ହଳଦୀ ବସନ୍ତ Part-4 ( A sucessful Love Story)


ହଳଦୀ ବସନ୍ତ ( A sucessful Love Story) Part-4
ହଳଦୀ ବସନ୍ତ ( A sucessful Love Story) Part-4




ପର ଦିନ ସକାଳେ , ସୁମନ୍ତ ରାଜୀବ ର ବାହାଘର ପ୍ରସ୍ତୁତି ରେ ଲାଗିପଡିଲା । ଲିନା ବାହାଘର ମଣ୍ଡପ କୁ ଆସି ସୁମନ୍ତ କୁ କଲ୍ କରିଲା । ଫୋନ୍ ଥିଲା ମା ପାଖରେ । ଫୋନ୍ ବାଜି ଉଠିଲା । କଲ୍ ରେ ନାମ ଥିଲା ” ହଳଦୀ ବସନ୍ତ ” ପୁରା ଓଡ଼ିଆ ରେ ଲେଖା ହୋଇଥିଲା। ମା ଫୋନ୍ ନେଇ ଆସିଲେ ଏବଂ ସୁମନ୍ତ କୁ ଦେଇ କହିଲେ ନେ ତୋର କିଏ ହଳଦୀ ବସନ୍ତ ଫୋନ୍ କରିଛି । ସୁମନ୍ତ ଟିକେ ଲାଜ କରି ଫୋନ୍ ମୁଁ ଧରିଲା ଏବଂ କଥା ହେଲା । ପ୍ରକୃତରେ ଲିନା ସୁମନ୍ତ କୁ ଦେଖି ଲୁଚି ଫୋନ୍ କରୁଥାଏ । କିଛି ସମୟ ପରେ ଲିନା ସୁମନ୍ତ ପାଖରେ ଆସି ପହଁଚିଲା । ସୁମନ୍ତ ଲିନା କୁ ଦେଖି ତାରିଫ କରିଲା । ଲିନା ଗୋଟିଏ ଗୋଲାପି ଏବଂ ହଳଦୀ ରଙ୍ଗ ର ଡ୍ରେସ ରେ ଆସି ପହଞ୍ଚିଲା। ସେହି ଡ୍ରେସ୍ ରେ ସେ ସମସ୍ତଙ୍କ ଠାରୁ ଅଲଗା ଜଣା ପଡୁଥିଲା।   
ସବୁ କୁଣିଆ ମାନଙ୍କ ନଜର କେବଳ ଲିନା ଉପରେ ଥାଏ କିନ୍ତୁ ପ୍ରକୃତ ରେ ସେ କେବଳ ସୁମନ୍ତ ପାଇଁ ସଜ ହୋଇ ଆସିଛି । ସୁମନ୍ତ ଯୋଉଠି ଯାଏ, ଲିନା ପଛେ ପଛେ ପହଞ୍ଚି ଯାଉଥାଏ । ମାଉସୀ ଦେଖି ଖୁସି ହେଲେ ମନେ ମନେ ଭାବିଲେ ଲିନା ଯଦି ଆମ ଘର ର ବୋହୂ ହୁଅନ୍ତା, ତେବେ ବହୁତ୍ ବଢିଆ ହୁଅନ୍ତା । ବାହାଘର ରେ ସମସ୍ତେ ସନ୍ଦେହ କରିଲେ ଯେ ଲିନା ଏବଂ ସୁମନ୍ତ ଦୁହେଁ ପରସ୍ପର କୁ ଭଲ ପାଉଛନ୍ତି ବୋଲି । ଲିନା ର ମମି ଆସିଲା । 
ଲିନା ମମି କୁ ସୁମନ୍ତ ବିଷୟରେ ସବୁ କହି ସାରିଥିଲା । ଲିନା ର ମମି ଏବଂ ସୁମନ୍ତ ର ମା ପରିଚୟ ହୋଇ କଥା ରେ ଲାଗି ପଡ଼ିଲେ । ବାରାତ୍ ଏବଂ ଭୋଜି ସରିଲା । ଲିନା ଏବଂ ମମି ର ଅନୁରୋଧ ପରେ ସୁମନ୍ତ ଏବଂ ମାଉସୀ ବାହାରିଲେ ଲିନା ଘରକୁ। ଲିନା ମାଉସୀ ଙ୍କୁ ନିଜ ମା ଭଳି ବ୍ୟବହାର କରିଲେ ଏବଂ ସୁମନ୍ତ କୁ ସ୍ବାମୀ  ର ଚର୍ଚ୍ଚା ମିଳୁଥିଲା । 
ମାଉସୀ ଏବଂ ଲିନା ର ମମି ଘର ବୁଲି ବୁଲି ଦେଖୁଥାନ୍ତି କିନ୍ତୁ ଲିନା ଏବଂ ସୁମନ୍ତ ସୋଫା ରେ ବସି ଟିଭି କୁ ଚାହିଁ ରହିଛନ୍ତି । 
ଲିନା: ଆଜି ରହି ଯାଉନ?  
