Tag Archives: smruti tume sradhanjanli

Smruti Tume Sradhanjali (A true Story ) Page-59

ନାନୀ:- ଏତେ ଲାଜ କାଇଁ କରୁଛୁ ବା ତମେ ଦୁଇ ଜଣ ରାଧା କୃଷ୍ଣଙ୍କ ଯୋଡି ଭଳିଆ ଲାଗୁଛ । 

ହଉ ଆଉ ତୁ କେତେବେଳେ ଆସିଲୁ ଟିଉସନ ରୁ ଆଉ କେତେବେଳେ ରୋଷେଇ କରିକି ଖାଇବାକୁ ଦେଇସାରିଲୁଣି ।

ସନ୍ଧ୍ୟା:- ନାଇମ ନାନୀ ମୁଁ କିଛି କରିନି, ମୁଁ ତ ସଜେଇ ହଉ ହଉ ଟାଇମ ହେଇଯାଉଛି  । 

ମୁଁ କେତେବେଳେ ରୋଷେଇ କରିବି ।

ମୋ ଶାଢ଼ୀ ପିନ୍ଧା କେମିତି ହେଇଛି ?? କୁମାର ପିନ୍ଧେଇ ଦେଇଛନ୍ତି ।

ନାନୀ:- ସତରେ ନା କଣ ? 

ତୁ କେତେ ଭାଗ୍ୟବତୀ ତୋତେ କୁମାର ଭଳି ପୁଅଟେ ମିଳିଛି ।

ସନ୍ଧ୍ୟା ଆଉ ତା ନାନୀ ସବୁକଥାବାର୍ତ୍ତା ହୁଅନ୍ତି, ଦୁଇଜଣ ପୁରା ସାଙ୍ଗ ଭଳି ମିଶନ୍ତି । ଏପଟେ କୁମାର ଆସିଯାଇଥାଏ ।

କୁମାର:- ମୋ ବିଷୟରେ କଣ କଥାବାର୍ତ୍ତା ଚାଲିଛି ।

ସନ୍ଧ୍ୟା:- ତମେ ସବୁ ଶୁଣିଦେଲ ନା କଣ ??

ନାନୀ:- ହଉ ସେଥିରେ କଣ ହେଲା ଆମ ଭିତରେ ହିଁ ତ କଥା ଅଛି ନା । 

ତା ଛଡ଼ା ସନ୍ଧ୍ୟା ପିଲାବେଳୁ ମତେ ତାର ସବୁ ସୁଖ ଦୁଃଖ ମୋ ସହ ବାଣ୍ଟି। ଆଉ ଏ କଥା କେମିତି ଲୁଚେଇଥାନ୍ତା ଯେ ??

କୁମାର:-ଠିକ ଅଛି ଚଳିବ କିଛି କଥା ନାହିଁ । ହଉ ନାନୀ ଆସ ଖାଇବା, ମୁଁ ରୋଷେଇ କରିଛି ।

ସନ୍ଧ୍ୟା:- ହଁ ନାନୀ ଆସ ତମ ଯୋଇଁପୁଅ ରୋଷେଇ କରିଛନ୍ତି । କହିବ କେମିତି ହେଇଛି ।

To be continued…….


Promo: ( ଆଉ କିଛି କଥାବାର୍ତ୍ତା ନାନୀ ଆଉ ସନ୍ଧ୍ୟା ଙ୍କ ମଧ୍ୟରେ,  ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-59



Follow My Pages:- 

Thanks….

Smruti Tume Sradhanjali (A true Story ) Page-54


ସନ୍ଧ୍ୟା:- ମୋର କିଛି ଦରକାର ନାହିଁ, ତମେ ମିଳିଯାଇଛ ମୋତେ ସବୁକିଛି ମିଳିଯାଇଛି । 

ମୋର ଯଦି କିଛି ଦରକାର, ତାହା ହେଉଛି ମୁଁ ମରିବା ପର୍ଯ୍ୟନ୍ତ ମୋ ସାଙ୍ଗରେ ଥାଅ ।

ବହୁତ ଇମୋସନାଲ ହେଇଯାଇଥିଲା ସନ୍ଧ୍ୟା ଆଉ ଆଖିରେ ଲୁହ ଆସିଯାଇଥିଲା ।

କୁମାର:- ଇଏ କଣ ବାୟାଣୀ ମୋତେ ମରିବା କଥା ଜମା କହିବନି, ଏମିତି କଣ କହୁଛ ଯେ ତମ ଆଖିରେ ଲୁହ ଦେଖିଲେ ମୋତେ ଭଲ ଲାଗେନି ।

ମୋ ଆଗରେ କେବେ ବି କାନ୍ଦିବନି, ଏବେ ଟିକେ ହସିଦିଅ… Please  ହସିଦିଅ …. ହସିଦିଅ । 
ବାସ୍ ସବୁବେଳେ ଏମିତି ହସୁଥାଅ ଆଉ ମୁଁ ଏମିତି ଦେଖୁଥିବି ।

ସତରେ ମୁଁ ତମକୁ ଯେବେଠୁ ପାଇଛି ସାରା ଦୁନିଆ ପାଇ ଯାଇଛି । ମୋ ଠାରୁ ତମକୁ କେବେ ଅଲଗା ହେବାକୁ ଦେବିନି ।

ସନ୍ଧ୍ୟା:- ହଉ ଚାଲ ଆମ ଘରକୁ ଯିବା ସେଠୁ କଲେଜ ଯିବା ।

କୁମାର:- ପୁଣି ତମ ଘରକୁ ଯିବାକୁ ପଡ଼ିବ ।

ସନ୍ଧ୍ୟା:- ଆଉ ସାର୍ଟ ପେଣ୍ଟ କଣ ରାସ୍ତାରେ ପିନ୍ଧିକି ଯିବ ନା କଣ ?? ଚାଲ ଯିବା ଟାଇମ ହେଲାଣି ପରା, ଭୋକ ହେଲାଣି ଜଲଦି ଚାଲ ।

କୁମାର:- ହଉ ବାବା ଚାଲ ।

ଦୁହେଁ ଚାଲିଲେ ସନ୍ଧ୍ୟା ଘରକୁ, ସନ୍ଧ୍ୟାର ଭାଇ ଭଉଣି ସ୍କୁଲ ପଳେଇଛନ୍ତି । 

ଦାଦା ଖୁଡି Bank କାମରେ ଯାଇଛନ୍ତି ।

ଜେଜେ ବାବା, ଜେଜେ ମା ଝିଅ ଘରକୁ ପଳେଇଛନ୍ତି ବୁଲିବାକୁ । ଘରେ କେହିବି ନାହାନ୍ତି । 

ସନ୍ଧ୍ୟା ଯେତେବେଳେ ଘରକୁ ଗଲା ଦେଖିଲା ଘରେ କେହିବି ନାହାନ୍ତି । ଦେଖିଲା ବେଳକୁ ରୋଷେଇ ବି ହେଇନି କଣ କରିବ ବୁଝିପାରୁନଥିଲା ।

To be continued…….


Promo: (  କୁମାର ସନ୍ଧ୍ୟା ଙ୍କ ଘରେ ରୋଷେଇ କରେ,  ପଢିବା next page ରେ…… )

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-54



Follow My Pages:- 

Thanks….