ହଳଦୀ ବସନ୍ତ Last ( A sucessful Love Story)


ହଳଦୀ ବସନ୍ତ ( A sucessful Love Story) Last
ହଳଦୀ ବସନ୍ତ ( A sucessful Love Story) Last
ଘରକୁ ଯିବା ପରେ ଦୁହେଁ ପ୍ରତିଦିନ କଥା ହୁଅନ୍ତି । କିଛି ଦିନ ପରେ ସୁମନ୍ତ ଫେରିଗଲା ମହାରାଷ୍ଟ୍ର। ଏମିତି କଥା ବାର୍ତ୍ତା, Whatsapp ଚାଟ ବହୁତ୍ ଦିନ ଚାଲିଲା । ଠିକ୍ ବର୍ଷେ ପରେ ସୁମନ୍ତ ପାଇଁ ଘରେ ଝିଅ ଖୋଜା ଚାଲିଲା । ସୁମନ୍ତ ଶୁଣି ମା କୁ କହିଲା,
ସୁମନ୍ତ: ମା ମୁଁ ଲିନା କୁ ଭଲ ପାଉଛି ତାକୁ ବିବାହ କରିବାକୁ ଚାହୁଁଛି ।
ମା: ଲିନା ଯିଏ ବ୍ରହ୍ମପୁର ରେ ଦେଖା ହୋଇଥିଲା ତ??
ସୁମନ୍ତ: ହଁ ମା!!
(ମା ଲିନା କଥା ଶୁଣି ହଁ କରି କହିଲେ ସେ ତ ବହୁତ୍ ଭଲ ଝିଅ)
ମା: ସେ ଆମ Caste ର ତ??
ସୁମନ୍ତ: ନାହିଁ ମା ତାଙ୍କର ଅଲଗା Caste!!
ମା କିଛି ସମୟ ଚିନ୍ତା ରେ ପଡ଼ି କହିଲେ ମୋର ଇଚ୍ଛା ତୁ ସେଠୀ ବିବାହ କରେ କିନ୍ତୁ ତୋ ବାପା କୁ କିଏ ମନେଇବ ?? ତୋ ବାପା ଯେମିତି ରାଗି ସେ ତ ଏମିତି କଥା ଶୁଣିଲେ ଘରେ ତାଣ୍ଡବ ହେବ !
ସୁମନ୍ତ: ମା , ତମେ ହିଁ କିଛି କର !!
ମା : ହଉ ମୁଁ ତୋ ବାପା କୁ କହୁଛି । ରାତିରେ ମା ବାପା ଙ୍କୁ ଏହି କଥା କହିଲା ପରେ , ବାପା ରାଗି କି ପଞ୍ଚମ । ସେ କହିଲେ , ମୋ ଇଚ୍ଛା ଅନୁସାରେ ସେ ବିବାହ କରିବ ଏବଂ ଆମ ଜାତି ର ଝିଅ କୁ ବିବାହ କରିବ । ମା ସକାଳୁ ସେହି କଥା ସୁମନ୍ତ କୁ କହି ବୁଝାଇଲେ । ବାବୁରେ ତୋ ବାପା ମୋ ଉପରେ ବହୁତ୍ ରାଗିଲେ । ସେ କହିଛନ୍ତି ତୁ ତାକୁ ଭୁଲିବା ପାଇଁ ।
ସୁମନ୍ତ: ମା ଆମେ ଦୁଇ ଜଣ ପରସ୍ପରକୁ ବହୁତ୍ ଭଲ ପାଉ । ତାଙ୍କ ଘରେ ମଧ୍ୟ ରାଜି ଅଛନ୍ତି ।
ମା : ବାପା ତୋ ପାଇଁ କୋଉ ସାର୍ ଙ୍କ ଝିଅ କୁ ତୋ ସାଙ୍ଗରେ ବିବାହ କରିବାକୁ ସେ ସାର୍ କୁ କଥା ଦେଇଛନ୍ତି। ବାପା କହିଲେ ସେ ଯଦି ମୋ କଥା ମାନିବ ନାହିଁ ତେବେ ମୋର ଇଜ୍ଜତ ମାଟିରେ ମିଶିଯିବ ବୋଲି କହୁଛନ୍ତି ଏବଂ ମୋତେ ଆତ୍ମ ହତ୍ୟା କରିବାକୁ ଧମକ ଦେଉଛନ୍ତି।
