Category Archives: ରିନା

ରିନା…୫

ପଞ୍ଚମ ଭାଗ

ଚତୁର୍ଥ ଭାଗ କୁ ପଢନ୍ତୁ

ରାଜୁ ର ସେବା ରେ ସନ୍ତୁଷ୍ଟ ହୋଇ ରିନା କୁ ବିଶୁ ବାବୁ ଧନ୍ୟବାଦ ଜଣେଇ ଲେ ଯେ ମୋ ପୁଅ ର ଏତେ ସେବା କରିଛ ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି। ଏମିତି କି ରାଜୁ ର ମା ପାଖରେ ମଧ୍ୟ ତାଙ୍କ ପୁଅ କୁ ସେବା କରିବା ପାଇଁ ସମୟ ନଥିଲା । ତମେ ସେଠି ଥିଲ ବୋଲି ରାଜୁ ର ମା ତୁମକୁ ପସନ୍ଦ କରି ନଥିବ କିନ୍ତୁ ମୁଁ ଜାଣିଛି ସେ ଆଜି ନ ହେଲେ କାଲି ତୁମର ମହତ୍ତ୍ଵ କୁ ବୁଝିବ। ଏମିତି ରେ ତାର ବ୍ୟବହାର ମୋର ଦେହ ସୁହା ହୋଇଗଲାଣି । ଆଉ ତୁମ ପାଇଁ ଗୋଟିଏ ଖୁସି ଖବର ଯେ, ମୁଁ ତୁମର ଇନକ୍କ୍ରୀମେଣ୍ଟ କରିଛି। ରିନା : ଅଙ୍କଲ ଏତେ ଶିଘ୍ର ?? ବିଶୁ ବାବୁ : ହଁ ରାଜୁ ର ସେବା ବଦଳରେ ଏହା ହେଉଛି ମୋ ତରଫରୁ ଛୋଟିଆ ଉପହାର ଏବଂ ଏମିତିରେ ଏହି ଦୁଇ ମାସ ର ତୁମର କାମରେ ମୁଁ ବହୁତ୍ ଖୁସି ।

ତୁମକୁ ନ କହିବା ପାଇଁ ରାଜୁ ମୋତେ ଏବଂ କମ୍ପାନୀ ର ସବୁ ଲୋକଙ୍କୁ ମନା କରିଥିଲା । ସେଥିପାଇଁ ମୁଁ ତୁମକୁ ମୋର ପରିଚୟ ଦେଇ ନଥିଲି । ରିନା: କିଛି ନାହିଁ ଅଙ୍କଲ !! ଏବେ ମୁଁ ସବୁ ଜାଣି ସାରିଲିଣି । ଅଙ୍କଲ ମୋର ଗୋଟିଏ ଅନୁରୋଧ ଯେ ମୋତେ ରାଜୁ ସହିତ ବେଳେ ବେଳେ ଦେଖା କରିବାକୁ ଅନୁମତି ଦିଅନ୍ତୁ ନା ? ବିଶୁ ବାବୁ : ହଁ ହଁ ନିଶ୍ଚୟ । ତୁମେ ଯେତେବେଳେ ଇଛା କରିବ ସେତେବେଳେ ଯାଇ ଘରେ ଦେଖା କରି ପାରିବ। ରିନା ଖୁସି ହୋଇଗଲା। ରିନା ଭାବିଲା। ଦୁଇ ଦିନ ପରେ ରବିବାର ଆସିବ । ସେଦିନ ଯାଇ ଦେଖା କରିବି।

ଦୁଇ ଦିନ ପରେ ଦିନ ୧୨ ଟା ସମୟରେ ରିନା ରତ୍ନାକର ବାବୁ ପାଖରୁ ଠିକଣା ନେଇ ପହଞ୍ଚିଲା ରାଜୁ ର ଘର ଫାଟକରେ। ସେ ଦିନ ବିଶୁ ବାବୁ କିଛି କାମ ପାଇଁ ଅନ୍ୟ ସହରକୁ ଯାଇ ଥାଆନ୍ତି । ଫାଟକ ରେ ପହଞ୍ଚିବା ପରେ ରିନା ନିଜ ପରିଚୟ ଦେଲା। ଫାଟକ ରେ ଥିବା ଗାର୍ଡ କହିଲା । ଆପଣ ଭିତରକୁ ଆସି ପାରିବେ ନାହିଁ। ରିନା, କାରଣ ପଚାରିବା ପରେ ଗାର୍ଡ କହିଲା ଯେ ମାଲିକାଣୀ ମନା କରିଛନ୍ତି। ରିନା ପୁଣି କହିଲା ଆପଣ ରାଜୁ ବାବୁ ଙ୍କୁ ଅଳ୍ପ ଖବର ଦେବେ । ଗାର୍ଡ ରୋକ୍ ଠୋକ୍ ମନା କରିଦେଲା। ଯେ ନା, ମାଲିକାଣୀ ମନା କରିଛନ୍ତି ଯେ କୋଉ ଝିଅ ଯଦି ଦେଖା କରିବାକୁ ଆସେ ତେବେ ତାକୁ ମନା କରିବ ବୋଲି । ରିନା ନିରୁପାୟ ଏବଂ ପୁଣି ଅନୁରୋଧ କରିଲା ଯେ ବିଶୁ ବାବୁ ଙ୍କୁ ଅଳ୍ପ କହିଦିଅ ଯେ ରିନା ଆସିଛି। ଗାର୍ଡ କହିଲା, ବାବୁ ପାହାନ୍ତିଆ ସମୟରେ ଅନ୍ୟ ସହର ପାଇଁ ଯାଇଛନ୍ତି, ସେ କାଲି ଆସିବେ। ରିନାର ଆଖିରୁ ଧାର ଧାର ଲୁହ ବହି ଚାଲିଲା। ଗାର୍ଡ କୁ ହାତ ଯୋଡ଼ି କହିଲା। ପ୍ଲିଜ୍ ସାର୍ ଅଳ୍ପ ଦେଖି ଚାଲି ଯିବି । ଗାର୍ଡ କହିଲା, ଝିଅ ମୁଁ ମଧ୍ୟ ନିରୁପାୟ। ତୁମ ଲୁହ ଦେଖି ମୁଁ ମଧ୍ୟ ଦୁଃଖୀ କିନ୍ତୁ ମୋ ହାତ ମଧ୍ୟ ବନ୍ଧା ପଡ଼ିଛି। ଆଜି ଯଦି ବାବୁ ଥାଆନ୍ତେ ତେବେ ଏତିକି ଅସୁବିଧା ହୁଅନ୍ତା ନାହିଁ । ରିନା କାନ୍ଦି କାନ୍ଦି ପୁଣି ନେହୁରା ହେଲା । ହେଲେ ଗାର୍ଡ କହିଲା ଝିଅ ମୋ ଚାକିରି ଚାଲିଯିବ । ମୋ ଅନୁରୋଧ ରଖି ଚାଲି ଯାଅ। ରିନା ଫେରିଗଲା। ସେଦିନ ସେ ନିଜେ ଦେଖା କରିବ ବୋଲି କହିଥିଲା ସେଥିପାଇଁ ସେ ଫୋନ୍ କରି ନଥିଲା । ରାଜୁ ମଧ୍ୟ ଅପେକ୍ଷା ରେ ଥିଲା । ଦିନ ୧୨ ଟା ରୁ ୨ଟା ବାଜିଲାଣି ରିନା ର ଦେଖା ନାହିଁ। ସେ ରିନା କୁ କଲ୍ କରିଲା । ରିନା କଲ୍ ମଧ୍ୟ ଉଠେଇଲା ନାହିଁ । ୧୦ ରୁ ୧୫ ଥର ରିଙ୍ଗ ହୋଇ କଟିଲା ସିନା କିଛି ଉତ୍ତର ନାହିଁ । ରାଜୁ ବ୍ୟସ୍ତ ହୋଇ ପଡୁଥାଏ । ସେ ବେଡ୍ ରୁ ଉଠି ପାରୁ ନଥାଏ । ଘରେ ରାଜୁ ର ମା ଏବଂ ଅନ୍ୟ ଚାକର ମାନେ ରାଜୁ ର ସେବାରେ ଲାଗି ପଡ଼ିଥିଲେ। ରାଜୁ, ପ୍ରକାଶ ଅଙ୍କଲ ( ସେ ଘର ର ପୁରୁଣା ଚାକର) କୁ ପଚାରିଲେ ଯେ । ଅଙ୍କଲ ଆଜି ଆମ ଘରକୁ ରିନା ଆସିବ ବୋଲି ବାପା କହିଥିଲେ ଏବଂ ରିନା ମଧ୍ୟ କହିଥିଲା । ଏବେ ଦୁଇଟା ବାଜିଲାଣି । ଏବେ ପର୍ଯ୍ୟନ୍ତ ତାର ଦେଖା ନାହିଁ । ତା ବିଷୟରେ ଅଳ୍ପ ଖବର ନେଇ ମୋତେ କହିବ ପ୍ଲିଜ୍ । ପ୍ରକାଶ ଅଙ୍କଲ କହିଲେ , ଠିକ୍ ଅଛି ବାବୁ ମୁଁ ଦେଖୁଛି । ପ୍ରକାଶ ଅଙ୍କଲ ଗେଟ୍ ରେ ଆସି ପଚାରିଲା । ସେଠି ଗାର୍ଡ ଠାରୁ ସବୁ କଥା ଶୁଣି ସେ ମଧ୍ୟ ଆଶ୍ଚର୍ୟ୍ଯ ହେଲେ । ପ୍ରକାଶ ଚାକର ରାଜୁ କୁ କଣ ଉତ୍ତର ଦେବ ଜାଣି ପାରୁ ନଥାଏ। ତଥାପି ସେ ରାଜୁ କୁ ଯାଇ କହିଲା । ବାବୁ ତମେ ଥରେ ବାପା ଙ୍କ ସହିତ କଥା ହୁଅ । ସେ କିଛି କରିବେ । ରାଜୁ ପଚାରିଲା କଣ ହେଲା ଅଙ୍କଲ କୁହ ?? ଏତିକି ବେଳେ ମା ଆସିଗଲେ ସେଥିପାଇଁ ସେହି କଥା କୁ ସେଠି ବନ୍ଦ କରି ଅନ୍ୟ କଥା ହେବାକୁ ଲାଗିଲେ । ମା ଗଲା ପରେ, ରାଜୁ ପ୍ରକାଶ ଅଙ୍କଲ ର ହାତ କୁ ଧରି ପଚାରିଲା ,ପ୍ଲିଜ୍ ଅଙ୍କଲ କୁହ କଣ ହୋଇଛି ରିନା ର ?? ପ୍ରକାଶ କହିଲା ବାବୁ ମୁଁ ଏହି ଘରେ ଗତ ୩୦ ବର୍ଷ ହେଲା ରହି ଆସିଛି । ମୋର ଘର ର ମୂରବୀ ଙ୍କ ବିରୋଧରେ କହିବା ଠିକ୍ ନୁହଁ କିନ୍ତୁ ତୁମେ ଯଦି ମୋ କଥା କୁ ରଖି ଏବଂ ମା ଙ୍କୁ କିଛି କହିବ ନାହିଁ ତେବେ ଯାଇ କହିବି । ରାଜୁ : କୁହ ଅଙ୍କଲ, କିଛି କହିବି ନାହିଁ । ପ୍ରକାଶ : ଦିନ ୧୧ ଟାରେ ରିନା ଆସିଥିଲା କିନ୍ତୁ ମା, ଗାର୍ଡ କୁ ମନା କରି ରଖିଛନ୍ତି ଯେ ରିନା ଯଦି ଘରକୁ ଆସେ ତେବେ ତାକୁ ଭିତରକୁ ଛାଡ଼ିବ ନାହିଁ ବୋଲି । ଏବଂ ଗେଟ୍ ରେ ହୋଇଥିବା କଥା ବାର୍ତା ମଧ୍ୟ ସେ ସବୁ ରାଜୁ କୁ କହିଲା । ଏତିକି ଶୁଣି ରାଜୁ ର ରାଗ ବଢ଼ିଗଲା । ପ୍ରକାଶ : ବାବୁ, ପ୍ଲିଜ୍ ରାଗ କରନି । ତମେ ବାପା ଙ୍କୁ କଲ୍ କର ସେ କିଛି ଗୋଟିଏ ବ୍ୟବସ୍ଥା କରିବେ। ତମେ ତ ମା ଙ୍କ ଗୁଣ ଜାଣିଛ ସେ ତିଳ କୁ ତାଳ କରିବେ। ରାଜୁ ଅଳ୍ପ ଶାନ୍ତ ହୋଇ କହିଲା, ହଉ ଅଙ୍କଲ ତମେ ଯାଅ। ରାଜୁ ସଙ୍ଗେ ସଙ୍ଗେ ବାପା ଙ୍କୁ କଲ୍ କରି ସବୁ କଥା କହିବା ପରେ । ବାପା ରାଜୁ କୁ କହିଲା । ତୁ ଚିନ୍ତା କର ନାହିଁ ପୁଅ ମୁଁ ସନ୍ଧ୍ୟାରେ ଆସିବା ପାଇଁ ଚେଷ୍ଟା କରୁଛି ଏବଂ ରିନା ସହିତ ମଧ୍ୟ ଦେଖା କରିବାକୁ ଚେଷ୍ଟା କରୁଛି ।

