Tag Archives: ପାଉଁଚି

ପାଉଁଚି (Paunchi)

 

ଛମ୍ ଛମ୍ ଶବ୍ଦ କରି ଆଜି ପୁଣି ଥରେ ଦାଣ୍ଡ ର ପହରା ଦେଇ ଚାଲିଗଲା ନୂଆ ପାଦ ଟିଏ। ମନରେ ଆତୁର ଭରା ହୋଇ ବାହାର କୁ ଉଣ୍ଡିଲା ବେଳକୁ ଆମ ଗାଁ ର ନୁଆ ବୋହୂଟିଏ । ଦେହରେ ଅତର ର ମହକ ଆଉ ରୁଣୁ ଝୁଣୁ ଶବ୍ଦ ରେ ଦାଣ୍ଡ ଯେମିତି ନୂଆ ଋତୁ  ଅନୁଭବ କରୁଥାଏ ।

ସତରେ ପାଉଁଚି ଗୁଡ଼ିକ ଖୁସିରେ ଏଵଂ ଉତ୍ସାହ ର ସହ ସେ ଆଚୁ ଲଗା ପାଦ ର ଗାର କୁ ଡେଇଁବାକୁ ସାହାସ କରୁ ନ ଥାନ୍ତି। କେହି ସେ ଗାର କୁ ଅଳ୍ପ ଛୁଇଁ ଉପରକୁ ଆସନ୍ତି ତ ଆଉ କେହି ନିଜକୁ ରୁଣୁ ଝୁଣୁ ଶବ୍ଦ କରି ଝୁମି ଉଠୁଥାନ୍ତି । ଆଜି କେହି ଜଣେ ଆମ ଗାଁ ଦାଣ୍ଡରେ ବଣ ମଲ୍ଲି ଗନ୍ଧ ଦେଇଗଲା । ଦାଣ୍ଡରେ ବସିଥିବା କେତେ ଗୁରୁଜନ ଅଳ୍ପ ମୁଣ୍ଡ ଉଠେଇ ଚାହୁଁଥାନ୍ତି। 

କିନ୍ତୁ ମୋ ଗାଁ ଦାଣ୍ଡ ର ସମ୍ମାନ ରେ କେବେ ଅବହେଳା ହୁଏ ନାହିଁ।  ୧୨ ଇଞ୍ଚ ର ଓଢଣି ଏବଂ ହଳଦିଆ ରଙ୍ଗର ର ଲୁଗା ରେ ଯେମିତି ସକାଳୁ ସକାଳୁ ସୂର୍ଯ୍ୟ ମୁଖି ର ତେଜ କିରଣ ଆଜି ଉଦୟ ହୋଇଛି। ମୋ ଗାଁ ଦାଣ୍ଡରେ।  

କେଜାଣି ଭାରି ଇଚ୍ଛା ହେଲା ପୁଣି  ସେ ପାଦ ଦୁଇଟିକୁ ଦେଖିବାକୁ । ପୁଣି ମନରେ ଇଚ୍ଛା ରଖି ଅପେକ୍ଷା କରିଲି ସେ ଶବ୍ଦ ର ଗନ୍ଧ କୁ ପୁଣି ଥରେ ଅନୁଭବ କରିବା ପାଇଁ । କିଛି ସମୟ ର ଅନ୍ତରାଳରେ ଫେରି ଆସିଲା ସେ ପାଦ ଦୁଇଟି। ପୁଣି ଦଉଡ଼ି ଗଲି ବାରଣ୍ଡା କୁ। 

ଓଦା ପାଦ ରେ ନୂଆ ବୋହୁ ଟିଏ ପାଣି ମାଠିଆ ଟିଏ ଅଣ୍ଟାରେ ଧରି ଓଢଣା ରେ ନିଜ ସମ୍ମାନ କୁ ରକ୍ଷା କରି ଫେରି ଚାଲିଛି ନିଜ ଘର ଅଭିମୁଖେ। ସତରେ ମନ ଲୋଭା କରିଦିଏ ସେ ଛମ୍ ଛମ୍ ପାଉଁଚୀ ର ଶବ୍ଦ ।

କିନ୍ତୁ ଆଜି ତାହା ଧ୍ରୁବ ତାରା ପାଲଟି ଯାଇଛି ମୋ ଗାଁ ଦାଣ୍ଡ ପାଇଁ । 

ନୀଳମାଧବ ଭୂୟାଁ (ଲେଖକ)