Tag Archives: #smruti tume

Smruti Tume Sradhanjali (A true Story ) Page-55








କୁମାର:- କଣ ହେଇଛି ସନ୍ଧ୍ୟା ବ୍ୟସ୍ତ ଜଣାପଡୁଛ ??

ସନ୍ଧ୍ୟା:- କିଛି ନାହିଁ ଦାଦା ଖୁଡି କି ବୋଉ ନାହାନ୍ତି ରୋଷେଇ ବି ହେଇନି , କଣ କରିବା ଯେ । 

ମୁଁ ବି ରେଡି ହେଇନି ଏତେ ସବୁ କାମ କେମିତି କରିବି । ପୁଣି କଲେଜ ଯିବାକୁ ପଡ଼ିବ ।

କୁମାର:- ଶୁଣିଲ ଏଠିକି ଆସ, Don’t Worry Darling May hun naa ଏତେ ବ୍ୟସ୍ତ କଣ ପାଇଁ ।

ସନ୍ଧ୍ୟା:- ହଁ ଭାରି ଫୁଟାଣି ମାରି କହିଦେଲ କଣ ନା May hun naa କଣ ଟା କରିପାରିବ କହିଲ ।

କୁମାର:- ତମେ ମୋ ପାଖରେ ଥିଲେ ମୁଁ ସବୁକିଛି କରିପାରିବି ।

ଶୁଣ ତମେ ଯାଅ ରେଡି ହୁଅ ମୁଁ ରୋଷେଇ କରିଦଉଛି । କାହିଁକିନା ତମେ ଝିଅ ମାନେ ରେଡି ହେବାକୁ ପୁରା ଦିନ ଲାଗିଯିବ ନା , ଯାଅ ଜଲଦି ।

ଶୁଣ ଶୁଣ କଣ ରୋଷେଇ କରିବି କହିକି ଯାଅ ….

ସନ୍ଧ୍ୟା:- ସବୁ ଜିନିଷ କିଚେନରେ ଅଛି ତମକୁ ଯାହା ଭଲ ଲାଗିବ କରିଦିଅ । ଆମେ ଦୁଇଜଣ ହିଁ ଖାଇବା ନା ?

କୁମାର:- ନାହିଁ ସମସ୍ତଙ୍କ ପାଇଁ ବନେଇବି ।

ସନ୍ଧ୍ୟା:- ହଉ ବାବା ଠିକ ଅଛି, ଯାଅ ମୁଁ ବି ଯାଉଛି ରେଡି ହେବି ।

ତାପରେ କୁମାର ଚାଲିଲା କିଚେନ ଭିତରକୁ ଆଉ କିଛି ସମୟପରେ ପଲଉ ର ବାସ୍ନା ଆସୁଥାଏ। ବଢିଆ ବାସ୍ନା ହେଉଥାଏ ।

କୁମାର କଣ ରୋଷେଇ କରୁଛ କି ବଢିଆ ବାସ୍ନା ହଉଛି ।

To be continued…….


Promo: (  କୁମାର ସନ୍ଧ୍ୟା କୁ ଶାଢ଼ୀ ପିନ୍ଧେଇ ବାରେ ସାହଯ୍ୟ କରେ,  ପଢିବା next page ରେ…… )

                


କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-55



Follow me:- 


 Click here for instagram page    :  Instagram






Thanks….

Smruti Tume Sradhanjali (A true Story ) Page-54


ସନ୍ଧ୍ୟା:- ମୋର କିଛି ଦରକାର ନାହିଁ, ତମେ ମିଳିଯାଇଛ ମୋତେ ସବୁକିଛି ମିଳିଯାଇଛି । 

ମୋର ଯଦି କିଛି ଦରକାର, ତାହା ହେଉଛି ମୁଁ ମରିବା ପର୍ଯ୍ୟନ୍ତ ମୋ ସାଙ୍ଗରେ ଥାଅ ।

ବହୁତ ଇମୋସନାଲ ହେଇଯାଇଥିଲା ସନ୍ଧ୍ୟା ଆଉ ଆଖିରେ ଲୁହ ଆସିଯାଇଥିଲା ।

କୁମାର:- ଇଏ କଣ ବାୟାଣୀ ମୋତେ ମରିବା କଥା ଜମା କହିବନି, ଏମିତି କଣ କହୁଛ ଯେ ତମ ଆଖିରେ ଲୁହ ଦେଖିଲେ ମୋତେ ଭଲ ଲାଗେନି ।

ମୋ ଆଗରେ କେବେ ବି କାନ୍ଦିବନି, ଏବେ ଟିକେ ହସିଦିଅ… Please  ହସିଦିଅ …. ହସିଦିଅ । 
ବାସ୍ ସବୁବେଳେ ଏମିତି ହସୁଥାଅ ଆଉ ମୁଁ ଏମିତି ଦେଖୁଥିବି ।

ସତରେ ମୁଁ ତମକୁ ଯେବେଠୁ ପାଇଛି ସାରା ଦୁନିଆ ପାଇ ଯାଇଛି । ମୋ ଠାରୁ ତମକୁ କେବେ ଅଲଗା ହେବାକୁ ଦେବିନି ।

ସନ୍ଧ୍ୟା:- ହଉ ଚାଲ ଆମ ଘରକୁ ଯିବା ସେଠୁ କଲେଜ ଯିବା ।

କୁମାର:- ପୁଣି ତମ ଘରକୁ ଯିବାକୁ ପଡ଼ିବ ।

ସନ୍ଧ୍ୟା:- ଆଉ ସାର୍ଟ ପେଣ୍ଟ କଣ ରାସ୍ତାରେ ପିନ୍ଧିକି ଯିବ ନା କଣ ?? ଚାଲ ଯିବା ଟାଇମ ହେଲାଣି ପରା, ଭୋକ ହେଲାଣି ଜଲଦି ଚାଲ ।

କୁମାର:- ହଉ ବାବା ଚାଲ ।

ଦୁହେଁ ଚାଲିଲେ ସନ୍ଧ୍ୟା ଘରକୁ, ସନ୍ଧ୍ୟାର ଭାଇ ଭଉଣି ସ୍କୁଲ ପଳେଇଛନ୍ତି । 

ଦାଦା ଖୁଡି Bank କାମରେ ଯାଇଛନ୍ତି ।

ଜେଜେ ବାବା, ଜେଜେ ମା ଝିଅ ଘରକୁ ପଳେଇଛନ୍ତି ବୁଲିବାକୁ । ଘରେ କେହିବି ନାହାନ୍ତି । 

ସନ୍ଧ୍ୟା ଯେତେବେଳେ ଘରକୁ ଗଲା ଦେଖିଲା ଘରେ କେହିବି ନାହାନ୍ତି । ଦେଖିଲା ବେଳକୁ ରୋଷେଇ ବି ହେଇନି କଣ କରିବ ବୁଝିପାରୁନଥିଲା ।

To be continued…….


Promo: (  କୁମାର ସନ୍ଧ୍ୟା ଙ୍କ ଘରେ ରୋଷେଇ କରେ,  ପଢିବା next page ରେ…… )

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-54



Follow My Pages:- 

Thanks….