ମଧୁ ମାଲିକାଣୀ ଗାର୍ଡ ଠାରୁ ସବୁ କଥା ଶୁଣି ସନ୍ଧ୍ୟ ୫ଟା ରେ ସେ ବାହାରି ଗଲେ ରିନା ଘରକୁ । ଦୁଇ ତିନି ଥର କବାଟ ଠକ୍ ଠକ୍ କରିବା ପରେ ରିନା କବାଟ ଖୋଲିଲା। ମା କୁ ଦେଖି ସେ ପ୍ରଣାମ କରିଲା। ମଧୁ ମାଲିକାଣୀ କହିଲା ଯେ , ତୁ ମୋ ଘରକୁ ଆସିବା ପାଇଁ ସାହାସ କେମିତି କରିଲୁ। ତୋର ପରିସ୍ଥିତି ଦେଖି ତୋତେ ଚାକିରି ରୁ ବାହାର କରିଲିନି ବୋଲି ତୁ କଣ ଭାବିଲୁ ଯେ ମୁଁ ତୋତେ କ୍ଷମା କରିଦେଲି। ତୁ ଯେତେ ଶିଘ୍ର ପାରୁଚୁ ଏ ଘର ଖାଲି କରି ଗାଁ କୁ ଚାଲିଯାଆ ନହେଲେ ମୋ ଖରାପ ରୂପ ଦେଖିବୁ। ଏତିକି କହି ମଧୁ ମାଲିକାଣୀ ସେଠୁ ଫେରି ଆସିବା ପରେ । ରିନା ନିଷ୍ପତି ନେଲା ଯେ ସେ ଗାଁ କୁ ଫେରି ଯିବ ଏବଂ ସନ୍ଧ୍ୟା ପୂର୍ବରୁ ସେ ଆଉ ସାନ ଭାଇ କୁ ଧରି ଅଳ୍ପ କପଡା ନେଇ ଗାଁ କୁ ଫେରିଗଲା।

ସନ୍ଧ୍ୟା ୭ ଟା ପାଖା ପାଖି ବିଶୁ ବାବୁ ରିନା ର ଭଡ଼ା ଘର ପାଖେ ପହଞ୍ଚିଲେ । ସେଠି ଶ୍ରୀୟା ବିଶୁ ବାବୁ କୁ ଦେଖି ସବୁ କଥା କହିଲା। ମୁଁ ରିନା ଅପା କୁ ବହୁତ୍ ଅନୁରୋଧ କରିଲି କିନ୍ତୁ ସେ କାନ୍ଦି କାନ୍ଦି ନିଜ ଗାଁ କୁ ଫେରିଗଲେ। ବିଶୁ ବାବୁ ସଙ୍ଗେ ସଙ୍ଗେ ନିଜ କାର୍ କୁ ନେଇ ରିନା ଗାଁ ରେ ପହଞ୍ଚିଲେ । ସେଠି ରିନା ଅଙ୍କଲ କୁ ଦେଖି କାନ୍ଦିବା ଆରମ୍ଭ କରିଦେଲା । ଅଙ୍କଲ ପଚାରିଲେ । ତମେ ଭାବୁଛ ଯେ ଗାଁ କୁ ଫେରିଗଲେ ତୁମର ସମସ୍ୟା ସମାଧାନ ହୋଇଯିବ ନା କଣ? ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କର । ସମସ୍ୟା ରୁ ଦୂରେଇ ଗଲେ ସମସ୍ୟା କେବେ ପିଛା ଛାଡେ ନାହିଁ । ତୁମେ ଭଲ ଭାବରେ ଜାଣିଛ। ତୁମେ ରାଜୁ କୁ ଛାଡି ରହି ପାରିବ ନାହିଁ ନା ରାଜୁ ତୁମକୁ। ତମେ ଏବେ ହିଁ ସହର କୁ ଚାଲ। ରିନା, ହାତ ଯୋଡ଼ି କହିଲା, ଅଙ୍କଲ ଆପଣ ଫେରି ଯାଆନ୍ତୁ। ମୁଁ ଗାଁ ରେ ରହିବି। ଏବଂ ମୁଁ ଏଠୁ ଯିବା ଆସିବା କରିବି। ମୁଁ ସେ ଘର କୁ ଆସନ୍ତା କାଲି ଖାଲି କରି ଦେବୀ। ବିଶୁ ବାବୁ କହିଲେ ଏବେ ତୁମେ ଦୁଃଖରେ ଅଛ । ତୁମେ ସମୟ ନିଅ। ଆସନ୍ତା କାଲି ତୁମେ ରୁମ୍ କୁ ଆସ। ସନ୍ଧ୍ୟାରେ ତୁମେ କମ୍ପାନୀ କୁ ଆସ । ସେଠି ରାଜୁ କୁ କାଲି ମୁଁ ନେଇ ଆସିବି। ସେଠି ଦେଖା କରିବ। ରିନା ମୁଖରେ ଅଳ୍ପ ହସ ଆସିଗଲା। ପୁଣି ଦୁଃଖୀ ହୋଇ କହିଲା, ନା ଅଙ୍କଲ, ଆଣ୍ଟୀ ଚାହୁଁ ନାହାନ୍ତି ଯେ ମୁଁ ରାଜୁ ସହିତ ଦେଖା କରେ ଏବଂ ସେ ଚାହୁଁ ନାହାନ୍ତି ଯେ ମୁଁ ସେ କମ୍ପାନୀ ରେ ଚାକିରି କରେ। ବିଶୁ ବାବୁ କହିଲେ, ମୁଁ ସବୁ ଜାଣିଚି। ତୁମେ ସେଥି ପ୍ରତି ଚିନ୍ତା କର ନାହିଁ। ମୋ ପୁଅ ତୁମକୁ ବାଛିବା ପରେ ସେ ତୁମ କଥା ସବୁ କହିଲା ଯେ ସେ କେବଳ ତୁମ ଠାରେ ତାର ଜୀବନ । ଯଦି ତମେ ନାହଁ ତେବେ ସେ କିଛି ଭୁଲ କରି ବସିବ। ମୁଁ ଚାହେଁ ନାହିଁ ସେ କିଛି ଏମିତି କରୁ ବୋଲି। ତୁମେ ଆସନ୍ତା କାଲି ଫେରି ଆସ । ଆଉ କିଛି ମୁଁ ଶୁଣିବି ନାହିଁ । ମୁଁ ଏବେ ଆସୁଛି । ରାତି ବହୁତ୍ ହେଲାଣି, ବିଶୁ ବାବୁ ଏତିକି କହି ଫେରିଗଲେ।

