Tag Archives: ଗାଁ କୁ ବାଘ ଆସିଛି

ଗାଁ କୁ ବାଘ ଆସିଛି…

ଓଡ଼ିଆ କାହାଣୀ , ଗାଁ କୁ ବାଘ ଆସିଛି

କାହାଣୀ ଟି ୨୫ ବର୍ଷ ତଳର। ଗାଁ ରେ କୋକୁଆ ଭୟ ଆରମ୍ଭ ହୋଇଛି । କିଏ କହେ ଗଧିଆ ବାଘ ଆଉ କିଏ କହେ ଚିତା ତ ଆଉ କିଏ ମହାବଳ ବାଘ ବୋଲି । ସମସ୍ତଙ୍କ ମନରେ ସେହି କଥା ଯେ “ଗାଁ କୁ ବାଘ ଆସିଛି” । ହେଲେ ସମସ୍ତଙ୍କୁ ଅଜଣା । ପ୍ରତ୍ୟେକ ରାତିରେ କାହାର ବାଛୁରୀ ନହେଲେ କାହାର ଗାଇ ଗାୟବ୍ ହେଉଥିଲା ।

କିନ୍ତୁ ଗତ ରାତିରେ ମୁଖିଆ ଘର ଙ୍କ ଗୁହାଳ ରୁ ଗୋଟିଏ ମଇଁଷି ଉପରେ ଆକ୍ରମଣ ହୋଇଛି । ପାହାନ୍ତି ସମୟ 50 ରୁ ଅଧିକ ଲୋକ ମୁଖିଆ ଙ୍କ ଗୁହାଳ ଆଡ଼କୁ ଅନେଇ ରହିଥାନ୍ତି । ଗୁହାଳ ରେ ମଇଁଷି ବନ୍ଧା ହୋଇଛି ସତ ମାତ୍ର ପଛ ପଟ ଦୁଇ ଗୋଡ଼ ଏବଂ ପେଟ ଆଡୁ ଅଧା ବାଘ ଖାଇ ଦେଇଛି। ଗୁହାଳ ସାରା ରକ୍ତ ମାତ୍ର ମଇଁଷି ସେତେବେଳ ପର୍ଯ୍ୟନ୍ତ ମରଣ ସହ ଲଢେଇ କରୁଛି ଏବଂ ପ୍ରାୟ ଗୋଟିଏ ଘଣ୍ଟା ପରେ ତାର ଜୀବନ ଚାଲିଗଲା।

ଗାଁ ରେ ଏହି ଘଟଣା କୁ ମିଶେଇ ୮ ନମ୍ବର୍ ଘଟଣା । ଗାଁ ରେ ସଭା ବସିଲା ଏବଂ ରାତିରେ ସମସ୍ତେ ଠେଙ୍ଗା, ଟାଙ୍ଗିଆ ଆଉ କାତି ଧରି ଏକାଠି ହୋଇ ଗାଁ ସାରା କିଛି କିଛି ସ୍ଥାନରେ ଲୁଚି ବସିଲେ। ହେଲେ ସମସ୍ତଙ୍କ ମନରେ ଭୟ ଥାଏ ପ୍ରକୃତ ସେୟା କଣ ??

ରାତି ପ୍ରାୟ ୨ଟା ଜହ୍ନ ଆଲୁଅ ପଡ଼ିଥାଏ। ବାଘ ପଶୁ ମାନଙ୍କୁ ଖାଏ ଯଦି ସେହି ଜାଗାରେ ମଣିଷ ମିଳେ ସେ ମଣିଷ କୁ ମଧ୍ୟ ଛାଡ଼ିବ ନାହିଁ । ନଦୀ ପଠା ପାଖରେ କିଛି ଲୋକ ଲୁଚି ବସିଥିଲେ । ଜଙ୍ଗଲ ଆଡୁ ନଦୀ ପଠା ହୋଇ ଦୁଇଟି ଛୋଟ ମହାବଳ ବାଘ ଗାଁ ଭିତରକୁ ପଶି ଆସିଲେ। ଉଚ୍ଚତା ଛୋଟ ଥିଲା ଭଳି ଲାଗୁଥିଲା। ବାଘ ମୁହଁରେ ରକ୍ତ ଲାଗିଛି। ଲୁଚି ଥିବା ଲୋକେ ବାଘ ଉପରକୁ ପ୍ରହାର କରିବା ପାଇଁ ପଛ ଘୁଞ୍ଚା ଦେଲେ। କିନ୍ତୁ ସେଥିରେ ଜଣେ ସାହାସୀ ବ୍ୟକ୍ତି ବାଘ ଆଡକୁ ଟାଙ୍ଗିଆ ପ୍ରହାର କରିବା ପାଇଁ ଆଗକୁ ମାଡ଼ି ଆସିଲା। କିନ୍ତୁ ବାଘ ଏକୁଟିଆ ବ୍ୟକ୍ତି ଦେଖି ସେ ଲୋକ କୁ ବାଘ ଓଲଟା ଆକ୍ରମଣ କରିଲା। ବ୍ୟକ୍ତି ଜଣଙ୍କ ବାଘ ଆକ୍ରମଣରେ ଖଣ୍ଡିଆ ଖାବରା ହୋଇ ପଡ଼ି ରହିଥାଏ। ସେପଟେ ବାଘକୁ ମଧ୍ୟ ଟାଙ୍ଗିଆ ର ଚୋଟ ଲାଗିଛି ସେ ପ୍ରାଣ ବିକଳରେ ଫେରିଗଲା ଜଙ୍ଗଲ କୁ। ବ୍ୟକ୍ତି ଜଣଙ୍କ ଖଣ୍ଡିଆ ଖାବରା ହୋଇ କଷ୍ଟରେ ପାଟି କରୁଥାଏ। ବାଘ ଗଲା ପରେ ଗାଁ ଲୋକ ଦଉଡି ଆସିଲେ। ତାକୁ ଉଠେଇ ନେଲେ ଗାଁ ଭିତରକୁ । ଗାଁ ବଇଦ ତାକୁ ଚିକିତ୍ସା କରିବାକୁ ଲାଗିଲେ ।

ସେଦିନ ରାତିରେ ପୁଣି ସଭା ବସିଲା । ସମସ୍ତେ ଏକାଠି ହୋଇ ଆଜି ବାଘ କୁ ଉଚିତ୍ ପାନେ ଦେବେ ବୋଲି ସମସ୍ତେ ପୁଣି ଲୁଚି ବସିଲେ। ରାତି ଧୀରେ ଧୀରେ ବଢ଼ି ଚାଲିଲା । ଦେଖୁ ଦେଖୁ ପାହାନ୍ତି ହେବାକୁ ବସିଲା । କିନ୍ତୁ ବାଘ ର ଦେଖା ନାହିଁ । ସକାଳେ ସମସ୍ତେ ଭାବିଲେ ଯେ ବାଘ ବୋଧେ ଡରିଗଲା ।

ଗାଁ ଲୋକ ଙ୍କ କଥା ମଧ୍ୟ ସତ ହେବାକୁ ଲାଗିଲା। ଦେଖୁ ଦେଖୁ ୫ ଦିନ ପର୍ଯ୍ୟନ୍ତ ସମସ୍ତେ ଜଗି ବସିଲେ ମାତ୍ର ବାଘ ର ଦେଖା ନାହିଁ । ହେଲେ ବାଘ ମଧ୍ୟ ଲୋକ ମାନଙ୍କ ଗତିବିଧି କୁ ନଜର ରଖୁଥିଲା । ଲୋକେ ମଧ୍ୟ ଆଉ ଜଗି ବସିଲେ ନାହିଁ। ବାଘ ମଧ୍ୟ ଅପେକ୍ଷା କରି ରହିଥାଏ କୋଉ ଦିନ ଲୋକେ ଆସିବେ ନାହିଁ ସେଦିନ ଦେଖି ସେ ପୁଣି ଥରେ ଗାଁ ଭିତରେ ପଶି ଗୋଟିଏ ବାଛୁରୀ କୁ ନେଇଗଲା। ଏଥର ଲୋକେ ଜଙ୍ଗଲ ବିଭାଗ ଅଫିସର ଙ୍କୁ ପୂର୍ବରୁ ଜଣେଇ ରଖିଲେ। ଜଙ୍ଗଲ ବିଭାଗ ଅଧିକାରୀ ସହିତ ୫ ରୁ ୭ ଜଣ ଜଙ୍ଗଲ ବିଭାଗ ର ଲୋକ ବାଘ ଗାଁ ଭିତରେ ପ୍ରବେଶ କରୁଥାଏ ରାସ୍ତାରେ ଜାଲ ଲଗେଇ ଲୁଚି ବସିଲେ ।

ଜଙ୍ଗଲ ବିଭାଗ ଅଧିକାରୀ ମଧ୍ୟ ରାତି ସାରା ବସି ରହିଲେ ମାତ୍ର ବାଘ ର ଦେଖା ନାହିଁ। ବାଘ ର ଚତୁରତା କୁ ଗାଁ ଲୋକେ ଅଳ୍ପ ବୁଝି ବାଘ ଯେମିତି ନ ଜାଣି ପାରିବ ସେଭଳି ଭାବେ ଲୁଚି ରହିଲେ। ହେଲେ ଏମିତି ପୁଣି ୩ ଦିନ ବିତିଗଲା । ଏଥର ଜଙ୍ଗଲ ବିଭାଗ ଅଧିକାରୀ କହିବାକୁ ଲାଗିଲେ ଯେ ତୁମେ ଗାଁ ଲୋକ ସମସ୍ତେ ମିଶି ଆମକୁ ବୋକା ବନାଉଛ ନା କଣ? ଗାଁ ଲୋକଙ୍କ ପାଖେ କିଛି ଉତ୍ତର ନଥିଲା । ଗାଁ ଲୋକେ ବୁଝେଇ ବାକୁ ଯାଇ କହିବାକୁ ଲାଗିଲେ। ଏହା ସତ ଯେ ବାଘ ଆସୁଛି କିନ୍ତୁ ଏହି ୩ ଦିନ ହେଲା ସେ ଆସୁନି ତେବେ ଆମେ ଆପଣଙ୍କୁ କେମିତି ପ୍ରମାଣ ଦେବୁ ।

ସମସ୍ତ ଗାଁ ଲୋକ ଙ୍କ ଅନୁରୋଧ କ୍ରମେ ଜଙ୍ଗଲ ଅଧିକାରୀ ଆଉ ଗୋଟିଏ ରାତି ଜଗି ବସିବେ ବୋଲି କହିଲେ ଏବଂ ସର୍ତ୍ତ ଅନୁଯାୟୀ ଯଦି ଆଜି ରାତିରେ ବାଘ ଯଦି ନ ଆସେ ତେବେ ତୁମ ଗାଁ ର ମୁଖିଆ କୁ ଆମ ର ସମୟ ଖରାପ କରିଥିବା ଅଭିଯୋଗ ରେ ଜେଲ୍ ରେ ଦେବୁ। ଗାଁ ମୁଖିଆ ମଧ୍ୟ ଆଶ୍ଚର୍ୟ୍ଯ । ସେ ଜଙ୍ଗଲ ଅଧିକାରୀ କୁ ଏହା କହିଲା ଯେ। ଅଧିକାରୀ ବାବୁ ମୁଁ କଥା ଦେଉଛି ଯଦି ଆଜି ନ ଆସିଲା ତେବେ ଆମେ ମିଥ୍ୟା ପ୍ରମାଣିତ ହେବୁ ଏବଂ ମୋତେ ଆପଣ ଜେଲ ରେ ଦେଇ ପାରନ୍ତି କିନ୍ତୁ ଆଜି ରାତିକ ଅପେକ୍ଷା କରନ୍ତୁ।
ଜଙ୍ଗଲ ଅଧିକାରୀ ଗାଁ ମୁଖିଆ ଙ୍କ କଥା ରେ ରାଜି ହୋଇ ରାତିରେ ପୁଣି ଜଗି ବସିଲେ। ରାତିରେ ଜହ୍ନ ଆଲୁଅ ରେ ଚାରିଆଡ଼େ ସଫା ଦେଖାଯାଉଥାଏ।

ରାତି ପ୍ରାୟ ଦୁଇଟା ହେବାକୁ କିଛି ସମୟ ବାକି ଥାଏ। ଗୋଟିଏ ବାଘ ଗାଁ ଭିତରକୁ ପଶି ଆସିଲା ଏବଂ ଯୋଜନା ଅନୁସାରେ ଗାଁ ମଝିରେ ବାଘ ପହଞ୍ଚିଲା ପରେ ଗାଁ ର ସମସ୍ତ ଲୋକେ ନିଆଁ ଧରି ବାଘକୁ ଚାରିପଟେ ଘେରି ଗଲେ । କିନ୍ତୁ ସମସ୍ତଙ୍କ ମନରେ ଭୟ ଥାଏ । ତଥାପି ସାହସ କରି ନିଆଁ କୁ ଧରି ବାଘ କୁ ଡରେଇ ଡରେଇ ଜାଲ ଲଗା ଯାଇଥିବା ସ୍ଥାନକୁ ନେବାକୁ ଲାଗିଲା । ଜାଲ ଭିତରେ ବାଘ ପଡ଼ିବାକୁ ଯାଉଥିଲା। ଜାଲ ଧରି ଥିବା ଦୁଇ ଜଣ ଜଙ୍ଗଲ ଅଧିକାରୀ ଥିଲେ। ବାଘ ନିଜ ଜୀବନ ବଞ୍ଚାଇବା ପାଇଁ ସେ ଦୁଇ ଜଣ ଅଧିକାରୀ ଉପରେ ପୁନଃ ଆକ୍ରମଣ କରିଲା। ଏଥିରେ ଜଣେ ଅଧିକାରୀ ଙ୍କ ହାତ କୁ କାମୁଡି ଏବଂ ଅନ୍ୟ ଜଣଙ୍କ ଛାତି କୁ ରାମ୍ପି ବାଘ ପୁଣି ଜଙ୍ଗଲ ରେ ଲୁଚିଗଲା।

ଗାଁ ଲୋକେ ପୁଣି ନିରାଶ ହୋଇଗଲେ। ଆଜି ମଧ୍ୟ ବାଘ ଆମ ହାତ ପାହାନ୍ତରୁ ବଞ୍ଚି ଚାଲିଗଲା। କିନ୍ତୁ ଜଙ୍ଗଲ ଅଧିକାରୀ ହାର ମାନିଲେ ନାହିଁ । ସେ ଅନ୍ୟ କେତେଜଣ ଜଙ୍ଗଲ ଅଧିକାରୀ ଙ୍କୁ ଡକେଇ ସକାଳୁ ସକାଳୁ ବାଘ ର ସନ୍ଧାନ ରେ ଲାଗି ପଡ଼ିଲେ। ରାତିର ଜଳନ୍ତା ନିଆଁ କୁ ଦେଖି ବାଘ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଯାଇଥିଲା। ବାଘ ମଧ୍ୟ ଜଙ୍ଗଲ ଛାଡ଼ି ପାଖରେ ଥିବା ପର୍ବତ ଉପରକୁ ଚାଲିଗଲା ବୋଲି ଜଙ୍ଗଲ ଅଧିକାରୀ କହିଲେ। କିନ୍ତୁ ଏପଟେ ଗାଁ ଲୋକଙ୍କ ମନରେ ଭୟ ପୁଣି ରହିଲା। କିଛି ଦିନ ସଚେତ ରହିଲେ। ମାତ୍ର ସେଦିନ ରାତିରେ ଗାଁ ରେ ସବୁ ଲୋକଙ୍କ ଏକ ଜୁଟ ଦେଖି ବାଘ ମଧ୍ୟ ସବୁଦିନ ପାଇଁ ସେ ଗାଁ ଆଉ ସେ ଜଙ୍ଗଲ କୁ ସବୁଦିନ ପାଇଁ ବିଦାୟ ଦେଇ ସାରିଥିଲା। ସେଦିନ ଠାରୁ ଗାଁ ରେ ଆଉ ବାଘ ର ଦେଖା ନଥିଲା।

ତେବେ କାହାଣୀ ଟି କିଛି ସତ୍ୟ ଘଟଣା ଉପରେ ଆଧାରିତ । ତେବେ ମୋର ଆଶା ଯେ କାହାଣୀ ଟି ଆପଣଙ୍କ ମନ କୁ ନିଶ୍ଚୟ ଛୁଇଁଥିବ ।

ଯଦି ଭଲ ଲାଗିଛି ତେବେ ଅନ୍ୟ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….