Love Forever 16( A Story of Love Birds)

Love Forever( A Story of Love Birds) ...16
Love Forever( A Story of Love Birds) …16
ସେ ମୋ ଝିଅ କୁ ବିବାହ ପାଇଁ ଆଶା କରି ବସିଛି। ବାପା ସେଦିନ ର ଚର୍ଚ୍ଚା ବିଷୟରେ ମଧ୍ୟ କହିଲେ । ଯେ କିଛି କାଠ ତାଙ୍କୁ ଦରକାର ଏବଂ ସେ କାଠ ସରକାର କାମରେ ଲାଗିବ କିନ୍ତୁ ଏବେ ଜଣା ପଡ଼ିଲା ଯେ ସେ କାଠ ଚୋରି ହେବ ତାହା ପୁଣି ମୋ ଜଙ୍ଗଲ ରୁ ଏବଂ ସେ କାଠ ର ଅଧା ମୂଲ୍ୟ ମୋତେ ମିଳିବ ବୋଲି କହୁଥିଲେ ।
ଏ ସବୁ ର ମୁଖ୍ୟ କାରକ ହେଲା ସେ ଷଣ୍ଢ ର । ବାପାଙ୍କ ମୁହଁରୁ ଷଣ୍ଢ ନାମ ଶୁଣି ମୋତେ ଖୁସି ଲାଗୁଥାଏ ଏବଂ ବାପାଙ୍କୁ ୫୦ ପ୍ରତିଶତ ଟଙ୍କା ଦେଇ ବାକି ଟଙ୍କା ସେମାନେ ବାଣ୍ଟି ନେବେ ବୋଲି ବାପା କହିଲେ। ସେ ଷଣ୍ଢ ଲୋଭ ଦେଖାଇ କିଛି ସର୍ତ୍ତ ରଖି ବାପାଙ୍କୁ କହିଛି ଯେ ଆପଣଙ୍କ ଝିଅ ସହିତ ବିବାହ ରେ ଯେତେ ଟଙ୍କା ଖର୍ଚ୍ଚ ହେବ ସବୁ ସେ ବହନ କରିବ।
ବାପା ମୋତେ ଡ଼ାକି ମୋ ମୁଣ୍ଡରେ ହାତ ରଖି କହିଲେ ତୁ ଠିକ୍ ଥିଲୁ ଲୋ ମା, ମୁଁ ଭୁଲ ନିଷ୍ପତି ନେଇ ଥିଲି। ବୋଉ ଏବଂ ମୁଁ ଦୁହେଁ କହିଲୁ ସେଦିନ ମୋ ଉପରେ ମଧ୍ୟ ଖରାପ ନଜର ରେ ମୋତେ ଦେଖୁଥିଲା ବୋଲି । ବାପା ବହୁତ୍ ରାଗି କହିଲେ । ହଉ ଠିକ୍ ଅଛି ସେ କାଠ ଚୋରି ହେବାକୁ ଦେବୀ ନାହିଁ ଏବଂ ସତର୍କ ରହିବି ସେ ଷଣ୍ଢ ର କାର୍ଯ୍ୟ କଳାପ ଉପରେ।
ବାପା ବୁଝିଗଲେ ଏବଂ ସେ ଚୋରି ହେବାକୁ ଦେଲେ ନାହିଁ । ସେ ଷଣ୍ଢ କୁ ଘରକୁ ଫୋନ୍ କରିବାକୁ ମନା କରିବା ସହିତ ବାହା ଦେବାକୁ ମଧ୍ୟ ରୋକ୍ ଠୋକ୍ ମନା କରିଦେଲେ। ବାପା ବହୁତ୍ ରାଗନ୍ତି କିନ୍ତୁ କରିବେ କଣ? ସେ ଥିଲା ବାପା ଙ୍କ ଉପର ଅଫିସର।
ଠିକ୍ ୫ ଦିନ ପରେ ମିହିର ର ଫୋନ୍ ଆସିଲା । ମିହିର କୁ ସବୁ କଥା କହିଲି । ମିହିର ସବୁ କଥା ଶୁଣିଲା ଏବଂ କହିଲା ବାପାଙ୍କୁ କହିବ ସେ ତମକୁ ଆଉ କୋଉଠି ବିବାହ ଦେବେ ନାହିଁ । କି ଅନ୍ୟ କୋଉ ପ୍ରସ୍ତାବ କୁ ଗ୍ରହଣ କରିବେ ନାହିଁ । ମୁଁ କହିଲି ବାପା ଏବେ ରାଜି ହୋଇଯିବେ ତମେ ଚିନ୍ତା କରନି । ତମେ କୋଉ ଦିନ ଆସିବ କୁହ, ବାସ୍ ସେ ଦିନ ଅପେକ୍ଷାରେ ମୁଁ ଅଛି ।
ତାପରେ ଚାଲିଲା ସେମିତି ଫୋନ୍ ରେ କଥା ବାର୍ତ୍ତା । ମିହିର ର ଟ୍ରେନିଂ ସରିଗଲା । ଦଶ ମାସ ପୁର୍ବରୁ ମିହିର କୁ ଦେଖିଥିଲି। ସେ କେମିତି ଥିବ, ମୋଟା ନା ପତଳା, ଗୋରା ନା କଳା ହୋଇ ଆସିଥିବ । ଏମିତି ବହୁତ୍ ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥିଲା।
ସେଦିନ ମିହିର ପାହାନ୍ତା ସମୟରେ ଘରେ ଆସି ପହଁଚିଲା । ମୁଁ ଭାବୁଥାଏ କେତେବେଳେ ସେ ଆସିବ। ପୁରା ଦିନ ଚାଲିଗଲା । ମୁଁ ଜାଣି ଶୁଣି ଫୋନ୍ କରୁ ନଥିଲି। ଦିନ ୧ଟା ବେଳେ ଆଉ ରହି ନ ପାରି ଫୋନ୍ କରିଲି। ମିହିର ର ବଡ ଦିଦି ଫୋନ୍ ଉଠେଇ କହିଲେ, କେମିତି ଅଛୁ ଅନୁ?? ତୁ ତ ଖବର ପାଇ ସାରିଥିବୁ । ମିହିର ଆସିଛି ବୋଲି, ମୁଁ ହଁ କହିଲି ଏବଂ ପଚାରିଲି ମିହିର କୁଆଡେ ଯାଇଛି?
ଦିଦି କହିଲେ ସେ ସକାଳୁ ଆସି ଶୋଇଥିଲା ଏବେ ୧୦ ଟା ରେ ଶଙ୍କର ର ତାର ଗାଧେଇ ଯାଇଥିଲେ । ଟିକେ ପୂର୍ବରୁ କିଛି ଖାଇ ଡ୍ରେସ ପିନ୍ଧି ବାଇକ୍ ନେଇ କୁଆଡେ ବାହାରିଗଲା ଜଣା ନାହିଁ କୁଆଡେ ଯାଇଛି । ମୁଁ କହିଲି ଦିଦି ମୁଁ ପରେ କଥା ହେଉଛି, ଏବେ ରଖୁଛି।
ତାପରେ ମୁଁ ଶଙ୍କର କୁ କଲ୍ କରିଲି। ଶଙ୍କର ର ମା ଉଠେଇ କହିଲେ ସେ ୧୨ ଟା ରେ ଖାଇ ସାରି ମିହିର ସହିତ କୁଆଡେ ଯାଇଛି। ଏତିକି ଶୁଣି ଫୋନ୍ ରଖିଲି। ଭାବିଲି କୁଆଡେ ଗଲେ । ଏବେ ପର୍ଯ୍ୟନ୍ତ ଆସିଲେ ନାହିଁ । ଫେରି ଆସିଲି ମୋ ରୁମ୍ କୁ,,, ଠିକ୍ ୧୦ ମିନିଟ୍ ପରେ ରାଜଦୂତ ବାଇକ୍ ର ଉଚ୍ଚା ସାଇଲେଂସର୍ ସାଉଣ୍ଡ ଦେଇ କେହି ଜଣେ ଆମ ସାହିକୁ ଆସିଲା ।
ସାହି ପଡିଶା ଲୋକ ବାହାରକୁ ଆସି ଗଲେ ଦେଖିବା ପାଇଁ, ସେ ସମୟରେ ଯଦି କେହି ରାଜଦୂତ୍ ରେ ଗାଁ କୁ ଆସୁଥିଲେ ଲୋକେ ବାହାରକୁ ଆସି ଦେଖିବାକୁ ବାଧ୍ୟ ହେଉଥିଲେ । ଜାଣିଛ, ସେ ଥିଲା ମିହିର ।