ତା ପର ଦିନ ରିନା ଫେରି ଆସିଲା ସହରକୁ। ଶ୍ରୀୟା , ରିନା କୁ ଦେଖି ବହୁତ୍ ଖୁସି ହେଲା। ରିନା ପୁଣି କଲେଜ୍ ଗଲା ଏବଂ ସନ୍ଧ୍ୟାରେ କମ୍ପାନୀ ରେ ପହଞ୍ଚିଲା । ସେଠି ରାଜୁ ପୂର୍ବରୁ ପହଞ୍ଚି ସାରିଥିଲା। ରାଜୁ କୁ ଦେଖି ସେ ବହୁତ୍ ଖୁସି ହେଲା। ତାକୁ ଇଚ୍ଛା ହେଉଥିଲା ଯେ ରାଜୁ କୁ କୁଣ୍ଢେଇ କରି ବହୁତ୍ କାନ୍ଦିବ କିନ୍ତୁ ସେଠି ସମସ୍ତେ ଥିଲେ। ସେଥିପାଇଁ ଚେହେରା ରେ ଅଳ୍ପ ହସ ଦେଇ ପାଖକୁ ଆସି ପଚାରିଲା। କେମିତି ଅଛ ?? ରାଜୁ ଉତ୍ତର ଦେଲା ମୁଁ ଠିକ୍ ଅଛି ତମେ କେମିତି ଅଛ ? ରିନା, ମୁଣ୍ଡ ହଲେଇ ହଁ କରିଦେଲା। କିନ୍ତୁ ଠିକ୍ ତାର ପର ମୁହୂର୍ତ୍ତରେ ମଧୁ ମାଲିକାଣୀ ଆସି ସେଠି ହାଜର। ମଧୁ ମାଲିକାଣୀ କୁ ଦେଖି ରିନା ର ଡର ବଢ଼ିବାକୁ ଲାଗିଲା। ଏବଂ କମ୍ପାନୀର ସମସ୍ତ କର୍ମଚାରୀ ମଧ୍ୟ ଡରନ୍ତି । ସେଠି ସମସ୍ତେ ଥିଲେ ମଧ୍ୟ ସେ କାହାକୁ ନ ଡରି ରିନା କୁ ଯାଇ ଗୋଟିଏ ଚାପୁଡ଼ା ଦେଲା । ସେଠି ବିଶୁ ବାବୁ ମଧୁ କୁ ଟାଣି ଆଣି କହିଲେ ଯେ ତମେ କଣ ପାଗଳ ହୋଇ ଗଲଣି ନା କଣ ? ତମେ ରିନା କୁ କାହିଁକି ମାରିଲ ? ମଧୁ : ଆଜି ମୋ ପୁଅ ସହିତ ଯାହା ହୋଇଛି ସବୁ ଏହି ରିନା ପାଇଁ ହୋଇଛି। ବିଶୁ ବାବୁ : ତମେ କିଛି ଜାଣିନ, ତମେ ଚୁପ୍ ରୁହ! ରାଜୁ କହି ଉଠିଲା । ମାମା ତମେ ରିନା କୁ ପସନ୍ଦ କର ନାହିଁ, କାରଣ ସେ ଛୋଟ ଜାତିର ନା ?? କିନ୍ତୁ ତମେ ଯେତେ ଚେଷ୍ଟା କରିଲେ ମଧ୍ୟ ରିନା ଠାରୁ ମୋତେ ତମେ ଅଲଗା କରି ପାରିବ ନାହିଁ । ରାଜୁ ଠାରୁ ଏତିକି କଥା ଶୁଣି ରାଜୁ ର ମା ଅଳ୍ପ ଚିନ୍ତାରେ ପଡିଲେ । ସେ ବିଶୁ ବାବୁ ଙ୍କୁ ଚାହିଁ କହିଲେ । ଏ ସବୁ ତୁମ ଯୋଗୁଁ ହେଇଛି, କାରଣ ତୁମେ ମୋ ପୁଅ କୁ ସବୁବେଳେ ଖୋଲା ଆକାଶରେ ଉଡ଼ିବା ପାଇଁ ଅନୁମତି ଦେଇ ଆସିଛ । ସେଥିପାଇଁ ଆଜି ସେ ଏମିତି କଥା କହୁଛି। ରିନା, ଆଖିରେ ଆଖିଏ ଲୁହ ଧରି ଫେରି ବାବୁ ବାହାରିଲା ।

କ୍ରମଶଃ…

ଶେଷ ଭାଗକୁ ପଢନ୍ତୁ

ରିନା…୪

ଚତୁର୍ଥ ଭାଗ

ତୃତୀୟ ପୃଷ୍ଠା କୁ ପଢନ୍ତୁ

ରିନା : ମୁଁ ଯାହା କହିବି ତମେ ମାନିବ ?? ତମେ କିଛି କରିବ ନାହିଁ, ଚୁପ୍ ଚାପ୍ ଆଖି ବନ୍ଦ କରି ଠିଆ ହେବ ଆଉ ଯେତେ ପର୍ଯ୍ୟନ୍ତ ପୁଣି କହିବି ନାହିଁ ସେତେ ପର୍ଯ୍ୟନ୍ତ ଆଖି ଖୋଲିବ ନାହିଁ । ରାଜୁ : ନା ମୁଁ କରିବି ନାହିଁ, ମୁଁ ରାଗିଛି ! ରିନା : ପ୍ଲିଜ୍.. ପ୍ଲିଜ୍…, ରାଜୁ : ଠିକ୍ ଅଛି । ରାଜୁ ଆଖି ବନ୍ଦ କରିଲା ପରେ ରିନା ରାଜୁ କୁ କୁଣ୍ଢେଇ ପକେଇଲା । ପ୍ରାୟ ଗୋଟିଏ ମିନିଟ ପରେ ରିନା କହିଲା, “ଥେଙ୍କ୍ ୟୁ… ରାଜୁ” , ରାଜୁ ଯେମିତି ସେମିତି ଠିଆ ହୋଇ ଥାଏ ଏବଂ ରିନା ରାଜୁ କୁ ଛାଡି ଦେଲା । ରାଜୁ: ଏଇଟା କଣ ଥିଲା ? ରିନା : ଏଇଟା କିଛି ନୁହଁ, ମୁଁ କେବଳ ଅନ୍ୟ ପ୍ରକାରେ ତୁମକୁ ଧନ୍ୟବାଦ ଜଣାଇଲି। ମୋ ପ୍ରଶ୍ନ ର ଉତ୍ତର ମୋତେ ମିଳିଲା ନାହିଁ । ରିନା : ତୁମ ଉତ୍ତର ପାଇବା ପାଇଁ ବହୁତ୍ ସମୟ ଅଛି । ଆଉ ଯୋଉଦିନ ମୋ ମନରେ ତୁମ ପ୍ରତି ଭଲ ପାଇବା ଆସିବ ସେଦିନ ମୁଁ ତୁମ ପାଖକୁ ଆସିବି କିନ୍ତୁ ଏବେ ନୁହଁ । ରାଜୁ : ହଉ, ତେବେ ଚାଲ ଯିବା ? ଦୁହେଁ ବାହାରିଲେ କଲେଜ୍ ପାଖକୁ। କଲେଜ୍ ରେ ପହଞ୍ଚିଲା ବେଳକୁ କ୍ଲାସ୍ ସରି ଯାଇଥିଲା। ସେଠୁ , ରିନା, ରାଜୁ କୁ ବିଦାୟ ଦେଇ ଗାଁ କୁ ଫେରିବା ପାଇଁ ବାହାରିଲା । ଏତିକିବେଳେ ରାଜୁ ପଚାରିଲା କେବେ ଆସିବ ?? ରିନା : ଭାବୁଛି କାଲି ସନ୍ଧ୍ୟାରେ ଆସିବି। ରାଜୁ : ସନ୍ଧ୍ୟା ନୁହଁ , ସକାଳେ ଆସ, ଆଉ ଠିକ୍ ୧୧ ଟା ବେଳେ ତୁମ ଘରେ ଅଟୋ ରିକ୍ସା ପହଞ୍ଚି ଯିବ। ଗାଡି ଡ୍ରାଇଭର ତୁମ ଜିନିଷ ପତ୍ର ଉଠେଇବା ରେ ସାହାଯ୍ୟ କରିବ । ଆଉ ଯଦି ଲୋକ ଦରକାର ତେବେ କୁହ, ଆଉ ଜଣକୁ ପଠେଇ ଦେବୀ, ନା ମୁଁ ଯିବି । ରିନା : ନା ଗୋଟିଏ ଲୋକ ହେଲେ ମୁଁ ଅଳ୍ପ ସାହାଯ୍ୟ କରି ଦେବୀ ହୋଇଯିବ। ରାଜୁ: ତେବେ ମୁଁ ଆସିଯିବି। ରିନା : ନା ନା, ତୁମେ ଆସିବ ନାହିଁ, ତୁମେ ଏଠି ରୁମ୍ ପାଖରେ ଥିବ ଏଠି ମୋତେ ସାହାଯ୍ୟ କରିବ। ତୁମ ବଦଳରେ ଯଦି ଆଉ କିଏ ଆସନ୍ତି ତେବେ ଭଲ ହେବ । ରାଜୁ : ହଉ ଠିକ୍ ଅଛି , ତୁମ ଇଚ୍ଛା । ଏତିକି କଥା ପରେ ରିନା ଫେରିଗଲା ନିଜ ଗାଁ କୁ ।

ତା ପର ଦିନ ଠିକ୍ ୧୧ ଟା ସମୟରେ ଅଟୋ ରିକ୍ସା ଆସି ପହଞ୍ଚିଲା। ଗୋଟିଏ ଡ଼୍ରାଇଭର ସହ ଆଉ ଗୋଟିଏ ଲୋକ ମଧ୍ୟ ଆସିଥିଲା । ଦୁହେଁ ସାହାଯ୍ୟ କରିଲେ । ଗୋଟିଏ ଟେବୁଲ୍ ଏବଂ ଦୁଇଟି ଚେୟାର ଅନ୍ୟ କିଛି ଜିନିଷ ଏବଂ ଗୋଟିଏ ବକ୍ସ ଧରି ରିନା ପହଞ୍ଚିଲା ସହର ରେ। ଗାଁ ଲୋକେ ଦେଖୁଥାନ୍ତି ସିନା କିଛି କହୁ ନଥିଲେ। ସହର ରେ ରାଜୁ ଅପେକ୍ଷା କରି ଥାଏ। ସବୁ ଜିନିଷ ପତ୍ର ରଖିବା ପରେ ରିନା କୁ ବାହାରକୁ ଡାକି ସ୍କୁଟି ଚାବି ହାତରେ ଦେବା ପରେ ଶ୍ରୀୟା କୁ କହିଲା। ଶ୍ରୀୟା, ଏବେ ତୋ ଦାୟିତ୍ଵ ଆଜି ସନ୍ଧ୍ୟାରେ ଅଳ୍ପ ସ୍କୁଟି ଶିଖେଇ ଦେବୁ ଏବଂ ବାକି କାଲି ଅଳ୍ପ ଶିଖେଇ ଦେବୁ। ଯେତେ ଶୀଘ୍ର ଶିଖିବ ସେତେ ଶୀଘ୍ର ସେ ଫ୍ୟାକ୍ଟ୍ରି କୁ ସ୍କୁଟି ରେ ଯିବା ଆସିବା କରିବ। ଶ୍ରୀୟା ମୁଣ୍ଡ ହଲେଇ କହିଲା ଠିକ୍ ଅଛି ଭାଇ। ଘରେ କିଛି କାମ ଅଛି କହି ରାଜୁ ବାହାରି ଗଲା ରୁମ୍ ରୁ । ସନ୍ଧ୍ୟାରେ ଶ୍ରୀୟା, ରିନା କୁ ସ୍କୁଟି ଶିଖେଇବା ପାଇଁ ବାହାରିଲା। ଗୋଟିଏ ଘଣ୍ଟା ଶିଖିବା ପରେ , ଶ୍ରୀୟା କହିଲା ଦିଦି ତୁମକୁ ତ ସ୍କୁଟି ଆସୁଛି କେବଳ ଟିକେ କଣ୍ଟ୍ରୋଲ ହୋଇଗଲେ କିଛି ଅସୁବିଧା ନାହିଁ । ଠିକ୍ ସେମିତି ତା ପର ଦିନ ସକାଳେ ଘଣ୍ଟାକ ପାଇଁ ସ୍କୁଟି ଶିଖିବା ପରେ କଲେଜ୍ ଯାଇ ଶୀଘ୍ର ଫେରି ଫ୍ୟାକ୍ଟ୍ରି ରେ ପ୍ରଥମ ଦିନ ଥିଲା ସେଥିପାଇଁ ସେ ସାଇକେଲ ନେଇ ବାହାରି ଗଲା ।

ସମୟ ପୂର୍ବରୁ ରିନା ଫ୍ୟାକ୍ଟ୍ରି ରେ ପହଞ୍ଚି ଗଲା ଏଵଂ ସେଠି ରତ୍ନାକର ବାବୁ କହିଲେ, ଝିଅ ତୁମେ ଯାହା କିଛି ପ୍ରଶ୍ନ ଅଛି ମୋତେ ପଚାରି ପାର ମୁଁ ସବୁ ବୁଝେଇ ଦେବି। ରତ୍ନାକର ବାବୁ ବହୁତ୍ ସରଳ ସ୍ୱଭାବର ମଣିଷ ଟିଏ । ସେ ସମସ୍ତଙ୍କୁ ପୁଅ , ଝିଅ କହି ସମ୍ବୋଧନ କରନ୍ତି । ସେ ଫ୍ୟାକ୍ଟ୍ରି ର ସବୁ ଦାୟିତ୍ଵ ବୁଝନ୍ତି କିନ୍ତୁ ତାଙ୍କ ଆଖି ଖରାପ ଯୋଗୁ ସେ କମ୍ପ୍ୟୁଟର କାମ ପାଇଁ ଟିକେ ମନ ଉଦାସ କରୁଥିଲେ । ରିନା କୁ ସବୁ ବୁଝେଇ ଦେଇ କହିଲେ । ଆଜି ଠାରୁ ମୋର ଅଧେ କାମ ତୁମେ କରିବ। ସବୁ ହିସାବ ଦେବୀ ତମେ କମ୍ପ୍ୟୁଟର ରେ ଫିଟ୍ କରିବ ଏବଂ ମାଲିକ କୁ ରିପୋର୍ଟ ଦେବ। ରତ୍ନାକର ବାବୁ ଏବଂ ରିନା କଥା ହେବା ସମୟରେ ବିଶ୍ବଭୂଷଣ ବାବୁ ପହଞ୍ଚିଲେ । ରିନା କୁ କହିଲେ , ତୁମେ ଅଳ୍ପ ଦେଖି ଦିଅ ଏବଂ କାଲି ଠାରୁ ତୁମେ ସ୍କୁଟି ରେ ଆସିବ । ରିନା : ଅଙ୍କଲ ମୋତେ ଅଳ୍ପ ଡର ମାଡ଼ୁଛି ସେଥିପାଇଁ ସାଇକେଲ ରେ ଆସିଲି । ବିଶୁ ବାବୁ : ତେବେ ତୁମର ଯୋଉ ଦିନ ସ୍କୁଟି ହୋଇଯିବ ସେଦିନ ଠାରୁ ତୁମେ ଫ୍ୟାକ୍ଟ୍ରି ଆସିବ । ରିନା କୁ ଠିକ୍ ଲାଗିଲାନି, ଅଙ୍କଲ ଙ୍କ କଥା ଶୁଣି ରିନା ଅଳ୍ପ ଭାବିବାକୁ ଲାଗିଲା ଏବଂ ଶୀଘ୍ର ବାହାରି ଗଲା । ତା ପର ଦିନ କଲେଜ୍ ନ ଯାଇ ସ୍କୁଟି ଶିଖିବାକୁ ଇଛା ରଖିଲା ଏବଂ ୯୦% ପ୍ରତିଶତ ସେ ଶିଖିଗଲା। ଏବଂ ସେଦିନ ସଂଧ୍ୟାରେ ସ୍କୁଟି ରେ ଫ୍ୟାକ୍ଟ୍ରି ଆସିଲା। ସେଠି ପ୍ରଥମେ ରାଜୁ କୁ ଦେଖିଲା। ରିନା ରାଜୁ କୁ ଦେଖି ତମେ ଏଠି ? ରାଜୁ : ହଁ ମୁଁ ମଧ୍ୟ ଏଠି ପାର୍ଟ ଟାଇମ୍ ଜବ କରିବି ତୁମ ସହିତ। କିନ୍ତୁ ମୁଁ ଏହି ଫ୍ୟାକ୍ଟ୍ରି ର ବାହାର ଲେବର ଙ୍କ ଦେଖା ଶୁଣା ପାଇଁ ରହିବି। ରିନା : ତମେ ଚାକିରି କରିବ ବୋଲି ମୋତେ ତ କେବେ କହି ନାହଁ। ରାଜୁ : ଆରେ ମୋତେ ମଧ୍ୟ ଟଙ୍କା ଦରକାର ନା? ଏତିକିବେଳେ ଭଡ଼ା ଘର ଅଙ୍କଲ ମଧ୍ୟ ରିନା ଦେଖିଲା। ସେ ଗୋଟିଏ ଫାଇଲ ଧରି ଅଫିସ ଆଡ଼କୁ ଆସୁଥିଲେ। ରିନା : ଏହି ଅଙ୍କଲ ମଧ୍ୟ ଏଠି ଚାକିରି କରନ୍ତି କି ? ରାଜୁ : ହଁ, ସେଥିପାଇଁ ତୁମ କୁ ଏତେ ଶୀଘ୍ର ଘର ମିଳିବାର କାରଣ ତ ଏହା । ରିନା କିଛି ନ ବୁଝି ମୁଣ୍ଡ ହଲେଇ ବାକୁ ଲାଗିଲା । ରତ୍ନାକର ବାବୁ ଆସି ପହଁଚିଲେ । ଝିଅ ଆଜି ତୁମକୁ ମୁଁ କେମିତି ଡାଟା ଫିଟ୍ କରା ଯିବ ସେ ବିଷୟରେ ବୁଝେଇବୀ। ତାପରେ ସେ ବୁଝାଇବାକୁ ଲାଗିଲା । ତାପରେ ଚାଲିଲା ପାର୍ଟ ଟାଇମ୍ ଜବ୍। ଏମିତି ଚାଲିଲା କିଛି ଦିନ । ସକାଳେ କଲେଜ୍ ଏବଂ ସନ୍ଧ୍ୟାରେ ଫ୍ୟାକ୍ଟ୍ରି । କେବେ ମଧ୍ୟ ରିନା ଜାଣି ନଥାଏ ଯେ ରାଜୁ ହେଉଛି ଏହି ଫ୍ୟାକ୍ଟ୍ରି ର ମାଲିକ ଙ୍କ ପୁଅ ବୋଲି।

ପ୍ରାୟ ଦୁଇ ମାସ ପରେ ଦିନେ ରାଜୁ ଏବଂ ରିନା କଲେଜ୍ ରୁ ଫେରିବା ସମୟରେ ଗୋଟିଏ ଲୋକ ବହୁତ୍ ସ୍ପିଡ ରେ ବାଇକ୍ ଆଣି ରାଜୁ କୁ ଲଗେଇ ନିଜେ ପଡିଗଲା । ରାଜୁ ର ଡାହାଣ ଗୋଡ ର ଆଣ୍ଠୁ ଟି ସମ୍ପୂର୍ଣ୍ଣ ଭାଙ୍ଗିଗଲା ଏବଂ ସେ ଲୋକ ର ମଧ୍ୟ ହାତ ଗୋଡ ଖଣ୍ଡିଆ ହୋଇ ଗଲା । ରାଜୁ ଏବଂ ସେ ଲୋକକୁ ସଙ୍ଗେ ସଙ୍ଗେ ପାଖରେ ଥିବା ଡାକ୍ତର ଖାନା କୁ ନିଆଗଲା । ଏହି ଘଟଣା ଯୋଗୁଁ ସେଦିନ ଫ୍ୟାକ୍ଟ୍ରି ବନ୍ଦ ହୋଇଗଲା । ସମସ୍ତେ ଦୁଃଖୀ ଥିଲେ । ସେଦିନ ରିନା କୁ ଅଳ୍ପ ସନ୍ଦେହ ହେଲା ଯେ ଗୋଟିଏ ଛୋଟିଆ କର୍ମଚାରୀ ପାଇଁ ପୁରା ଫ୍ୟାକ୍ଟ୍ରି ବନ୍ଦ କାହିଁକି କରାଗଲା । ବିଶୁ ବାବୁ ମଧ୍ୟ ବହୁତ୍ ବ୍ୟସ୍ତ ଜଣା ପଡୁଥିଲେ ଏବଂ ସେଦିନ ସଂଧ୍ୟାରେ ସେ ଭଡ଼ା ଘର ଅଙ୍କଲ କୁ ପଚାରିବାକୁ ବାଧ୍ୟ ହେଲା ଯେ ଅଙ୍କଲ ପ୍ରକୃତରେ ଏହି ବିଶୁ ଅଙ୍କଲ ଆଉ ରାଜୁ ର ସମ୍ପର୍କ କଣ ?? ଆଗରୁ ରାଜୁ ମନା କରିଥିବା ସ୍ୱତେ ମଧ୍ୟ ଅଙ୍କଲ କହିଦେଲେ ଯେ ରାଜୁ ହେଉଛି ବିଶୁ ବାବୁ ଙ୍କ ପୁଅ । ରିନା ଚମକି ପଡ଼ିଲା ଏବଂ ତାକୁ ଯେମିତି ବିଜୁଳି ଝଟକା ର ଅନୁଭବ ହେଲା । ରିନା, ରାଜୁ ପାଖକୁ ଆସିଲା, ରାଜୁ ଶୋଇଥାଏ। ମନେ ମନେ ଭାବିଲା, ରାଜୁ ତୁମେ ମାତ୍ର ଲୁଚେଇ ବହୁତ୍ କଷ୍ଟ ଦେଇଛ। ତୁମେ ଗୋଟିଏ ବଡ ପରିବାର ର ପୁଅ ଏବଂ ମୁଁ ଗୋଟିଏ ଛୋଟ ଜାତିର ଝିଅ । ତୁମର ଭଲ ପାଇବା ଦେଖି ମୁଁ ତୁମକୁ ମଧ୍ୟ ଭଲ ପାଇ ବସିଥିଲି କିନ୍ତୁ ଆଜି ଯେମିତି ସବୁ କିଛି ବଦଳି ଯିବ, ସେ ଅନୁଭବ ମୁଁ କରି ପାରୁଛି । ହସ୍ପିଟାଲ ରେ ରାଜୁ ର ବାପା, ମା ସମସ୍ତେ ଥିଲେ । ରିନା କୁ ବିଶୁ ବାବୁ ପଚାରିଲେ , ଝିଅ ତୁମେ ସାଙ୍ଗରେ ଥିଲ ପରା, କଣ ହୋଇଥିଲା, ଯାହା ଘଟଣା ଥିଲା ରିନା ସବୁ ସତ ସତ କହିଲା।

ଏତିକି ଶୁଣି ବିଶୁ ବାବୁ ପୋଲିସ କୁ ଫୋନ୍ କରି କହିଲେ ଯେ ସବୁ ଭୁଲ ସେ ଲୋକ ର ଏବଂ ଇନଭେଷ୍ଟିଗେସନ ଶୀଘ୍ର ଆରମ୍ଭ କରନ୍ତୁ ଏବଂ ଫୋନ୍ ରେ କଥା ହୋଇ ବାହାରକୁ ଚାଲିଗଲେ କିନ୍ତୁ ରାଜୁ ର ମା ରିନା କୁ ଯେମିତି ଖରାପ ଦୃଷ୍ଟି ରେ ଦେଖୁଥିଲେ । ସେ ରିନା ଆଗକୁ ଆସି କହିଲେ , ଆଜି ମୋ ପୁଅ ର ଯାହା ହୋଇଛି , ସେ ସବୁ ତୋ ପାଇଁ ଘଟିଛି । ତୁ ଯଦି ତା ଜୀବନରେ ଆସି ନଥାନ୍ତୁ ତେବେ ଏମିତି ଘଟଣା କେବେ ଘଟି ନଥାନ୍ତା । ଆଉ ତୁ ମୋ କମ୍ପାନୀ ରେ ଚାକିରି କରୁଛୁ ନା। ତୋତେ ମୁଁ ଗଳା ଧକ୍କା ଦେଇ ବାହାର ନ କରିଛି ତେବେ ମୋ ନାମ ମଧୁ ମାଲିକାଣୀ ନୁହଁ । ରିନା, ଆଖିରୁ ଲୁହ ବହି ଯାଉଥାଏ । ଚୁପ୍ ଚାପ୍ ଥାଏ । ଏତିକି କଥା ବାର୍ତା ପରେ ପରେ ବିଶୁ ବାବୁ ଫେରି ଆସିଲେ । ରିନା କାନ୍ଦିବା ଦେଖି , ଅଙ୍କଲ ପଚାରିଲେ , ସେ ଠିକ୍ ହୋଇଯିବ ମା, ତମେ ଚିନ୍ତା କର ନାହିଁ । ତମେ ଏବେ ଘରକୁ ଯାଇ ରେଷ୍ଟ କର । ତୁମେ ଦିନ ୨ଟା ରୁ ଏବେ ପର୍ଯ୍ୟନ୍ତ ଏଠି ଅଛ ଏବେ ରାତି ୭ଟା ହୋଇଗଲାଣି । ବିଶୁ ବାବୁ ଏବଂ ରିନା କଥା ବାର୍ତା ସମୟରେ ରାଜୁ ର ମା ବାହାରକୁ ଚାଲିଗଲେ । ରିନା : ଅଙ୍କଲ, ମୋର ଗୋଟିଏ ଅନୁରୋଧ ରଖିବେ ? ବିଶୁ ବାବୁ : ହଁ କୁହ ? ମୋତେ ରାଜୁ ପାଖରେ ରହିବାକୁ ଦିଅନ୍ତୁ ନା ? ବିଶୁ ବାବୁ : ହେଲେ ଘରେ ତୁମ ଭାଇ ଅଛି ନା? ସେ କେମିତି ଖାଇବା ପିଇବା କରିବ ?? ରିନା : ସେ ନିଜେ କରି ଖାଇ ଦେବ । ମୁଁ ଫୋନ୍ କରି କହିଦେବି। ବିଶୁ ବାବୁ : ଅଳ୍ପ ଚିନ୍ତା କରି ପୁଣି କହିଲେ, ଯେ ନା ଝିଅ ତୁମେ ବହୁତ୍ ସମୟରୁ ଏଠି ଅଛ। ତୁମେ କାଲି ପୁଣି ଆସି ଯିବ । ରାତିରେ ନର୍ସ ରହିବେ । କିଛି ଅସୁବିଧା ହେବ ନାହିଁ । ରିନା : ପ୍ଲିଜ୍ ଅଙ୍କଲ, ମନା କରନ୍ତୁ ନାହିଁ । ବିଶୁ ବାବୁ ରିନା ର ଅନୁରୋଧ ରେ କହିଲେ ଠିକ୍ ଅଛି ତୁମେ ରୁହ, ତୁମ ଭାଇ ର ଖାଇବା ବନ୍ଦୋବସ୍ତ ମୁଁ କରୁଛି । କହି ସେ ଭଡ଼ା ଘର ଅଙ୍କଲ କୁ ଫୋନ୍ କରି ଖାଇବା ପାଇଁ ବନ୍ଦୋବସ୍ତ କରିଲେ ଏବଂ ରାତିରେ ରିନା ରାଜୁ ପାଖରେ ରହିଲା । ଏମିତି ପ୍ରାଯ ୭ ଦିନ ପର୍ଯ୍ୟନ୍ତ ଚାଲିଲା । ସେପଟେ ବିଶୁ ବାବୁ ଙ୍କ ଠାରୁ ରିନା ଅନୁମତି ନେଇଥିଲା ଯେ ରାଜୁ ମେଡିକାଲ ରୁ ଫେରିଲେ ସେ ଫ୍ୟାକ୍ଟ୍ରି ଆସିବ ବୋଲି। ପରେ ରାଜୁ ଅଳ୍ପ ସୁସ୍ଥ ହୋଇ ଘରକୁ ଫେରିଲା ଏବଂ ସେ ସନ୍ଧ୍ୟାରେ ସେ ଫ୍ୟାକ୍ଟ୍ରି ରେ ପହଞ୍ଚିଲା । ଫ୍ୟାକ୍ଟ୍ରି ରେ ପହଞ୍ଚିବା ପରେ ରତ୍ନାକର ବାବୁ କହିଲେ ,ଝିଅ ତୁମେ ଗୋଟିଏ ଦିନ ରେଷ୍ଟ୍ କରି ଥାନ୍ତ । କାଲି ଆସି ଥାନ୍ତ ସେଠି ବିଶୁ ବାବୁ ମଧ୍ୟ ରିନା କୁ କହିଲେ, ଝିଅ ତୁମେ ଘରକୁ ଯାଅ। ଆସନ୍ତା କାଲି ଆସିବ । ରିନା : ନା ଅଙ୍କଲ ଆସି ଗଲିଣି ମାନେ କିଛି କାମ କରି ଶୀଘ୍ର ଚାଲିଯିବି ।

କ୍ରମଶଃ…

ପଞ୍ଚମ ଭାଗ କୁ ପଢନ୍ତୁ