Tag Archives: smruti tume sradhanjanli

Smruti Tume Sradhanjali (A true Story ) Page-57

ସନ୍ଧ୍ୟା:- କୁମାର ତମକୁ ଶାଢ଼ୀ ପିନ୍ଧା କେମିତି ଆସିଲା ।

କୁମାର:- ସେ କଥା କଣ କି ମୁଁ କୃଷ୍ଣନୀଳା ନାଚରେ କୃଷ୍ଣ ରୋଲ କରୁଥିଲି ତ ଆମ ନାଚରେ ଯଷୋଧା ମା ବି ଥାଏ ନା । ଆଉ ମୋ ଭାଇ ଯଷୋଧା ମା ଅଭିନୟ କରୁଥିଲା । 

ତାକୁ ଶାଢ଼ୀ ପିନ୍ଧେଇବାକୁ ଝିଅମାନେ ଆସୁଥିଲେ ବାସ୍ ସେଠୁ ଶିଖିଯାଇଛି ।

ସନ୍ଧ୍ୟା:- ହଉ ଏବେ ଦିଅ ମୁଁ କୁଞ୍ଚ ମାରିଦଉଛି ।

କୁମାର:- ଆଛା ଶାଢ଼ୀ ପିନ୍ଧେଇବି ମୁଁ କୁଞ୍ଚ ମାରିବ ତମେ । ବହୁତ ଚାଲାକ ନାହିଁ । ମୁଁ ହିଁ ମାରିବି ।

ସନ୍ଧ୍ୟା:- No  Chance ତମେ ବୁଝୁନ କଣ ଯେ ମୋତେ କୁତୁ କୁତୁ ଲାଗୁଛି ।

କୁମାର:- Just Feel it… କେମିତି ଲାଗିବ ଦେଖିବ ।

ସନ୍ଧ୍ୟା:- କୁମାର ଥାଉ ଥାଉ ସେତିକି, ବେଶି ରୋମାଣ୍ଟିକ ହୁଅନି , ଚାଲ କଲେଜ ଯିବା ଟାଇମ ହେଲାଣି ।

କୁମାର:- ଆଉ ଟିକେ ରୁହ ମତେ ଆଉ ଟିକେ ଗେଲ କରିବାକୁ ଦିଅ ।

ସନ୍ଧ୍ୟା:- ସେତିକି ଗେଲ କର ଚାଲ ଯିବା ଦୁଷ୍ଟ କୋଉଠି କାର । ଚାଲ ଭୋକ ବି ହେଲାଣି ।

କୁମାର:- Ok Ok ଚାଲ ମୁଁ ତମକୁ ଖୁଆଇ ଦେବି ହେଲା ।

ସନ୍ଧ୍ୟା:- ମୁଁ ବି ତମକୁ ଖୁଆଇ ଦେବି ।

(କୁମାର ଖାଇବା ବାଢିବାକୁ ଯାଏ)

କୁମାର:- ମୋର ବାସ୍ ଏତିକି, ତମର କେତେ ନବ କୁହ ।


ସନ୍ଧ୍ୟା:- କେତେ କଣ ଯେ, ଗୋଟେ ପ୍ଲେଟ ରେ ଆଣ ଆମେ ଦୁଇ ତ ଏକ ପ୍ଲେଟ କାହିଁକି ଦୁଇଟା ହେବ ଯେ ।

କୁମାର:- Okay ଗୋଟେ ପ୍ଲେଟ ହେଲା । ହଉ ଏବେ ମୁହଁ ଖୋଲ ।

To be continued…….


Promo: ( ପଡୋଶୀ ଘର ନାନୀ କୁମାର କୁ ତାରିଫ କରେ,  ପଢିବା next page ରେ…… )

           
କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-57



Follow My Pages:- 


Thanks….

Smruti Tume Sradhanjali (A true Story ) Page-56


କୁମାର:- ସତରେ ନା କଣ ?? Thank You !! ଜଲଦି ରେଡି ହୁଅ ରୋଷେଇ ହେଇଗଲଣି ।


ସନ୍ଧ୍ୟା:- ହଁ ବାବା ସରିଲାଣି ଖାଲି ଶାଢ଼ୀ ଟା ପିନ୍ଧୁଛି ।

କୁମାର:- ସନ୍ଧ୍ୟା ମୁଁ କଣ କହୁଛି କି ?? ମୁଁ ଆସିବି କି ? ଶାଢ଼ୀ ପିନ୍ଧେଇବାରେ ସାହାଯ୍ୟ କରିଦେବି ।

ସନ୍ଧ୍ୟା:- ଥାଉ ଥାଉ ବାହାଦୁରୀ ମାରନି, ଶାଢ଼ୀ ପୁଣି ତମେ ପିନ୍ଧେଇବ !!

କୁମାର ଆସିଯାଇଥାଏ ସନ୍ଧ୍ୟା ପାଖକୁ ।

ଏଇ ଦୁଷ୍ଟ ଯାଅ ବାହାରକୁ ମୁଁ ଶାଢ଼ୀ ପିନ୍ଧୁଛି ପରା ।

କୁମାର:- ଏତେ ଲାଜ କାହିଁକି କରୁଛ ବା ?? ଏଠି ଆଉ କିଏ ନାହାନ୍ତି । ତା ଛଡ଼ା ମୋ ଆଗରେ କଣ ଲାଜ ଯେ ??

ଏମିତିରେ ବି ବାହାଘର ପରେ ମୁଁ ହିଁ ଶାଢ଼ୀ ପିନ୍ଧେଇ ଦେବି ନା ???

ସନ୍ଧ୍ୟା:-ହଁ ହଉ, ଏବେ ବାହାଘର ହେଇନି , ବାହାଘର ପରେ ପିନ୍ଧେଇ ଦେବ ଏବେ ଯାଅ । 

ସନ୍ଧ୍ୟା ମନେ ମନେ ଭାବୁଥାଏ, ମତେ ତ ଶାଢ଼ୀ ପିନ୍ଧା ଆସେ ସେ କୁଞ୍ଚ କରିବାର ଆସେନି ବୋଉ କି ଖୁଡି ଥିଲେ ପିନ୍ଧେଇ ଦେଇଥାନ୍ତେ  ।

ଶୁଣ କୁମାର ତମକୁ ସତରେ ଶାଢ଼ୀ ପିନ୍ଧେଇବାର ଆସେ ??

କୁମାର:- ଆଉ କଣ ମୁଁ ଖାଲିରେ କହୁଛି ନା କଣ ?? ତମେ ତ ମିଛ ଭାବୁଛ । ମୁଁ ଜାଣେ ତମକୁ ଶାଢ଼ୀ ପିନ୍ଧା ଭଲସେ ଆସେନି ।

ସନ୍ଧ୍ୟା:- କେମିତି ଜାଣିଲ ??

କୁମାର:- ଆରେ ଜାଣିବିନି କେମିତି ତମେ ପରା ସେତେବେଳୁ ଶାଢ଼ୀକୁ ଧରିକି ଅଛ । ହଉ ଛାଡ଼ ମୁଁ ପିନ୍ଧେଇ ଦଉଛି ।

To be continued…….


Promo: (  ସନ୍ଧ୍ୟା ଆଉ କୁମାର ର ରୋମାଣ୍ଟିକ କଥା, ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-56



Follow My Pages:- 


Thanks….