Category Archives: very Short Story

ମୋ ଭଉଣୀ



2018 ମସିହା ରେ ଅଗଷ୍ଟ ମାସ। ମୋର କିଛି ପରୀକ୍ଷା ପାଇଁ ମୁଁ ଭୁବନେଶ୍ୱର ଯାଇ ଥାଏ । ସେଠି ପରୀକ୍ଷା ସରିଲା ପରେ ମୋର ସାନ ଭଉଣୀ ମୋତେ କହିଲା କି ବଡ ଭଉଣୀ ର ଦେହ ଭଲ ନାହିଁ । ତୁ ସେଠି ଅଛୁ ତେବେ ସେଠି ମେଡିକାଲ ରେ ଯାଞ୍ଚ କରିଦେବୁ କି ?

ମୁଁ ହଁ କହିଲି । ମୋ ବଡ ଭଉଣୀ ଏବଂ ତାର ପୁଅ ସହ ଭୁବନେଶ୍ୱର ରେ ପହଞ୍ଚିଲେ । ସେଠି ମେଡିକାଲ ଚେକ୍ ହେଲା କିନ୍ତୁ ରିପୋର୍ଟ ରେ ଜଣା ପଡ଼ିଲା ଯେ ମୋ ବଡ ଭଉଣୀ କୁ କ୍ୟାନ୍ସର ର ପ୍ରଭାବ ଆରମ୍ଭ ହେଲାଣି । ଏହା କେବଳ ଡାକ୍ତର ମୋତେ କହିଲେ । କିନ୍ତୁ ମୋର ବଡ ଭଉଣୀ ଏହି କଥା ଜାଣିବାକୁ ଇଚ୍ଛା କରିଲା ପରେ ମୁଁ ସବୁ କହିଲି । ସେ ଚିନ୍ତାରେ ପଡିଗଲା ।

ଆମେ ଗାଁ ରେ ପହଞ୍ଚିଲୁ । ମୋ ଭଉଣୀ ର ସ୍ବାମୀ ସେ ଏହି କଥା କୁ ଖଣ୍ଡନ କରି କହିଲେ କିଛି ହୋଇନି ବୋଲି ବାରମ୍ବାର କହିଲେ । ସେ କହିଲେ ମୁଁ ପୁଣି ଥରେ ମୋ ସ୍ତ୍ରୀ କୁ ଚେକ୍ କରିବି । ସେ ପୁଣି ନେଇ ଚେକ୍ କରିଲେ ଏବଂ ଡାକ୍ତର କହିଲେ । କ୍ୟାନ୍ସର ନୁହଁ ଅନ୍ୟ କିଛି ରୋଗ ହୋଇଛି ସେ ଶୀଘ୍ର ଠିକ୍ ହୋଇଯିବ।

ମାତ୍ର ପ୍ରକୃତରେ କ୍ୟାନ୍ସର ର ପ୍ରଭାବ ଆରମ୍ଭ ହୋଇଗଲାଣି । ହେଲେ ମୁଁ ଗାଁ କୁ ଅଳ୍ପ ଦିନ ପାଇଁ ଆସିଥିଲି। ମୋର ଛୁଟି ସରିବା ପରେ ମୁଁ ଫେରିଗଲି। କିନ୍ତୁ କ୍ୟାନ୍ସର ର ପ୍ରଭାବ ଏତେ ଅଧିକ ହେଲା ଯେ ମୋ ବଡ ଭଉଣୀ ଦିନ କୁ ଦିନ ଅସୁସ୍ଥ ହେବାକୁ ଲାଗିଲା। ଦେହ ତାର ପତଳା ହେବାକୁ ଲାଗିଲା। ମୋ ଭଉଣୀ ର ସ୍ବାମୀ ଏହି କଥା କୁ ସବୁବେଳେ ଖଣ୍ଡନ କରି ଆସୁଥିଲେ ଯେ କିଛି ହୋଇନି । ଚିନ୍ତା କରିବା ଦରକାର ନାହିଁ । ମୁଁ ସେଠି ବୁଝିପାରୁ ନଥିଲି ଯେ ସେ ଜାଣି ଶୁଣି ଏମିତି କରୁଥିଲେ ନା ଅବହେଳା କରୁଥିଲେ ଅବା ତାଙ୍କର ବିଶ୍ବାସ ଥିଲା ଯେ ତାଙ୍କ ସ୍ତ୍ରୀ ଠିକ୍ ହୋଇଯିବ କିନ୍ତୁ ଦେହ ଦିନକୁ ଦିନ ବହୁତ୍ ଖରାପ ହେବାକୁ ଲାଗିଲା । ଶେଷରେ ପୁଣି ଭୁବନେଶ୍ଵର ଆସି ପୁଣି ଆଡମିଟ ହେଲେ ଏବଂ ଏଠି ଜଣା ପଡ଼ିଲା ଯେ ବର୍ତମାନ କ୍ୟାନ୍ସର ଶେଷ ସ୍ଥର ରେ ପହଞ୍ଚି ସାରିଲାଣି ।

ସମସ୍ତେ ଚିନ୍ତିତ । ଅପରେସନ କରାଗଲା ତଥାପି କିଛି ଫଳ ମିଳିଲା ନାହିଁ । ଶେଷରେ ଡିସେମ୍ବର 6 ତାରିଖରେ ମୋର ବଡ ଭଉଣୀ ଶେଷ ନିଃଶ୍ୱାସ ତ୍ୟାଗ କରି ଦେଲା। ଏଠି ସବୁବେଳେ ମୁଁ ମୋ ବଡ ଭଉଣୀ ଙ୍କ ସ୍ବାମୀ ଙ୍କୁ କହେ ତାଙ୍କୁ ଠିକ୍ ରେ ଦେଖାଅ। କିନ୍ତୁ ମୁଁ ଜାଣିଲି ଯେ ତାଙ୍କର ଅବହେଳା ଯୋଗୁଁ ମୋ ଭଉଣୀ ଆଜି ମୋ ପାଖରେ ନାହିଁ। ତେବେ ମୋ ଭଉଣୀ ର ଦେଖାଶୁଣା ର ମୂଳ କାରଣ ହେଉଛି ଅବହେଳା । ତେବେ ଆପଣ କେବେ ଏମିତି ଅବହେଳା କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କ ପ୍ରିୟ ପରିବାର ସଦସ୍ୟ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯିବ।

ତେବେ ମୋର ଏହି କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମେ ମଧ୍ୟ ହୋଲି ଖେଳିବା

ବାପା ମୁଁ ହୋଲି ଖେଳିବି, ବାପା ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସି ଥାନ୍ତି । ମା ସେପଟୁ କହିଲେ , ତୁ ହୋଲି ଖେଳିବାକୁ ଚାହୁଁଚୁ ନା, ଆସେ ଆମେ ମିଶି ଖେଳିବା । ସିତୁ କହିଲା ନା ନା , ଆମେ ସମସ୍ତେ ଏକା ସାଙ୍ଗରେ ହୋଲି ଖେଳିବା। ମା ଶିତୁ କୁ ଅନ୍ୟ ରୁମ୍ କୁ ଡାକି ଆଣି କହିଲା ଯେ , ବାପା ଏବେ ଚିନ୍ତାରେ ଅଛନ୍ତି ତୁ ତାଙ୍କୁ କାହିଁକି ବିରକ୍ତ କରୁଛୁ ।

ତୁ ଆଉ ମୁଁ ଖେଳିଲେ ହେବ ନାହିଁ । ସୀତୁ ପଚାରିଲା , କାହିଁକି ମା? ମା କହିଲେ , ତୁ ସେକଥା କିଛି ଚିନ୍ତା କରିବା ଦରକାର ନାହିଁ । ସିତୁ ପୁଣି ପଚାରିଲା , କୁହ ନା ମା, କାହିଁକି ?

ମା କହିଲେ, ଆଜି ବାପା କାମ କରିବାକୁ ଯିବେ ନାହିଁ ଏବଂ ସେଥିପାଇଁ ସେ ଚିନ୍ତାରେ ବସିଛନ୍ତି । ସିତୁ ପୁଣି ପଚାରିଲା , ଚିନ୍ତା କାହିଁକି ??

ମା କହିଲେ, ବାବୁରେ ବାପା ଯଦି କାମ କରିବେ ତେବେ ତ ଆମ ଘର ଚଳିବ ନା?? ଆଜି ଯଦି କାମକୁ ଯିବେ ନାହିଁ ତେବେ କାଲି ଘର ପାଇଁ ସଉଦା କେମିତି ଆସିବ ଆଉ ଆମ ଘର ଚଳିବାକୁ ଅସୁବିଧା ହେବ !

ସିତୁ ଅଳ୍ପ ଚିନ୍ତା କରି କହିଲା ତେବେ ଆଜି ଦିନ ଟାକୁ ଆମେ ଖୁସିରେ ପାଳନ କରିବା ନାହିଁ କାହିଁକି?? ସିତୁ ବାପା ପାଖକୁ ଯାଇ କହିଲା, ବାପା ଆଜି ଆମେ ଅଳ୍ପ ଖାଇବା କିନ୍ତୁ ଆଜି ଆମେ ହୋଲି ପାଳନ କରିବା । ମୁଁ ଜାଣିଚି ତୁମେ ଦୁଃଖରେ କାହିଁକି ଅଛ?? ମୁଁ ଚାହୁଁଚି ଯେ ତୁମେ ସେ କଥାକୁ ଭୁଲି ଆଜିର ଏହି ଦିନକୁ ଆମେ ସମସ୍ତେ ଖୁସିରେ ପାଳନ କରିବା।

ବାପା ସିତୁ କୁ କୁଣ୍ଡେଇ ପକାଇଲେ ଏବଂ କହିଲେ ଚାଲେ, ଆମେ ମଧ୍ୟ ହୋଲି ଖେଳିବା । ଘର ର ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ବାପା ସବୁ ଦୁଃଖ କୁ ଭୁଲି ପରିବାର ସହିତ ଉତ୍ସବ ପାଳନ କରିବାକୁ ବାଧ୍ୟ ହେଲେ ।



ଏହି ଘଟଣା କେବଳ କାହାଣୀ ରେ ନୁହଁ, ଏହା ଭାରତର ୪୦ ପ୍ରତିଶତ ପରିବାର ରେ ଏମିତି ହୋଇଥାଏ କିନ୍ତୁ କିଛି ପରିବାର ର ଆର୍ଥିକ ସ୍ଥିତି ଏତେ ଖରାପ ଯେ ସେମାନେ ଯଦି ଗୋଟିଏ ଦିନ ନ ଖଟିବେ ତେବେ ସେଦିନ ରାତିରେ ସେମାନେ ଭୋକରେ ସୋଇଥାନ୍ତି।

କାହାଣୀ ନୁହେଁ ତ ଗୋଟିଏ ଗରିବ ପରିବାର ର ପ୍ରତିଦିନ ର ଦୁଃଖ ।

ଛୋଟିଆ କାହାଣୀ ଟି କେମିତି ଲାଗିଲା, କମେଣ୍ଟ ମାଧ୍ୟମରେ ଜଣାନ୍ତୁ।