ସୁମନ୍ତ: ମା , ମୁଁ ମଧ୍ୟ ଲିନା କୁ କଥା ଦେଇଛି । ବିବାହ ପାଇଁ , ସେଥିପାଇଁ ତାଙ୍କ ଘରେ ବହୁତ୍ ପ୍ରସ୍ତାବ କୁ ଫେରେଇ ଦେଉଛନ୍ତି। ସୁମନ୍ତ କଣ କହିବ କିଛି ଭାବି ପାରୁନଥିଲା।
ସୁମନ୍ତ: ମୁଁ ଛୁଟି ରେ ଆସିବି ବାପା ସାଙ୍ଗରେ କଥା ହେବି । କହି ଫୋନ୍ ରଖିଦେଲା।
( ପ୍ରକୃତ କଥା ହେଲା ଘର ର ଜ୍ବାଇଁ ବାବୁ ଙ୍କ ପରିଚିତ ରେ ଏହି ବିବାହ ପ୍ରସ୍ତାବ ଟିଏ ହୋଇଛି । ଜ୍ବାଇଁ ବାବୁ ଜଣେ ଶିକ୍ଷକ। ସେ ବାପା ଙ୍କୁ ବହୁତ୍ ଭଲ ପାଆନ୍ତି। ଜ୍ବାଇଁ ବାବୁ ଙ୍କ ପ୍ରସ୍ତାବ କୁ ଅବମାନନା କରିଲେ ଘରେ ନିଶ୍ଚିତ ଝଡ଼ ଆସିବ । )
ଦ୍ଵିତୀୟ ଛୁଟିରେ ସୁମନ୍ତ ଘରେ ଆସି ବାପା ଙ୍କୁ ବୁଝେଇଲା କିନ୍ତୁ ବାପା ନାରାଜ । ଘରେ ବହୁତ୍ ଝଗଡା। ସେ ଛୁଟି ରେ ପ୍ରତ୍ୟେକ ଦିନ ଝଗଡା ଝଗଡା ରେ ଦିନ କଟିଗଲା। ସୁମନ୍ତ ରାଗରେ କହିଲା ମୁଁ ଆଉ ଛୁଟି ଆସିବିନି କହି ଘରୁ ବାହାରିଗଲା ମହାରାଷ୍ଟ୍ର। ବ୍ରହ୍ମପୁର ରେ ଲିନା ଦେଖା କରି ବାକୁ ଆସିଥିଲା । ଲିନା କୁ ସୁମନ୍ତ ସବୁ କଥା କହି ବୁଝେଇଲା ,କିଛି ଦିନ ଅପେକ୍ଷା କର ସବୁ ଠିକ୍ ହୋଇଯିବ ବୋଲି ସୁମନ୍ତ ଲିନା କୁ ପ୍ରତିଶ୍ରୁତି ଦେଇ ମହାରାଷ୍ଟ୍ର ଚାଲିଗଲା।
ସୁମନ୍ତ ଯେତେବେଳ ଫୋନ୍ କରେ ବାପା ରାଗରେ କଥା ହୁଅନ୍ତି ନାହିଁ ତ କେତେବେଳେ ମନ ରଖିବା ପାଇଁ କଥା ହୋଇଯାଆନ୍ତି । ଏମିତି ଚାଲିଲା ଦେଢ଼ ବର୍ଷ । ଏପଟେ ଲିନା ଏବଂ ସୁମନ୍ତ ପ୍ରତ୍ୟେକ ଦିନ କଥା ହେଉଥାନ୍ତି ।
ପ୍ରାୟ ବର୍ଷେ ହେଲାଣି ସୁମନ୍ତ ଘରକୁ ଆସି ନାହିଁ । ଠିକ୍ ଏହି ସମୟରେ ମହାମାରୀ ଆସିଗଲା ଦେଶରେ ଲାଗିଗଲା ଲକ୍ ଡାଉନ୍। ଲକ୍ ଡାଉନ୍ ରେ ମଧ୍ୟ ମହାରାଷ୍ଟ୍ର ରେ ଫସି ରହିଲା କିନ୍ତୁ ଲକ୍ ଡାଉନ୍ ପରେ ସୁମନ୍ତ ଯେତେବେଳେ ଗାଁ କୁ ଆସିଲା। ସେତେବେଳେ ସୁମନ୍ତ ର ବାପା ଙ୍କ ମନ ବଦଳି ଯାଇଛି। ବାପା ନିଜେ କହିଲେ ତୁ କାହାକୁ ଭଲ ପାଉଛୁ କହ ସେଠୀ ବିବାହ ପାଇଁ ମୁଁ ରାଜି ଅଛି। ମୁଁ ରାଗରେ ରେ ରହି ବହୁତ୍ ଦିନ ଅପେକ୍ଷା କରିଲିଣି ଆଉ ନାହିଁ । ତୁ ମଧ୍ୟ ମୋ ଉପରେ ରାଗ ରେ ରହି ତୋର ଅମୂଲ୍ୟ ସମୟ କୁ ଖରାପ୍ କରି ସାରିଲୁଣି।
