Tag Archives: #smruti tume

Smruti Tume Sradhanjali (A true Story ) Page-78





ହଉ ମା ମୋତେ ଯିବାକୁ ହବ ସନ୍ଧ୍ୟା ହେଇଗଲେ ପୁଣି ଯାଇ ହବନି ।


ମା:- ହଉ ରୁହ କିଛି ଖାଇକି ତ ଯିବ ନା ଖାଲିରେ କେମିତି ଯିବ । ରୁହ ମୁଁ ସନ୍ଧ୍ୟା କୁ କହିଦଉଛି ସେ ତମ ପାଇଁ କିଛି କରିକି ଆଣିବ ।

କୁମାର:- ସେ ସବୁର କିଛି ଦରକାର ନାହିଁ ମା ଆମେ ସେଠୁ ଟିଫିନ୍ କରିକି ଆସିଛୁ ।
ମା:- ଠୀକ ଅଛି, ମୁଁ ସନ୍ଧ୍ୟା କୁ ଡାକିଦଉଛି ତାପରେ ଯିବ ।
ସନ୍ଧ୍ୟା:- ହଁ ତମେ ଏବେ ଚାଲିଯିବ ନା କଣ ??
କୁମାର:- ନାଇ ତମେ କହୁଛ ମାନେ ଆଜି ରାତିରେ ତମ ଘରେ ରହିଯିବି ଆଉ କଣ କରିବି ।
ସନ୍ଧ୍ୟା:- ସତରେ ନା କଣ ??
କୁମାର:- ଆଉ ଦୀପା କୁ ଆକାଶ ଘରେ ଛାଡିଦବା ହବନି । ସେମାନେ ବି ଟିକେ ରୋମାନ୍ସ କରିଥାନ୍ତେ ।
ଦୀପା:- ମୋ ବିଷୟରେ କଣ କଥା ହଉଛ ??
କୁମାର:- କିଛି ନାଇମ ନାନୀ ମୁଁ କଣ କହୁଥିଲି କି ତମେ ଆକାଶ ଘରେ ଆଜି ରାତିଟା ରହିଯାଅନ୍ତ ଆଉ ମୁଁ ସନ୍ଧ୍ୟା ଘରେ ରହିଯାନ୍ତି ।
ସନ୍ଧ୍ୟା:- Hello ମିଷ୍ଟର!!!  ରୋମିଓ ପଣିଆ ସେତିକି ଥାଉ । ସବୁବେଳେ ଖାଲି ଦୁଷ୍ଟ ଭଳି ହଉଛ ।
କୁମାର:- ତମ ପାଖରେ ରହିଲେ ମୁଁ ତ ବେଶି ଦୁଷ୍ଟ ହେଇଯାଉଛି ।

To be continued…….


Promo: ( ରାସ୍ତାରେ ଦୀପା ଆଉ କୁମାର ର କିଛି କଥାବାର୍ତ୍ତା କୁ , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-78



Follow My Pages:- 

Thanks….

Smruti Tume Sradhanjali (A true Story ) Page-77








ତାପରେ ପୋଲିସ ବାବୁ କହିଲେ ଯାହା ତ ହେଲା ଆଉ କଣ କରିବା ଏଥିପାଇଁ ଆମେମାନେ ବି ଲଜ୍ଜିତ । 

ତୁ କଣ ଚାହୁଛୁ ??

ମୁଁ କହିଲି ମୋତେ କିଛି ଦରକାର ନାହିଁ , ଏଇ ବାପାଙ୍କର ଜାଗା ତାଙ୍କୁ ଦିଆଯାଉ ଆଉ କିଛି ଦରକାର ନାହିଁ ।

ତାପରେ ସେ ଓକିଲ ଆସିକି କ୍ଷମା ମାଗିଲା ଆଉ ସେ ବାପାଙ୍କର ସବୁ ଟଙ୍କା ଫେରେଇଲେ । ଆଉ ତାଙ୍କ ଜାଗା ଯୋଗେଇଦେଲା ।

ତାପରେ ଏପଟେ ଦାଦା ସବୁ ଦେଖୁଥାନ୍ତି ଆସିକି ପଚାରିଲେ ସେ ଲୋକଟା କିଏ ନାହିଁ । ମୁଁ କହିଲି ସେ ମୋର କିଏ ନାହିଁ ।

ଦାଦା କହିଲେ ତାହାଲେ ତାଙ୍କ ପାଇଁ ତମେ ଏତେ ଝଗଡ଼ା କାହିଁକି କଲ ।

ତାପରେ ମୁଁ କହିଲି- କଥାଟା ତାଙ୍କର ହଉ କିମ୍ବା ଆଉ କାହାର କଥା ହଉଛି ମଣିଷ ପଣିଆର ।

ମୁଁ ଚାହିଁଥିଲେ ସେଇଠୁ ଚୁପ୍ ଚାପ୍ ପଳେଇଥାନ୍ତି ହେଲେ ମୁଁ ଭାବିଲି ଏ ଘଟଣା ଟା ଯଦି ମୋ ସହ ହେଇଥାନ୍ତା ମୁଁ କଣ ଚୁପ୍ ରହିଥାନ୍ତି ??

ତାପରେ ମଣିଷ ହେଇକି ଆଉ ଜଣେ ମଣିଷର କାମରେ ନଆସି ପାରିଲି ତାହାଲେ ମୁଁ ମଣିଷ ଜନ୍ମ ପାଇକି କିଛି ଲାଭ ନାହିଁ।
ଏତିକି  କହି ମୁଁ ଚାଲିଆସିଥିଲି ।

ମା:- ଠିକ୍ କରିଛ, ସେ ଭଳିଆ ଲୋକଙ୍କୁ ସେମିତି ହିଁ ଦରକାର ।

କୁମାର:- ମୁଁ କାହାର ବି ଦୁଃଖ ଦେଖିପାରେନି, କାରଣ ଦୁଃଖ କଣ ମୁଁ ଜାଣିଛି ।

ଯଦି ଆଜି ଆମେ କାହାକୁ ସାହାଯ୍ୟ କରିଥିବା ତେବେ ଆମେ କୋଉଠି ଅସୁବିଧାରେ ପଡିଲେ,  ଆମକୁ କେହି ମଧ୍ୟ ସାହାଯ୍ୟ କରିବେ ।


To be continued…….


Promo: ( କୁମାର ସନ୍ଧ୍ୟା କୁ କହେ କି, ତମେ ଯଦି କହୁଚ ତେବେ ଆଜି ରାତି ତମ ଘରେ ରହିଯିବି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:

Page-76<<<<<<<<>>>>>>>>Page-78

 Page-78 Uploaded Soon….





Follow my Blog and find Smruti Tume Sradhanjali Part-77



Follow My Pages:- 

Thanks….