ସୁମନ୍ତ: ନା ରହି ହେବନି, ବାପା ରାଗିବେ । 
ଲିନା: କାଲି ସେଠୁ ଆସିଲା ପରେ ତମକୁ ବହୁତ୍ ମିସ୍ କରିଲି । 
ସୁମନ୍ତ: ମୁଁ ମଧ୍ୟ ବହୁତ୍ ମିସ୍ କରିଲି । 
ଲିନା: ତମ ଫୋନ୍ ଟା ଦେଲ?? 
ସୁମନ୍ତ: କଣ କରିବ?? 
ଲିନା: ଦେଖିବି? 
ସୁମନ୍ତ: କଣ ଦେଖିବ, କି ମୋର କିଏ ଗାର୍ଲଫ୍ରେଣ୍ଡ ଅଛନ୍ତି କି ନାହିଁ ?? 
ଲିନା: ମୁଁ ତ ସେମିତି ଭାବିନି। 
ଏମିତି କହି ଲିନା ମୋବାଇଲ କୁ ଛଡେଇ ନେଇଗଲା ଏବଂ ଲିନା ନିଜ ଫୋନ୍ ରୁ ସୁମନ୍ତ କୁ ଫୋନ୍ କରିଲା।   ଫୋନ ବାଜି ଉଠିଲା ସେଠୀ ଲେଖା ହୋଇଥିଲା “ହଳଦି ବସନ୍ତ” । 
ଲିନା: ମୋ ନମ୍ବର୍ ହଳଦୀ ବସନ୍ତ ବୋଲି କାହିଁକି ଲେଖିଛ?? 
ସୁମନ୍ତ: ମୋତେ ତମେ ପ୍ରଥମ ଦେଖାରେ ହଳଦୀ ବସନ୍ତ ଭଳି ଲାଗିଲ ସେଥିପାଇଁ ଲେଖିଦେଲି । ଯଦି ପସନ୍ଦ ହେଉନି ତେବେ ନାମ ଟା change କରିଦିଅ । 
ଲିନା: ନା ନା, ଥାଉ, ତମେ ଖୁସି ରେ ରଖିଛ , ତେବେ ମୁଁ change କରିବିନି । ଫୋନ୍ ଟି ଫେରେଇ ଦେଲା । 
ସୁମନ୍ତ: ନମ୍ବର୍ ଚେକ୍ କରିବା ପାଇଁ ନେଇଥିଲ ?? 
ଲିନା: ହଁ, କାରଣ ମୋ ସାଙ୍ଗ ମାନେ , କିଏ ଚଣ୍ଡୀ, କିଏ Villian ତ ଆଉ କିଏ Danger ଲେଖି save କରନ୍ତି ମୁଁ ଭାବିଲି ତମେ କୁ Name ରେ save କରିଛ? ଚେକ୍ କରୁଥିଲି କିନ୍ତୁ ତମେ ଦେଇଥିବା Name ବହୁତ୍ ପସନ୍ଦ ଲାଗିଲା । 
ଲିନା: ଆଉ ଗୋଟିଏ କଥା ପଚାରିବି ? ରାଗିବନି ନା?? 
ସୁମନ୍ତ: ହଁ ପଚାର??  
ଲିନା: ଜାଣିନି ମୁଁ ତମକୁ ବହୁତ୍ ଭଲ ପାଇବାରେ ଲାଗିଛି!! ମୋତେ କଣ ହେଉଛି କେଜାଣି, ମୁଁ କେବଳ ତମ କଥା ହିଁ ଭାବୁଛି??
ସୁମନ୍ତ: କଣ କରିବା ଦରକାର??
ଲିନା: ଯାହା କହିବି ତାହା  କରିବ ? 
ଲିନା: ପକ୍କା ନା??
ସୁମନ୍ତ: ହଉ କୁହ??
ଲିନା: Will You marry Me??? 
ସୁମନ୍ତ: ଚୁପ୍ ହୋଇ କିଛି ଉତ୍ତର ଦେଲା ନାହିଁ।  
ଲିନା: କୁହ?? 
ସୁମନ୍ତ:  କଣ ଉତ୍ତର ଦେବୀ ମୁଁ ମଧ୍ୟ ଜାଣି ପାରୁନି । ହଁ ବା ନାହିଁ କିଛି କହି ପାରିବି ନାହିଁ । ଏମିତିରେ ତୁମ Caste ଅଲଗା । 
ଲିନା: ଜାତି ଅଲଗା ତେବେ କଣ ମେରେଜ୍ କରିବ ନାହିଁ ?? 
ସୁମନ୍ତ: ମୋର କିଛି ଆପତ୍ତି ନାହିଁ ଏବଂ ମା ମଧ୍ୟ ମାନିଯିବେ କିନ୍ତୁ ବାପା ମାନିବେ ନାହିଁ । ଲିନା ମନ ଦୁଃଖରେ ମୁଣ୍ଡ ତଳକୁ କରି ବସିଲା । ସୁମନ୍ତ ଲିନା ର ମୁହଁ କୁ ଉପରକୁ ଟେକି ଦେଖିଲା ବେଳକୁ , ଲିନା ଆଖିରେ ପୁଣି ଲୁହ!! 
ସୁମନ୍ତ: କଣ ଛୋଟ ପିଲା ଭଳି କାନ୍ଦୁଛ?? ଯେତେବେଳେ ଟିକେ କଣ କହିଦେଲେ କାନ୍ଦିବା ଆରମ୍ଭ ହେଇଯାଉଛି।   
ଲିନା: ନା କିଛି ନାହିଁ ?? 
ସୁମନ୍ତ: ଶୁଣ, ମୁଁ ମଧ୍ୟ ତମକୁ ପସନ୍ଦ କରିବାରେ ଲାଗିଛି । ଏବେ ନୁହଁ ତୁମକୁ ମଲ୍ ର ପ୍ରଥମ ଦେଖାରେ ମୋ ମନ ଭିତରେ ତମେ ସ୍ଥାନ ନେଇ ସାରିଛ । ମୁଁ ଚେଷ୍ଟା କରିବି ବାପା ଙ୍କୁ ବୁଝେଇବା ପାଇଁ । କିନ୍ତୁ ତୁମ ମା ଏଥିରେ ରାଜି ହେବେ ତ? 
ଲିନା: ମମି ଏବଂ ବାପା ଙ୍କର ମଧ୍ୟ ଲଭ୍ ମେରେଜ , ଏମିତି ରେ ସେ ତମକୁ ପ୍ରଥମ ଦିନ ରୁ ପସନ୍ଦ କରୁଛନ୍ତି । ତୁମର କଥା ବାର୍ତ୍ତା ଏବଂ ତୁମକୁ।  ଏତିକି ବେଳେ ଲିନା ର ମମି ଆସି ପହଁଚିଲେ। 
ଲିନା ର ମମି: ପୁଅ !! ସବୁ କଥା ସରିଲା ନା କିଛି ବାକି ଅଛି? ଲିନା ତମକୁ ପସନ୍ଦ ନା??  ସୁମନ୍ତ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା । 
ଲିନା ର ମମି: ଡର ନାହିଁ , ତମ ମା ଏବେ ବାଥରୁମ୍ ଯାଇଛନ୍ତି। ଗତ କାଲି ରାତିରେ ଲିନା ବାଉଳି ହୋଇ ” ସୁମନ୍ତ… ସୁମନ୍ତ…. କହି କେତେ କଣ କହିଦେଉଥିଲା” ଲିନା ତ ପସନ୍ଦ କରେ ତମେ ପସନ୍ଦ କର କି ନାହିଁ?? 
ସୁମନ୍ତ: ହଁ ଯେ, କିନ୍ତୁ, ଜାଣିନି ସମ୍ଭବ ହେବ କି ନାହିଁ?? ଏତିକି ବେଳେ ସୁମନ୍ତ ର ମା ଆସି ପହଞ୍ଚିଲେ । 
ସୁମନ୍ତ ର ମା: ଘରକୁ ଯିବା?? 
ସୁମନ୍ତ: ହଁ ମା ଯିବା!! ଦୁହେଁ ବାହାରିଲେ ନିଜ ଗ୍ରାମ କୁ……





Categories:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading