ହଳଦୀ ବସନ୍ତ Part-3( A sucessful Love Story)


ହଳଦୀ ବସନ୍ତ ( A sucessful Love Story) Part-3
ହଳଦୀ ବସନ୍ତ ( A sucessful Love Story) Part-3
ଠିକ୍ ୫ ଦିନ ପରେ ରାତିରେ ସୁମନ୍ତ Whatsapp ଚେକ୍ କରି ଲିନା ପଠେଇଥିବା Screenshots ର ମେସେଜ ପରେ , ଥେଙ୍କ୍ ୟୁ ଲେଖି ମେସେଜ କରିଲା। ସଙ୍ଗେ ସଙ୍ଗେ ଗୋଟିଏ ମେସେଜ ଆସିଲା ଏବେ ମନେ ପଡ଼ିଲା ??
ସୁମନ୍ତ: ( ମେସେଜ ରେ) ଯେ ଧନ୍ୟବାଦ୍ ଦେବାକୁ ଭୁଲି ଯାଇଥିଲି । ସେଥିପାଇଁ ମେସେଜ କରିଲି । ଲିନା ସଙ୍ଗେ ସଙ୍ଗେ ସୁମନ୍ତ କୁ କଲ୍ କରିଲା ।
ଲିନା: କଣ ଭୂଲିଯାଇଥିଲ। ସେଦିନ ମୁଁ କହୁଛି ତମେ ରଖିକି କୁଆଡେ ଚାଲିଗଲ । କଣ ଭାବୁଛ, ଝିଅ ମାନଙ୍କୁ ?? ମୁଁ ମୋ ସମୟ ବାହାର କରି ତମକୁ ଫୋନ୍ କରୁଛି ମେସେଜ କରୁଛି । ମୋର ମେସେଜ କି କଥା ର କିଛି Important ନାହିଁ??
ସୁମନ୍ତ: ତମର ଯଦି ସରିଲା ତେବେ ମୁଁ କହିବି??
ଲିନା: ହଁ କୁହ?
ସୁମନ୍ତ: ତମକୁ ମୁ ସାହାଯ୍ୟ କରିଲି , ତମେ ମୋତେ ସାହାଯ୍ୟ କରିଲ ବାସ୍ କାମ ସରିଲା। ଆଉ ତମେ ମୋତେ ଏମିତି ବ୍ୟବହାର କରୁଛ ଯେମିତି ମୁଁ ତୁମର ବଏଫ୍ରେଣ୍ଡ । ଆଉ ଶୁଣ ମୁଁ ତୁମର ବଏଫ୍ରେଣ୍ଡ ନୁହଁ ଯେ ତୁମର ବକ୍ ବକ୍ ଶୁଣିବି । ଗୋଟିଏ କଥା ମନେ ରଖ, ଏ ଅହଙ୍କାର ତମକୁ ଶୋଭା ପାଉନି । ତମେ ଯଦି ଟିକେ ଭଲ ରେ କଥା ହୋଇଥାନ୍ତ ତେବେ ମୁଁ ତୁମ ସହିତ ଭଲ ଭାବରେ କଥା ହୋଇଥାନ୍ତି କିନ୍ତୁ ତମେ ତ ଆରମ୍ଭରୁ ଗର ଗର ହେଉଛ। କଣ କହିବି,, ଆଉ କଣ ଶୁଣିବି ।
ଏତିକି କହିବା ପରେ ଲିନା କିଛି ସମୟ ପାଇଁ ଚୁପ୍ ହୋଇଗଲା ।
ସୁମନ୍ତ: କଣ ହେଲା?
ଲିନା : କିଛି ନାହିଁ କହି ଫୋନ୍ କଟ୍ କରିଦେଲା ।
ପର ଦିନ ସକାଳେ ଗୋଟିଏ ଗୋଟିଏ ଲାଇନ୍ ରେ Good Morning ଆଉ ଗୋଟିଏ ଲାଇନ୍ ରେ Sorry ଲେଖା ମେସେଜ ଆସିଲା।
ସୁମନ୍ତ ଦେଖି କିଛି ଉତ୍ତର ନା ଦେଇ ଚୁପ୍ ରହିଲା। ସେହି ଦିନ ଠାରୁ କିଛି ମେସେଜ ନଥିଲା ।
ପ୍ରାୟ ୧୫ ଦିନ ପରେ ସୁମନ୍ତ ର ସାଙ୍ଗ ରାଜିବ ର ବାହାଘର ବ୍ରହ୍ମପୁର ରେ ହେଉଥିଲା । ସେଠୀ ସୁମନ୍ତ ତାର ମା ଙ୍କୁ ନେଇ ବାହାଘର ରେ ପହଞ୍ଚିଲା । ରାଜୀବ କୁ ସୁମନ୍ତ ଘରେ ସମସ୍ତେ ଜାଣିଛନ୍ତି । ସେଥିପାଇଁ ସୁମନ୍ତ କୁ ଦୁଇ ଦିନ ଆଗରୁ ଆସି ପହଞ୍ଚିବା ପାଇଁ କହିଥିଲା ଏବଂ ମା ପୁଅ ଦୁହେଁ ଦୁଇ ଦିନ ଆଗରୁ ବ୍ରହ୍ମପୁର ରେ ଆସି ପହଁଚିଲେ। ରାଜୀବ ଘରେ କିଛି ସମୟ ରହିଲା ପରେ ସନ୍ଧ୍ୟା ରେ ସୁମନ୍ତ ମା କୁ ନେଇ ଗୋପାଳପୁର ବେଳାଭୂମି ରେ ପହଞ୍ଚିଲା ।
ସେଠୀ ବୁଲାବୁଲି କରିବା ସମୟରେ ଲିନା ସୁମନ୍ତ କୁ ଦେଖିଲା । ସୁମନ୍ତ ମା ଆଗରେ କିଛି ଉତ୍ତର ଦେଇ ପାରିଲା ନାହିଁ ।
ଲିନା: ମାଉସୀ ନମସ୍କାର କହି ପାଦ ଛୁଇଁ ପ୍ରଣାମ କରିଲା, ମୁଁ ହେଉଛି ଲିନା, ଯୋଉ ଦିନ ଆପଣଙ୍କ ପୁଅ ବାଇକ୍ କିଣିବାକୁ ଆସିଥିଲେ ସେଦିନ ଆପଣଙ୍କ ପୁଅ ମୋତେ ସାହାଯ୍ୟ କରିଥିଲେ ।
ମାଉସୀ ଲିନା ର କଥାବାର୍ତ୍ତା ରେ ବହୁତ୍ ପସନ୍ଦ ଥିଲା ।
ମାଉସୀ: କଣ ରେ ଟୋକା , ତୁ ତ ମୋତେ ଲିନା ବିଷୟରେ କିଛି କହିନୁ କେମିତି ।
ସୁମନ୍ତ: ମା, ଅଳ୍ପ ସାହାଯ୍ୟ କରିଥିଲି , କଣ କହିବି ବୋଲି କହିନଥିଲି ।
ମାଉସୀ : ହଉ, ଗୋଟିଏ କାମ କର ତୁ ବୁଲିବୁ ଯଦି ବୁଲେ ମୁଁ ବସୁଛି ।
ଲିନା ର ସାଙ୍ଗ ପୂଜା ଏବଂ ରୁନି ମଧ୍ୟ କହିଲେ ମାଉସୀ ଆମେ ମଧ୍ୟ ଥକି ଯାଇଛୁ । ଆମେ ବସି କଥା ହେବା । ଯିଏ ଯିବା କଥା ଯାଉ।
ସୁମନ୍ତ : ମୁଁ ମଧ୍ୟ ଯିବିନି, ମା ତମେ ଯଦି ଯିବ ତେବେ ମୁଁ ଯିବି ।
ଲିନା : ମାଉସୀ ତମ ପୁଅ ର ବୁଲିବାକୁ ଇଚ୍ଛା କିନ୍ତୁ ମୋତେ ବୋଧେ ଆପଣ ଙ୍କ ପୁଅ ଡରୁଛନ୍ତି ।
ମାଉସୀ: କଣ ରେ, ଡର ଲାଗୁଛି । ଯା ବୁଲି ଆସେ ।
ତାପରେ ଦୁହେଁ ବୁଲିବାକୁ ବାହାରିଲେ । ଲିନା ଶାଢ଼ୀ ପିନ୍ଧି ବେଳା ଭୂମି କୁ ବୁଲିବାକୁ ଯାଇଥାଏ ।
ଲିନା: ତମକୁ ଦେଖି ବହୁତ୍ ଖୁସି ହେଲି। ଆଜି ତମେ ପୁରା ହିରୋ ଲାଗୁଚ ।
ସୁମନ୍ତ: ତମେ ମଧ୍ୟ ବହୁତ୍ ସୁନ୍ଦର୍ ଲାଗୁଚ । ମୁଁ ଦେଖିଛି ଝିଅ ମାନେ ସମୁଦ୍ର କୁଳ କୁ ଡ୍ରେସ ପିନ୍ଧି ଆସନ୍ତି କିନ୍ତୁ ତମେ ଶାଢ଼ୀ ପିନ୍ଧି ଆସିଛ ।
ଲିନା: ନା, ନା, ମୋ ସାଙ୍ଗ ର ବାହାଘର କୁ ଆସିଛି । ସଂଧ୍ୟା ସମୟ ତ ବାକି ସାଙ୍ଗ ମାନେ କହିଲେ ତ ଆସିଗଲି ।
ସୁମନ୍ତ: ହଉ ଭଲ ହେଲା ।
ଲିନା: ତମେ ଏବେ ପର୍ଯ୍ୟନ୍ତ ରାଗିଛ??
ସୁମନ୍ତ କିଛି ନ କହି ଧିରେ ଧୀରେ ଚାଲୁଥାଏ।
ଲିନା: ଜାଣିଛ ତମେ ସେଦିନ କହିବା ପରେ ମୁଁ ରାଗିବା ପୁରା ପୁରି ଛାଡ଼ି ଦେଇଛି । ସମସ୍ତ ଙ୍କ ସଙ୍ଗେ ଭଲରେ କଥା ହେଉଛି। ସବୁ ସାଙ୍ଗ ମାନେ ମୋତେ କୁହନ୍ତି ତୁ ଚଣ୍ଡୀ ରୁ ଏତେ ଭଲ କେମିତି ହେଇଗଲୁ କଣ କିଏ ଯାଦୁ ମନ୍ତ୍ର କରିଲା ନା କଣ? କିନ୍ତୁ ପ୍ରକୃତ ରେ ମୋର ବଦଳିବା ପଛରେ କେବଳ ତମର ଉପଦେଶ ।
ସୁମନ୍ତ: ମୁଁ କଣ କରିଛି, କେବଳ ତୁମ ଭଲ ପାଇଁ କହିଥିଲି ।
ଲିନା: ଆରେ ମୁଁ ପଚାରିବା ପାଇଁ ଭୁଲି ଯାଇଛି ତମେ ଏତେ ସନ୍ଧ୍ୟାରେ ଏଠି ମା ସାଙ୍ଗରେ ବୁଲୁଚ? ଘରକୁ ଯିବନି କି??
ସୁମନ୍ତ: କାହିଁକି ତମକୁ ଈର୍ଷା ହେଉଛି କି??
ଲିନା: ନା ଈର୍ଷା ହେଉନି, ଓଲଟା ମୋତେ ଖୁସି ଲାଗୁଛି ତମେ ଏତେ ସମୟ ମୋ ସାଙ୍ଗରେ ବୁଲି ବୁଲି କଥା ହେଉଛ ।
ସୁମନ୍ତ: ଚାଲ୍, ଯିବା।
ଲିନା: କାହିଁକି କଣ ହେଲା?
ସୁମନ୍ତ: ଆମେ ଚାଲି ଚାଲି ବହୁ ଦୂରକୁ ଆସିଲେଣି । ଏଠି କେହି ଲୋକ ନାହାନ୍ତି ।
ଲିନା: କଣ ଡର ଲାଗୁଛି??
ସୁମନ୍ତ: ମୋ ପାଇଁ ଡର ନାହିଁ, ତମ ପାଇଁ ଡର କାଳେ କିଏ ଜବରଦସ୍ତି କରିବ ??
ଲିନା: ଆଚ୍ଛା ମୋତେ ଯଦି କିଏ ଜବରଦସ୍ତି କରିବ ତମେ କିଛି କରିବନି ??
ସୁମନ୍ତ: ଆରେ ଆମେ ତାଙ୍କୁ ସୁଯୋଗ ଦେବା କାହିଁକି ।
ଲିନା: ମୁଁ ତ, Tension free ତମେ ଅଛ ମୋର କିଛି ହେବନି ।
ସୁମନ୍ତ: ପାଗଳ ହୋଇଗଲଣି କି? ଏଠୁ ଆଗକୁ ଯିବା ନାହିଁ । ତାପରେ ସେଠୁ ଦୁହେଁ ଫେରିଗଲେ ।
ଲିନା: କୁହ ନା, ଆଜି କଣ ଏଠି ରହିବ।
ସୁମନ୍ତ: ମୋ ସାଙ୍ଗ ର ବାହାଘର ପାଇଁ ଆସିଛି।
ଲିନା: ତମ ସାଙ୍ଗ କିଏ??
ସୁମନ୍ତ: ତମେ ଜାଣିବ ନାହିଁ ।
ଲିନା: କାହାର କୁହ??
ସୁମନ୍ତ: ରାଜୀବ ମୋ ସାଙ୍ଗ, ଆମେ ଦୁଇ ଜଣ ମିଶି ହଷ୍ଟେଲ ରେ ରହି ପାଠ ପଢ଼ୁଥିଲି ତାର ବାହାଘର ପାଇଁ ଆସିଛି ।
ଲିନା: ରାଜୀବ ଭାଇ, ଯିଏ Army ରେ Job କରନ୍ତି ତ??
ସୁମନ୍ତ: ହଁ, ତମେ ତାକୁ ଜାଣିଛ??
ଲିନା: ହଁ, ରାଜୀବ ଭାଇ ଙ୍କ Uncle ଆଉ ମୋ ବାପା ଦୁହେଁ ଭଲ ସାଙ୍ଗ । ରାଜୀବ ଭାଇ ପିଲା ଦିନେ ଆମ ଘରକୁ ଆସୁଥିଲେ । ବାପା ଙ୍କ ମେଡାଲ ଏବଂ ୟୁନିଫର୍ମ ଦେଖି ବହୁତ୍ ଖୁସି ହେଉଥିଲେ ଏବଂ କହୁଥିଲେ Uncle ମୁଁ ମଧ୍ୟ Army ରେ ଜଏନ କରିବି ଏବଂ ଦେଶ ସେବା କରିବି ।
ସୁମନ୍ତ: ତୁମ ବାପା ମଧ୍ୟ Army ରେ ଅଛନ୍ତି କି??
ଲିନା: ନା, ସେ BSF ରେ ଚାକିରି କରୁଥିଲେ କିନ୍ତୁ ୮ ବର୍ଷ ତଳେ ବୋର୍ଡର ରେ ସହିଦ ହୋଇଗଲେ।
ସୁମନ୍ତ: Sorry, ଲିନା: It’s Okay । ଆଜି ମଧ୍ୟ ବାପା ଙ୍କ କଥା ବହୁତ୍ ମନେ ପଡେ । ( ଦୁଇ ଧାର ଲୁହ ଖସି ଆସିଲା, ଲିନା ର ଓଠ ପାଖକୁ )
ସୁମନ୍ତ: ଆରେ ମନ ଦୁଃଖ କରନି।
ଲିନା: ମୁଁ ମଧ୍ୟ ବାପାଙ୍କ ଭଳି ସେନା ରେ ଯିବାକୁ ଚାହୁଁଥିଲି କିନ୍ତୁ ‘ମା’ ମୋତେ ମନା କରିଲେ । ସେ କହିଲେ , ତୁ ଯଦି ଚାଲିଯିବୁ ତେବେ ମୁଁ ମରିଯିବି । ହଠାତ୍ ଲିନା ର ଫୋନ୍ ବାଜି ଉଠିଲା ।
ପୂଜା: (ଫୋନ୍ ରେ) ଆରେ ଆସେ କେତେ ବୁଲୁଛୁ।
ସୁମନ୍ତ: କାହାର ଫୋନ୍?
ଲିନା: ମୋ ସାଙ୍ଗ ପୂଜା ର !!
ସୁମନ୍ତ: ଚାଲ ଯିବା ?? ଲିନା: ଗୋଟିଏ କଥା କହିବି?
ସୁମନ୍ତ: କୁହ??
ଲିନା: ମୁଁ ଜାଣିନି, ତମେ ସେଦିନ ସେତିକି କଥା କହିବା ପରେ ମୁଁ ବହୁତ୍ କାନ୍ଦିଲି ନିଜକୁ ବହୁତ୍ ଖରାପ ମନେ କରିଲି ଏବଂ ନିଷ୍ପତି ନେଲି ନିଜକୁ Change କରିବା ପାଇଁ ଏବଂ ମୁଁ ନିଜକୁ ବଦଳେଇ ପାରିଛି। ଆଉ ଗୋଟିଏ କଥା ହେଲା, ସେ ଦିନ ଠୁ ତମ କଥା ବେଶୀ ମନେ ପଡୁଛି । କାହିଁକି କେଜାଣି ମୁଁ ଜାଣିନି।
ସୁମନ୍ତ: ସତରେ??
ଲିନା: ମୁଁ ମଜା କରୁନି, ସତ କହୁଛି ।
ସୁମନ୍ତ: ତେବେ ଫୋନ୍ କାହିଁକି କରିଲ ନାହିଁ?
ଲିନା: ସାହାସ ହେଉ ନଥିଲା ।
ସୁମନ୍ତ: ତେବେ ମୋତେ ମନେ ମନେ ଭଲ ପାଉଛ?
ଲିନା: ଜାଣିନି!! ଏତିକି ସମୟରେ ସୁମନ୍ତ ର ଫୋନ୍ ବାଜି ଉଠିଲା ।
ମା:(ଫୋନ୍ ରେ) ଆସେ ବାବୁ ଯିବା?
ସୁମନ୍ତ: ଆସି ଗଲିଣି, ୦୨ ମିନିଟ୍ ରେ ତମ ପାଖରେ ପହଁଞ୍ଚିବୁ । ଦୁହେଁ ପହଞ୍ଚି ଗଲେ ମା ପାଖରେ ।
ମାଉସୀ: କଣ କଥାବାର୍ତ୍ତା ସରିଲା ନା ଆଉ ଅଛି?
ଲିନା: ନା ମାଉସୀ ଆଉ ଟିକେ ବାକି ରହିଗଲା, ବାକି କାଲି କଥା ହେବା ଏବଂ ଆପଣ ବ୍ରହ୍ମପୁର ଆସିଛନ୍ତି , ଆମ ଘରକୁ ଯିବା?
ମାଉସୀ: ନା ମା, ସମୟ ହେବ ନାହିଁ, ତା ସାଙ୍ଗ ର ବାହାଘର ଅଛି ସେଠୀ ସମୟ ହେବ କି ନାହିଁ ମୁଁ ଜାଣିନି।
ଲିନା: ମାଉସୀ, ରାଜୀବ ଭାଇ ର ବାହାଘର ରେ ଆମେ ମଧ୍ୟ ଆସିବୁ । କାଲି ବାରାତ୍ ସାରି ଭୋଜି ଖିଆ ସରିଲା ପରେ ସମସ୍ତେ ଆମ ଘରକୁ ଆସିବ ।
ମାଉସୀ: ହଉ ଦେଖିବା।
ଲିନା: ସେ ଚିନ୍ତା ମୋ ଉପରେ ଛାଡ଼ି ଦିଅନ୍ତୁ । ତାପରେ ସମସ୍ତେ ବାହାରିଲେ । ଲିନା ସାଙ୍ଗ ମାନଙ୍କ ସହ ସ୍କୁଟି ରେ ପଛେ ପଛେ ଆସୁଥାଏ। ସମସ୍ତେ ବ୍ରହ୍ମପୁର ରେ ପହଞ୍ଚିଲେ………

Categories:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading