Tag Archives: smruti tume sradhanjanli

Smruti Tume Sradhanjali (A true Story ) Page-60


ନାନୀ:- ଠିକ୍ ଅଛି ତମେ ମାନେ ଏତେ ବାଧ୍ୟ କରି କହୁଛ ତେବେ ବସ ଖାଇବା ।

କୁମାର:- ତମେ ବସ ମୁଁ ବାଢି ଦଉଛି । ସନ୍ଧ୍ୟା ତମେ ବି ବସ କିଛି ଖାଇନ । ଜଲଦି ବସ ।

ସନ୍ଧ୍ୟା:- ମୋ ପେଟ ପୁରିଗଲାଣି ମୁଁ ଆଉ ଖାଇପାରିବିନି ।

କୁମାର:- ମୁଁ କିଛି ଜାଣିନି ତମକୁ ଖାଇବାକୁ କହିଲି ମାନେ ତମେ ଖାଇବ । 

ତମେ କଣ ଏତିକି ଟିକେ ଖାଉଛ । ସେଥିପାଇଁ ଏତେ ମୋଟି ଦେଖାଯାଉଛ । 

ଆଛା ନାନୀ ତମେ କହିଲ ତମେ ତ ପିଲାଦିନଠୁ ସନ୍ଧ୍ୟାକୁ ଜାଣିଛ ସେ କଣ ଏତିକି ଖାଆନ୍ତି ।

ନାନୀ:- ନାଇ ନାଇ ସେ ଖାଇବ ନା !!! ବସ୍ ସନ୍ଧ୍ୟା ତୁ ନ ଖାଇଲେ!!  ମୁଁ ବି ଖାଇବିନି ।

କୁମାର:- ଦେଖିଲ ସନ୍ଧ୍ୟା !! ନାନୀ କଣ କହୁଛନ୍ତି, ତମେ ଯଦି ନ ଖାଇବ ସେ ବି ଖାଇବେନି । ନାନୀ ତମେ ଖାଅ। 

ସନ୍ଧ୍ୟା ଏଠିକି ଆସ ମୁଁ ଖୁଆଇଦେବି । ଏମିତି ଯଦି ଟିକେ ଟିକେ ଖାଇବ ତ ଶୁଖୁଆ ହେଇଯିବି । ନିଅ ଜଲଦି ଖାଅ ।

ନାନୀ:- କୁମାର!!  ଗୋଟେ କଥା କହିବି ତମକୁ ଦେଖି ଆଜି ସନ୍ଧ୍ୟାର ବାପା କଥା ମନେ ପଡିଗଲା । 

ସନ୍ଧ୍ୟା ନ ଖାଇଲେ ସେ ଠିକ ତମ ଭଳି କଥା କହି ଖୁଆଇ ଦେଉଥିଲେ ।

କୁମାର:- ଗୋଟେ କଥା କହିବି ନାନୀ ମୁଁ ସନ୍ଧ୍ୟା ପାଇଁ ସବୁକିଛି ହେଇପାରିବି । 

ବାପା, ମା, ଭାଇ, ଦାଦା, ସବୁକିଛି । ହଉ ଛାଡ଼ ସେ କଥା ଜଲଦି ଖାଇଦିଅ ଆମକୁ କଲେଜ ଯିବାର ଅଛି ।

ନାନୀ:- ଆଜି ତ କଲେଜ ଛୁଟି ଥିବ। 
ତାହେଲେ କୁଆଡେ ବୁଲିବାକୁ ଯିବ ନାହିଁ ??

ହଉ ଦେଖିକି ଯିବ ମୁଁ ଆସୁଛି ତାହେଲେ ।


To be continued…….


Promo: (ସନ୍ଧ୍ୟା କୁମାରକୁ Style ମାରିବାକୁ କୁହେ ।  ପଢିବା next page ରେ…… )


କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-60



Follow My Pages:- 


Thanks….

Smruti Tume Sradhanjali (A true Story ) Page-59

ନାନୀ:- ଏତେ ଲାଜ କାଇଁ କରୁଛୁ ବା ତମେ ଦୁଇ ଜଣ ରାଧା କୃଷ୍ଣଙ୍କ ଯୋଡି ଭଳିଆ ଲାଗୁଛ । 

ହଉ ଆଉ ତୁ କେତେବେଳେ ଆସିଲୁ ଟିଉସନ ରୁ ଆଉ କେତେବେଳେ ରୋଷେଇ କରିକି ଖାଇବାକୁ ଦେଇସାରିଲୁଣି ।

ସନ୍ଧ୍ୟା:- ନାଇମ ନାନୀ ମୁଁ କିଛି କରିନି, ମୁଁ ତ ସଜେଇ ହଉ ହଉ ଟାଇମ ହେଇଯାଉଛି  । 

ମୁଁ କେତେବେଳେ ରୋଷେଇ କରିବି ।

ମୋ ଶାଢ଼ୀ ପିନ୍ଧା କେମିତି ହେଇଛି ?? କୁମାର ପିନ୍ଧେଇ ଦେଇଛନ୍ତି ।

ନାନୀ:- ସତରେ ନା କଣ ? 

ତୁ କେତେ ଭାଗ୍ୟବତୀ ତୋତେ କୁମାର ଭଳି ପୁଅଟେ ମିଳିଛି ।

ସନ୍ଧ୍ୟା ଆଉ ତା ନାନୀ ସବୁକଥାବାର୍ତ୍ତା ହୁଅନ୍ତି, ଦୁଇଜଣ ପୁରା ସାଙ୍ଗ ଭଳି ମିଶନ୍ତି । ଏପଟେ କୁମାର ଆସିଯାଇଥାଏ ।

କୁମାର:- ମୋ ବିଷୟରେ କଣ କଥାବାର୍ତ୍ତା ଚାଲିଛି ।

ସନ୍ଧ୍ୟା:- ତମେ ସବୁ ଶୁଣିଦେଲ ନା କଣ ??

ନାନୀ:- ହଉ ସେଥିରେ କଣ ହେଲା ଆମ ଭିତରେ ହିଁ ତ କଥା ଅଛି ନା । 

ତା ଛଡ଼ା ସନ୍ଧ୍ୟା ପିଲାବେଳୁ ମତେ ତାର ସବୁ ସୁଖ ଦୁଃଖ ମୋ ସହ ବାଣ୍ଟି। ଆଉ ଏ କଥା କେମିତି ଲୁଚେଇଥାନ୍ତା ଯେ ??

କୁମାର:-ଠିକ ଅଛି ଚଳିବ କିଛି କଥା ନାହିଁ । ହଉ ନାନୀ ଆସ ଖାଇବା, ମୁଁ ରୋଷେଇ କରିଛି ।

ସନ୍ଧ୍ୟା:- ହଁ ନାନୀ ଆସ ତମ ଯୋଇଁପୁଅ ରୋଷେଇ କରିଛନ୍ତି । କହିବ କେମିତି ହେଇଛି ।

To be continued…….


Promo: ( ଆଉ କିଛି କଥାବାର୍ତ୍ତା ନାନୀ ଆଉ ସନ୍ଧ୍ୟା ଙ୍କ ମଧ୍ୟରେ,  ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-59



Follow My Pages:- 

Thanks….