। ଓଡ଼ିଶା ବାହାରକୁ ଯିବା ପାଇଁ ବୋଲେରୋ ରେ ଯିବୁ ବୋଲି ସ୍ଥିର କରାଗଲା ।

ଆସନ୍ତା ରବିବାର ଦିନ ସକାଳ ୬ଟା ରେ ୧୩ ଜଣ ସହିତ ଡ଼୍ରାଇଭର ଜଣେ ମାନେ ପୁରା ୧୪ ଜଣ ଗୋଟିଏ ବୋଲେରୋ ରେ, ଭାବି ନିଅନ୍ତୁ କେମିତି ଯାଇଥିବୁ ଏବଂ ସୋମବାର ସକାଳ ୧୦ଟା ରେ ପହଞ୍ଚିଲୁ । ଗାଡି ରେ ବସି ବସି ସମସ୍ତ ଙ୍କ ଅବସ୍ଥା ଶୋଚନୀୟ । ହୋଟେଲ ଖୋଜା ଚାଲିଲା। ହୋଟେଲ ଖୋଜୁ ଖୋଜୁ ୧୨ଟା ବାଜି ଯାଇଥିଲା । ଜଣକ ପରେ ଜଣେ ଫ୍ରେସ୍ ହେଲୁ । ସେହି ହୋଟେଲ ରେ ଖାଇବା ପିଇବା ବ୍ୟବସ୍ଥା ବି ଥିଲା । ହୋଟେଲ ବହୁତ୍ ଭଲ ଥିଲା । ଲଞ୍ଚ ୧୨ଟା ରେ ଆଉ ଡିନର ୮ ଟା ରେ । ହେଲେ ଆମେ ପହଞ୍ଚିବା ବେଳେ ଖାଇବା ଲାଷ୍ଟ ହେଲାଣି । ଆମ ଭିତରୁ ୨ ଜଣ ଖାଇବାକୁ ମିଳିବନି ଭାବି ବ୍ରସ୍ ନ କରି ଖାଇବା ପାଇଁ ଚାଲିଗଲେ ।

ଆମେ ସମସ୍ତେ ଫ୍ରେସ୍ ହେଲା ପରେ ବାହାରୁ ଖାଇବା ଆଣି ଖାଇଲୁ । ତାପରେ ବାହାରକୁ ବୁଲିବା ପାଇଁ ବାହାରିଲୁ ବୁଲି ବୁଲି ଠିକ୍ ଖାଇବା ସମୟରେ ପହଞ୍ଚି ଗଲୁ । ପୁଅ ମାନଙ୍କର ଗୋଟିଏ ରୁମ୍ ଝିଅ ମାନଙ୍କର ଅଲଗା ଅଲଗା ରୁମ୍ ଥିଲା। ଗୋଟେ ରୁମ୍ ରେ ଗୋଟିଏ ବଡ ବେଡ୍ ମାତ୍ର ଦୁଇଟି ରୁମ୍ ଏବଂ ଗୋଟିଏ ବେଡ୍ ରେ ୭ ଜଣ । କଷ୍ଟ ମାତ୍ର ମଜା ଥିଲା । ଝିଅ ମାନେ ମଧ୍ୟ ସେମିତି ଗୋଟିଏ ବେଡ୍ ରେ ୭ ଜଣ । ଆମେ ବଡ କଷ୍ଟରେ ଶୋଇଲୁ କିନ୍ତୁ ସେମାନେ ଖୁବ୍ ମଜା ମସ୍ତି କରୁଥିଲେ । ତାପର ଦିନ ସକାଳୁ ସକାଳୁ ୱେଟର ରୁମ୍ କୁ ଆସି ଚା ଦେଲା। ଚା ଫ୍ରି ରେ ମିଳୁଛି ବୋଲି ସମସ୍ତେ ପିଇବା ରେ ଲାଗିଲେ । କିଏ ଦୁଇଟା କପ୍ ତ କିଏ ତିନୋଟି କପ୍ । ବୁଲାବୁଲି ସରିଲା । ରୁମ୍ ଛାଡ଼ିବା ରୁମ୍ ବିଲ୍ ସାଙ୍ଗରେ ଚା ର ବି ବିଲ୍ ଦେଖି ସମସ୍ତେ କାବା । ତାହା ଶୁଣି ସମସ୍ତେ ହସି ହସି ବେଦମ୍ । ରୁମ୍ ଚେକ୍ ଆଉଟ୍ କରିଲା ବେଳେ ଆମେ ଠିକ୍ ଠାକ୍ ଛାଡ଼ିଥିଲୁ କିନ୍ତୁ ଝିଅ ମାନେ ଗୋଟିଏ କାରନାମା କରି ଆସିଥିଲେ । ଝିଅ ମାନେ ଜୋତା ପିନ୍ଧି ବେଡ୍ ର ଅବସ୍ଥା ଢିଲା କରିଦେଇ ଥିଲେ ।

ସେତେବେଳ ସେକଥା ଶୁଣି ଖୁସି ଲାଗୁଥିଲା କିନ୍ତୁ ଏବେ ଭାବିଲେ ଲାଗୁଛି ଆମ ଝିଅ ଗ୍ରୁପ୍ ଟା ଥିଲେ ବହୁତ୍ ଦୁଷ୍ଟ । କିନ୍ତୁ ସମସ୍ତେ ଦୁଷ୍ଟ ନଥିଲେ ମାନେ ସ୍ଵର୍ଣ୍ଣମୟୀ ସେମିତି ନଥିଲା । ରୁମ୍ ଛାଡ଼ିଲା ପରେ ବୁଲିବା ପାଇଁ ବାହାରି ଗଲୁ । ମଜା ମସ୍ତି ରେ ଦିନ ଟା ତ କଟିଗଲା । ବହୁତ୍ ଜାଗାରେ ମୁଁ ସ୍ଵର୍ଣ୍ଣମୟୀ କୁ ପାଖରେ ପାଇ କିଛି କହିବାକୁ ଗଲା ବେଳେ କେହି ନା କେହି ଆସି ମଝିରେ ଷଣ୍ଢ ପଶି ଯାଉଥିଲା । କଣ କରିବି । କେତେ ଥର ଭାବିଲି କିନ୍ତୁ ଶେଷରେ ବୁଲାବୁଲି ସରିଗଲା ସିନା ମୋର ପାଟିରୁ ବଚନ ବାହାରିଲା ନାହିଁ କି ମୋ ସୁଯୋଗ କୁ ତାର ସାଙ୍ଗ ମାନେ ଭଣ୍ଡୁର କରିଦେଉଥିଲେ । ସନ୍ଧ୍ୟା ରେ ହୋଟେଲ ଖୋଜିବାରେ ଲାଗିଗଲୁ ହେଲେ ଗୋଟିଏ ବି ହୋଟେଲ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଓଁ ଲର୍ଜ ରେ ସାରା ରାତି ଟା କଟିଗଲା । ଆଉ ସେ ଓଁ ଲର୍ଜ ଟା କୋଉଠି ମିଳିଲା ଜାଣିଛନ୍ତି ତ? ଯୋଉ ଗାଡ଼ି ମାନେ ବୋଲେରୋ ଆମେ ବୁକ୍ କରି ଯାଇଥିଲୁ ସେଇ ଗାଡ଼ିର ନାମ ହେଲା ଓଁ ଏବଂ ସେହି ଗାଡ଼ିରେ ରାତିଟା କେମିତି କଟିଥିବ ଭାବି ନିଅନ୍ତୁ । ସେ କଥା ଆମକୁ ହିଁ ଜଣା ।

ତାପର ଦିନ ସକାଳୁ ବୁଲା ବୁଲି କରି ସେଠୁ ବାହାରିଗଲୁ ଆମ ଘର ଅଭିମୁଖେ । ଆମ ଗାଁ ରେ ପହଞ୍ଚି ଗଲୁ ତା ପାର ଦିନ ସକାଳ ୧୦ ଟା ରେ । ଟୁର୍ ଟା ବହୁତ୍ ଭଲ ଲାଗିଲା କିନ୍ତୁ ବହୁତ୍ କଷ୍ଟ ଦାୟକ ମଧ୍ୟ ଥିଲା । ସେମିତି ବୁଲାବୁଲି ଆଉ ଜୀବନରେ ହେଇପାରିବ ନାହିଁ । କେହି ରାସ୍ତା ସାରା ବାନ୍ତି ରେ ଗଲା ଟା କେହି ରାସ୍ତା ସାରା ଶୋଇ ଶୋଇ ଗଲା ଟା ଆଉ କିଏ ବକ ବକ ରେ ରାସ୍ତା ଚାଲିଥିଲା । ଗାଡି ରେ ଗୀତ କେବେ ବନ୍ଦ ହେଉନଥିଲା । ବେଳେବେଳେ ଏମିତି ଲାଗୁଥିଲା ଯେମିତି କାନ ଫାଟିଯିବ କିନ୍ତୁ ଗୀତ ବାଜିବା ଯୋଗୁ ସମୟ ଜଣା ପଡୁନଥିଲା । ସାଙ୍ଗମାନଙ୍କ ସହ ବୁଲିଯିବା ସେ ସମୟ ତ ଆଉ କେବେ ବି ଆସିବନି । କିଛିଦିନ ପରେ କମ୍ପୁଟର କ୍ଲାସ୍ ରେ ପରୀକ୍ଷା ହେଲା ।

ପରୀକ୍ଷା ପରେ ୫-୬ ଦିନ ପର୍ଯ୍ୟନ୍ତ ଗଲୁ ତାପରେ ସମସ୍ତଙ୍କର ଯିବା ଆସିବା ଧିରେ ଧିରେ ବନ୍ଦ ହେଇଗଲା । ଏମିତି ରେ ବୁଲିବା ପାଇଁ ବେଳେ ବେଳେ ଯାଉ । କମ୍ପୁଟର କ୍ଲାସ୍ ସରିଗଲା ସିନା ମୁଁ ତାକୁ ପ୍ରପୋଜ କରି ପାରିଲି ନାହିଁ । ବୁଲା ବୁଲି ସମୟରେ ପ୍ରପୋଜ୍ କରି ଦେଇଥିଲେ ଭଲ ହୁଅନ୍ତା କିନ୍ତୁ ମୋର ବେଡ୍ ଲକ୍ ପ୍ରକୃତ କଥା ହେଲା ମୋତେ ଡର ଲାଗୁଥଲା। କାଳେ ସେ ମନା କରିଦେବ କିମ୍ବା ରାଗିବ । ଏମିତି ବହୁତ୍ କଥା ଯୋଗୁ ମୁଁ ପଛ ଘୁଂଚା ଦେଇଦେଲି । କମ୍ପୁଟର କ୍ଲାସ୍ ସରିବାର କିଛିଦିନ ପରେ ଜଣା ପଡିଲା ତାର ବାହାଘର ଠିକ୍ ହୋଇଯାଇଛି ଏବଂ କିଛି ଦିନ ପରେ ସେ ବିବାହ କରିବ । ଦୁଃଖ ଥିଲେ ମଧ୍ୟ ତା ଖୁସି ପାଇଁ ମୁଁ ମୁହଁ ଖୋଲି କହି ପାରିଲି ନାହିଁ ।

ଦିନେ ହଠାତ୍ ସ୍ଵର୍ଣ୍ଣମୟୀ ର ଫୋନ୍ ଆସିଲା । ମୁଁ ଉଠେଇ ପୂର୍ବରୁ କଟି ଯାଇଥିଲା । ତାପରେ ବହୁତ୍ ସମୟ ଅପେକ୍ଷା କରିଲି କିନ୍ତୁ ଆସିଲା ନାହିଁ । ବହୁତ୍ ଧର୍ଯ୍ୟ ର ସହ ସାହାସ କୁ ଏକଜୁଟ କରି କଲ୍ କରିଲି । ମନରେ ଡର ଥିଲା ତାର ସ୍ବାମୀ ପାଖରେ ଥିବେ ଯଦି ସବୁ ଗଡ଼ବଡ ହୋଇଯିବ। ପ୍ରାୟ ୪ଥର ଫୋନ୍ ବାଜିଲା ପରେ ସ୍ଵର୍ଣ୍ଣମୟୀ ର ଶବ୍ଦ ଶୁଣି ତୃପ୍ତି ଅନୁଭବ କରିଲି ।

ସେ ମୋତେ ଚୋର ବୋଲି ଡାକେ କିନ୍ତୁ ସେ ମୋତେ ଚୋର ଡାକିବାର ଶବ୍ଦ ମୁଁ ଶୁଣି ବହୁତ୍ ଖୁସି ଅନୁଭବ କରୁଥିଲି । କଥା ହେଲି ଜାଣିଲି ଯେ ସେ ନିଜ ଘରକୁ ଆସିଛି । କଥା ହେବାକୁ ଇଚ୍ଛା ଥିଲେ ମଧ୍ୟ ଅଳ୍ପ ଅନିଚ୍ଛା ରେ କଥା ହେଉଥିଲି। କିନ୍ତୁ ସେ କହିଲା ଆଜି ସବୁ ସାଙ୍ଗ ସହିତ କଥା ହେଲି ତୁ ବାକି ଥିଲୁ ସେଥିପାଇଁ କଲ୍ କରିଦେଲି । ମୁଁ ତାର ହାଲଚାଲ ପଚାରି ବୁଝିଲି । ଭଲ ଲାଗିଲା । ତାର ବାହାଘର ଦିନ ବହୁତ୍ ସାହାସ କରି ପହଞ୍ଚିଥିଲି । କଣ ଦେବୀ ଭାବି ଶେଷରେ ଗୋଟିଏ ଉପହାର ବାଛି ତାକୁ ଦେଲି ଭାବୁଥିଲି ତାକୁ ଭଲ ଲାଗିବ କି ନାହିଁ କିନ୍ତୁ ସେଦିନ କଥା ରେ ସେ ମୋ ଉପହାର କୁ ପସନ୍ଦ କରୁଛି ବୋଲି ଶୁଣି ଖୁସି ଲାଗିଲା । ସେ କାହାଠୁ ଖବର ପାଇଲା ଯେ ମୁଁ ତାକୁ ମନେ ମନେ ଭଲ ପାଉଥିଲି ।

ସେ କହିଲା ତୁ ହେଉଛୁ ଏକ ନମ୍ୱର୍ ଛୁପା ରୁସ୍ତମ ମୁଁ ପଚାରିଲି ବୁଝିଲିନି । ସେ କହିଲା ତୁ ମୋତେ ଭଲ ପାଉଛୁ ବୋଲି କାହିଁକି କହି ନଥିଲୁ । ମୁଁ ନିରବ । ସେ କହିଲା ଏବେ ତ ମୋର ବାହାଘର ସରିଗଲା। ମୁଁ ପଚାରିଲି ଯଦି ମୁଁ ସେତେବେଳେ କହିଥାନ୍ତି ତୁ କଣ କହି ଥାନ୍ତୁ । ସ୍ଵର୍ଣ୍ଣମୟୀ କହିଲା ମୋର ଲଭ ମେରେଜ୍ କରିବାର ନଥିଲା । ଯଦି ତୁ ସେ ସମୟରେ କହିଥିଲେ ମଧ୍ୟ ମୁଁ ହଁ କରି ନଥାନ୍ତି । ଦୁଇ ଜଣ ହସିଲୁ । ହଠାତ୍ ତାର ଅନ୍ୟ ସାଙ୍ଗ ର ଫୋନ୍ ଆସିଲା ଯିଏ ମୋ ବିଷୟରେ ତାକୁ କହିଥିଲା । ସ୍ଵର୍ଣ୍ଣମୟୀ ତାକୁ କନଫରେନ୍ସ ରେ ଆଣିଲା । ତିନି ଜଣ ମିଶି କଥା ହେଲୁ। ଅନ୍ୟ ଜଣେ ସାଙ୍ଗ କହିଲା ସେ ସମୟରେ ତୁ ସ୍ଵର୍ଣ୍ଣମୟୀ କୁ ପ୍ରପୋଜ୍ କରି ନଥିଲୁ ପରା ଆଜି କରିଦେ କିନ୍ତୁ ମୋ ପାଟି ପୂର୍ବ ଭଳି ଚୁପ୍ ରହିଲା । ତାପରେ ସ୍ଵର୍ଣ୍ଣମୟୀ ପଚାରିଲା କଣ କହିବୁ କି? ମୁଁ କହିଲି ନା !! ସ୍ଵର୍ଣ୍ଣମୟୀ କହିଲା , ନା କହ ନାହିଁ , ଏବଂ ତୁ କହିଲେ ମଧ୍ୟ ମୋର ମନ ବଦଳିବ ନାହିଁ ।

ସେଥିପାଇଁ ତୁ ଏବଂ ତୋ ପ୍ରପୋଜ୍ ତୋ ପାଖରେ ରଖ ଏବେ ସାଙ୍ଗ ଭଳି କଥା ହୁଅ । ସେଦିନ ବହୁତ୍ କଥା ହେଲୁ ପୁରୁଣା କଥା ବହୁତ୍ ହେଲୁ ଏବଂ ବହୁତ୍ ଖୁସି ଲାଗିଲା । ସ୍ଵର୍ଣ୍ଣମୟୀ କହିଲା ସେ ସମୟରେ ତୋର ଶାନ୍ତ ସରଳ ଚେହେରା ଦେଖି ମନରେ ଗୋଟିଏ କଥା ଉଠିଥିଲା । ସ୍ଵର୍ଣ୍ଣମୟୀ ଭାବିଥିଲା ସେ ଯଦି କେବେ PM ହୁଏ ତେବେ ମୋତେ ତାର PA କରି ରଖିବ । ଏମିତି ବହୁତ୍ କଥା । ସ୍ଵର୍ଣ୍ଣମୟୀ ର କଥା ଏବଂ ହସ ଆଜି ମଧ୍ୟ ମନେ ପଡେ କିନ୍ତୁ ମୁଁ ଚାହେଁନି ତାର ବୈବାହିକ ଜୀବନରେ କିଛି ଅସୁବିଧା ହେଉ । ଆମେ ପୁରୁଣା ସାଙ୍ଗ ସମସ୍ତେ ବେଳେବେଳେ ଗ୍ରୁପ୍ ଚାଟ କରୁ । ବର୍ତମାନ ସେ ମୋର ଭଲ ସାଙ୍ଗ । ଏବଂ ସର୍ବଦା ତାକୁ ସାଙ୍ଗ ବୋଲି ସମ୍ମାନ ଦେବୀ ବୋଲି ତାକୁ କଥା ଦେଇ ସାରିଛି ।

ଏମିତି ଥିଲା “ମୋ ଏକ ତରଫା ପ୍ରେମ” ।

ଏକ ଜୀବନ୍ତ ପ୍ରେମ କାହାଣୀ ଯାହା ମୋ ଅନାମ ସହର ରେ ସ୍ମୃତି ହୋଇ ରହିଗଲା ।

ନୀଳମାଧବ ଭୂୟାଁ ଙ୍କ

କଲମ ରୁ………..