( ମା ବାପା ଙ୍କୁ ପ୍ରତିଦିନ ବୁଝେଇ ବୁଝେଇ ଏହା ସମ୍ଭବ ହେଲା , ଗ୍ରାମର ଆଭିଜାତ୍ୟ ଏବଂ ସମ୍ମାନ ରକ୍ଷା କର କିନ୍ତୁ ଗ୍ରାମ ସଭାରେ ଏହି କଥା ରଖ ଯଦି ମାନିଗଲେ ତେବେ ଭଲ କଥା, କିନ୍ତୁ ବାପା ଗ୍ରାମ ଲୋକ ଙ୍କ ସହିତ କଥା ହେଲା ପରେ ଗ୍ରାମରେ ତାଙ୍କୁ କିଛି ସର୍ତ୍ତ ମୂଳକ ରୂପେ ସେଠୀ ବିବାହ ପାଇଁ ଅନୁମତି ଦେଲେ )
ସୁମନ୍ତ ବହୁତ୍ ବହୁତ୍ ଖୁସି ହେଲା। ବହୁତ୍ ଦିନ ର ଆଶା ଆଜି ସତ ହେବାକୁ ଯାଉଛି ତାହା ପୁଣି ବାପା ଙ୍କ ଅନୁମତିରେ ଏବଂ ବାପା ଙ୍କ ମନ ପରିବର୍ତ୍ତନ ଶୁଣି ଲିନା କୁ ଖୁସି ଖବର ଜଣେଇ ଦେଲା ।
କିଛି ଦିନ ପୂର୍ବେ ଦୁଇ ପରିବାର ଙ୍କ ସହମତି ରେ Ring Ceremony ହେଲା । ବର୍ତମାନ ସୁମନ୍ତ ଏବଂ ଲିନା ର ଜୀବନ ରେ ନୂଆ ମୋଡ଼ ଆସିଲା । ଦୁହେଁ ବହୁତ୍ ଖୁସି ଅଛନ୍ତି। ଏବେ ସୁମନ୍ତ ୦୨ ମାସ ପରେ ଛୁଟି ନେଇ ଆସିଛି। ଦୁହେଁ ବାଇକ୍ ରେ ବୁଲା ବୁଲି ଚାଲିଛି, ଖୁବ୍ ମଜା ମସ୍ତି ଚାଲିଛି ଏବଂ ଏହି ବର୍ଷ ଶେଷ ସୁଦ୍ଧା ସେମାନଙ୍କ ବିବାହ ମଧ୍ୟ ହୋଇଯିବ ।
ପ୍ରେମ କୋଉଠି ଆରମ୍ଭ ହୋଇଯାଏ କିଏ ଜାଣିନି । ଏବଂ ସମସ୍ତ ଙ୍କ ପ୍ରେମ ସଫଳ ହୁଏ ତାହା ଜଣା ନାହିଁ କିନ୍ତୁ ସୁମନ୍ତ ଏବଂ ଲିନା ର ପ୍ରେମ ସମ୍ପର୍କ ବହୁତ୍ ଝଡ ବତାସ ପରେ ତାଙ୍କ ପ୍ରେମ ମୟ ଜୀବନରେ ମଳୟ ପବନ ବହିଛି। ଏବେ ବାକି ରହିଲା କେବଳ ବାହାଘର । ତାହା ମଧ୍ୟ ବହୁତ୍ ଶୀଘ୍ର ହେବ । ସେତେବେଳେ ଆଉ ଗୋଟିଏ ସଫଳ ଭଲ ପାଇବା ର ବିବାହ ହେବ ।
ଏହି ଗପ ପଢୁଥିବା ସମସ୍ତ ବନ୍ଧୁ ମାନଙ୍କୁ ସୁମନ୍ତ ଏବଂ ଲିନା ର ବାହାଘର ରେ ଯୋଗ ଦେବା ପାଇଁ ଅନୁରୋଧ ରହିଲା । ବାହାଘର ରେ ନିଶ୍ଚୟ ଆସିବେ ।
ଧନ୍ୟବାଦ ।

Categories:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading