Category Archives: short story

ବିଚିତ୍ର ଦୁନିଆ

ବିଚିତ୍ର ଦୁନିଆ, bichitra dunia, manoj
Bichitra dunia
     
ତୁମେ ମହାନ୍, ଏ ସୃଷ୍ଟି ରେ
ଗୋଟେ ସ୍ତାପତ୍ୟର, ଗୋଟେ ସଭ୍ୟତାର
ଆଗତ ଭବିଷ୍ୟ ପାଇଁ ଏକ ଆଦର୍ଶ
ଏ ବିଚିତ୍ର ଦୁନିଆ ର
ମହିୟସୀ ରାଜଶ୍ରୀ କଳା ତୁ, 
ଯୌବନ ଯୁଗରେ…..;
    
ତୋ ଦେହରେ ଫୁଟିଥିବା ଭାସ୍କର୍ଯ୍ୟ ଆଉ
ପ୍ରତିମାର ପ୍ରତିଛବି  ଦିନେ 
ନିଷେଶ ହୋଇଯିବ; 
ସମୟର ଗତକର୍ମ ପରୀ ହେଲା ପରେ
ଭୁଲିଯିବୁ ଭବିଷ୍ୟତକୁ 
ଆଉ ଅତୀତକୁ
ଭୂଲିଯିବୁ ତୋର ଅବଦାନ କଣ ;
ଉପଭୋଗ କାଳରେ ଛନ୍ଦି ହୋଇ ଯିବୁ…,
ମାଟି ପବନରେ ମିଶିଯିବ
ଲୁଚିଥିବା ତୋ କଳାଶ୍ରୀ ଅଙ୍ଗର 
ମଧୂପ -ମାଧୁଜ୍ୟ 
ଧ୍ଵଂସ ସ୍ତୁପ  ଇତିହାସ ପାଲଟିଯିବ
ବୟସ ର କାହାଣୀ ସବୁ ।
ମନୋଜ କୁମାର ବେହେରା
ଙ୍କ କବିତା ପୃଷ୍ଠାରୁ…

If the contents are helpful to share them with your friends, Thanking You.

ଅନ୍ଧ ସ୍ଵଭାବ

ଅନ୍ଧ ସ୍ଵଭାବ, Blind Nature, Blind
Blind Thinking
ଗୋଟିଏ ଟାପୁ (ଦ୍ଵିପ ପୁଞ୍ଜ) ରେ କିଛି ଜନ ଜାତି ବାସ କରୁଥିଲେ । ସେମାନେ ସମସ୍ତେ ଅନ୍ଧ ଥିଲେ । 
ଦିନେ ଗୋଟିଏ ନବ ଯୁବକ ସେଠୀ କିଛି କାରଣ ବଶତଃ ଯାଇ ପହଁଚିଲା । ସେ ସେଠୀ କେବଳ ଏକା ଥିଲା ଯିଏ କି ନିଜ ଆଖିରେ ଦେଖିପାରୁଥିଲା।
 ସେଠୀ ପହଞ୍ଚିଲା ପରେ ସେ ଜନଜାତି ତାକୁ ସ୍ଵାଗତ କରିଲେ କିନ୍ତୁ ସେ ଜାଣିବାକୁ ପାଇଲା ଯେ ସମସ୍ତେ ଅନ୍ଧ କିନ୍ତୁ ରାତି ରେ ନାଚ ଗୀତ କରି ତାକୁ ସ୍ଵାଗତ ସମ୍ବର୍ଦ୍ଧନା କରିଲେ। ସେଠୀ ବସି ବସି ସେ ଭାବିଲା ଯେ ଏମାନେ ମୋତେ ସାହଯ୍ୟ କରିଲେ । ଏମାନଙ୍କୁ ମୁଁ କିଛି ଭଲ ଉପଦେଶ ଦେବୀ ଯାହା ଫଳରେ ସେମାନେ ଯୋଉ କାର୍ଯ୍ୟ କରୁଛନ୍ତି ସେଥିରେ ପରିଣାମ ଭଲ ହେବ ଆଉ ସେମାନେ କିଛି ନୂଆ ଶିଖିବେ ।   
ରାତି ପାହିଲା, ସକାଳୁ ସମସ୍ତଙ୍କୁ ଏକାଠି କରି ବୁଝାଇବାକୁ ଚେଷ୍ଟା କରିଲା କିନ୍ତୁ ସେଠୀ ଅନ୍ଧ ଜନ ଜାତି ମଧ୍ୟ ରୁ ସମସ୍ତେ ଏହି ନବ ଯୁବକ ର କଥା କୁ ଅଟହାସ୍ୟ କରି କହିଲେ ” ଏ ବୋଧେ ନିଶ୍ଚୟ ଅନ୍ଧ ହୋଇଥିବ ” ଆମ୍ଭ ମାନଙ୍କୁ ଏମିତି ବୁଝୋଉଛି ଯେମିତି ଆମେ କିଛି ଦେଖି ପାରୁନୁ।  
 ପରିଣାମ କଣ ହେଲା ଯେ ସେ ନବ ଯୁବକ ର କଥା କୁ କେହି ବିଶ୍ୱାସ କରିଲେ ନାହିଁ ଓଲଟା ମାଡ ମାରି ସେହି ଟାପୁ ରୁ ତାକୁ ଘଉଡାଇ ଦେଲେ।  
ଏଥିରେ ଆପଣଙ୍କ ମତାମତ କଣ ??? ପ୍ରକୃତରେ ସେ ବ୍ୟକ୍ତି ଠିକ୍ ଥିଲା ନା ସେ ଜନଜାତି ଠିକ୍ ଥିଲେ ।
ଉତ୍ତର ରେ ମୁଁ କହିବି କିଏ ଠିକ୍ ଆଉ କିଏ ଭୁଲ !
କାରଣ ଅନ୍ଧ ଜନ ଜାତି ସେହି ଟାପୁ ରେ ଜନ୍ମରୁ ସେଠୀ ରହି ଆସୁଛନ୍ତି ଏବଂ ତାଙ୍କର ଜୀବନ ଶୈଳୀ ସେପରି ହୋଇ ସାରିଛି । ନିଶ୍ଚିତ ରୂପରେ ତାଙ୍କର ନିଜ କାମ ଉପରେ ତାଙ୍କର ଅଧିକା ବିଶ୍ୱାସ ରହିବ। ଅନ୍ୟର କଥା କୁ ସେ କାହିଁକି ଶୁଣିବେ ଅବା ବିଶ୍ୱାସ କରିବେ।  
କିନ୍ତୁ ଏଠି ବ୍ୟକ୍ତି ଜଣକ ମଧ୍ୟ ଠିକ୍ ଥିଲେ। ସେ ସେମାନଙ୍କୁ ଉତ୍ତମ ରାସ୍ତା ଦେଖାଉ ଥିଲା ଏବଂ ଆଧୁନିକ ର ଢାଞ୍ଚା ବୁଝାଇବାକୁ ଚାହୁଁଥିଲା କିନ୍ତୁ କେହି ଶୁଣିବାକୁ ଚାହୁଁ ନଥିଲେ । 
ଏଠି ଗୋଟିଏ କଥା ନିଶ୍ଚୟ ଆପଣଙ୍କ ମନକୁ ଛୁଇଁ ଥିବ ଯେ । ଯେ ସେ ଜନ ଜାତି ଅନ୍ଧ ସହିତ ମୂର୍ଖ ମଧ୍ୟ ଥିଲେ ।
କିନ୍ତୁ ମୁଁ ଏହି ଜନ ଜାତି କୁ ଦୋଷ ଦେଉ ନାହିଁ । 
ଏହି ଗଳ୍ପ କହିବାର କାରଣ ହେଉଛି ଯେ…
ଆଜି କାଲି ର ଆଧୁନିକ ଦୁନିଆରେ ଯଦି ଆପଣ କାହାକୁ ଭଲ ଉପଦେଶ ଦେଉଛନ୍ତି ତେବେ ସେ ସେହି କଥା କୁ କେବେ ମଧ୍ୟ ଗ୍ରହଣ କରିବ ନାହିଁ । ସେ ସେହି ଭୁଲ କୁ ବାରମ୍ବାର କରିବ ସିନା ଆପଣଙ୍କ କଥା କୁ ସେ କେବେ ମଧ୍ୟ ସ୍ବୀକାର କରିବ ନାହିଁ ।  
କାରଣ ଯେଉଁ ଲୋକ ଅନ୍ଧ ଭଳି କୌଣସି କାର୍ଯ୍ୟ କୁ ବାରମ୍ବାର ଭୁଲ କରି ଆସୁଛି ତାକୁ ଭଲ ଉପଦେଶ ଦେଲେ ତାକୁ ପିତା ଭଳି ଅନୁଭବ ହେବ ।
ସେଥିପାଇଁ ନିଜକୁ ବଦଳିବା ପାଇଁ ଉତ୍ତମ ଲୋକ ପାଖରୁ ସାହାଯ୍ୟ ନିଅନ୍ତୁ ସେ ନିଶ୍ଚୟ ଆପଣକୁ ସଦ୍ ବୁଦ୍ଧି ଦେବେ । ତାଙ୍କ ଅନୁସାରେ ଯଦି ଆପଣ ଅନୁସରଣ କରନ୍ତି ତେବେ ଆପଣ ସଫଳ ମଧ୍ୟ ହୋଇ ପାରିବେ।  
ନୀଳମାଧବ ଭୂୟାଁ ଙ୍କ କଲମର…
ଏହି ଗଳ୍ପ ମୋର ମେଣ୍ଟର ଙ୍କ ଉପଦେଶ ରୁ ବର୍ଣ୍ଣିତ…
If the contents are helpful to share them with your friends, Thanking You.

ଲୁହା କଣ୍ଟା

Iron pin, pin, ଲୁହା କଣ୍ଟା
Iron pin
ଲୁହା ଖଣିରେ ଜନ୍ମ ମୋର । 
ଅଳ୍ପ ଲୌହ ରେ ଏମିତି ଏକ ବସ୍ତୁ ଯାହା ମଣିଷ ଜୀବନର ଆବଶ୍ୟକ କୁ ପୁରଣ କରିବାକୁ ସାହାଯ୍ୟ କରେ । 
ସତରେ ମୋତେ ମଣିଷ କେବଳ ସ୍ବାର୍ଥ ପାଇଁ ବ୍ୟବହାର କରେ । 
କଣ ମୋର ଜନ୍ମ ?
କେବଳ କାଠ କିମ୍ବା ସିମେଣ୍ଟ ପରତ କୁ ଚିରି ଗଭୀରତା କୁ ନ ମାପି ତାକୁ ଜାବୁଡ଼ି ଧରିବାକୁ । 
କଣ ଏ ଜିବନ କେବଳ ଶକ୍ତ ପ୍ରହାର ଖାଇବାକୁ ଜନ୍ମ ମୋର ??
କେତେବେଳେ ସୁଦୃଢ଼ ଭାବେ କାନ୍ଥ ଅବା କାଠ କୁ ଚିରି ପଶିଯାଏ ତ ଆଉ କେତେବେଳେ ମୋର ଅସ୍ତିତ୍ବ ରୁ ମୁଁ ବାହାର ହୋଇ ବଙ୍କା ହୋଇ ଗାଳି ଏବଂ ଅପଦାର୍ଥ ର ନାମକରଣ କରାଯାଏ।  
କଣ ଯେ ମୋର ଅସ୍ତିତ୍ବ ?? 
କାହିଁକି ମୋର ଏହି ଜୀବନ ରେ ଜନ୍ମ ମୁଁ ଜାଣେନା ?? 
ଅନ୍ୟ ର ଘର ସଜାଡ଼ିବା ର ଏକ ନାମ ମାତ୍ର ବସ୍ତୁ ମୁଁ ।
ମୁଁ ହେଉଛି ଲୁହା କଣ୍ଟା। 
ନୀଳମାଧବ ଭୂୟାଁ (ଲେଖକ)
If the contents are helpful to share them with your friends, Thanking You.

कहानी 3 पेग की !!!

#हिंदी alcohol story, #hindi story
कहानी ३ पेग की
यह कहानी आपकी मनोरंजन केलिए लिखी गई है । इसमें जिसकी नाम लिया गया सब काल्पनिक है और किसीको खराब होने केलिए तथा खराब को अपनाने केलिए प्रेरित नहीं करता है ।
कहानी 3 पेग की !!!
मेघा और पिंकी दोनो एक रूम में रहते है । दोनो 3 महीने पहले यूपीएससी की परीक्षा में शामिल हेतु पढ़ाई करने दिल्ली के मुखर्जी नगर में एक रूम में रहने लगे। 
खाना बनाने केलिए एक बाई आती थी और घर की कुछ छोटी मोटी काम करके चली जाती थी। 
दोनो पढ़ाकू थे । रात रात भर पढ़ाई और सुबह क्लास पुनः लांच के बाद फिर से पुस्तक की दुनिया में खो जाते थे । 
दोनो की अलग अलग रुम थी । कुछ दिन के बाद मेघा ने गौर किया की पिंकी कुछ उदास उदास लग रही है । इस से पहले दोनो आपस की हर समस्या को मिलकर सुलझाते थे।  मगर इस बार पिंकी ने मेघा को बात छुपा कर रखी थी।  
खाली उदास नहीं बल्कि पिंकी पढ़ाई भी नहीं करती थी जल्दी सो जाती थी।  मेघा की मन में एक सवाल आया कि पिंकी मेरी बहुत करीब है बह किसी समस्या से गुजर रही है मुझे बताने केलिए इनकार क्यूं कर रही है ??
लाखों प्रयास किया मगर मेघा ने पिंकी की समस्या को नहीं जान पाई । 
 एक दिन मेघा ने ऐसा कुछ ऐसा काम किया जिसकी वजह से पिंकी अपनी सारी समस्या खुल कर मेघा के सामने रख दी ।
यह संभव हुआ था केबल 3 पेग दारू से ।
कैसे ??
मेघा ने आने वाले रविवार को एक दारू की बोतल लाई और पिंकी को बोला आज पीने का मन कर रहा है । वैसे मेघा भी नहीं पीती थी मगर बह चाहती थी की असल में दारू की वजह से बहुत सारे राज खुल  जाते हैं तो क्यों न पिंकी की भी राज खुल जाए । अगर मुझे भी पीना पड़े तो में पी लूंगी ।
और वैसे ही हुआ, पहले पहले पिंकी मना किया मगर ज्यादा दाबाब के कारण पिंकी ने पीना शुरू किया और जादू की तरह सारे बात बोलने लगी । 
वैसे उस रात दोनो को काफी नशा हुआ था।  प्रमाण की तोर पर । मोबाइल की रिकॉर्डिंग में सब पता चल गया । वैसे मोबाइल रिकॉर्डिंग पिंकी खुद लगाई थी । और बाद में वह सुनकर पहले शर्म महसूस की और समस्या को सुलझाने में मेघा ने उसको मदद किया ।
उस घटना के बाद आज तक दोनो ने कभी दारू नहीं पिए है मगर एक एक्सपेरिमेंट की तोर पर उस दिन की 3 पेग दारू की वजह से सारे राज खुल गया था और वह दोनो को प्रमाण मिल गया था । की दारू की वजह से बहुत सारे समस्या हल हो जाता है ।
धन्यवाद
यह कहानी मनोरंजन केलिए है । लेखक आपको दारू पीने केलिए प्रेरित नहीं करते हैं ।
 
If the contents helpful so share to your friends, Thanking You.

Lesson 1



lesson, based on real story
lesson one




    ହଠାତ୍ ଦିନେ ସନ୍ଧ୍ୟା ୬.୧୫ ସମୟରେ ରେ ଗୋଟିଏ ନୂଆ ନମ୍ୱର୍ ରୁ କଲ୍ ଆସିଲା । ଭାବିଲି କୋଉ ସାଙ୍ଗ ଫୋନ୍ କରିଥିବ କିନ୍ତୁ କଲ୍ ସେପଟୁ ଜଣେ କହି ଉଠିଲା ” ଲାଗିଲା ଲାଗିଲା କଥା ହେ” ମୁଁ ପୁଣି ହେଲୋ କହିଲି । ସେପଟୁ ପ୍ରଶ୍ନ ଆସିଲା । କିଏ କହୁଛନ୍ତି ? ମୁଁ ପଚାରିଲି ? ଆପଣ କିଏ?? ସେତେବେଳେ ମୁଁ ଗ୍ରୁପ ଚାଟ୍ ରେ ବ୍ୟସ୍ତ ଥିଲି । ମୁଁ ପଚାରିଲି କିଏ କହୁଛନ୍ତି ନାମ କହୁ ନାହାନ୍ତି ଏବଂ କାହା ପାଖକୁ କଲ୍ କରିଥିଲେ ?? ଏତିକି ପରେ ସେ କହିଲା ସରି ରଂଗ ନମ୍ୱର୍ କହି ଫୋନ୍ ଟିକୁ କାଟିଦେଲା।  ମୁଁ ପୁଣି ଗ୍ରୁପ୍ ଚାଟ୍ ରେ ବ୍ୟସ୍ତ ରହିଲି । ସେଦିନ ରାତି ୨ଟା ରେ ପୁଣି କଲ୍ ଆସିଲା । ମୁଁ ଅଧା ନିଦରେ ପଚାରିଲି କିଏ ?? ସେ କହିଲା ‘ କଣ ଏତେ ଶୀଘ୍ର ଶୋଇ ଗଲଣି ଯେ ‘ ଏତିକି ଶୁଣି ମୋ ମୁଣ୍ଡ ଖରାପ।  ତାକୁ ବହେ ଗାଳି ଦେଲି ଏବଂ କହିଲି ରଖ ଫୋନ୍ ରାତି ଦୁଇଟା ରେ ଫୋନ୍ କରି ଡିଷ୍ଟର୍ବ କରୁଛି। 

    ତା ପର ଦିନ ସକାଳେ ମୁଁ ବାହାରିଲି ଏକ୍ସଟ୍ରା କ୍ଲାସ୍ ପାଇଁ କିନ୍ତୁ ତାହା କେବଳ ମୋ ଭଳିଆ କିଛି ପଣ୍ଡିତ ଯୁବକ ମାନଙ୍କ ପାଇଁ ହେଉଥିଲା। ଆମ ଭଡ଼ା ରୁମ୍ ରେ ମୁଁ ଏକା ଥିଲି ବାକି ସାଙ୍ଗ ମାନେ ଘରକୁ ଯାଇଥିଲେ ଦଶହରା ଛୁଟି ମନେଇବା ପାଇଁ । ମୁଁ ଯାଇ ନଥିଲି କାରଣ ବାବା ମମି ଭାଇ ପାଖକୁ ଯାଇଛନ୍ତି ଗୋଆ ବୁଲିବାକୁ ।

    ୧୧ ଟା ପାଖାପାଖି ଫେରିଲା ବେଳକୁ ହୋଟେଲ ରୁ ପାର୍ସଲ ନେଇ ଆସିଲି । ଖାଇ ଅଳ୍ପ ମୋବାଇଲ ଦେଖୁଛି ପୁଣି ସେ ନମ୍ୱର୍ । ଉଠେଇ ପଚାରିଲି ତମେ କିଏ କହିଲ ?? କାହିଁକି ବାରମ୍ବାର ଫୋନ୍ କରି ଡିଷ୍ଟର୍ବ କରୁଛ?? ସେପଟୁ ଉତ୍ତର ଦେଲା ” ମୁଁ ପାୟଲ କହୁଛି ” ମୁଁ ପଚାରିଲି କଣ କାମ ଥିଲା ?? ସେ କହିଲା, ତମ ସହିତ କଥା ହେବାକୁ ଇଚ୍ଛା ହେଲା କରିଦେଲି ଯଦି ଭଲ ଲାଗୁନି ତେବେ ସରି !!! ତାର ସେ ଶବ୍ଦ ଶୁଣି ମୁଁ ପୁରା ଭୋଳ ହୋଇଗଲିଣି।  କହିଲି ନା ନା !! ସେମିତି କିଛି ନାହିଁ ? କୁହ କଣ କଥା ହେବାର ଅଛି? ଏବଂ ମୋ ନମ୍ୱର୍ ତମେ କେମିତି ପାଇଲ?? ସେ କହିଲା ତମେ , କଲେଜ୍ ର ୱେଲକମ ଉତ୍ସବ ରେ ତମ ଭାଷଣ ଶୁଣି ମୋତେ ଭଲ ଲାଗିଲା । ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ତମ ନମ୍ୱର୍ ପାଇଲି ?? ମୁଁ ପଚାରିଲି ତେବେ ତମେ ମୋ କ୍ଲାସ୍ ମେଟ୍ ?? ସେ କହିଲା ନା, ମୁଁ ତୁମ କ୍ଲାସ୍ ମେଟ୍ ନୁହଁ କିନ୍ତୁ ତମ କଲେଜ୍ ର।

    ଠିକ୍ ସେତିକିବେଳେ ବାବା ଙ୍କ କଲ୍ ଆସିବା ଯୋଗୁ  ମୁଁ କହିଲି ପରେ କଥା ହେବା ! କହି କାଟି ଦେଲି କିନ୍ତୁ ତାପର ଠାରୁ ପାୟଲ ସହିତ ମୋର ଚାଲିଲା ପ୍ରତିଦିନ କଥା ବାର୍ତ୍ତା। ଠିକ୍ ପାଞ୍ଚ ଦିନ ପରେ ସେ ଗୋଟିଏ କଥା କହିଥିଲା ଯେ ମୋର ଅସଲ ନାମ ପାୟଲ ନୁହଁ ଏବଂ ତମେ ଯଦି ସତରେ ମୋତେ ଭଲ ପାଉଛ ତେବେ ମୋତେ କଲେଜ୍ ରେ ଖୋଜିବାକୁ ଚେଷ୍ଟା କର ଏବଂ ସେତେବେଳେ ମୋର ଅସଲ ନାମ ଜାଣିପାରିବ କିନ୍ତୁ ମୁଁ ତାକୁ କେବେ କଲେଜ୍ ରେ ଖୋଜିବାକୁ ଚେଷ୍ଟା କରିନି।   ଏମିତି ଚାଲିଲା ପ୍ରାୟ ମାସେ ।

    ଦିନେ ରାତି ୯ ଟା ରେ ମୋତେ କଲ୍ ଆସିଲା ଯେ ମୋ ମା ଙ୍କ ଦେହ ଖରାପ୍ ଏବଂ ମୋତେ ୫୦୦୦ ଟଙ୍କା ନିହାତି ଦରକାର । ଏତିକି କଥା ଶୁଣି ମୋର ଦୟା ଭାବ ବଢ଼ିଗଲା ମୁଁ କହିଲି ତମେ କାହାକୁ ମାଗିବା ଦରକାର ନାହିଁ ମୁଁ ତମକୁ ସେଣ୍ଟ କରୁଛି, ତମେ ତମର ଆକାଉଣ୍ଟ ନମ୍ବର୍ ଦିଅ ।  ସେ ୫ ସେକେଣ୍ଡ ଭିତରେ ସେଣ୍ଡ୍ କରିଲା ଏବଂ ମୁଁ ସଙ୍ଗେ ସଙ୍ଗେ ତାକୁ ୫୦୦୦ ଟଙ୍କା ପଠେଇଲି। 

    ବାବା ଦୁଇ ଦିନ ପୂର୍ବରୁ ୭୦୦୦ ଟଙ୍କା ପଠେଇ ଥିଲେ ଘର ଭଡ଼ା ଏବଂ ଖାଇବା ଖର୍ଚ୍ଚ ପାଇଁ କିନ୍ତୁ ଜାଣିନଥିଲି ସେ ଟଙ୍କା ମୋତେ ସମୟରେ ମିଳିବ ବୋଲି ?? କିନ୍ତୁ ମୁଁ ପାଠ ପଢୁଥାଏ ଏବଂ ୫୦୦୦ ମୋ ପାଇଁ ବହୁତ୍ ବଡ ଥିଲା।  ତାପରେ ସେ କହିଲା ମା ଏବେ ହସ୍ପିଟାଲ୍ ରେ ଅଛନ୍ତି ସେଥିପାଇଁ ପ୍ରତିଦିନ କଥା ହୋଇ ପାରିବିନି।  ମୁଁ ପଚାରିଲି କଣ ହୋଇଛି, ସେ କହିଲା ସୁଗର୍ ବଢ଼ିଯାଇଛି।  ମୁଁ ଏତେ ପଚାରିଲି ନାହିଁ । କିନ୍ତୁ ୟେ କଣ ଧିରେ ଧୀରେ ଫୋନ୍ ଉଠେଇବା ମଧ୍ୟ ବନ୍ଦ କରିଦେଲା ଏବଂ ଆଉ କିଛି ଦିନ ପରେ ମୋର ନମ୍ବର ବ୍ଲକ୍ ଲିଷ୍ଟ ରେ ମଧ୍ୟ ପଡ଼ିଗଲା।  ମୁଁ ଅନ୍ୟ ନମ୍ୱର୍ ରେ କଲ୍ କରିଲେ ସେ ଯଦି ମୋ ଭଏସ୍ ଜାଣିଦେବ ତେବେ ସଙ୍ଗେ ସଙ୍ଗେ ବ୍ଲକ ଲିଷ୍ଟ ରେ ପକେଇ ଦିଏ।

    ସେ ମାସ ରେ ପୁଣି ବାବା ଙ୍କୁ ଟଙ୍କା ମାଗିଲି । ମିଛ କହିଲି ଯେ କଲେଜ୍ ରୁ ଆସିଲା ବେଳେ ମୋର ପର୍ସ ଚୋରି କରି କେହି ନେଇଗଲା। ବହୁତ୍ ଗାଳି ଶୁଣିଲି କିନ୍ତୁ ଟଙ୍କା ପୁଣି ଦେଲେ। 

    ଏମିତି କଲ୍ ଉପରେ କଲ୍ କରି ଚାଲିଥାଏ କିନ୍ତୁ ପ୍ରତ୍ୟେକ ନମ୍ୱର୍ ବ୍ଲକ୍ ଲିଷ୍ଟ ରେ ପଡୁଥିଲା।  ତାପରେ ବୁଝିଗଲି ଯେ ମୋ ସହିତ ବହୁତ୍ ବଡ ଧୋକା ହୋଇଗଲା।  ନା ଚିହ୍ନି ନି କି ଜାଣିନି, କୋଉଠି ଖୋଜିବି ସେ ମୋତେ ଆଡ୍ରେସ ମଧ୍ୟ ଦେଇନି କହିଥିଲା ଯୋଉଦିନ ମୋତେ ଖୋଜି ପାଇବ ସେଦିନ କହିବି।  ମୁଁ ଚେଷ୍ଟା କରିନି । ପ୍ରେମ ସେତେ ଟାଣ ହୋଇ ନଥିବା ଯୋଗୁଁ ମୋତେ ଅଧିକ ଦୁଃଖ ଅନୁଭବ ହେଲା ନାହିଁ। କିନ୍ତୁ ଦୁଃଖ ଥିଲା ଟଙ୍କା ନେଇଗଲା ବୋଲି । ଭାବିଲି ଆଉ ଟଙ୍କା ତ ମିଳିବ ନାହିଁ। ସେଦିନ ଠାରୁ କାନ ଧରିଲି ଯେ ଆଉ ଝିଅ ପଛରେ ପଡ଼ିବି ନାହିଁ ଏବଂ ମୋ କ୍ୟାରିଅର ପାଇଁ ଧ୍ୟାନ ଦେବୀ ।  ଧୀରେ ଧୀରେ ତାକୁ ମନରୁ ହଟେଇ ପାଠ ପଢା ରେ ଧ୍ୟାନ ଦେଲି । ଭାବିଲି ୫୦୦୦ ଟଙ୍କା ପାଣିରେ ପକେଇ ଦେଲି ବୋଲି ଭାବି କାହାକୁ ନ କହି ଚୁପ୍ ଚାପ୍ ପାଠ ପଢ଼ାରେ ଲାଗିଗଲି। 

    ସେ ଘଟଣା ର ଠିକ୍ ୮ ମାସ ୧୪ ଦିନ ପରେ । ମୁଁ କ୍ଲାସ୍ କୁ ଯିବାକୁ ବାହାରୁଛି । ମୁଁ ଯେଉଁ ଘରେ ଭଡ଼ା ରହୁଥିଲି ସେ ଘର ଠାରୁ ଦୁଇ ଘର ପଶ୍ଚିମ କୁ ଆଉ ଗୋଟିଏ ଘର ଭଡ଼ା ବାଲା ରହୁଛନ୍ତି । ସେ ମୁଁ ଘର ଚେଞ୍ଜ କରିବାର କିଛି ଦିନ ପରେ ସେଠୀ ରହିବାକୁ ଆସିଲେ। ତାଙ୍କ ଘର ଦେଇ ଗଲା ବେଳେ ତାଙ୍କ ମାଉସୀ ବାରଣ୍ଡା ରେ ଠିଆ ହୋଇଛନ୍ତି । ମୋତେ ଦେଖି କହିଲେ ପୁଅ ଗୋଟିଏ ନମ୍ୱର୍ ଲଗେଇ ଦେବ କି ??? ମୁଁ କହିଲି ହଁ ମାଉସୀ । ସେ ନିଜର Samsung ର ଗୋଟିଏ କୀପେଡ ମୋବାଇଲ ମୋତେ ଦେଲେ ଏବଂ ସେ ଗୋଟିଏ କାଗଜ ଟିଏ ଦେଲେ।  କାଗଜ ରେ ଗୋଟିଏ ନମ୍ୱର୍ ଥିଲା। 

    ମୁଁ ସେ ନମ୍ୱର୍ ଟାଇପ କରୁ କରୁ ହଠାତ୍ ମୋର ମନେ ପଡିଗଲା ‘ ଆରେ ହେଇ !!  ୟେ ତ ପାୟଲ ର ନମ୍ବର ‘ ଏବଂ ମୁଁ ତାଙ୍କ ମୋବାଇଲ ରେ କଲ୍ ଲଗେଇ ମାଉସୀ ହାତରେ ଦେବା ପୂର୍ବରୁ ମୁଁ ନାଁ ଟିକୁ ପଢିଲି ସେଥିରେ ‘ ସୁମିତା ‘ ଲେଖା ଥିଲା। ମାଉସୀ କଥା ହୋଇ ତାକୁ ପଚାରିଲେ ଶୀଘ୍ର ଆସେ ଡାଲି ପାଣି ମରିଯିବ? କହି କାଟିଦେଲେ। ମୋତେ କହିଲେ ଡାଲି ଆଣିବାକୁ ଯାଇଛି ଯେ ଗୋଟିଏ ଘଣ୍ଟାଏ ହୋଇଗଲାଣି।  ସେ ଆସିଲେ ପୁଣି କଲେଜ୍ ଯିବ।  ମୁଁ କ୍ଲାସ୍ ଯିବା ପାଇଁ ମନ ବଦଳେଇ ଦେଲି।  ମୁଁ କହିଲି ମାଉସୀ ଘରେ ମଉସା ନାହାନ୍ତି କି?? ସେ କହିଲେ ହଁ ସେ ଅଛନ୍ତି ?? କିନ୍ତୁ ତାଙ୍କର ମୁଣ୍ଡ ବ୍ୟଥା ହେଉଛି ସେଥିପାଇଁ ଝିଅ କୁ ପଠେଇଲି । ମୁଁ ପୁଣି ପଚାରିଲି, ମଉସା କଣ କରନ୍ତି ? ସେ କହିଲେ ସେ ଆଜେଣ୍ଟ କାମ କରୁଛନ୍ତି ଏବଂ ମୁଁ ଘରେ ସିଲେଇ କାମ କରେ।


If the story intresting so share to your friends, Thanking You.

Lesson 2

Story, based on real story
lesson end

ମୁଁ କହିଲି ମାଉସୀ ତମେ ଯୋଉ ଘରେ ରହୁଥିଲ ସେ ଘରେ ଆମେ ଆଗରୁ ରହୁଥିଲୁ କିନ୍ତୁ ସବୁ ସାଙ୍ଗ ରୁମ୍ ଚେଞ୍ଜ କରିଦେଲେ ସେଥିପାଇଁ ମୁଁ ଗୋଟିଏ ରୁମ୍ ର ଭଡ଼ା ଦେଇ ପାରିବିନି ଭାବି ପୁଣି ସାଙ୍ଗ ମାନଙ୍କ ରୁମ୍ ରେ ରହିବାକୁ ଚାଲି ଗଲି । ସେ ରୁମ୍ ରେ ଯେତିକି ଲାଇଟ୍ କାମ ସବୁ ମୁଁ କରିଛି। ଯଦି କେବେ କଣ ଖରାପ ହୁଏ ତେବେ ମୋତେ ଡାକିବ କାରଣ ମୁଁ ଇଲେକ୍ଟ୍ରିାଲ କାମ ଜାଣେ ଏବଂ ମାଉସୀ ଙ୍କୁ ଗୋଟିଏ କାଗଜ ରେ ମୋର ନମ୍ୱର୍ ଟିକୁ ଲେଖି ହାତରେ ଦେଲି।

ଠିକ୍ ସେତିକି ବେଳେ ପାୟଲ ମାନେ ସୁମିତା ଆସି ପହଁଚିଲା । ମୋତେ ଦେଖି ନ ଦେଖିଲା ଭଳି ସେ ଘର ଭିତରକୁ ସ୍କୁଟି ଉଠେଇବାକୁ ଲାଗିଲା । ଦେଖିବାକୁ ସେତେ ଖାସ୍ ନୁହଁ କିନ୍ତୁ ଷ୍ଟାଇଲ କମ୍ ନୁହଁ ?? ମୁଁ ଥରେ ଭାବିଥିଲି ଲାଇନ୍ ମାରିବାକୁ କିନ୍ତୁ ମୋତେ ଦେଖି ଦିନେ ସେ ମୁହଁ ମୋଡ଼ିବା ପରେ ମୁଁ ଭାବିଲି ତୋ ଠାରୁ ଅଧିକ ସୁନ୍ଦର ଝିଅ ଦେଖିଛି କିନ୍ତୁ ତୋର ର ଭାଉ କମ୍ ନାହିଁ ଭାବି ତାର ପିଛା କରିବା ଛାଡ଼ି ଦେଇଥିଲି କିନ୍ତୁ କେବେ ଆଶା କରି ନଥିଲି ଯେ ସେ ମୁହଁ ମୋଡିବା ଝିଅ ମୋ ପକେଟ୍ କାଟିବ !!!

ସେ ସ୍କୁଟି କୁ ଭିତରକୁ ଉଠେଇବା ସମୟରେ ମୁଁ ସ୍କୁଟି କୁ ଉଠେଇବା ରେ ସାହାଯ୍ୟ କରି ପଚାରିଲି ” ଆଉ ପାୟଲ କେମିତି ଅଛ??” ଏତିକି ଶୁଣି ତାକୁ ଯେମିତି ଶକ୍ ଅନୁଭବ ହେଲା । ସେ ପଛକୁ ନ ବୁଲି ସିଧା ଘର ଆଡ଼କୁ ମୁହଁକରି ‘ ମାମା ଆସୁଛି’ କହି ଘର ଭିତରକୁ ଚାଲିଗଲା ।

ପ୍ରାୟ ଆଠ ମାସ ପରେ ଚୋର ଧରା ପଡ଼ିଛି । ଭାବିଲି ଛାଡ଼ିବି ନାହିଁ ସୁଧ ମୂଳ ସହ ସବୁ ବାହାର କରିବି କହି ନିଜ ରୁମ୍ କୁ ଫେରିଲି। ରୁମ୍ କୁ ଯାଇ କଲ୍ କରିଲି, ପୁଣି ବ୍ଲକ ଦେଖାଇଲା। ମୁଁ ମେସେଜ କରି କହିଲି “ବ୍ଲାକ ଲିଷ୍ଟ ରୁ ହଟାଇ ମୋ ସହିତ କଥା ହୁଅ ନହେଲେ ତୁମର ସବୁ କଳା ଚିଠା ତମ ବାପା ମାଙ୍କ ପାଖରେ ପହଞ୍ଚେଇ ଦେବୀ” ।

ଠିକ୍ ଗୋଟିଏ ମିନିଟ୍ ପରେ କଲ୍ ଆସିଲା। ସରି କହି କହିଲା, ତମର ୫୦୦୦ ଟଙ୍କା ଫେରେଇ ଦେବୀ ତମେ କିଛି କରିବ ନାହିଁ । ମୁଁ କହିଲି ଖାଲି ୫୦୦୦ ନୁହଁ ତା ପୂର୍ବରୁ କେତେବେଳେ ୨୦୦ କେତେବେଳେ ୧୦୦ ସବୁ ମିଶି ୭୧୦୦ ଟଙ୍କା ହେଉଛି, ସବୁ ଫେରେଇବୁ । ସେ ମୋର ସବୁ କଥା ମାନିଲା। କହି ଫୋନ୍ କାଟିଦେଲା।

ତା ପ୍ରତି ଆଉ ଭଲ ପାଇବା ନଥିଲା କାରଣ ପାଠ ପଢା ରେ ଧ୍ୟାନ ଅଧିକା ଥିଲା। ଆଗକୁ ପରୀକ୍ଷା ଥିଲା । ପରୀକ୍ଷା ସରିଲା। ପରୀକ୍ଷା ର ଦୁଇ ଦିନ ପରେ ତାଙ୍କ ମା ମୋତେ ଫୋନ୍ କରି ଡାକିଲେ କହିଲେ, ଆମ ହିଟର ଟା ଜଳି ଯାଇଛି। କଇଲ୍ ଆଣିଛି ତାକୁ ଲଗେଇ ଦେବ ?? ମୁଁ ହଁ କରି ପହଞ୍ଚିଲି ତାଙ୍କ ଘରେ।

ସେଠୀ ସୂମିତା ମାନେ ମୋର ଏକ୍ସ୍ ଗାର୍ଲଫ୍ରେଣ୍ଡ । ଚେୟାର ଉପରେ ବେଶୀ କ୍ୟାଣ୍ଡି କ୍ରସ ଖେଳୁଥିଲା ମୋତେ ଦେଖି ସେ ପୁଣି ଡରରେ ଠିଆ ହୋଇଗଲା। ମାଉସୀ ମୋତେ କହିଲେ ଝିଅ ଏଠି ଅଛି କଣ ଦରକାର ପଡ଼ିବ ତାକୁ କହିବ !! କିନ୍ତୁ ସେ ମନା କରିଲା । ମାଉସୀ କହିଲେ ତୁ ଏଠି ରହ?? ମୁଁ ଯାଉଛି ବାଥରୁମ୍ । ମାଉସୀ ଗଲା ପରେ ମୁଁ ପଚାରିଲି ‘ କଣ ପାଇଁ ଏମିତି କରିଲ?? ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା?? ପୁଣି ପଚାରିଲି ‘ ଆଚ୍ଛା ମୋ ନମ୍ବର୍ କୋଉଠୁ ପାଇଲ?? ସେ କହିଲା, ଖଟ ର କାଠ ରେ ଲେଖା ହୋଇଥିଲା। ମୁଁ କହିଲି ତମେ ଭାବୁଥିଲ ନା ମୁଁ ବକରା ବନେଇ ବ୍ଲାକ ଲିଷ୍ଟ ପକେଇଲେ ଜଣା ପଡ଼ିବ ନାହିଁ ?? କିନ୍ତୁ ମନେ ରଖ ଚୋର ଆଜି ନହେଲେ କାଲି ନିଶ୍ଚୟ ଧରା ପଡ଼ିବ।

ମୁଁ କହିଲି ଯାହା ତ ସ୍ଵପ୍ନ ଦେଖେଇ ଥିଲ ତାହା ମିଛ ଥିଲା କିନ୍ତୁ ମୋ ଟଙ୍କା ମୋତେ ଶୀଘ୍ର ଫେରାଇ ଦିଅ ନହେଲେ ତମର ସବୁ ଚାଟ୍ ସ୍କ୍ରିନ ଶଟ ରଖିଛି। ସବୁ ତମ ଘରେ ଦେଖେଇ ଦେବୀ । ସେ ତା ରୁମ୍ କୁ ଦୌଡିଗଲା ଏବଂ ୫୦୦ ଟଙ୍କା ନେଇ ଆସି କହିଲା ଏତିକି ନିଅ ବାକି ଧିରେ ଧୀରେ ଫେରେଇ ଦେବୀ।

ଏତିକିବେଳେ ମାଉସୀ ଆସି ପହଞ୍ଚିଲେ। କଥା ବାର୍ତ୍ତା ଭିତରେ କାମ କରୁଥିଲି ଏବଂ ୧୦ ମିନିଟ୍ ଭିତରେ ହିଟର୍ କାମ ସାରି ଘରକୁ ଫେରିଲି।

ଘରକୁ ଆସି ଭାବିଲି । ଦୁନିଆରେ ସବୁ ଝିଅ ମାନେ ଖରାପ ନୁହଁ କିନ୍ତୁ ଏମିତି କିଛି ଝିଅ ମାନଙ୍କ ପାଇଁ ଝିଅ ମାନଙ୍କ ଉପରେ ବିଶ୍ୱାସ ଉଠି ଯାଉଛି। ଝିଅ ମାନେ ଏତେ ତଳକୁ କାହିଁକି ଖସି ଯାଉଛନ୍ତି। ତାର ମା ଙ୍କ ଦେହ ଠିକ୍ ଥିଲା । ସେ ଟଙ୍କା ନେଇଥିଲା କଣ ପାଇଁ ତାହା ମୁଁ ମଧ୍ୟ ଜାଣିନି ଅବ ପଚାରିବାକୁ ଚେଷ୍ଟା କରିନି । କିନ୍ତୁ ମୋର ମନରେ ସବୁ ବେଳେ ଗୋଟିଏ ପ୍ରଶ୍ନ ଉଠେ ଯେ ପାଠ ପଢ଼ିବା ଝିଅ ମାନଙ୍କୁ ଏତେ ଟଙ୍କା ର ଆବଶ୍ୟକ କଣ ? ଘରୁ ପକେଟ ମନି ନିଶ୍ଚୟ ମିଳୁଥିବ। ଯଦି ଅବା ନ ମିଳୁଛି କାହାଠୁ ମିଛ କହି ଅବା ମିଛ ଭଲ ପାଇବା ଦେଖେଇ ଟଙ୍କା ଆଣିବା କଣ ଠିକ୍ ?? ମୋର ମତରେ ବିଲକୁଲ ଠିକ୍ କଥା ନୁହଁ??

ଆଜିକୁ ଦୁଇ ବର୍ଷ ବିତି ଗଲାଣି। ବେଳେବେଳେ ମାଗିବା ପରେ ଟଙ୍କା ଫେରାଏ କିନ୍ତୁ ତାହା କେତେବେଳେ ୫୦୦ ତ କେତେବେଳେ ୨୦୦ । ଆଜି ପର୍ଯ୍ୟନ୍ତ କେବଳ ୩୭୦୦ ଟଙ୍କା ସେ ମୋତେ ଫେରାଇଛି। ବାକି ସେ ଟଙ୍କା କେତେ ବର୍ଷରେ ମିଳିବ ତାହା ମୁଁ ଜାଣିନି । ତାର ସବୁ ମେସେଜ ଆଉ ଚାଟ୍ କେବେଠାରୁ ଡିଲିଟ୍ କରି ସାରିଲିଣି କିନ୍ତୁ ମୋ ସହିତ ଯେଉଁ ଧୋକା ହୋଇଥିଲା ତାହା ଆଜି ମୋତେ ଗୋଟିଏ ବଡ ଲେସନ୍ ମୋତେ ଶିଖେଇ ଦେଲା । ଯେ ପ୍ରତ୍ୟେକ ମଣିଷ ସମାନ ନୁହଁ ଏବଂ ଆଖି ବନ୍ଦ କରି ଭଲ ପାଇବା ଅବା କାହାକୁ ବିଶ୍ୱାସ କରିବା ଅନୁଚିତ୍ ।

ମୋର ଭଳି ବହୁ ଯୁବକ ଯୁବତୀ ଏମିତି ଧୋକା ର ଶିକାର ହୁଅନ୍ତି କିନ୍ତୁ ମୁଁ ଆଶା କରୁଛି ମୋର ଏହି କାହାଣୀ ଟି ପଢ଼ିବା ପରେ ଆପଣ କିମ୍ବା ଆପଣଙ୍କ ବନ୍ଧୁ ମଧ୍ୟ ଏମିତି ଧୋକା ର ଶିକାର ହେବେ ନାହିଁ ।

ଏହି ଲେସନ୍ କାହାଣୀ ଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯଦି ଭଲ ଲାଗିଛି ତେବେ ନିଜ ସାଙ୍ଗ ମାନକୁ ସେୟାର କରିବାକୁ ଭୁଲିବେ ନାହିଁ ।

( ଏହି କାହାଣୀ ର ବ୍ୟକ୍ତି ଜଣକ ନିଜର ପରିଚୟ ଗୁପ୍ତ ରଖିବାକୁ ଚାହିଁଛନ୍ତି )

||| ଧନ୍ୟବାଦ |||

ନୀଳମାଧବ ଭୂୟାଁ (ଲେଖକ)

If the story intresting so share to your friends, Thanking You.

ମୋ ଅଧୁରା ପ୍ରେମ

ମୋ ଅଧୁରା ପ୍ରେମ
ମୋ ଅଧୁରା ପ୍ରେମ 


ନବମ ଶ୍ରେଣୀର ଆରମ୍ଭ ହେବାର ପ୍ରାୟ ୦୫ ଦିନ ବିତିଗଲାଣି । ସ୍କୁଲ୍ ଆରମ୍ଭ ହେବାର ବେଲ୍ କିଛି ସମୟ ମଧ୍ୟରେ ବାଜିବ କିନ୍ତୁ ଠିକ୍ ସେ ସମୟରେ ମୋର ହୃଦୟର ବେଲ୍ ବାଜି ଗଲା। ସେତେବେଳେ ମୋ ସାଙ୍ଗ ଅଭୟ କୁ ହେଣ୍ଡସେକ କରି ତାର ଫେସ୍ କୁ ଦେଖିଲା ବେଳକୁ ହଠାତ୍ ଆକାଶ ର ପଛପଟେ ଗୋଟିଏ ସୁନ୍ଦରୀ ଝିଅ ଅତିକ୍ରମ କରି ସ୍କୁଲ୍ ବାରଣ୍ଡା କୁ ଯାଉଥିଲା ।

 ଅଭୟ ର ଫେସ୍ କୁ ସାଇଡ କରି ନଜର ମୋର ଲାଖି ରହିଲା ସେ ଝିଅ ଉପରେ, ନାମ ଥିଲା ତାର ପ୍ରିୟା । ସେ ଦେଖିବାକୁ କେମିତି ତାହା ଯଦି ମୁ ବର୍ଣ୍ଣନା କରିବି ତେବେ ଆପଣ ତାକୁ ପସନ୍ଦ କରିବାରେ ଲାଗିବେ କିନ୍ତୁ କହି ରଖୁଛି ସେ ସମୟ ରେ ପ୍ରିୟା କେବଳ ମୋର ଥିଲା। ତେବେ ଚାଲନ୍ତୁ ତା ବିଷୟ ରେ ଅଳ୍ପ ଜାଣି ନେବା ।

ପ୍ରିୟା ହେଉଛି ସେ ସ୍କୁଲ୍ ର ପ୍ରଥମ ଝିଅ ଯିଏ ରୂପରେ ଗୁଣରେ ଏକ ନମ୍ବର୍ । ବାକି ଝିଅ ମାନେ ମଧ୍ୟ ସୁନ୍ଦର୍ ଥିଲେ କିନ୍ତୁ ପ୍ରିୟା ଠାରୁ କମ୍। ତାର ଧିର କଥା ବାର୍ତ୍ତା ଏବଂ ମଧୁର ବାଣୀ ମନେ ପକେଇଲେ ଆଜି ମଧ୍ୟ ମୋ ମନ କୁ କିଛି ସମୟ ପାଇଁ ତାର ହେବାକୁ ଇଚ୍ଛା ହେଉଛି । ତାର କୋମଳ ହସରେ କିଛି ଅଲଗା ଭାବନା ଥିଲା। ତାର ଚେହେରା ଦେଖିବାକୁ ମୋତେ ତା ପାଖକୁ ସବୁବେଳେ ଟାଣି ନେଉଥାଏ । ସେ ଯେତେ କ୍ୟୁଟ ସେତେ ଶାନ୍ତ। କାହାକୁ କଥା ପଦେ କହିବାକୁ ଦଶ ଥର ଭାବେ ଏବଂ ଏତେ ଫୁଲେଇ ଯେ କୋଉ ପୁଅ କୁ ଚାହେଁନି। ମୁଁ ଭାବି ନେଇଥିଲେ କେତେ କଷ୍ଟ କରିବାକୁ ପଡେ କରିବି କିନ୍ତୁ ପ୍ରିୟା କୁ ମୁଁ ମୋର ଲଭର୍ ନିଶ୍ଚୟ କରିବି । 

ମୋ ବିଷୟରେ କହିବା ଭୂଲିଯାଇଛି, ମୋ ପ୍ରିୟା ଠୁ ସୁନ୍ଦରତା ରେ ସେତେ ଅଧିକା ହାଣ୍ଡସମ ନୁହଁ । ବାପା ମା ବହୁତ୍ ଭାବି ଚିନ୍ତି ଗୌତମ ନାମ ଟିଏ ରଖିଛନ୍ତି । ସାଙ୍ଗ ମାନଙ୍କ ପାଇଁ ମୁଁ ଥିଲି ଲଭ୍ ଗୁରୁ । ଲଭ ଅଫେଆର୍ ରେ ସାହାଯ୍ୟ କରିବାରେ ଗୌତମ ଥିଲା ଏକ ନମ୍ବର୍ ବୋଲି ସାଙ୍ଗ ମାନେ କୁହନ୍ତି କିନ୍ତୁ ଏହି କଥା ପାଇଁ ମୁଁ କେବେ କ୍ରେଡିଟ ନିଏ ନାହିଁ । ସମସ୍ତଙ୍କ ସେଟିଂ କରୁ କରୁ ସେ ସମୟରେ ମୁଁ ମୋ ସେଟିଂ ରେ ବ୍ୟସ୍ତ ହୋଇଗଲି । ଅନ୍ୟ ମାନଙ୍କ ଯୋଡ଼ି ମିଶେଇବାକୁ ମୋତେ କେବଳ ଗୋଟିଏ ସପ୍ତାହ ଲାଗୁଥିଲା କିନ୍ତୁ ମୋ ମୋ ଯୋଡ଼ି ପାଇଁ ମୋତେ ଗୋଟିଏ ମାସ ରୁ ଉର୍ଦ୍ଧ ଲାଗିଗଲା।  

ପାଠ ପଢା ଟାଇମ ଟେବୁଲ୍ ରେ ପ୍ରିୟା କୁ ଦେଖିବା ଥିଲା ମୋର ଗୋଟିଏ ସ୍ପେସିଆଲ ପିରିୟଡ଼। ପ୍ରଥମ ଦିନ ତାର ଚାହାଣି ମୋତେ ଛୁଞ୍ଚି ଫୋଡ଼ିଲା ଭଳି ଅନୁଭବ ହେଲା କିନ୍ତୁ ସେ ଛୁଞ୍ଚି ମୋତେ ଧୀରେ ଧୀରେ ପ୍ରେମାଘାତ କରିବାକୁ ଲାଗିଲା । ପ୍ରଥମେ ପ୍ରଥମେ ମୁହଁ କୁ ଫୁଲେଇ ଦେଖେ କିନ୍ତୁ ମୁ ମୋର ଡିଉଟି ରେ କେବେ ଅବହେଳା କରେନାହିଁ। ସବୁବେଳେ ସେ ଆସେ ପ୍ରତିଦିନ ଅପେକ୍ଷା କରିଥାଏ। ସିନିଅର ବୋଲି ଆମକୁ କିଏ କିଛି କୁହନ୍ତି ନାହିଁ ଏବଂ ସେ ଫାଇଦାରେ ମୁଁ ମୋ ପ୍ରିୟା କୁ ଲାଇନ୍ ମାରିବାରେ ଅବହେଳା କରିନଥାଏ ଏବଂ ପ୍ରିୟା ମଧ୍ୟ ଧିରେ ଧୀରେ ଚୁମ୍ବକ ଭଳି ଟାଣି ହେଉଥାଏ ପୁଣି ଶକ୍ତି ହରା ହୋଇ ଫେରି ଯାଉଥାଏ।  

ନବମ ଶ୍ରେଣୀ ର ମଧ୍ଯ ଭାଗରେ ଦିନେ ମୁଁ ସ୍କୁଲ୍ କୁ ଆସି ନଥାଏ । ମୋର ସମ୍ପର୍କୀୟ ବିବାହ ଭୋଜି କୁ ଯାଇଥିଲି। ସେଦିନ ପ୍ରିୟା ର ଭଲ ପାଇବା ର ପ୍ରମାଣ ପାଇଗଲି। ସେଦିନ ପ୍ରିୟା ସ୍କୁଲ୍ କୁ ଆସିବା ସମୟରେ ମୋ ଅନୁପସ୍ଥିତ ଦେଖି ତାକୁ ବହୁତ୍ କଷ୍ଟ ହେଲା । ମୁଁ ଠିଆ ହୋଇ ରହୁଥିବା ସ୍ଥାନ କୁ ବାରମ୍ବାର ଦେଖୁଥାଏ । ସେ ଦିନ ସେ ନବମ ଶ୍ରେଣୀ କୁ ବାରମ୍ବାର ଚାହୁଁଥାଏ। କାଳେ ଲେଟ୍ ରେ ମୁଁ ଆସିବି ବୋଲି ସେ ମୋ ବାଟକୁ ଚାହିଁ ରହିଥିଲା, କିନ୍ତୁ ମୁଁ ନଥାଏ । ଏହି ଗୁପ୍ତ ସୂଚନା ମୋ ସାଙ୍ଗ ମାନେ ମୋତେ ତା ପର ଦିନ ଜଣାଇଲେ । ଏତିକି ଶୁଣି ମୁଁ ପୁରା ପାଗଳ । ଏତେ ଖୁସି ହୋଇଗଲି ଯେ ମନେ ମନେ ଭାବିଲି ତା ଠାରୁ କିଛି ଶବ୍ଦ ଶୁଣିବା ମୋର ଦରକାର ନାହିଁ । ଏତିକି ଭଲ ପାଇବା ମୁଁ ଚାହୁଁଥିଲି। ପର ଦିନ ସ୍କୁଲ୍ ରେ ସେହି ଜାଗାରେ ମୁଁ ଠିଆ ହୋଇ ରହିଥାଏ । ପ୍ରିୟା ଆସିଲା ଏବଂ ମୋତେ ତାର ସେହି ଚାହାଣି ମୋତେ ଆଜି ମନେ ଅଛି ସେ ଚାହାଣି ରେ ମୋତେ ପ୍ରଶ୍ନ କରିଲା କି ” ଗତ କାଲି ତୁମେ କୁଆଡେ ଯାଇଥିଲ ” ମୁଁ ତାର ଉତ୍ତର ରେ କାନକୁ ଅଳ୍ପ ଛୁଇଁ ଇଶାରାରେ କହିଲି ” ଆଜି ଠାରୁ ସବୁଦିନ ଆସିବି” ଏବଂ ସେ ସ୍ମାଇଲ ଦେଇ କ୍ଲାସ୍ କୁ ଚାଲିଗଲା। ତାର ସେ ସ୍ମାଇଲ ମୋ ପାଇଁ ଲକ୍ଷ ଟଙ୍କା ସହ ସମାନ ଥିଲା।  

