Tag Archives: #ଫେରି ଆସ2

ଫେରି ଆସ (2)

ଫେରି ଆସ, କ୍ଷୁଦ୍ର ଗଳ୍ପ
ମୁକେଶ ଘରକୁ ଆସିଲା, ମୁକେଶ ସୁଜାତା କୁ କହିଲା ଆଜି ତମେ ଶୀଘ୍ର ରେଡ୍ଡୀ ହୁଅ, ମୋ କାର ରେ ଅଫିସ୍ ଯିବା କିନ୍ତୁ ସୁଜାତା କହିଲା ମୁଁ ଆଜି ଛୁଟି ନେଇଛି। ତମେ ଏକା ଯିବାକୁ ପଡିବ। ମୁକେଶ ହଁ କରି ଜଳଖିଆ କରିଲା । ସେ ସୁଜାତା ସହିତ କଥା ହେବାକୁ ଚାହୁଁଥିଲା କିନ୍ତୁ ସେ କଥା ହେବାକୁ ସୁଯୋଗ ଦେଉ ନଥିଲା । ଶେଷରେ ସେ ଏକା ଅଫିସ୍ ଗଲା । ମୁକେଶ ର ଅଫିସ୍ କାମରେ ମନ ଲାଗୁ ନଥାଏ । ସେ ପୁଣି ମଳୟ ପାଖକୁ ଆସି କହିଲା କିଛି ଗୋଟେ କର ମଳୟ!! ନହେଲେ ମୁଁ ସେ କଥା ଭାବି ଭାବି ପାଗଳ ହୋଇଯିବି । ମଳୟ କହିଲା, ତୋ କଥା ଯଦି ସତ ହୋଇ ଥାଏ ତେବେ ଆମେ ଭାଉଜ ଆଉ ରୋଷନ ଉପରେ ନଜର ରଖିବା। ସେଥିରୁ ପ୍ରମାଣିତ ହୋଇଗଲେ କିଛି ଗୋଟେ ବ୍ୟବସ୍ଥା କରିବା । ଏତିକି ଶୁଣି ମୁକେଶ ମଧ୍ୟ ମାନିଗଲା ।

କିଛି ଦିନ ଏମିତି ଚାଲିଲା କିନ୍ତୁ ରୋଷନ୍ ଏବଂ ଭାଉଜ ଙ୍କ କଥା ହେବା ର ପ୍ରମାଣ ମିଳୁ ନଥିଲା । ପ୍ରାୟ ୨୦ ଦିନ ବିତିଗଲା। ମଳୟ କହିଲା ତୁ ସେଦିନ ସ୍ବପ୍ନ ଦେଖିଥିବୁ!! ବେକାର ଟାରେ ଭାଉଜ ଉପରେ ତୁ ସନ୍ଦେହ କରୁଛୁ । ମୁକେଶ କହିଲା, ଆରେ ଭାଇ ମୁଁ ସ୍ବପ୍ନ ଦେଖିନି କି ତୋତେ କାହାଣୀ କହୁନି। ଯାହା ସତ, ତାହା ହିଁ କହୁଛି । ସେଦିନ ଠାରୁ ସେ ମୋ ସହିତ ଭଲ ରେ କଥା ହେଉନି । କାମ ସାରି ଶୀଘ୍ର ଶୋଇ ଯାଉଛି । ଆଉ ଯେତେବେଳେ କଥା ହେବାକୁ ବସେ ତାଙ୍କ ମା ମୋ ସାମ୍ନାରେ ଆସି ହାଜର ହୋଇ ଯାଆନ୍ତି ।

ତୁ ଆମ ଭଲ ପାଇବା ଦେଖିଛୁ । ଭଲ ପାଇବା ସେତିକି ସୁଦୃଢ଼ ଥିଲା କିନ୍ତୁ ସୁଜାତା ଯେବେ ଠାରୁ ପୁଣି ଥରେ ଅଫିସ୍ ରେ ଜଏନ କରିଛି । ସେଦିନ ଠାରୁ ତାର ଭଲ ପାଇବା ଉଭେଇ ଯାଇଛି। ଆଉ ତାର ମା ମଧ୍ୟ ମୋତେ ଯେମିତି ଘର ର କୁକୁର ଭଳି ବ୍ୟବହାର କରୁଛନ୍ତି । ନୂଆ ନୂଆ ସମୟରେ ସବୁ ଠିକ୍ ଥିଲା କିନ୍ତୁ ସେ ଆମ ଘରେ ରହିବା ପର ଠାରୁ ଆମ ଭିତରେ କଳହ ସୃଷ୍ଟି ହେବାରେ ଲାଗିଛି । ସେଗୁଡିକ ମୁଁ ଆଖି ମୁଦି ସହି ଯାଉଥିଲି କିନ୍ତୁ ଆଉ ନାହିଁ ରେ ଭାଇ ।

କିଛି ଗୋଟେ କର ?? ମଳୟ କହିଲା ହଉ ତୋ ଭଲ ପାଇବା ର ମୁଁ ପ୍ରତ୍ୟକ୍ଷ ଦର୍ଶି ଆଉ ତୁ ଯଦି କହୁଛୁ ତେବେ ଅନ୍ୟ ଏକ ଯୋଜନା ମୋ ମୁଣ୍ଡ ଭିତରେ ଆସିଛି । ମୁକେଶ କହିଲା କହ?? ମଳୟ କହିଲା କିଛି ଗୋଟିଏ ବୁଲିବା ପ୍ଲାନିଂ କରି ତୁ ୩-୪ ଦିନ ପର୍ଯ୍ୟନ୍ତ ଘରେ ରହିବୁ ନାହିଁ ଏବଂ ତୋ ଘରେ କିଛି କିଛି ଜାଗାରେ ସ୍ପାୟେ କ୍ୟାମେରା ଲୁଚେଇ ସେଟ୍ କରି ଦେବା । ଯଦି ତୋର ସନ୍ଦେହ ସତ ତେବେ କିଛି ନା କିଛି ଆମକୁ ପ୍ରମାଣ ମିଳିଯିବ।

ଏହି କଥା ରେ ମୁକେଶ ହଁ କରିଲା ଏବଂ ଦୁଇ ଦିନ ପରେ ସନ୍ଧ୍ୟାରେ ସୁଜାତା ଏବଂ ତାଙ୍କ ମା ପାଖ ପାର୍କ କୁ ବୁଲିବାକୁ ଯାଇଥିଲେ । ଏତିକିବେଳେ ମଳୟ ଏବଂ ମୁକେଶ କ୍ୟାମେରା ଫିଟ୍ କରିଦେଲେ ଏବଂ ତାର ଗୋଟିଏ ଦିନ ପରେ ବୁଲିବା ପାଇଁ ପ୍ଲାନ୍ ଆୟୋଜନ ହେଲା । ମୁକେଶ ବୁଲିବାକୁ କହି ଘରୁ ବାହାରି ମଳୟ ର ରୁମ୍ ରେ ରହିଲେ ଏବଂ ରୋଷନ୍ ର ପିଛା କରିବାକୁ ଲାଗିଲେ । ପ୍ରଥମ ଦିନ ତ କିଛି ଜଣା ପଡିଲା ନାହିଁ କିନ୍ତୁ ଦ୍ୱିତୀୟ ଦିନ ସକାଳେ ରୋଷନ୍ ପହଞ୍ଚିଲା ସୁଜାତା ର ଘରେ। ମଳୟ ର ସନ୍ଦେହ ଅଳ୍ପ ଅଳ୍ପ ଦୂର ହେବାକୁ ଲାଗିଲା । ପୁଣି ସେ ସନ୍ଧ୍ୟାରେ ଦୁହେଁ କଫି ପିଇବାକୁ ପାଖ ଶିଶିଡି ରେ ପହଁଚିଲେ । ସେଠୀ ଦୁହେଁ କଫି ପିଇବା ସମୟରେ ମଳୟ ର ସାଙ୍ଗ ଦ୍ଵାରା କିଛି ଫୋଟୋ ଉଠା ଗଲା।

ଏଗୁଡ଼ିକ ଦେଖି ମୁକେଶ ରାଗରେ ଜଳୁ ଥାଏ କିନ୍ତୁ ମଳୟ ତାକୁ ବୁଝେଇ ରାଗ ଶାନ୍ତ କରୁଥାଏ । ମୁକେଶ କହିଲା ମୋର ରାଗ ଅସମ୍ଭାଳ ହେଲାଣି ଆଜି ରାତିରେ ରୋଷନ୍ ଘରକୁ ଯାଇ ତାର କଲର୍ ଟାଣି ଆଣି ପଚାରିବି । ମଳୟ କହିଲା, ତୁ ଏମିତି କରି ପାରୁ କିନ୍ତୁ ମୋ ମତରେ ଆଉ ଗୋଟିଏ ଦିନ ଅପେକ୍ଷା କର । ମୁକେଶ ମଳୟ କଥାରେ ରାଜି ହୋଇଗଲା। ତା ପର ଦିନ ଦେଖା ଗଲା ଯେ ପୁରା ଦିନ ରୋଷନ୍ ସୁଜାତା ଘରେ ଥାଏ।

ମୁକେଶ ର ରାଗ ଏତେ ବଢ଼ିଗଲା ଯେ ସନ୍ଧ୍ୟାରେ ରୋଷନ୍ ନିଜ ଘରକୁ ଫେରିଲା ପରେ ମୁକେଶ ଯାଇ ପହଁଚିଲା ନିଜ ଘରେ । ସେତେବେଳେ ସୁଜାତା ଏବଂ ତାଙ୍କ ମା ପାର୍କ କୁ ବୁଲିବାକୁ ଯାଇଥିଲେ। ମୁକେଶ ପ୍ରଥମେ ସ୍ପାଏ କ୍ୟାମେରା କୁ କନେକ୍ଟ କରି ସବୁ ଭିଡିଓ ଦେଖିଲା ପରେ ତାର ମୁଣ୍ଡ ପୁଣି ଘୁରି ଗଲା। କଣ କରିବ ଭାବି ସୁଜାତା କୁ ଫୋନ୍ କରିବା ପରେ ସୁଜାତା ଆସି ପହଁଚିଲା
ସୁଜାତା ପଚାରିଲା ତମେ କାଲି ଆସିବ ବୋଲି କହୁଥିଲ ଏତେ ଶୀଘ୍ର ଆସିଗଲ କେମିତି ?? ମୁକେଶ କହିଲା, ଓଃ ତମକୁ ଡିଷ୍ଟର୍ବ ହୋଇ ଯାଇଥିବ ନା? ରୋଷନ୍ ସହିତ ବୁଲିବା ପାଇଁ ଆଉ କୁଆଡେ ପ୍ଲାନ୍ ଥିଲା କି?? ସୁଜାତା କହିଲା, କଣ ବେକାର କଥା କହୁଛ?? ମୁକେଶ କହିଲା, ମୁଁ ବେକାର କଥା କହୁଛି ?? ଚାଲ ବେଡ ରୁମ୍ କୁ ?? ପଛେ ପଛେ ମା ଆସିବାକୁ ବାହାରିଲେ । ମୁକେଶ କହିଲା ତମେ ଝିଅ କୁ ଧରି ଏଠି ରୁହ । ମଳୟ ଏବଂ ସୁଜାତା ଯିବ । ସୁଜାତା ମନରେ ଭୟ ସୃଷ୍ଟି ହେବାକୁ ଲାଗିଲା । ବେଡ ରୁମ୍ ରେ ପହଞ୍ଚିଲା ପରେ ମୁକେଶ ସୁଜାତା କୁ ପଚାରିଲା ତମେ ଦୁଇ ଦିନ ହେଲା ଅଫିସ କାହିଁକି ଯାଇନ ?? ସୁଜାତା କହିଲା ମୋର ଦେହ ଭଲ ନଥିଲା ।

If the contents helpful so share to your friends, Thanking You.