ତାପରେ ପ୍ରେମ ଗାଡି ଟିକେ ଜୋର୍ ରେ ଦୌଡ଼ିବାକୁ ଆରମ୍ଭ କରିଲା । ପୁରା ସ୍କୁଲ୍ ଜାଣିଗଲେ ଯେ ପ୍ରିୟା ହେଉଛି ଗୌତମ ର ଲଭର୍ । ମୋ ସାନ ଭାଇ ହେଉଛି ପ୍ରିୟା ର କ୍ଲାସ୍ ମେଟ୍ । କ୍ଲାସ୍ ର ସବୁ ଖବର ମୋ ସାନ ଭାଇ ଦିଏ । ପ୍ରିୟା କୁ କିଏ କଣ କହେ, ସାର୍ ଯଦି ପ୍ରିୟା କୁ ଗାଳି ଦେବେ ଏମିତି ସବୁ କଥା ମୋତେ ସେ ଆସି କହେ । ସେ କ୍ଲାସ୍ ରେ ପ୍ରିୟା ଭାଉଜ ହୋଇ ଯାଇଥିଲା । କାରଣ ଭାଇ ଅଛନ୍ତି ନବମ ଶ୍ରେଣୀ ରେ ଏବଂ ତାଙ୍କ ଅନୁଜ ଭାଇ ଅଛନ୍ତି ତାଙ୍କ କ୍ଲାସ୍ ରେ କିଏ ଆଖି ଉଠେଇ ଦେଖିବାକୁ ସାହାସ ମଧ୍ୟ କରନ୍ତିନି । 

ଦେଖୁ ଦେଖୁ ଚାଲିଗଲା ନବମ ଶ୍ରେଣୀ । ଦଶମ ଶ୍ରେଣୀ ରେ ମୁଁ ପ୍ରବେଶ କରିଲି । ସେହି ବର୍ଷ ବୋର୍ଡ ପରୀକ୍ଷା ଯଦି ଭଲ ନ ପଢିବି ତେବେ ନାମ ରଖିବି ଏବଂ ମୁଁ ଏତେ ତା ପ୍ରେମରେ ଏତେ ଲଟ୍ଟୁ ହୋଇଗଲି ଆଉ ଶେଷରେ ମୁଁ ନାମ ନେଲି । ଭଗବାନ ମୋତେ ମୋ ପ୍ରେମ କୁ ପ୍ରମାଣିତ କରିବାକୁ ଆଉ ଗୋଟିଏ ବର୍ଷ ସମୟ ଦେଲେ କିନ୍ତୁ ତାହା ସମ୍ଭବ ହେଲା ନାହିଁ । ମାତ୍ର ଦଶମ ଶ୍ରେଣୀ ମୋର ସବୁଠୁ ରୋମାଣ୍ଟିକ ବର୍ଷ ଥିଲା। ମୋର ଗୋଟିଏ ସ୍ଥାନ ଫିକ୍ସ ଥିଲା ମୁଁ ସେଠୀ ଛିଡା ହୋଇ ରହିଥାଏ ସବୁବେଳେ ପ୍ରିୟା କୁ ଆଖି ଠାର ଦିଏ ଏବଂ ସେ ମଧ୍ୟ ମୋତେ ତାର ପ୍ରତି ଉତ୍ତର ଦେଇଥାଏ । ମୋ ପାଖରେ ମୋ ସାଙ୍ଗ ମାନେ ଠିଆ ହୁଅନ୍ତି। ପ୍ରିୟା କ୍ଲାସ୍ ଭିତରେ ବସି ଥାଏ ଏବଂ ମୁଁ ଯୋଉଠି ଠିଆ ହୋଇଥାଏ ସେହି ସ୍ଥାନ ରୁ ପ୍ରିୟା ର ମୁହଁ ହିଁ କେବଳ ଦେଖାଯାଏ । କେତେ କଡା ସାର୍ କ୍ଲାସ୍ ନିଅନ୍ତୁ କିନ୍ତୁ ମୁଁ କେବେ ଅବହେଳା କରେନି ମୁଁ ମୋ ପ୍ରିୟା କୁ ଦେଖିବା ପିରିଅଡ୍ କେବେ ମିସ୍ କରେନି । ଯେତେବେଳେ ବ୍ରେକ ହୁଏ ସେ ବାହାନା ଖୋଜେ କି ମୋ ସାଙ୍ଗରେ କଥା ହେବା ପାଇଁ କିନ୍ତୁ ତା ସାଙ୍ଗ ସାନି ସବୁବେଳେ ବାରଣ କରେ । ପ୍ରିୟା ରାଗେ କିନ୍ତୁ କାହାକୁ କିଛି କହିପାରେନା। ଆମର ଲଭର୍ ପଏଣ୍ଟ ଥିଲା ଆମ ସ୍କୁଲ୍ ର ନଳକୂପ । ସେଠୀ ସେ ପାଣି ପିଇବା ବାହାନାରେ ଆସେ ଏବଂ ମୁଁ ମଧ୍ୟ ପାଣି ପିଇବାକୁ ଯାଏ । ସେ ପାଣି ମାରୁଥାଏ ଏବଂ ମୁଁ ପାଣି ପିଇବା ବାହାନାରେ କେବଳ ତାକୁ ହିଁ ଦେଖୁଥାଏ । ବେଳେ ବେଳେ ପାଣି ପିଇବା ଆମର ୫ ମିନିଟ୍ ରୁ ଅଧିକା ହୋଇଯାଏ । ଏତିକି ବେଳେ ମୋର କମିନା ସାଙ୍ଗ ‘ ଜଗା ‘ ସେ ମୋତେ ଚିଡାଏ, ଆଜି ପାଣି ପିଇବା ତୋର ସରିବ ନା ନାହିଁ । ଠିକ୍ ସେହିଭଳି ତା ସାଙ୍ଗ ମାନେ ମଧ୍ଯ ତାକୁ କମେଣ୍ଟ୍ କରନ୍ତି । 

ପ୍ରକୃତ କଥା ହେଲା ଏହି ଠାର ଠାର ରେ ପୁରା ହାଇସ୍କୁଲ ଚାଲିଗଲା କିନ୍ତୁ କେବେ ଭଲରେ ମୁହଁ ଖୋଲି କଥା ହୋଇନୁ। ହଁ ବେଳେ ବେଳେ ଭଲ ଅଛ? କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ? ଏତିକି କଥା ରୁ ଆଗକୁ ବଢ଼ିନି। ଦଶମ ଶ୍ରେଣୀ ମଧ୍ୟ ଚାଲିଗଲା। ମୁଁ ବୋର୍ଡ ପରୀକ୍ଷା ରେ ଭଲରେ ନାମ ନେଲି । ଦୁଃଖ ତ ହେଲା କିନ୍ତୁ ସପ୍ଲିମେଣ୍ଟ ପରୀକ୍ଷା ଦେଇ ପୁଣି ପାସ୍ କରିଲି। ସପ୍ଲିମେଣ୍ଟ ବର୍ଷ ପ୍ରେମ ଗାଡି ଅଳ୍ପ ସ୍ପିଡ୍ ରେ ଚାଲିଲା, କିନ୍ତୁ ଚାଲିଥିଲା।  

ମୋର ଦଶମ ପାସ୍ ପରେ ମୁଁ ସିଧା ପହଞ୍ଚିଲି କଲେଜ୍ ରେ କିନ୍ତୁ ତାର ଦେଖା ମିଳିଲାନି କାରଣ ତାଙ୍କ ବାପାଙ୍କ ଅନ୍ୟ ଏକ ସ୍ଥାନ କୁ ପୋଷ୍ଟିଂ ଆସିଗଲା । ପ୍ରାୟ ୭ ମାସ ପରେ ତା ସହିତ ପୁଣି ଦେଖା ହେଲା ଅନ୍ୟ ଏକ ସ୍କୁଲ୍ ରେ ସେ କିଛି କାମ ପାଇଁ ଆସିଥିଲା। ସେତେବେଳେ ମୁଁ ମୋ ସାନ ଭାଇ ସହିତ କିଛି କାମ ପାଈଁ ଯାଇଥିଲୁ । ସେଠୀ ଅଳ୍ପ କଥା ହେଲି। ପରେ ଜଣା ପଡିଲା ସେ କଲେଜ୍ ନ ପଢ଼ି ତାର ଅଜା ପାଖକୁ ବୁଲିବାକୁ ଯାଇଛି । ମୁଁ ତାର ଗାଁ କୁ ପ୍ରତିଦିନ ଯାଏ କିନ୍ତୁ ତାର ଦେଖା ମୋ ଭାଗ୍ୟରେ ନ ଥାଏ । ଦେଖୁ ଦେଖୁ ମୋର +୨ ପ୍ରଥମ ବର୍ଷ ସରିଗଲା । +୨ ଦ୍ଵିତୀୟ ବର୍ଷ ଜଣା ପଡିଲା ଯେ ସେ ଗାଁ କୁ ଆସିଛି ବୋଧେ କଲେଜ୍ ପଢ଼ିବାକୁ ଇଛା ରଖିଛି । ମୋ ମନରେ ମଧ୍ୟ ଇଚ୍ଛା ଜାଗ୍ରତ ହେଲା । ସେତେବେଳେ ପ୍ରତିଦିନ ମୁଁ ତାର ଗାଁ କୁ ବୁଲିବାକୁ ଯିବା ମୋର ସଂଧ୍ୟା ଭ୍ରମଣ ଥିଲା । ସେ ମଧ୍ୟ ତା ଘର ଆଗରେ ମୋତେ ଅପେକ୍ଷା କରିଥାଏ । ଏମିତି ଚାଲିଲା ଅଳ୍ପ ଦିନ । 

ମୋ ଗାଁ ପାଖ କିଛି ଦୂରରେ ଅନ୍ୟ ଏକ କଲେଜ୍ ଖୋଲିଲା । ମୋ ସାଙ୍ଗ ଆକାଶ ସେହି କଲେଜ୍ ର ସାର୍ ଙ୍କ ସହିତ ଭଲ ପରିଚିତ । ସେହି କଲେଜ୍ ରେ ଜଏନ କରିବା ପାଇଁ ନୂଆ ଛାତ୍ର ଛାତ୍ରୀ ଦରକାର । ସେଥିପାଇଁ ସେ ସିଧା ପହଞ୍ଚିଛି ପ୍ରିୟା ଘରେ । ଯୋଉ ଦିନ ଆକାଶ ତା ଘରେ ପହଞ୍ଚିଛି। ଆକାଶ କବାଟ ଠକ୍ ଠକ୍ କରିଲା । ପ୍ରିୟା ର ମା କବାଟ ଖୋଲି ପଚାରିଲା । ଆକାଶ ତାର ପରିଚୟ ଦେଲା । ପ୍ରିୟା ର ମା ପ୍ରିୟା କୁ ଡାକି କହିଲା ‘ ପ୍ରିୟା ତୋ ସାଙ୍ଗ କିଏ ଆସିଛି ‘ ଠିକ୍ ସେହି ସମୟରେ ପ୍ରିୟା ପଚାରିଲା କିଏ ଗୌତମ ଭାଇ ? କିନ୍ତୁ ମା କହିଲେ ନା ତୋ ସାଙ୍ଗ ଆକାଶ ଆସିଛି ଏତିକି ଶୁଣି ପ୍ରିୟା ର ମନ ଅଳ୍ପ ଖରାପ ହେଲା ଏବଂ ଆକାଶ ସାଙ୍ଗରେ କଥା ହେଲା କିନ୍ତୁ ତାର ଇଚ୍ଛା ନଥିଲା କଲେଜ୍ ପଢ଼ିବାକୁ।   

କିଛି ଦିନ ପରେ ଆକାଶ ମୋତେ ଏହି କଥା କହିଲା ମୁଁ ଯାଇଥିଲି ପ୍ରିୟା ଘରକୁ କିନ୍ତୁ ସେ କିଛି କହିଲା ନାହିଁ ଚାଲ ପଚାରି ବୁଝିବା । ମୁଁ ମଧ୍ଯ ସୁଯୋଗ ଖୋଜୁଥିଲି । ସେହି ବାହାନାରେ ମୋତେ ତା ଘରକୁ ବୁଲି ଆସିବି । 

ଆମେ ତା ପର ଦିନ ସ୍ଥିର କରିଲୁ ଏବଂ ପ୍ରିୟା ଘରକୁ ଯିବୁ ବୋଲି। ପ୍ରିୟା ଘରକୁ ଗଲୁ ସେଠୀ ଅଳ୍ପ କଥା ବାର୍ତ୍ତା ହେଲା । ପ୍ରିୟା ର ନଜର କେବଳ ମୋ ଉପରେ ଥାଏ । କିଛି ସମୟ କଥା ବାର୍ତ୍ତା ପରେ ପ୍ରିୟା କହିଲା ଠିକ୍ ଅଛି ଯଦି ମୋର ଇଚ୍ଛା ହୁଏ ତେବେ ତମକୁ ଜଣେଇବି କହିଲା । ଆମେ ଫେରି ଆସିଲୁ। କିନ୍ତୁ ମୋର ବହୁତ୍ ଇଛା ଥିଲା ପ୍ରିୟା ସାଙ୍ଗରେ ଆଉ ଥରେ ଦେଖା ହୁଏ ଏବଂ ତା ସାଙ୍ଗରେ କଥା ହୁଏ । 

ଏମିତି ଦୁଇ ଦିନ ତା ଘର ଆଡେ ଭ୍ରମଣ ପରେ ମୁଁ ସାହାସ କରି ତା ଘର କୁ ଗଲି । ସେଠୀ ପ୍ରିୟା ର ମା କବାଟ ଖୋଲିଲେ ଏବଂ ତାଙ୍କୁ ପରିଚୟ ଦେଇ ଭିତରକୁ ଗଲି । ମା’ ଆମ ଦୁଇଜଣ କୁ କଥା ବାର୍ତ୍ତା ପାଇଁ ସୁଯୋଗ ଦେଲେ ଏବଂ ସେ ରୋଷେଇ କାମ ରେ ବ୍ୟସ୍ତ ରହିଲେ । ପ୍ରକୃତ ରେ ସେହି ଦିନ ମୋତେ ଅନୁଭବ ହେଲା ଯେ ମୋର ଭଲ ପାଇବା ଏବେ ପର୍ଯ୍ୟନ୍ତ ବଞ୍ଚି ରହିଛି । 

ପ୍ରିୟା : ତମକୁ ଆଜି ଆମ ଘରେ ଦେଖି ବହୁତ୍ ଖୁସି ହେଲି।
ଗୌତମ: କାହିଁକି ଆଗରୁ ଖୁସି ନଥିଲ କି??
ପ୍ରିୟା: ନା, ସେମିତି ନୁହଁ, ଆଜି ବହୁତ୍ ଖୁସି।
ଗୌତମ: ସତରେ??
ପ୍ରିୟା: ତମକୁ ବିଶ୍ୱାସ ହେବନି, ଜାଣିଛ ସେଦିନ ଆକାଶ ଆମ ଘରକୁ ଆସିଥିଲା, ମୁଁ ଭାବିଲି ତମେ ଆସିଥିବ ବୋଲି । ମୁଁ ତମ ନାମ ନେଇ ମା କୁ ପଚାରିଲି କିନ୍ତୁ ଆକାଶ ର ନାମ ଶୁଣି ବିରକ୍ତ ଅନୁଭବ ହେଲା । 
ଗୌତମ: ଥେଙ୍କ୍ ୟୁ ?? (ମନେ ମନେ ବହୁତ୍ ଖୁସି ହେଉଥିଲି, ମୋତେ ଅନୁଭବ ହେଲା ଯେ ପ୍ରକୃତ ମୋ ପ୍ରେମ ସାର୍ଥକ ହୋଇଗଲା)
ପ୍ରିୟା: ଥେଙ୍କ୍ ୟୁ କଣ ପାଇଁ?? 
ଗୌତମ: ବହୁତ୍ ଖୁସି ଲାଗିଲା , ତମ ପାଖରୁ ଏହି କଥା ଶୁଣି । 
ପ୍ରିୟା: ଜାଣିଛ ସ୍କୁଲ୍ ରେ ତମ ସାଙ୍ଗରେ କଥା ହେବାକୁ କେତେ ଚେଷ୍ଟା କରିଛି କିନ୍ତୁ ସେ ସାନି ପାଇଁ ମୋର ସବୁ ଇଚ୍ଛା ମାଟି ରେ ମିଶି ଯାଉଥିଲା । ବହୁତ୍ ବାହାନା ଖୋଜେ ତମକୁ ଦେଖିବାକୁ । ତମର ବାରଣ୍ଡା କଣ ରେ ଠିଆ ହୋଇ ଆଖି ଠାର ଦେବା ଏବଂ ଆଖି ମାରିବା ଆଜି ମଧ୍ଯ ମନେ ପଡେ । ସତରେ ତମକୁ ବହୁତ୍ ମିସ୍ କରୁଥିଲି ।
ଗୌତମ: ତେବେ କହୁ ନଥିଲ କଣ ପାଇଁ ? 
ପ୍ରିୟା: ସାହାସ ନଥିଲା । 

ଏମିତି ବହୁତ୍ କଥା ହେଲୁ । ସେଦିନ ଆମେ ପୁରୁଣା ସ୍କୁଲ୍ କଥା ହେଲୁ। ଶେଷରେ ସେ ମୋତେ କହିଲା ଆକାଶ କୁ ମନା କରିଦେବ ମୋର ଆଉ କଲେଜ୍ ପଢ଼ିବା ଇଚ୍ଛା ନାହିଁ । ଏତିକି ଶୁଣି ଆସି ମୁଁ ଆକାଶ କୁ କହିଲି ସେ କଲେଜ୍ ପଢ଼ିବାକୁ ଇଛା କରୁନି । ସେଦିନ ରାତିରେ ମୁଁ ତାକୁ ପୁରା ରାତି ସ୍ଵପ୍ନ ରେ କେବଳ ତାକୁ ହିଁ ଦେଖିଛି ।

ଏମିତି ପ୍ରତିଦିନ ସନ୍ଧ୍ୟାରେ ଭ୍ରମଣ କରେ ଏବଂ ଚାଲିଥାଏ ପୁରୁଣା । ଆଖି ଠାର । ଦେଖୁ ଦେଖୁ +2 ଦ୍ଵିତୀୟ ବର୍ଷ ଅତିକ୍ରମ କଲା ।
+3 ପ୍ରଥମ ବର୍ଷ ମୋ ଜୀବନରେ ବିଚ୍ଛେଦ ଶବ୍ଦ ର ଅର୍ଥ ବୁଝିପାରିଲି ।  

ଏମିତି କିଛି ଦିନ ଚାଲିଲା କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ନା ମୁଁ ତାକୁ ଆଈ ଲଭ୍ ୟୁ କହିଛି ନା ସେ ମୋତେ?? କିନ୍ତୁ ଆମ ପ୍ରେମ ଅଧୁରା ହୋଇ ରହିଗଲା । ସେ ଅପେକ୍ଷା କରିଥିଲା ମୁଁ କାଳେ କହିବି କିନ୍ତୁ ମୋର ମଧ୍ୟ ବୟସ ସୀମା ଏତେ ଅଗ୍ରସର ହୋଇ ନଥିଲା ଯେ ମୁଁ ବିବାହ ପାଇଁ ପ୍ରସ୍ତୁତ ହେବି କିନ୍ତୁ ତାର ବିବାହ ଠିକ୍ ହୋଇଯାଇଥିଲା । ତାର ବିବାହ କଥା ଶୁଣି ମୁଁ ବହୁତ ଦୁଃଖୀ ହେଲି କିନ୍ତୁ କିଛି କହିପାରିଲି ନାହିଁ । ସେ ମୋତେ ନିମନ୍ତ୍ରଣ ପତ୍ର ଦେଇଥିଲା । ସେତେବେଳେ ମୋ ପ୍ରେମ କୁ ବଞ୍ଚେଇ ରଖିବା ସ୍ମୃତି ରେ ତା ପାଇଁ ଦାମୀ ଉପହାର ନେଇ ପହଞ୍ଚିଲି ତାର ବିବାହ ଉତ୍ସବ ରେ । ସେଠୀ ମୋ ଆଖିରେ ଲୁହ ଆସି ଯାଉଥାଏ । ନିଜକୁ ବହୁତ୍ ଭୁଲ ମନେ କରିଲି। ମନେ ମନେ ଭାବିଲି କାଳେ ମୁଁ ଯଦି କହିଥାନ୍ତି ତେବେ ମୋ ପ୍ରିୟା ମୋତେ ଅପେକ୍ଷା କରିଥାନ୍ତା କିନ୍ତୁ ତାହା ଥିଲା ମୋର ପ୍ରଥମ ଭୁଲ । ଦାମୀ ଉପହାର କୁ ତାର ସାନ ଭଉଣୀ ହାତରେ ଦେଇ ଆଖିରେ ଆଖିଏ ଲୁହ ଧରି ଫେରିଗଲି ନିଜ ଘରକୁ।  

ଆଜି ସେ ବିବାହ କରି ନିଜ ଜୀବନରେ ଖୁସିରେ ଅଛି କିନ୍ତୁ ମୁଁ ମୋର ପ୍ରଥମ ପ୍ରେମ କୁ ଏବେ ମଧ୍ୟ ମନେ ପକେଇଲେ ଅଳ୍ପ କଷ୍ଟ ହୁଏ କିନ୍ତୁ ଭୁଲିବାକୁ ଚେଷ୍ଟା କରୁଛି । ମୋର ପ୍ରେମ ଏକ ଅଧୁରା ମୟ ହୋଇ ରହିଗଲା ନା ସେ କହିଲା ଏବଂ ନା ମୁଁ କହିପାରିଲି…………

True love never end…..

This story based on Goutam’s Life !!!!

By. Nilamadhab Bhuyan




If you like this story so comments your words.

College Picnic (Part-1)


College Picnic (Part-1)
College Picnic (Part-1)



ରବିବାର ସକାଳୁ କଲେଜ୍ ପିକନିକ୍ ପାଇଁ ଆୟୋଜନ ହେଲା । ସେଦିନ ସକାଳୁ ବାପା ନିଜ ଧଡ଼ିଆ ସ୍କୁଟର ରେ ମୋତେ ଆଣି ବସ୍ ପାଖରେ ଛାଡି କହିଲେ । ତୋ ଦେହର ଯତ୍ନ ନେବୁ ଏଣୁ ତେଣୁ କିଛି ଜିନିଷ ଖାଇବୁ ନାହିଁ । ପାଣି ପୁରୀ ଯଦି ଖାଇବୁ ତେବେ କମ୍ ଖାଇବୁ । ମୋ ପାଖରେ କେବଳ ହଁ ଆଉ ନାହିଁ ଛଡ଼ା ଅନ୍ୟ କିଛି ଶବ୍ଦ ନଥିଲା । ସରିତା ଦଉଡ଼ି ଦଉଡି ଆସି ମୋତେ କୁଣ୍ଢେଇ ପକେଇ କହିଲା ଆବେ ଚଣ୍ଡୀ ତୁ କେତେବେଳେ ଆସିଲୁ । ମାଧବୀ ସରିତା କୁ ଠାର ରେ ମନା କରୁଥାଏ । ହଠାତ୍ ସରିତା ର ନଜର ବାପା ଉପରେ ପଡ଼ିଲା । ସେ ଏତେ ଚାଲାକ୍ ଯେ କଥା କହିବାରେ ଏକ ନମ୍ବର। ସଙ୍ଗେ ସଙ୍ଗେ ବାପାଙ୍କ ଗୋଡ ଛୁଇଁ ପ୍ରଣାମ କରି କହିଲା “ମଉସା ନମସ୍କାର” ଭଲ ହେଲା ତମେ ମାଧବୀ କୁ ନେଇ ଆସିଲ ସେ ଯଦି ଆସି ନଥାନ୍ତା ତେବେ ମୋର ଟୁର ଟା ବେକାର ଯାଆନ୍ତା।( ମୁଁ ପିକନିକ୍ ଯାଏ ବାପା ଙ୍କ ଟଙ୍କା ଟିଏ ମଧ୍ୟ ଇଛା ନଥିଲା, ବହୁତ୍ କଷ୍ଟ ରେ ବୁଝେଇ ଆସିଛି) ସରିତା ପୁଣି କହିଲା ମଉସା ତମେ ଯାଅ ଆମେ ଶୀଘ୍ର ବୁଲାବୁଲି କରି ଆସିଯିବୁ। ମୁଁ ବାପା ଙ୍କ ପାଦ ଛୁଇଁ ବସ୍ ରେ ଚଢ଼ିଲି।

ପାଞ୍ଚଟା ରେ ବସ ବାହାରିଲା। ପ୍ରାୟ ଦୁଇ ଘଣ୍ଟା ପରେ ଗାଡ଼ି ରହିଲା । ସାର୍ କହିଲେ “ପିଲାମାନେ ଜଳଖିଆ ଏବେ କରିବା ନା ଆଉ କିଛି ସମୟ ପରେ । କିନ୍ତୁ ବସ୍ ରେ ପ୍ରାୟ ପିଲା ନିଦରେ ଥିଲେ । ସାର୍ ଥରେ କହି ଚୁପ୍ ରହିଲେ । ଗାଡି ପୁଣି ଚାଲିଲା । ଦିନ ୯ ଟା ରେ ଗୋଟିଏ ଜଳଖିଆ ଷ୍ଟଲ୍ ପାଖରେ ଗାଡି ରହିଲା । ପୁରୀ ଉପମା ର ବାସ୍ନା ରେ ପେଟ ପୁରିଯାଉଥିଲା। ସମସ୍ତେ ମନ ଖୁସିରେ ଜଳଖିଆ କଲେ । ଆମ ଵସ୍ ପୂର୍ବରୁ ଅନ୍ୟ ଏକ ବସ୍ ର ପିଲାମାନେ ଜଳଖିଆ କରୁଥିଲେ। ହଠାତ୍ ଗୋଟିଏ ବାଳୁଙ୍ଗା ଆସି ମୋ ଗୋଡ଼ ଉପରେ ଗୋଡ଼ ରଖିଦେଲା। ଇଚ୍ଛା ହେଉଥିଲା ଗୋଟିଏ ଚାପୁଡା ଦେଇଥାନ୍ତି କିନ୍ତୁ ତାର ମୁହଁ ଆଉ “Sorry” “Sorry” ଶବ୍ଦ ରେ ମୁଁ ଟିକେ ତରଳି ଗଲି କିନ୍ତୁ ବହୁତ୍ ରାଗ ହେଉଥିଲା । ସେ ଜଳଖିଆ ସରିଯିବ ଭାବି ଷ୍ଟଲ୍ ଆଡ଼କୁ ମାଡ଼ି ଆସିଥିଲା। ମନେ ମନେ ଭାବିଲି । ତୁ ଆଜି ବଞ୍ଚିଗଲୁ ରେ ବାଳୁଙ୍ଗା କେବଳ ତୋ Handsome ଚେହେରା ଯୋଗୁଁ । ମନେ ମନେ ତାକୁ କ୍ଷମା ଦେଇ ଜଳଖିଆ କରି ଆସିଲି । ସମସ୍ତେ ଜଳଖିଆ ସାରି ବସ୍ ରେ ବସିଲେ । ଗାଡ଼ିରେ ଗୀତ ବାଜିଲା ସମସ୍ତେ ନାଚିବାକୁ ଲାଗିଲେ କିନ୍ତୁ ମୋତେ ଇଚ୍ଛା ଥିଲେ ମଧ୍ୟ ସିଟ ରେ ବସି ଦେଖି ହସୁଥାଏ । କିଛି ସମୟପରେ ଗୋଟିଏ ମନ୍ଦିର ଆସିଲା ସେଠି ବସ୍ ରହିଲା ସମସ୍ତେ ସେ ମନ୍ଦିର କୁ ଗଲେ । ସେ ମନ୍ଦିର ରେ ସୁନ୍ଦର ସୁନ୍ଦର ଗଛ ଏବଂ ଫୁଲ ଗଛ ଲାଗିଥିଲା। ମନ୍ଦିର ଭିତରର କାରୁକାର୍ଯ୍ୟ ବହୁତ୍ ସୁନ୍ଦର ଥିଲା । ମନ୍ଦିର ବାହାରେ ବୁଲି ବୁଲି ସମସ୍ତେ ଭିତରକୁ ଗଲେ । ମନ୍ଦିର ଭିତରେ ପୂଜା ଥାଳି ଦେଇ ମୁଣ୍ଡିଆ ମାରି ଉଠି ଦେଖିଲା ବେଳକୁ ସେ ବାଳୁଙ୍ଗା ମୋ ସାମ୍ନାରେ ଛିଡ଼ା ହୋଇଛି । “ଆୟୁଷ୍ମତି ଭଵଃ କହିଲା” ଏତିକି ଶୁଣି ଖୁସି ତ ଲାଗିଲା କିନ୍ତୁ ରାଗ ମଧ୍ୟ ଲାଗିଲା କାରଣ ସେ ମୋ ଆଗରେ ଆଶୀର୍ବାଦ ଦେଲା ଭଳି ଛିଡ଼ା ହୋଇଥିଲା । ପାଟି କରି କହିବାକୁ ଚେଷ୍ଟା କରିଲି କିନ୍ତୁ ସେ ବାଳୁଙ୍ଗା ମୋତେ କହିଲା ଧିରେ କୁହ ଏଠି ସମସ୍ତେ ଶୁଣିବେ । ମୁଁ ଶାନ୍ତ ହୋଇଗଲି । ପୂଜାରୀ ଠାରୁ ପୂଜା ଥାଳି ନେଇ ବାହାରକୁ ଆସିଲି । ସରିତା ପଚାରିଲା “କିଏ ଲୋ ୟେ” ତୋ ପଛେ ପଛେ ହେଉଛି । ଠିକ୍ ସେତିକିବେଳେ ସେ ବାଳୁଙ୍ଗା କହିଲା ମୁଁ ମାନସ ! କହି ଆଗକୁ ହାତ ବଢ଼ାଇଲା!! ଆଉ ତମ ନାମ ଟି ଜାଣିପାରେ କି? ରାଗରେ ମୁଁ କହିଲି, ମୁଁ ଅଚିହ୍ନା ଲୋକଙ୍କ ସହ ହାତ ମିଶାଏ ନାହିଁ । ଆଛା ହଉ ଠିକ ଅଛି, କିଛି କଥା ନାହିଁ, ତୁମ ନାମ ତ କହିପାରିବ ନା ? କାହିଁକି କହିବି?? ତାପରେ ତମର ପ୍ରୋବେଲମ କଣ କୁହ ? ଯୋଉଠି ଯାଉଛି ସେଠୀ ସ୍ପାଇଡର ମ୍ୟାନ ଭଳି ପହଞ୍ଚି ଯାଉଛ ? ସେ କହିଲା ଯାହା ହେଉ ମୋତେ ସ୍ପାଇଡର ମ୍ୟାନ ନାମ ଟା ତ ମିଳିଲା  । ସେ ବାଳୁଙ୍ଗା କହିଲା ପ୍ରକୃତରେ ତୁମେ ଭୁଲ ଭାବୁଛ । ଏଇଟା ହେଉଛି ଆମ ଦୁଇଜଣଙ୍କ ଭାଗ୍ୟ।  ଯୋଉଠି ତମ ବସ୍ ସେଠୀ ଆମ ବସ୍ ମୁଁ କଣ କରିବି ଯେ । ସରିତା କହିଲା ଚାଲ ଲୋ, ଟୋକା ମାନଙ୍କ ର କାମ ସେଇୟା । ସରିତା ଏବଂ ମୁଁ ସେଠୁ ଚାଲିଗଲୁ । ସେଠୁ ବୁଲା ବୁଲି ସାରି ବାହାରିଗଲୁ । ଅନ୍ୟ ଏକ ଜାଗା ବୁଲିବା ପାଇଁ। ମୋର ମୁହଁ ଟିକିଏ ଶୁଖିଯାଇଥିଲା। ସାଙ୍ଗମାନେ ମୋତେ ଦେଖି ପଚାରିଲେ ଆରେ ମାଧବୀ କଣ ହେଲା ତୋର ମୁହଁ ଶୁଖିକି ଲେମ୍ବୁ ଭଳି ହେଇଯାଇଛି । ସାଙ୍ଗମାନଙ୍କ କଥା ଶୁଣି ମୁଁ ମୁରୁକି ହସିଦେଲି ଆଉ କହିଲି ନାହିଁ କିଛି ନାହିଁ ଛାଡ଼ ସେ କଥା । ହଉ ଆସେ ଟିକିଏ ନାଚିବୁ ଆସେ । ଇଚ୍ଛା ନଥିଲା, କହିଲି,  ତୁମେମାନେ ସବୁ ନାଚ ମୁଁ ଦେଖିବି । ସରିତା କହିଲା ମାଧବୀ ତୁ ବହୁତ ଚାଲାକ ନୁହଁ??  ବସିକି ହିଁ ଦେଖିବୁ,  ଆସେ ତୁ ବି ଆସେ (ହାତ ଧରି ଟାଣିଲେ) ନାଚିବୁ । ମୋ ସହ ସବୁ ସାଙ୍ଗ ନାଚିବାକୁ ଲାଗିଲେ ବହୁତ ମଜା ମସ୍ତି କରି କିଛି ସମୟପରେ ଗୋଟିଏ ନଦୀ କୂଳ ଦେଖି ବସ୍ ରହିଲା । ସେଠୀ ରୋଷେଇ କରିବା ପାଇଁ ଆୟୋଜନ ହେଲା। ସେଠି ରାନ୍ଧୁଣିଆ ରୋଷେଇ କରିଲା।  ବାକି ସାଙ୍ଗମାନେ କିଏ ଚାଟିଙ୍ଗ ରେ ତ କିଏ ଫେସବୁକ୍ ରେ ଖେଳିବାକୁ ଲାଗିଲେ ତ କିଏ ମୋବାଇଲେ ଭିଡିଓ କଲ୍ ରେ ବ୍ୟସ୍ତ  କିନ୍ତୁ ମୁଁ ପେପର ପଢିବାରେ ବ୍ୟସ୍ତ । କିଛି ଦୂରରେ ମାନସ ଯୋଉ ବସ୍ ରେ ଆସିଛି, ସେଇ ବସ୍ ବି ସେଠି ରହିଲା। ସେ ବସ୍ ରେ ଥିବା ପିଲାମାନେ ସେଠୀ ରୋଷେଇ କରିବା ପାଈଁ ଲାଗିଲେ । ମାନସ ସାଙ୍ଗମାନଙ୍କ ସହ ବୁଲାବୁଲି କରିବା ବେଳେ ତା ନଜର ମୋ ଉପରେ ପଡିଗଲା ଆଉ ଖୁସିରେ ମୋ ପାଖରେ ହାଜର । ସାଙ୍ଗମାନକୁ ସେଠି କଣ ଫୁସୁରୁ ଫାସର୍ ହୋଇ ସେଠୁ ଚାଲିଆସିଲା । ମୁଁ ବସିଥିବା ଜାଗାରେ ପଛପଟୁ ଆସି କହିଲା ହାଏ.. । ମୁଁ ଅଳ୍ପ ଡରିଯାଇ ଉଠିଲି, ଦେଖିଲି ମାନସ । ଆଛା ତୁମେ ମୋ ପଛେ ପଛେ, ଏଠି ବି ଆସିଗଲଣି । ରାଗରେ ପଚାରିଲି କଣ ଚାହୁଁଛ କହିଲ ? କାହିଁକି ମୋ ପଛରେ ପଛରେ ଆସୁଛ କହିଲ । ମୋତେ ଯେମିତି ଝିଅ ଭାବୁଛ ନା ମୁଁ ସେମିତିକା ଝିଅ ନୁହଁ ବୁଝିଲ ? ବହୁତ କଥା କହିଗଲି । ମାନସ ଚୁପ୍ ହୋଇ ଶୁଣୁଥାଏ ଆଉ ମୁରୁକି ହସୁଥାଏ । କଣ ମାଡ଼ମ ତୁମର ସରିଲା ତ ମୋତେ ବି ଟିକିଏ କହିବାକୁ ଦେବ କି । ମୁଁ କହିଲି କଣ କହିବ ତୁମେ କିଛି କହିବା ଦରକାର ନାହିଁ । ଏତିକି କହି ସେଠୁ ମୁଁ ଚାଲି ଆସିଲା ବେଳେ ମାନସ ମୋର ହାତ ଟିକୁ ଧରିନେଲା । ମୋର ହାତ ଧରିବା ପରେ ମୋର ରାଗ ଭୀଷଣ ରୂପ ଧାରଣ କରିଲା । ମୋ ହାତ ଧରିବାକୁ ସାହାସ କେମିତି କଲ?  ମୋ ହାତ ଛାଡ଼ । ମାନସ ହାତକୁ ଛାଡିଦେଲା,  ଆରେ ବାବା ତୁମେ ଝିଅ ନୁହନ୍ତ, ଗୋଟେ ନିଆଁ ଖଣ୍ଡ । ମୋତେ ବି ଟିକେ କହିବାକୁ ସୁଯୋଗ ମିଳିବ କି ମାଡ଼ମ? ସରିତା ଦଉଡ଼ି ଆସି ପହଁଚିଲା । ମୋର ଟିକେ ସାହାସ ହେଲା । ସରିତା କହିବାକୁ ଲାଗିଲା , ମୁଁ ଦେଖୁଥିଲି ତମେ ମାଧବୀ କୁ ଦେଖି ତମ ସାଙ୍ଗ ମାନଙ୍କ ସାଙ୍ଗରେ କଣ କଥା ହେଉଥିଲ ଏବଂ ପରେ ସିଧା ଏଠି ?? ମାନସ ହଁ, ତମ ସାଙ୍ଗ ସାଙ୍ଗରେ କଥା ହେବା ପାଇଁ ମିଛ କହି ଆସିଲି । ରାଗରେ ମୁଁ କହିଲି, ମୋ ପାଖରେ ସମୟ ନାହିଁ କଣ କହିବାର ଅଛି ଜଲଦି କୁହ । ହଉ ଠିକ ଅଛି ଶୁଣ, ମୁଁ ମାନସ !! ମୁଁ ବି ତୁମ ଭଳି ବୁଲିବା ଲାଗି ଆସିଛି, ମୁଁ ତୁମ ପଛରେ ପିଛା କରି କରି ଆସୁନି ତୁମ ବସ୍ ଯୋଉଠି ରହୁଛି ଆମ ବସ୍ ମଧ୍ୟ ସେଠି ରହୁଛି । ଆଉ ଆମ ଦୁଇଜଣଙ୍କ ଦେଖା ମଧ୍ୟ ହେଇଯାଉଛି  । ହଉ Sorry.  ମୁଁ ଆଉ ତମକୁ ଦେଖା କରିବିନି, ପ୍ରମିସ.. ଏବେ ତ ତୁମ ନାମ କହିପାରିବ ନା ।  ମୁଁ ମାଧବୀ !! ବହୁତ ବଢିଆ, ମୁଁ ମାନସ !! ଏବେ ତ ସାଙ୍ଗ ହେଇପାରିବ ନା ? (ହାତ ବଢ଼େଇ) । ସାଙ୍ଗ କଣ ପାଇଁ, ତମେ ତ ପ୍ରମିସ୍ କରିଲ, ପୁଣି ହାତ ବଢ଼େଇଲ କାହିଁକି । ଆରେ ଏଠି ଯେତେ ସମୟ ରହିବା ସେତେ ସମୟ ସାଙ୍ଗ ହେଇଗଲେ ଅସୁବିଧା କଣ?? ମୁଁ ହାତ ମିଶେଇଲି, ସରିତା ଫୁଲେଇ ମଧ୍ୟ କହିବାକୁ ଲାଗିଲା, ମୁଁ ସରିତା, ମୋ ସାଙ୍ଗରେ ମଧ୍ୟ ହାଣ୍ଡ ସେକ କରିବନି? ମାନସ ସରିତା ସହ ହାତ ମିସେଇଲା। ସେଠୀ ଯେତେ ସମୟ ରହିଲୁ ସେତେ ସମୟ ମାନସ କେବଳ ମୋ ସାଙ୍ଗରେ କଥା ହେବାକୁ ଚାହୁଁଥାଏ କିନ୍ତୁ ଆମ ମଝିରେ ଷଣ୍ଢ ହୋଇ ସରିତା ରହୁଥାଏ । ମାନସ ମୋ ପାଇଁ Kurkure, Lays ଆଣେ କିନ୍ତୁ ପ୍ରଥମେ ଖଣ୍ଡିଆ କରେ ସରିତା।  ବହୁତ କଥା ବାର୍ତ୍ତା ହେଲାପରେ ମାନସ କିଛି କହିବାକୁ ଚେଷ୍ଟା କରୁଥାଏ କିନ୍ତୁ ସେପଟେ ରୋଷେଇ ସରିବା ପରେ ସମସ୍ତଙ୍କୁ ଡକା ଗଲା । ଦୁହେଁ Bye କହି ଖାଇବାକୁ ଆସିଲୁ । ଖାଇବା ସରିଲା ପରେ ମାନସ ଦଉଡ଼ି ଆସିଲା, ମାଧବୀ ଗୋଟେ କଥା ଥିଲା , ରାଗିବନି ଯଦି କହିବି। ମୁଁ ହଁ କହିଲି । ସେ ମୋତେ ମୋବାଇଲ ନମ୍ବର ମାଗିଲା କିନ୍ତୁ ମୁଁ ନଖରାମି କରି ମନା କରି କହିଲି, ମୁଁ ମୋବାଇଲ ବ୍ୟବହାର କରେନି । ହଉ ଠିକ ଅଛି ଯଦି ଭଗବାନ ଚାହାନ୍ତି ତାହାଲେ ଆମର ପୁଣି ଦେଖା ହେବ । ଆଚ୍ଛା ଏବେ ତମେ ପୁଣି କୋଉଠି ବୁଲିବାକୁ ଯିବ?  ……..

Click Here for next page >>  Part-02

College Picnic (Part-2)

College Picnic (Part-2)
College Picnic (Part-2)
ମୁଁ ଜାଣିନି ବୋଲି କହିଲି? ତୁମ ସହ କଥା ହେଇ ଭଲ ଲାଗିଲା । ମୁଁ ଅଳ୍ପ ମୁରିକି ହସିଦେଇ Bye କହିଲି । ସେ ମଧ୍ୟ Bye କହି ଚାଲିଗଲା।
ମାନସ ର ବସ୍ ଆଗରେ ଯାଉଥାଏ ଆମ ବସ୍ ପଛେ ପଛେ । ସଂଧ୍ୟା ହେବାକୁ ଲାଗିଲା। ହଠାତ୍ ଲେକ୍ଚର କହିଲେ ଶୁଣ ପିଲା ମାନେ ଏବେ News ରେ ଆସିଲା ଏବଂ ବାକି ଗାଡି ବାଲା ମଧ୍ୟ କହୁଛନ୍ତି କାଲି ଭାରତ ବନ୍ଦ ହେବ । ତେବେ ଆମେ ଆଗାମୀ ମନ୍ଦିର ନ ଯାଇ ଡାଇରେକ୍ଟ ନିଜ ନିଜ ଗାଁକୁ ଯିବା । ପିଲା ମାନଙ୍କ ଇଚ୍ଛା ଥାଏ । ଆଉ ଗୋଟିଏ ସ୍ଥାନ କିମ୍ବା ମନ୍ଦିର ବୁଲିଥାନ୍ତୁ କିନ୍ତୁ ଇଚ୍ଛା ନ ଥିଲେ ମଧ୍ୟ ଆମେ ସିଧା ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଲୁ। ପ୍ରକୃତ କଥା ହେଲା ସେତେବେଳେ ମାନସ ପ୍ରତି ମୋର Love Express ସ୍ପିଡ୍ ଧରିଥିଲା । କିନ୍ତୁ ସବୁ ପାଣି ଫାଟିଗଲା ।
କିଛି ସମୟ ପରେ ଆମ ଗାଡି ଗୋଟିଏ ହୋଟେଲ୍ ପାଖରେ ଲାଗିଲା । ସମସ୍ତେ କିଛି ନା କିଛି ଖାଇଲେ କିନ୍ତୁ ମୁଁ କେବଳ ମାନସ କୁ ଖୋଜୁଥିଲି । ଭଗବାନ ଙ୍କୁ ଡାକୁଥିଲି , ଭଗବାନ ତାଙ୍କ ବସ୍ କୁ ମଧ୍ୟ ଏଠି ପହଞ୍ଚେଇ ଦିଅ କିନ୍ତୁ ସେଠୀ କେହି ମୋ ଡାକ ଶୁଣିଲେ ନାହିଁ । ସରିତା ପଚାରିଲା , ଏ ଚଣ୍ଡୀ କିଛି ଖାଇବୁ। ମୁଁ ମନା କରିଲି , କହିଲି ତୁ ଖାଇବୁ ଯଦି ଯା । ମୋତେ ଭୋକ ଲାଗୁ ନଥାଏ । ସରିତା କିଛି ଖାଇ ଫେରି ଆସିଲା। ରାତି ୯ଟା ହେଲାଣି । ସମସ୍ତେ ଗାଡି ରେ ଆସି ବସିଲେ । ମନ ଦୁଃଖରେ ସିଟ ରେ ଆସି ବସିଲି । ବସ୍ ରେ ଓଡ଼ିଆ ଗୀତ ଧିର ସ୍ଵରରେ ଚାଲୁଥାଏ। ମୋତେ ଅଳ୍ପ ନିଦ ଆସୁଥିଲା । ଏପଟେ ବୁଲାବୁଲି କରି ଗୋଡ଼ ହାତ ବ୍ୟଥା ମଧ୍ୟ ହେଉଥାଏ ।
ହଠାତ୍ ମୋର ନିଦ ଭାଙ୍ଗିଗଲା। ହାତ ଘଡି କୁ ଦେଖିଲା ବେଳକୁ ଠିକ୍ ରାତି ୧୨ ଟା । ଗାଡି ଛିଡ଼ା ହୋଇ ରହିଛି ଏବଂ ପୁରା ଗାଡି ସୁନ ସାନ୍। ସବୁଆଡେ ଆଲୋକ ଆଲୋକ। ବସ୍ ର ଗେଟ୍ ରୁ ମାନସ ଧିରେ ଧିରେ ପାଦ ଚାପି ଆସିଲା । ମାନସ କୁ ଦେଖି ମୁଁ ବହୁତ୍ ଖୁସି ହୋଇଗଲି। ସେ ମୋ ପାଖକୁ ଆସି ମୋ ହାତକୁ ଧରି ଗୋଟିଏ ଗୋଲାପ ଫୁଲ ଦେଇ “ଆଈ ଲଭ ୟୁ ମାଧବୀ” ବୋଲି କହିଲା। ଏତିକି ଶୁଣିଲା ପରେ ମୋ ଦେହରେ ଯେମିତି ଶିହରଣ ଖେଳିଗଲା। ବସ୍ ରେ ସମ୍ବଲପୁରୀ ଗୀତ ” ବର୍ଷା ଲୋ ଟିକେ ହାଉଲେ.. ହାଉଲେ.., ଥମି ଯିବୁ ମୋର ପଗଲା ଅଇଲା ଵେଲେ” ଗୀତ ବାଜୁଥାଏ ଏବଂ ଅଳ୍ପ ପାଣି ଛିଟା ମଧ୍ୟ ପଡୁଥାଏ । ମୋତେ ଏମିତି ଅନୁଭବ ହେଉଥାଏ ମୋ ଉପରେ ହିଁ ବର୍ଷା ହେଉଛି। ଏବଂ ଆଜି ପ୍ରକୃତରେ ମୋ ରାଜକୁମାର ଆସିଗଲେ । ମୁଁ କଣ କହିବି କିଛି ଭାବି ପାରୁନଥାଏ । ମାନସ ନିଜ ହାତକୁ ମୋ ହାତ କୁ ସ୍ପର୍ଷ କରି କରି ମୋତେ କୁଣ୍ଢେଇ ବାକୁ ଚେଷ୍ଟା କରିବାକୁ ଯାଉଥିଲା ସେତେବେଳେ ହଠାତ୍ ସରିତା ମୋ କାନ ପାଖରେ ଜୋର୍ ରେ ପାଟି କରି କହିଲା, ଆବେ ଚଣ୍ଡୀ ଶୀଘ୍ର ଉଠ, ଜଲ୍ଦୀ ଉଠେ। ସରିତା ଦୁଇ ଥର ମୋ କାନ୍ଧକୁ ଜୋର୍ ରେ ହଲେଇଲା ପରେ ମୋ ନିଦ ଭାଙ୍ଗିଲା। ଦେଖିଲା ବେଳକୁ ବସ୍ ଉପରେ ଥିବା ମୋ ବ୍ୟାଗ୍ ରୁ ପାଣି ବୋତଲ ରୁ ପାଣି ବାହାରି ସରିତା ଏବଂ ମୋ ଉପରେ ପଡୁଥାଏ । ସମସ୍ତେ ହସୁଥିଲେ। କହିବାକୁ ଲାଗିଲା ମାଧବୀ କୁ ଏତେ ନିଦ ଯେ ତା ଉପରେ ପାଣି ପଡୁଛି କିନ୍ତୁ ତାର ନିଦ ଭାଙ୍ଗୁନି । ସରିତା କହିଲା, କଣ ଲୋ ଚଣ୍ଡୀ କି ସ୍ଵପ୍ନ ଦେଖୁଥିଲୁ ଯେ ତୋର ନିଦ ଭାଙ୍ଗୁନଥିଲା। ( ମନେ ମନେ ଭାବିଲି କଣ ସ୍ଵପ୍ନ ଦେଖୁଥିଲି ତାହା କେବଳ ମୁଁ ଜାଣେ, କେତେ ଭଲ ସ୍ଵପ୍ନ ଟିଏ ) ନିଦ ଭାଙ୍ଗିବା ଦେଖି ସରିତା ଉପରେ ମନେ ମନେ ବହୁତ୍ ରାଗିଲି। ବସ୍ ରେ ସମସ୍ତେ ମୋତେ ଚାହିଁ ରହିଥିଲେ। ମୋତେ ମଧ୍ୟ ଲାଜ ଲାଗିଲା । ମୋର ଡ୍ରେସ ପୁରା ଓଦା ହୋଇଯାଇଥିଲା। ଲେକ୍ଚର କହିଲେ ସମସ୍ତେ ବାହାରକୁ ଯାଅ। ମୁଁ ଏବଂ ସରିତା ବସ୍ ଭିତରେ ରହିଲୁ ଡ୍ରେସ୍ ବଦଳେଇ ସିଟ ରେ ବସିଲୁ । ବାକି ସମସ୍ତେ ଆସିଲେ ପୁଣି ଗାଡି ଚାଲିଲା । ମୋତେ ଆଉ ନିଦ ଆସୁନଥିଲା। କେତେ ଭଲ ସ୍ଵପ୍ନ ଟିଏ ଥିଲା, ଏ ଚଣ୍ଡୀ ଯୋଗୁ ସବୁ ଗୋଳମାଳ ହୋଇଗଲା ଏବଂ ମୋର ପ୍ରୋପୋଜ ଟା ବାକି ରହିଗଲା। ଭଲ ଗୀତ ମଧ୍ୟ ବାଜୁଥିଲା । ଭାବିଲି ଯଦି ଏହା ସତରେ ହୁଅନ୍ତା ତେବେ କେତେ ଖୁସି ଲାଗିଥାନ୍ତା। ବାରମ୍ବାର ଗେଟ୍ ଆଡ଼କୁ ଚାହୁଁଥିଲି । ଦେଖୁ ଦେଖୁ ବସ୍ ରେ ସମୟ ଗଡି ଗଡି ଯାଉଥାଏ ।
ରାତି ୪ଟା ରେ ବସ୍ ବସଷ୍ଟାଣ୍ଡ ରେ ଗାଡି ପହଞ୍ଚିବା ପୂର୍ବରୁ ବାପାଙ୍କ ଧଡ଼ିଆ ସ୍କୁଟର ଆସି ପହଞ୍ଚି ଯାଇଥିଲା । ଘରକୁ ଆସି ଶୋଇଲି । ନିଦ ଭାଙ୍ଗିଲା ସିଧା ଦିନ ୧୦ ଟା ରେ । ବେଡ ଉପରେ ବସି ଭାବିଲି । ଗୋଟିଏ ଦିନ ର ଦେଖା ରେ ମୁଁ ଗୋଟିଏ ପୁଅ କୁ ଭଲ ପାଇ ବସିଲି । ଆଉ ମୁଁ ଏତେ ବୁଦ୍ଦୁ ଯେ ମୋର ନଖରାମି ଯୋଗୁ ମୋବାଇଲ ନମ୍ବର୍ ମଧ୍ୟ ଦେଲିନି, ତା ସହିତ କୋଉ କଲେଜ୍ ରୁ ଆସିଛନ୍ତି ସେଇଟା ମଧ୍ୟ ପଚାରି ପାରିଲିନି । ପ୍ରକୃତରେ ମୋ ସ୍ପାଇଡର ମ୍ୟାନ ସାଙ୍ଗରେ ପୁଣି ଦେଖା ହେବ କି ନାହିଁ ? ଏବଂ ମୁଁ ଦେଖିଥିବା ସ୍ୱପ୍ନ ସତ ହେବ ନା କାହାଣୀ ହୋଇ ରହିଯିବ ।
ଏପଟେ ହଠାତ୍ ଅନ୍ୟ ରୁମ୍ ରୁ ମା ଙ୍କ କର୍କଶ ଶବ୍ଦ ଶୁଣା ଗଲା । ” କଣ ମହାରାଣୀ ଙ୍କର ଆଜି ନିଦ ଭାଙ୍ଗିବ ନା ନାହିଁ ??? ” ହଁ ମା… ଆସୁଛି ମା… ଆସୁଛି…. କହି ବାଥରୁମ୍ କୁ ଚାଲିଲି।
ଏମିତିକା ଘଟଣା ଏବଂ ସ୍ଵପ୍ନ କାହା କାହା ସାଙ୍ଗରେ ଘଟିଛି । କମେଣ୍ଟ କରି ଜଣେଇବେ ।
By. Rubi Nahak
Click Here >> Part-01

Indication For Help ସାହାଯ୍ୟ ର ସଂକେତ


 
Indication For Help
Indication For Help


     

         2018 ମସିହା ଡିସେମ୍ବର ମାସର ଗୋଟିଏ ସନ୍ଧ୍ୟା  ଏବଂ ହାଲୁକା ବର୍ଷା ଯୋଗୁ ଭୂମି ଟିକିଏ ଓଦା ଅଛି। ସନ୍ଧ୍ୟା 6 ଟା ହେବ, ମିଞ୍ଜି ମିଞ୍ଜି ଅନ୍ଧାର ସାଙ୍ଗେ ଝଡି ପୋକ ର ସୁଅ ଚାଲିଛି ।  କିଛି ଘରୋଇ କାମ ସାରି ବାଲିପଦର ରୁ ବୁଗୁଡା ଅଭିମୁଖେ ଆସୁଥିଲି। ଆକାଶ ପୁରା ଘନ ଘୋଟ ଅନ୍ଧାର ଥିଲା, ଯେମିତି ଅମାବାସ୍ୟା ର ରାତି । Bike ର Speed 70-80 ବେଗରେ ଚାଲୁଥିଲା। ୫ କିଲୋମିଟର ପରେ ଦେଖିଲି । ଯେ ରାସ୍ତା ପାଶ୍ୱରେ ଗୋଟିଏ କାଚ ବାଟି ସଦୃଶ୍ୟ ଦୁଇଟି ଆଲୋକ ଦେଖା ଯାଉଛି । ଯେମିତି Radium ର ଚମକ । ମନ ରେ ଭୟ ସୃଷ୍ଟି ହେଲା କିନ୍ତୁ ସାହସ ବାନ୍ଧି Bike କୁ Slow କରିବାରେ ଲାଗିଲି । ମୋତେ ଲାଗିଲା କିଏ ଯେମିତି ଅପେକ୍ଷା କରିଛି ।  Bike Slow କରି ତା ପାଖରେ ପହଞ୍ଚିଲି । ଦେଖିଲି ଗୋଟିଏ ବିଲୁଆ। ଏମିତିରେ ବିଲୁଆ ମାନେ ମନୁଷ୍ୟ ଠୁ ଦୂରରେ ରହିଥାନ୍ତି  ।  କିନ୍ତୁ ମୁଁ Bike କୁ ତା ପାଖରେ ରଖିଲା ପରେ ମଧ୍ୟ ସେ ଦଉଡି ନ ଯାଇ ଧିର ସ୍ଥିର ହୋଇ ଠିଆ ରହିଲା। ସେ ଯେମିତି କିଛି କହିବାକୁ ଚାହୁଁଥିଲା ।  ସାହସ କରି Bike ରୁ ଓଲ୍ହାଇ ତା ପାଖରେ ପହଂଚିବା ପୂର୍ବରୁ ସେ ଚାଲିଗଲା । ମୋ ମନରେ ଅବାନ୍ତର ପ୍ରଶ୍ନ ସୃଷ୍ଟି ହେଲା। ଲୋକେ କୁହନ୍ତି ରାସ୍ତା ପାଶ୍ୱରେ ବିଲୁଆ ଦେଖିଲେ ଶୁଭ ହୁଏ । କିନ୍ତୁ ମନରେ କାହିଁକି କେଜାଣି କେତେ ପ୍ରଶ୍ନ ଉଙ୍କି ମାରୁଥିଲା । ଏମିତିରେ ମୋ ମନରେ ଯଦି କିଛି ପ୍ରଶ୍ନ ସୃଷ୍ଟି ହୁଏ ତେବେ ସେ ପ୍ରଶ୍ନ ର ଉତ୍ତର ନ ପାଇବା ପର୍ଯ୍ୟନ୍ତ ମୋ ମନ ଭିତରେ ଘୁରି ବୁଲୁଥାଏ । ବୁଗୁଡା ପହଞ୍ଚିବାକୁ 5Km ବାକି ଥିଲା ଭାବିଲି ଷୋହଲମଇଲି ରୁ ବାମ ପାଶ୍ୱ ରାସ୍ତା ହୋଇ ମୋ ଗାଁ କୁ ପଳେଇବି । ଆଉ ସେମିତି ହିଁ କରିଲି କିନ୍ତୁ ଏହା କଣ ? ବାମ ପାଶ୍ୱ ମୋଡି 50 ମିଟର ହେବ ହଠାତ ଗୋଟିଏ ବିଲେଇ ରାସ୍ତା କାଟିଲା । ଆଉ ସେ ବିଲେଇ ମଧ୍ୟ ରାସ୍ତା ମଝିରେ 5 ସେକେଣ୍ଡ ମୋ ଗାଡି କୁ ଦେଖି ଠିଆ ହୋଇ ରହିଲା ତା ପରେ ସେ ଚାଲିଗଲା । Bike କୁ ପଛ ଘୁଞ୍ଚା ଦେଲି ଆଉ Bike କୁ ବନ୍ଦ କରି ପାଶ୍ୱରେ ଥିବା ପାନ ଦୋକାନ ରୁ 2 ଟି ପାଣି ପାଉଚ ଆଣିଲି । ମୁହଁକୁ ଧୋଇ ଏବଂ ପାଣି ପିଇଲି,  5 Minutes ଠିଆ ହୋଇ ରହିଲି ।  ମୋ ମନରେ ଏକ ବିରାଟ ଭୟ ସୃଷ୍ଟି ହେଲା । କିଛି ଅଘଟଣ ଘଟିବନି ତ ଆଜି ମୋ ସାଙ୍ଗରେ ? , ଏହି କଥା ବାରମ୍ବାର ମନରେ ଉଙ୍କି ମାରୁଥିଲା ।  ପଛକୁ Bike ବୁଲେଇ ସିଧା ବୁଗୁଡା ଅଭିମୁଖେ ଚାଲିଲି। 
 
         ବୁଗୁଡା ଅଭିମୁଖେ ଚାଲିବା ଆରମ୍ଭ କରିଛି ହଠାତ ଗୋଟିଏ ଲୋକ ମୋତେ ସାହାଯ୍ୟ ମାଗିଲା !  କହିଲା ” ଭାଇ ବୁଗୁଡା ଯଦି ଯାଉଛ ? ମୋତେ ଟିକେ ଲିଫ୍ଟ ଦେବ?? ” ତାର ମୁହଁ କୁ ଦେଖି ଟିକେ ଦୟା ଆସିଲା ଆଉ ତାକୁ କହିଲି ” ଭାଇ ମୁଁ ତ ବୁଗୁଡା ଯିବିନି କିନ୍ତୁ ଯଦି ଯିବାକୁ ଚାହୁଁଚ ତେବେ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଲିଫ୍ଟ ଦେବୀ  ” ସେ କହିଲା ହଉ ସେ ପର୍ଯ୍ୟନ୍ତ ନେଇଯାଅ ମୁଁ ସେଠୁ ଆଗକୁ ଚାଲି ଚାଲି ପଳେଇବି । ଏତିକି କହି ଲିଫ୍ଟ ଦେଇ କିଛି ଦୂର ଆସିଲା ପରେ ଦେଖିଲି ରାସ୍ତାର ଦକ୍ଷିଣ ପାଶ୍ୱରେ ଦୁଇଟି ଲୋକ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି। ଜଣେ ବେହୋଶ ଆଉ ଜଣେ ଟିକେ ଟିକେ କଥା କହୁଥିଲେ । କିଛି ଲୋକ ସେଠି ଦେଖି ଆହା.. ଆହା.. କରୁଛନ୍ତି ତ କିଛି ଲୋକ ମୋବାଇଲ ରେ ଭିଡ଼ିଓ ସହିତ Photo ଉଠୋଉଛନ୍ତି ।  ସେ ଭିତରୁ ଜଣେ ପୁରାପୁରି ବେହୋଶ ଥିଲା ଲାଗୁଥିଲା ସେ ଜଣେ ଶ୍ରମିକ କିମ୍ବା ଦିନ ମଜୁରିଆ ହେଇଥିବ ।  ଆଉ ଜଣେ ବୁଗୁଡା ର ଜଣାଶୁଣା ଭଦ୍ର ବ୍ୟକ୍ତି । ନାମ ତ ଜାଣିନି କିନ୍ତୁ ସେ ବୋଧେ ମେଡିକାଲ ର କୋଉ Staff । 
        ରାସ୍ତା ଉପରେ ପଡି ରହିଛି ଶ୍ରମିକ ଭାଈ ର କିଛି ପରିବା ଆଉ କିଛି ଦୈନିକ ଜୀବନ ଯାପନ କରିବା ପାଇଁ ସଉଦା । ଦୁର୍ଘଟଣା Cycle ଏବଂ Bike ମୁହାଁମୁହିଁ ଯୋଗୁ ହୋଇଛି । ସାଇକେଲ ରାସ୍ତା ଉପରେ ପଡିରହିଛି । ଆଉ ଭଦ୍ର ବ୍ୟକ୍ତି ଙ୍କର Bike ରାସ୍ତା ପାଶ୍ୱରେ ପଡି ରହିଛି । ଅନୁମାନରୁ ଜଣାପଡୁଥାଏ ଅନ୍ୟମନସ୍କ ହେବା ସହିତ LED Light ଯୋଗୁ ଏହି ଘଟଣା ହୋଇଛି ବୋଲି ଉପସ୍ଥିତ ଲୋକମାନେ ଅନୁମାନ କରିବାରେ ଲାଗିଛନ୍ତି ।  କିନ୍ତୁ ଜଣେ ବ୍ୟକ୍ତି ମଧ୍ୟ ସେମାନଙ୍କୁ ଉଠାଇ ମେଡିକାଲ ନେବା ପାଈଁ ଚାହୁଁ ନଥିଲେ । ସମସ୍ତେ ନିଜ ନିଜ ଭିତରେ କଥା ବାର୍ତା ହେଉଥିଲେ ଯଦି ଆମ୍ବୁଲାନ୍ସ କୁ ଡାକିବା ସେ ତ ଆସିବାକୁ Late ହେଇଯିବ । ସେ ଲୋକ ମାନଙ୍କ କଥା ଶୁଣି ରାଗରେ ତାଙ୍କୁ କିଛି ଶ୍ଳୋକ ଶୁଣେଇବାକୁ ଇଛା ହେଉଥିଲା କିନ୍ତୁ ନିଜକୁ କଂଟ୍ରୋଲ କରି ଶ୍ରମିକ ଭାଇ (ଗୁରୁତର) ପାଖକୁ ଗଲି ଏବଂ ତାଙ୍କୁ ଉଠେଇବାକୁ ଚେଷ୍ଟା କରିଲି। ଲିଫ୍ଟ ଦେଇଥିବା ଭାଇ ମଧ୍ୟ ସାହାଯ୍ୟ କରିଲେ। ଦେଖିଲି ଯେ ତାର କାନ ପଟୁ ବହୁତ ରକ୍ତ ବୋହିବାରେ ଲାଗିଛି । ରକ୍ତ ଦେଖି ମୋର ଲୋମ ଟାଙ୍କୁରି ଉଠିଲା କିନ୍ତୁ ସାହସ କରି ତାଙ୍କୁ ଉଠେଇ ବସେଇଲି । କିନ୍ତୁ ସେ ବେହୋଶ ଥିଲେ , ଦର୍ଶକ ଥିବା କିଛି ମୁର୍ଖ ଲୋକଙ୍କୁ କହିଲି କି ” ଭାଇମାନେ ଟିକେ ସାହାଯ୍ୟ କର!! ଦେଖୁଛ କଣ ???” ତାପରେ ଦୁଇଟି ଲୋକ ଆସି ତାର ସାଇକେଲ କୁ Side କରି ତାର ଜିନିଷ ପତ୍ର ଉଠେଇ Bag ରେ ରଖିଲେ । ଆଉ ଠିକ ସେଇ ସମୟରେ ଦୁଇଟି College Student ଲାଗୁଥିଲା ଦୁହେଁ Sports Player , ସେ ଦୁହେଁ ବୁଗୁଡା Peoples College ର ଛାତ୍ର । ସେ ଦୁହେଁ ବୁଗୁଡା କୁ ଯାଉଥିଲେ ଏ ଘଟଣା ଦେଖି ସେ ସଂଗେ ସଂଗେ ଆସି ନିଜ ସେହି ଲୋକକୁ ଉଠେଇବାରେ ସାହାଯ୍ୟ କରିଲେ । ଆଉ ତାଙ୍କୁ ନେଇ ତାଙ୍କ Scooty ରେ ବସେଇ ବାକୁ ଲାଗିଲେ । ତା ପୂର୍ବରୁ ଲିଫ୍ଟ ଦେଇଥିବା ଲୋକ କୁ ମୁଁ କହିଥିଲି କି ” ଭାଇ ତମେ ଟିକେ Supprot ଦେବ ଆମ Bike ରେ ବୁଗୁଡା ମେଡିକାଲ ପର୍ଯ୍ୟନ୍ତ ନେଇଯିବା ଆଉ ସେ ହଁ ମଧ୍ୟ କରିଥିଲେ” କିନ୍ତୁ ଏହି ଦୁଇ ଛାତ୍ର ପାଖରେ Scooty ଥିବାରୁ ସେ ନିଜେ କହିଲେ ଭାଇ ଆମେ Scooty ରେ ବସେଇ ନେଇଯିବା, ତୁମର Bike Height ଅଛି, ସେଥିରେ ବସିବା ଅସୁବିଧା ହେବ ।  ସେମାନେ Scooty ରେ ମେଡିକାଲ ଗଲେ । 
       ବଡ଼ ଶଙ୍ଖ ରେ ପହଁଚିଲା ପରେ ସେ ଲୋକ ଜଣଙ୍କ କହିଲେ ଭାଇ ମୋତେ ଏଠି ଛାଡି ଦିଅ ମୁଁ ଚାଲି ଚାଲି ପଳେଇବି । କିନ୍ତୁ ମନ ମୋର ବୁଝିଲାନି ତାଙ୍କୁ କହିଲି କିଛି ନାହିଁ ଭାଇ ଚାଲ ମୁଁ ମେଡିକାଲ ପର୍ଯ୍ୟନ୍ତ ଯିବି ତମକୁ Bus Stand ରେ ଛାଡ଼ିଦେବୀ । 
        ତାଙ୍କୁ Bus Stand ରେ ଛାଡି ମେଡିକାଲ ଗଲି ସେଠି ତାଙ୍କୁ ଡକ୍ଟର ଙ୍କ ସହିତ କଥା ହୋଇ Admit କରେଇଲୁ । ସେ ଶ୍ରମିକ ଭାଇ ଙ୍କର ମୋବାଇଲ ରୁ ତାଙ୍କ ଘର ଲୋକଙ୍କୁ କୁ Contact କରି ଡାକିଲୁ । ଅନ୍ୟ ଜଣେ ଭଦ୍ର ବ୍ୟକ୍ତି ଙ୍କ ଅବସ୍ଥା ଏତେ ଶୋଚନୀୟ ନଥିଲା କିନ୍ତୁ ତାଙ୍କର ଗୋଡ଼ ଆଉ ହାତ ରେ ମାଡ଼ ହୋଇ ଥିଲା କିନ୍ତୁ ସେ ଠିକ୍ ସେ କଥା ହେଇପାରୁଥିଲେ ଆଉ ସେ ତାଙ୍କ ନିଜ ପରିବାରଙ୍କୁ ଡାକି ତାଙ୍କ ସହ ମେଡିକାଲ କୁ ଗଲେ । 
           କିଛି ସମୟ ପରେ ଶ୍ରମିକ ଭାଇ ପରିବାର ଲୋକ ଆସି ପହଁଚିଲେ । ପଚରାଉଚରା କରିବା ପରେ ଜଣା ପଡିଲା ସେ ମିସ୍ତ୍ରୀ କାମ କରନ୍ତି । 
          ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଲୁ ଆଉ ତାଙ୍କ ପରିବାର ଲୋକେ ମୋତେ ଆଉ ସେଇ ଭାଇ ମାନଙ୍କୁ ଧନ୍ୟବାଦ ଜଣେଇଲେ। ଶ୍ରମିକ ଭାଇ ଙ୍କର ଅବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଡକ୍ଟର ବ୍ରହ୍ମପୁର ମେଡିକାଲ କୁ Refer କରିଲେ । 
       ରାତି ବହୁତ ହେବା ଯୋଗୁଁ ମୋ ଘରୁ ବାରମ୍ବାର Call ଆସୁଥାଏ , ଘର ଲୋକଙ୍କୁ କହିଲି କିଛି ସମୟ ଲାଗିବ , ମୁଁ ଆସୁଛି କହି Phone Cut କରିଦେଲି। ସେଇ ଭାଇମାନଙ୍କୁ କହିଲି ଭାଇ ମୁଁ ଆସୁଛି , ସେ ଭାଇମାନେ ମଧ୍ୟ ବହୁତ ଖୁସି ହେଲେ ଆଉ ନିଜ ପରିଚୟ ଜଣାଇଲେ ଏବଂ ମୋର ପରିଚୟ ମଧ୍ୟ ତାଙ୍କୁ ଦେଲି । ସେମାନେ ଖୁସି ହେଲେ କହିଲେ ଭାଇ , ଏମିତି ସାହାଯ୍ୟ କରିବା ଦରକାର। ଆଉ ସେ ଭାଇମାନେ ମଧ୍ୟ କହିଲେ କି ଏମିତି ଦୁର୍ଘଟଣା Case ରେ ମୁଁ ବହୁତ ଲୋକଙ୍କୁ ସାହାଯ୍ୟ କରିଛି । ଏହି କଥା ଶୁଣି ମୋତେ ବହୁତ ଖୁସି ଲାଗିଲା ଆଉ ସେହି ଭାଇ ମାନଙ୍କ କଥା ଶୁଣି ମୋତେ ଗର୍ବ ଅନୁଭବ ହେଲା । ଭାବିଲି ଦୁନିଆରେ ସବୁ ଲୋକ ସ୍ୱାର୍ଥପର ନାହାନ୍ତି । ଏମିତି କିଛି ଲୋକ ଯୋଗୁ ସହ ସହ ଦୁର୍ଘଟଣା ଗ୍ରସ୍ତ ଲୋକ ମାନଙ୍କୁ ସାହାଯ୍ୟ ମିଳୁଛି । ପୁଣି ଥରେ ସେମାନଙ୍କୁ ହାତ ମିଶାଇ ଆଉ ଧନ୍ୟବାଦ ଜଣେଇ ମେଡିକାଲ ବାହାର କୁ ଆସିଲି । ମେଡିକାଲ ବାହାରେ କିଛି ସାମ୍ବାଦିକ ଭାଇମାନେ ମଧ୍ୟ ମୋତେ ଦେଖି ଖୁସି ହେଲେ ଆଉ କହିଲେ ଭାଇ ଭଲ କରିଛ ଠିକ ସମୟରେ ତାଙ୍କୁ ମେଡିକାଲ ରେ ଆଣି ପହଞ୍ଚେଇ ଦେଇଛ । ତମକୁ ବହୁତ ବହୁତ ଧନ୍ୟବାଦ। ତାଙ୍କୁ ମଧ୍ୟ ଧନ୍ୟବାଦ ଜଣେଇ ଗାଁ କୁ ଫେରିଲି । 
 
      ଗାଆଁକୁ ଫେରିବା ବାଟରେ ଭାବିଲି ପ୍ରକୃତରେ ସେଇ ବିଲୁଆ ଆଉ ରାସ୍ତା କାଟିଥିବା ବିଲେଇ ଙ୍କ ସଂକେତ ମୋତେ ଗୋଟିଏ ଲୋକ ର ଜୀବନ ବଞ୍ଚେଇବାକୁ ସଂକେତ ଦେଉଥିଲେ ନା କଣ ??? ସେହି ବିଲୁଆ ଏବଂ ବିଲେଇ ଯୋଗୁ ଅତିବାହିତ ସମୟ ବୋଧେ ସେହି ଶ୍ରମିକ ଭାଇଙ୍କୁ ସାହାଯ୍ୟ କରିବା ପାଇଁ କାମରେ ଆସିଲା ।
ଭାବିଲି ସେହି ସବୁ ସଂକେତ ଅଶୁଭ ନୁହେଁ । ସେଥିପାଇଁ  କିଛି ସଂକେତ କାହାର ଜୀବନ ବଞ୍ଚେଇବାକୁ ମଧ୍ୟ ସାହାଯ୍ୟ କରିଥାଏ ।
 
     ମୋର କାହାଣୀ ଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣେଇବେ ।
 
     ଧନ୍ୟବାଦ।

Thanking You, for giving your important time on this web page. By Bhuyans Blog

Bless (आशीर्वाद)

A Blessed From Poor Person
Blessed From Poor Person

एक ब्यक्ति भारी सामान के साथ एक रिक्शा बाले के पास जाता है । रिक्शा बाले की उम्र करीब 50 के होंगे । बह ब्यक्ति उसको पूछता है कि कितना रुपये लोगे मेट्रो जाने केलिए । रिक्शा बाला बोलता है 20 रुपए । परंतु वहां से बैटरी रिक्शा में 10 रुपये लगता है । बह ब्यक्ति उस रिक्शा बाले से बोला कि “ताऊ जी 10 रुपये लोगे तो में बैठूंगा” अगर चाहता बह ब्यक्ति मेट्रो तक पैदल आराम से पहुंच सकता था उसके पास बहुत समय था । वहां पे कोई बैटरी वाला नहीं था । सामान को देखकर बह ब्यक्ति थोड़ा आलसी हो गया । ब्यक्ति ने आगे की और निकलते समय पीछे से रिक्सा बाले की पुनः आवाज़ आया । भाई साहब कितना दोगे बैठो । उस ब्यक्ति ने बोला कि 10 रुपये दूंगा ,रिक्सा बाले बोला 15 रुपये देदो साहब बहुत देर से खड़ा हूँ कोई सबारी नहीं मिला। आप चलोगे तो 10-20 रुपये मिल जाएगा । उस ब्यक्ति रिक्सा बाले की चेहरा को देखकर बोला ताऊ जी 10 रुपये दोगे तो चलो नहीं तो बैटरी रिक्सा से चले जाऊंगा । भारी सामान को देखकर रिक्सा बाले ने हाँ बोलते हुए कहा चलो साहब 10 रुपये दे देना। ब्यक्ति ने रिक्सा में बैठ गया तथा कुछ रास्ता चलने के पश्च्यात एक बूढ़ी औरत पैदल जा रही थी । रिक्सा बाले ने उनको बोला बैठ जाओ मां जी । वो बूढ़ी औरत को बिठाने केलिए रिक्सा बाले ने उस ब्यक्ति से अनुमति मांगी । ब्यक्ति के अनुमति मिलने पर बूढ़ी औरत को बिठाया । रास्ते में बहुत भीड़ था । बहां से मेट्रो स्टेशन की दूरी 1 km के आसपास होगा । रिक्सा बाले ने भीड़ को आवाज़ दे कर अपना रिक्सा आगे लेके जा रहा था । कभी रिक्सा से उतरता था तो कभी रास्ता साफ मिलने पर वह फिर से रिक्सा में पेडल देकर आगे ले जाता था । शाम को 6 बजने बाला था । मौसम साधारण था मगर गर्मी नहीं था । उस ब्यक्ति ने गौर किया कि रिक्सा बाले की बहुत फसीना आ रहा है । असल में वह फसीना मेहनत की थी ।

मेट्रो स्टेशन में पहुंचने बाला था । ब्यक्ति ने रिक्सा बाले से पूछा ताऊ जी आप दिन में कितना कमा लेते हो। तो रिक्सा बाले ने बोला “क्या बताऊँ साहब हमारी धंदा में ये बैटरी बालो ने ठप करके रखे हैं । कभी 1000 होता है तो कभी 500 और कभी कभी 100 भी बड़ी मुश्किल से होता है ” । तो ब्यक्ति पुनः सवाल किया आपके घर मे कौन कौन रहता है ? तो रिक्सा बाले थोड़ा दुःखी होकर जबाब दिया ।” में और मेरी पत्नी” । ब्यक्ति ने पूछा बेटा या बेटी नहीं है क्या ? रिक्सा बाले ने जबाब दिया ” क्या बताऊँ साहब सब स्वार्थि हो गये हैं । बेटा बहु को लेकर बाहर रहता है और बेटी तो कभी कभी आती थी आजकल बो भी नहीं आती है “। बेटा क्या करता है पुनः ब्यक्ति ने पूछा ? जबाब में रिक्सा बाले ने वोला बह मजदूरी करता है और मेरे घर से एक किलोमीटर की दूरी में रहता है । पुनः ब्यक्ति का सबाल था कि आपके साथ रह सकते थे बो बाहर क्यों रहते हैं । रिक्सा बाले के आँखों से आंशु आ गया और जबाब दिया कि ” बहु को पसंद नहीं है में रिक्सा चलाऊं और उसको हमारी रहन सहन अच्छा नहीं लगता है । इसलिए वह बाहर रहते है”। मेरा तो मजबूरी है , आज से 20 साल होने जा रहा है रिक्सा चलाते चलाते। इस धंदा को कैसे छोड़ दूं ।
तबतक मेट्रो स्टेशन पहुंच गया था । ब्यक्ति ने रिक्सा बाले से पूछा कितना हुआ ? रिक्सा बाले ने बोला “दे दो साहब जो देना है ” ब्यक्ति ने बोला 10 रुपये ना? तो रिक्सा बाले ने बोला ठीक है बाबूजी दे दो” । ब्यक्ति फिर से पूछा कितना बताओ ? रिक्सा बालो ने बोला 15 दोगे तो अच्छा रहेगा। ब्यक्ति ने बोला हमारी बात हुई थी 10 कि आप फिर से 15 बोल रहे हो । इतना बोलकर ब्यक्ति ने 100 रुपये निकाल कर रिक्सा बालो को दिया । रिक्सा बाले ने अपने पॉकेट से कुछ सिक्के और नोट्स निकाले । ब्यक्ति ने पूछा आज कितना कमाई हुआ है ? रिक्सा बाले ने जबाब दिया मेरे हात में जितना रुपये है ! इतना ही कमाई हुआ है । ब्यक्ति ने पूछा कितना है ये , रिक्सा बाले ने गिनकर बताया 335/- रुपये हुआ है सुबह से अभी तक की कमाई । ब्यक्ति ने पूछा छुट्टा है क्या आपके पास? रिक्सा बाले ने बोला कि हो जाएगा साहब । ब्यक्ति थोड़ा मुस्कुराते बोला ये 100/- रुपये आप रख लो । आप जितना मेहनत करते हो उसके बदले ये 100 रुपये कम है । इतना सुन ने के बाद रिक्सा बाले चकित हो कर ब्यक्ति की और देखता रहा गया ।अगले पल ही रिक्सा बाले की चेहरे पर मुस्कान आ गया । सायद बह ब्यक्ति रिक्सा बाले की मुस्कान देखना चाहता था । रिक्सा बाले ने ब्यक्ति को हाथ जोड़कर प्रणाम किया बोला धन्यबाद साहब । आपकी हर मनोकामना पूरी हो और आप जहां भी रहो भगवान आपको अच्छे से रखे । ब्यक्ति भी उसको धन्यवाद देकर आगे बढ़ने लगा ।
ब्यक्ति ने थोड़ा आगे जाकर देखा बह रिक्सा बालो ने दूसरे रिक्सा बालों को उस ब्यक्ति की तरफ इशारा करते हुए कुछ बोल रहा था और 100 रुपये को बार बार देख रहा था । जैसे उसकी खुसी दुगुनी हो गया है । ब्यक्ति को रिक्सा बाले ने दूर से प्रणाम किया । ब्यक्ति मेट्रो स्टेशन की और चला गया ।
दोस्तों आज भी दुनिया में कुछ लोग रहते है जहां गरीब की एक मुस्कान केलिए खुसी से दान करना पसंद करते हैं। बह ब्यक्ति उस रिक्सा बाले से 10 या 15 रुपये देकर आ सकता था । पता नहीं उस ब्यक्ति के मन मे ऐसा दया क्यों आया?
दुनिया में बहुत कुछ कर लो मगर किसी गरीब आदमी की आशिर्बाद आपको मिलता है ना? तो आप सौभाग्यशाली मनुष्य हो। यह आशिर्बाद के आगे बड़े से बड़े कीमती सामान कम पड़ जायेगा । कितना भी पैसा खर्चा करलो मगर गरीब की दया और आशिर्बाद को आप नहीं खरीद सकते । आपकी इच्छा से दान करना भी एक पुण्य है । दान करने के उपरांत आपको पक्का खुसी मिलेगी ये मेरी अनुभूति है ।
यह पोस्ट अच्छा लगे तो सबको शेयर करिए ।
धन्यवाद
Follow my blog:-

The Bravery Girls, बहादुर लड़कियां !!! (बेटी बचाओ और बेटी पढ़ाओ )

The Bravery Girls, बहादुर लड़कियां !!!  (बेटी बचाओ और बेटी पढ़ाओ )
The Bravery Girls, बहादुर लड़कियां !!! (बेटी बचाओ और बेटी पढ़ाओ )
भारत बर्ष में एक गांब जो सुंदर पुर के नाम से जाना जाता था । गांब में कुछ परिबार रहते थे । सब अनपढ़ और दूसरे गांब या सहर में जा कर काम करके घर चलाते थे । गांब से दूसरे गांव और सहर में जाने केलिय कच्चा रास्ता था । अगर एक बार बारिश हो जाता था तो कीचड़ दो फीट हो जाता था । अगर कोई बीमार होता था तो गांब से सहर जाते जाते उसका मौत हो जाता था । गांव के लोगों ने सरकार से बहुत बार अच्छा रास्ता केलिय दरखास्त कीए है मगर कोई सुनता था न रास्ता हो पाता था ।

उस गांब में संजय और सरला पति पत्नी रहते थे। दोनों मजदूरी करके घर चलाते थे । संजय मिस्त्री का काम करता था और सरला संजय के साथ मिट्टी उठाना और पानी देने की काम करती थी । कुछ दिन पश्च्यात संजय को पता चला कि वो बहुत जल्द बाप बन ने वाला है । दिन बीत रहा था संजय पत्नी की बहुत खयाल रख रहा था। 9 महीने के बाद प्रसब का समय आया और सरला जुड़वा लड़की को जन्म दी । प्रसब करने के पश्च्यात सरला दुनिया छोड़ के चल गई । संजय पत्नी जाने की दुःख तो था परंतु दो परी जैसी लड़की को देखकर सब दुःख भूल जाता था ।

देखते देखते दोनों लड़की बड़े होने लगे संजय दोनों को श्रीया और प्रिया के नाम पे बुलाता था । दोनों लड़की एक साथ हर काम करते थे । संजय दोनों लड़की को स्कूल भेजा । वो दोनों खेलने कूदने में बहुत अच्छे थे । सातबी परीक्षा खत्म हुआ । लड़की को सातबी से आगे पढ़ाना हो तो गांब से सहर जाना पड़ेगा । संजय और दोनों लड़की की इच्छा थी कि आगे की पढ़ाई केलिए सहर जाकर पढ़ाई करेंगे । ये बात पंचायत को पता चला और संजय को सभा मे बुलाया गया। सरपंच आदेश दिए की दोनों लड़की को अगर पढ़ाई केलिये सहर भेजा तो तुझे जुर्माना देना पड़ेगा और गांब की नल से पानी पीने की अनुमति नही दिया जाएगा । सरपंच बोले की आज तक हमारे गांब से कोई लड़की बाहर पढ़ने नहीं गया है और कभी नहीं जाएगा क्योंकि ये हमारे गांब की परंपरा है । सातबी तक पढ़ लिया ,इतना बहुत है अभी उनको घर की कामकाज सिखाया कर आगे ससुराल में काम आएगा । संजय सभा मे बोला कि दोनों बेटी को पढाना और उनको आगे बढ़ाना मेरा लक्ष्य है। अगर उनको सही दिशा न दिखाया तो वो दोनों भी मेरे जैसा अनपढ़ रहेंगे । मुझे जो भी दंड देंगे स्वीकार है । इतना बोलकर संजय सभा से निकल गया ।

संजय दोनों बेटी को शहर की स्कूल में दाखिला करबाया । दोनों लड़की पढ़ाई में बहुत अछे थे । सहर की स्कूल में अछि ब्यबस्था के साथ खेल केलिय अच्छा प्रशिक्षण दिया जाता था । दोनों Martial Arts(कराटे) सीखने केलिय क्लास में जॉइन किये । और दोनों स्कूल में अच्छा प्रदर्शन भी दिखाए । कुछ दिन बीत गया दोनों लड़की क्लास में प्रथम आये और Martial Arts केलिय स्कूल की तरफ से दोनों को चुना गया । Martial Arts प्रतियोगिता दूसरे सहर में आयोजित किया गया था । परंतु इसमें संजय को थोड़ा डर था कि कहीं मेरे बच्चे गुम ना हो जाये । दोनों लड़की पिताजी की हौसला बढ़ाया और बोले कि पिताजी आपके लड़की वहुत होशियार है और चालाक भी हैं । हम सही सलामत प्रतियोगिता में भाग लेके और जीत के बापस आएंगे ।

पहले की तरह बात पंचायत तक चली गयी , इस बार संजय को चेतावनी दिया कि तेरे लड़कीयों ने पहले से नाक कटबा कर रखी है । सरपंच बोले सुन ले संजय इस बार लड़की दूसरे सहर में खेलने गए तो तुझे भी गांब से बाहर जाना पड़ेगा । ये बात सुनकर संजय घबरा गया और बोला मेरे लड़कियां खेलने केलीये दूसरे सहर जा रहे हैं । इसमें मेरा क्या दोष है । सरपंच बोले हम बोल दिए ! नहीं जाएगा मतलब !! नहीं जाएगा ।

दो दिन के बाद दोनों लड़की को दूसरे सहर में खेलने जाना था ! उश रात करीब 10 बजह 02-04 गुंडे गांब में पहुंचे और नशे की हालत में हतियार के साथ सरपंच के घर घुसे। सरपंच को मारपीट करने लगे और घर मे जो सम्पति था उसको लेने केलिये संदूक को तोड़ने लगे । सरपंच की लड़की के साथ खराब ब्याबहार करने लगे। संजय की घर से सरपंच की घर थोड़े दूर में है। सरपंच की घर मे गुंडे घुसे है गांब बालो को पता है मगर किसी ने हिम्मत करके उनको बचाने केलिय नहीं गए । सरपंच की घर आवाज़ संजय को सुनाई दिया और बाहर आकर देखा तो पूरा गांब सुनसान और सरपंच की घर से रोने और चिलाने की आवाज़ आ रहा था । यह घटना दोनों लड़की भी देख रहे थे । बिना देरी किये दोनों लड़की सरपंच की घर की और निकल पड़े । दोनों लड़की गुंडे के ऊपर टूट पड़े । देखते देखते सारे गुंडे को मार के नीचे गिरा दिए । दोनों लड़की गुंडो के हात पेर बांध कर गांब के मध्य में ले गए । सुबह तक इंतज़ार किये और सरपंच पुलिस को खबर दिया और पुलिस मौके पर पहुंच कर गुंडों को गिरफ्तार कर लिया ।

सरपंच गांब में रहने बाले लोगो को कहने लगे कि आज अगर ये दोनों लड़की नहीं होते तो मेरे घर की इज़्ज़त मिटटी में मिल जाती। इसलिए आज में भी अपनी लड़की को स्कूल भेजूंगा और इनके जैसा बहादुर लड़की बनाऊंगा। तथा पुलिस भी दोनों लड़की को बहादुरता की पुरस्कार दिया। ये बात खबर कागज में आयी और जिला अधिकारी भी लडकियों को पुरस्कार दिए और गांब की उन्नति केलिए अच्छा रास्ता बनाये और गांब में स्कूल बना ने की मंजूरी दे दिया।

दोनों लड़की आगे होने वाला प्रतियोगिता में भी प्रथम स्थान ग्रहण करके गांब में लौटे। गांब में सारे लड़की को पढ़ने की सलाह दिया तथा गांब में Martial Arts की तालीम देने लगे।

इसी तरह अपने लड़की को बहादुर बनाइये और पढ़ने की हौसला बढ़ाइए।
धन्यबाद !!!
Rubi Nahak (Writer)
Buguda, Ganjam.
Stories main motto the Save Daughter and Teach daughter with save Girl child.
बेटी बचाओ और बेटी पढ़ाओ
Follow the links