ଫର୍ମାଲ ଡ୍ରେସ ସହିତ ଲଙ୍ଗ ଜୋତା ଏବଂ ଯବାନ ଙ୍କ ଭଳି ଚୁଟି କଟା ହୋଇଛି । ଅଳ୍ପ ପତଳା ଥିଲା କିନ୍ତୁ ଆଗ ଅପେକ୍ଷା ବହୁତ ସୁନ୍ଦର ହୋଇ ଯାଇଥିଲା । ମୁଁ ଦୌଡ଼ି ଗଲି ଗେଟ୍ ପାଖକୁ । ମିହିର କୁ ଦେଖି ମୋ ଆଖିରେ ଖୁସି ରେ ଲୁହ ଝରିଗଲା । ସେ ଜୋତା ବାହାର କରି ଘର ଭିତରକୁ ଆସିବା ପରେ ମୁଁ କୁଣ୍ଢେଇ ନେଲି ।
ଭାଗ୍ୟ ବଶତଃ ବାପା ଦେଖି ନାହାନ୍ତି ସେ ଶୋଇଥିଲେ କିନ୍ତୁ ମନ୍ମଥ,ଶଙ୍କର ଏବଂ ବୋଉ ଦେଖିଦେଲେ । ବୋଉ ଏବଂ ମନ୍ମଥ ମିହିର କୁ ଦେଖି ବହୁତ୍ ଖୁସି ହେଲେ । ମିଠା ପ୍ୟାକେଟ କୁ ଟେବୁଲ୍ ଉପରେ ରଖି ମିହିର ବୋଉ ର ପାଦ ଛୁଇଁ ପ୍ରଣାମ କରିଲେ । ବୋଉ ଆଶୀର୍ବାଦ ଦେଇ ଖୁସି ହେଲେ। ଆମ କଥାବାର୍ତ୍ତା ଶୁଣି ବାପା ଉଠି ଆସିଲେ । ବାପାଙ୍କୁ ମଧ୍ୟ ସେ ପ୍ରଣାମ କରିଲା।
ମୁଁ ଖୁସିରେ ଯେମିତି ନାଚି ଉଠୁଥିଲି। ମୋର ପାଦ ତଳେ ଲାଗୁ ନଥାଏ, କଣ କହିବି? କଣ କଥା ହେବି? ମୁଁ ସବୁ ଭୁଲି ଯାଉଥାଏ । ମୁଁ ସଙ୍ଗେ ସଙ୍ଗେ ମିହିର ପାଇଁ ଲେମ୍ବୁ ପାଣି ଏବଂ ଜଳଖିଆ ନେଇ ଆସିଲି। ଆମେ ସମସ୍ତେ ବସି କଥା ହେଲୁ ।
ବାପା ସେଦିନ ମିହିର କୁ ଦେଖି ବହୁତ୍ ଖୁସି ହେଲେ। କଥା ବାର୍ତ୍ତା ର କିଛି ସମୟ ପରେ ମିହିର କହିଲା, ମଉସା ଆପଣଙ୍କୁ କିଛି କଥା କହିବାର ଥିଲା, ଆପଣ ଯଦି ଅନୁମତି ଦେବେ ତେବେ ମୁଁ କହିବି ? ବାପା କହିଲେ କୁହ ପୁଅ । ମିହିର କହିଲା । ମୁଁ ଅନୁ କୁ
ବହୁତ୍ ଭଲ ପାଏ ଏବଂ ତାକୁ ବିବାହ କରିବାକୁ ଚାହେଁ ।
ମିହିର ର କଥା ଶୁଣି ବାପା କହିଲେ । ଏ ତ ଖୁସିର କଥା ଏବଂ ସେ ତ କେତେ ଦିନରୁ ଅପେକ୍ଷା କରି ବସିଛି ଏବଂ ଆମେ ମଧ୍ୟ ତମ ବାଟ କୁ ଚାହିଁ ବସିଥିଲୁ । ବାପା ଙ୍କ ମୁହଁରୁ ଏତିକି କଥା ଶୁଣି ମୋର ଆଖିରୁ ପୁଣି ଥରେ ଖୁସିରେ ଲୁହ ବାହାରିଗଲା ।
ବାପା କହିଲେ, ମୋ ଝିଅ ର ଖୁସି କେବଳ ତୁମ ପାଖରେ । ସେ ପିଲା ଦିନୁ ତୁମକୁ ପସନ୍ଦ କରି ଆସିଛି । ଏବେ ସେ ସମୟ ପାଖେଇ ଆସିଛି କିନ୍ତୁ ଅଳ୍ପ ଅସୁବିଧା ହୋଇପାରେ। ଆମ କୁଳ ସମାଜ ଏହି ବିବାହ ପାଇଁ ବିରୋଧ କରି ପାରନ୍ତି କିନ୍ତୁ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କିଛି ଫାଇନ ଦେବାକୁ ହେବ ଏବଂ ବାହାଘର ନିଶ୍ଚୟ ହେବ।
କେବଳ କଥା ରହିଲା ତମ କୁଳ ସମାଜ ଏହି ବାହାଘର କୁ ଅନୁମତି ଦେବେ ତ ? ମିହିର କହିଲା ଆମ କୂଳ ସମାଜ ଅନୁମତି ଦେବେ ନାହିଁ କିନ୍ତୁ ମୋତେ କିଛି ଫାଇନ ଦେବାକୁ ହେବ । ତାପରେ ବାପା କହିଲେ ତମେ ଦୁହେଁ କଥା ହୁଅ ମୁଁ ବାହାରକୁ ଯାଇ ଆସୁଛି । ବୋଉ ମଧ୍ୟ କହିଲେ ତମେ କଥା ହୁଅ ମୋର ସେପଟେ କିଛି କାମ ଅଛି କହି ଉଠି ଚାଲିଗଲେ।
Part-17 ରେ ପଢ଼ିବେ : (ସେ ଝିଅ ର ନଜର ମୋ ମିହିର ଉପରେ । ସେ ମିହିର କୁ ବିବାହ କରିବ ବୋଲି କହୁଥିଲା । ସେ ଝିଅ ଥିଲା ମିହିର ର ଅଫିସର ଙ୍କ ଝିଅ ।)

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

4 Responses

  1. ମୋର ଗୋଟେ ପ୍ରଶ୍ନ ମିହିର ଯଦି ଚାକିରି ନ କରି Business & ଆଉ କିଛି କରିଥିଲେ ଅନୁ family mrg pain permission deithanteki..?

  2. Mihir Business ya other Job karithile madhya, Mo family raji hoithante karan Mihir ku ama ghare samaste pasand karuthile and other Main reason hela mo khusi pain ama ghare sabu kichhi kari thante.

  3. […] Click here Part-16 ଆମେ ତିନି ଜଣ ବସି କଥା ହେବାକୁ ଲାଗିଲୁ । କିଛି ସମୟ କଥା ହେବା ପରେ ମନ୍ମଥ କହିଲା ଭାଇ ରାନି ଘରକୁ ଯାଇନ ? ମିହିର କହିଲା ନା ଯାଇନି, ସିଧା ତମ ଘରକୁ ଆସିଲି, ମୋ ବାୟାଣୀ କୁ ପ୍ରଥମେ ଦେଖିବାର ଥିଲା । ମନ୍ମଥ କହିଲା ଭାଇ ତମେ କଥା ହୁଅ, ତମେ ଯେତେବେଳ ଯିବ ମୋତେ ମଧ୍ୟ ଡାକିବ ମୁଁ ମଧ୍ୟ ଯିବି , କହି ସେ ଶୋଇବାକୁ ଚାଲିଗଲା। ଶଙ୍କର ମଧ୍ୟ ଭାବିଲା ଏମାନଙ୍କୁ ଟିକେ ଏକା ଛାଡ଼ିବାକୁ ହେବ । ସେ ମଧ୍ୟ କହିଲା, ମୁଁ ବାହାରେ ବସିଛି, ତୁ କଥା ହୋଇ ସାରେ । ତାପରେ ସେ ଆସୁଛି କହି ବାହାରକୁ ଚାଲିଗଲା । ଏବେ ଆମେ ଦୁଇ ଜଣ ପୁରା ପୁରୀ ଏକା । ମୁଁ ଏହା ଚାହୁଁଥିଲି ଏବଂ ତାହା ହିଁ ହେଲା । ମିହିର କିଛି କହିବା ପୂର୍ବରୁ ପୁଣି ଥରେ କୁଣ୍ଢେଇ ନେଲି ଏବଂ ମୋ ଆଖି ଲୁହ ରେ ମିହିର ର କାନ୍ଧ ଓଦା ହେବାକୁ ଲାଗିଲା । ମିହିର ମୋତେ କହିଲା , ଆରେ ମୁଁ ଫେରି ସାରିଛି ପୁଣି କଣ ପାଇଁ କାନ୍ଦ? ମୁଁ କହିଲି ଏହା ଥିଲା ମୋ ଖୁସିର ଲୁହ ତାକୁ ବହିବାକୁ ଦିଅ । ମିହିର ମଧ୍ୟ ମୋ ପିଠି କୁ ଥାପେଇ କହିଲା କେହି ଆସିଯିବ । ମୁଁ କହିଲି କେହି ଆସିବେ ନାହିଁ । ପ୍ରାୟ ୨ ମିନିଟ୍ ପରେ ମୁଁ ମିହିର କୁ ଛାଡିଲି । ମୁଁ ପଚାରିଲି ଏତେ ଦିନ ପରେ ଆସିଲ । ମୁ ତୁମକୁ କୁଣ୍ଢେଇ ନେଲି କିନ୍ତୁ ତୁମେ ଖୁସି ନୁହଁ । ମିହିର କହିଲା , ମୁଁ ଏହି ଆଲିଙ୍ଗନ ଖୁସି ପାଇବା ପାଇଁ ତ ଆସିଛି । ମୁଁ ପୁଣି ପଚାରିଲି ଆଜି ପର୍ଯ୍ୟନ୍ତ କେବଳ ମୁଁ ହିଁ ହଗ୍ କରିଛି କିନ୍ତୁ ତମେ ତମ ପଟୁ କେବେ ମୋତେ ହଗ୍ କରିନ କଣ ପାଇଁ ? ମିହିର କହିଲା, ମୋ ସମୟ ଆସିଲେ ମୁଁ କରିବି, ତମେ ତ ଜାଣିଛ ଆଉ କଣ ତମକୁ ବୁଝେଇବି। ତାପରେ ମୁଁ ମିହିର ର କାନ୍ଧରେ ମୁଣ୍ଡ ରଖି ଶୋଇ କଥା ହେବାକୁ ଲାଗିଲି । ବହୁତ୍ ସାରା କଥା ହେବାକୁ ଇଚ୍ଛା ଥିଲା କିନ୍ତୁ ସବୁ ଭୁଲି ଯାଉଥିଲି । କେବଳ ମିହିର କୁ ଚାହିଁ ରହିବାକୁ ଇଚ୍ଛା ହେଉଥିଲା । ମିହିର ପଚାରିଲା ଆଜି କିଛି କହୁନ ଯେ? ମୁଁ କହିଲି କଣ କହିବି ମୁଁ ଖୁସିରେ ସବୁ ଭୁଲି ଯାଉଛି । ଦୁହେଁ ନିଜର ସ୍କୁଲ ରୁ କଲେଜ୍ ସମୟ ର ଅଳ୍ପ ଅଳ୍ପ ମୁହୂର୍ତ୍ତ ବିଷୟରେ କଥା ହେଲୁ । ଦୁହେଁ ବହୁତ୍ ଖୁସି ଥିଲି । ମୁଁ ମିହିର କୁ ତାରିଫ୍ କରି ଚାଲିଥାଏ। ସେ କେବଳ ମୁରୁକି ହସ ଦେଉଥାଏ । ମିହିର ପ୍ରତିଶ୍ରୁତି ଦେଇଥିବା ଦିନ ଆଜି ଥିଲା ଯେ ସେ ସଫଳ ମଣିଷ ହୋଇ ମୋ ପରିବାର କୁ ମୋତେ ବିବାହ ପାଇଁ ପ୍ରଶ୍ନ କରିବାକୁ ଆସିଥିଲା ଏବଂ ସେ ଆଜି ସଫଳ ହୋଇ ଯାଇଛି ଏବଂ ମୋ ଅପେକ୍ଷାର ଆଜି ଅନ୍ତ ହେଲା । ମିହିର ପଚାରିଲା କେବେ ବିବାହ କରିବ କୁହ? ମୁଁ କହିଲି ଯେତେ ଶୀଘ୍ର ପାରୁଛ ସେତେ ଶୀଘ୍ର । ମିହିର କହିଲା ମୁଁ ମଧ୍ୟ ଆଉ ଅପେକ୍ଷା କରିବା ପାଇଁ ଇଚ୍ଛା ନାହିଁ । ମୁଁ ସକାଳେ ବାପା ସହିତ କଥା ହୋଇଛି ସେ ମଧ୍ୟ ରାଜି ଅଛନ୍ତି । ସେ କହିଲେ କୂଳ ସଭା କରି କିଛି ସ୍ଥିର କରିବେ ଏବଂ ମୁଁ ଛୁଟି ଯିବା ପୂର୍ବରୁ ଏଙ୍ଗେଜମେଣ୍ଟ କରିଦେବା ଏବଂ ଆଉ କିଛି ମାସ ପରେ ବିବାହ କରିଦେବା । ମୁଁ କହିଲି ହଁ ସେମିତି କର । ତାପରେ ଆମେ ଦୁହେଁ ଶଙ୍କର ଏବଂ ମନ୍ମଥ ମିଶି ପହଞ୍ଚିଲୁ ମାମୁଁ ଘରେ। ମାମୁଁ ଆମ ଦୁଇ ଜଣଙ୍କୁ ଦେଖି ବହୁତ୍ ଖୁସି ହେଲେ । ରାନି ଭାଇ ଭାଇ କହି ଦଉଡ଼ି ଆସି ମିହିର କୁ କୁଣ୍ଢେଇ ନେଲା । ସତ କହେ ରାନି ଯେତେବେଳେ ମିହିର କୁ ହଗ୍ କରେ ନା? ମୋତେ ବହୁତ୍ ରାଗ ଲାଗେ କିନ୍ତୁ ନିଜ ରାଗ କୁ ଶାନ୍ତ କରିଦିଏ । ମାଇଁ ଦେଖି ଖୁସି ହେଲେ । କିଛି ସମୟ କଥା ହେଲା ପରେ ମିହିର ଫେରିଗଲା ନିଜ ଘରକୁ । ପୂର୍ବ ଭଳି ଆମର ପ୍ରତିଦିନ ଦେଖା ହେଉଥାଏ । ମିହିର ର ବାପା କୁଳ ସଭା ରେ ବାହା ଘର କଥା କହିଲା ପରେ ସଭା ରେ ଉପସ୍ଥିତ ଥିବା ସମାଜ ଲୋକ ରାଜି ହେଲେ ନାହିଁ କିନ୍ତୁ ପରେ ଗ୍ରାମ ର କିଛି ବୁଦ୍ଧିଜୀବି ଙ୍କ କହିବା ପରେ ଏହି ବାହାଘର ପାଇଁ ଅନୁମତି ଦିଆ ଗଲା। ଆମ ଗାଁ ରେ ମଧ୍ୟ ସେମିତି, କିଛି ଫାଇନ ନାହିଁ । କେବଳ କୁଳ ସଭା ରେ ବସି ସମସ୍ତ ବୁଦ୍ଧିଜୀବୀ ମାନେ ଉଚିତ୍ ସ୍ଥିର କରି ଆମ ବାହାଘର କୁ ଅନୁମତି ଦେଲେ । ଆଉ ୪ ଦିନ ପରେ ମୋର ଏଙ୍ଗେଜମେଣ୍ଟ ହେବାର ଥିଲା । ଅନ୍ୟ ଏକ ସମସ୍ୟା ଆମ ଜୀବନରେ ଆସିଗଲା । ଗୋଟିଏ ଝିଅ ଆସି ପହଞ୍ଚିଥିଲା, ମିହିର ର ଘରେ । ତାହା ଓଡ଼ିଶା ର ନୁହଁ ହିନ୍ଦୀ ଭାଷୀ ସେ ହେଉଛନ୍ତି ହରିୟାଣା ର ପରିବାର । ସେ ଝିଅ ର ନଜର ମୋ ମିହିର ଉପରେ । ସେ ମିହିର କୁ ବିବାହ କରିବ ବୋଲି କହୁଥିଲା । ସେ ଝିଅ ଥିଲା ମିହିର ର ଅଫିସର ଙ୍କ ଝିଅ । ସେ ଝିଅ ମିହିର କୁ ଟ୍ରେନିଂ ସମୟରେ ବହୁତ୍ ଥର ଦେଖିଛି । ବେଳେବେଳେ ଅଫିସର ଙ୍କ ଘରେ କିଛି ପ୍ରୋଗ୍ରାମ ହେଲେ ମିହିର ଏବଂ ଅନ୍ୟ ସାଙ୍ଗ ମାନଙ୍କ ସହିତ ସେଠୀ ସାହାଯ୍ୟ କରିବାକୁ ପଠା ଯାଉଥିଲା । କିଛି ଦିନ ପରେ ସେ ଝିଅ ମିହିର କୁ ବାରମ୍ବାର ଦେଖି ଏକ ତରଫା ଭଲ ପାଇ ବସିଥିଲା। ଏମିତି ଦିନେ ସେ ଅଫିସର ଘରେ କିଛି ପ୍ରୋଗ୍ରାମ ସମୟରେ ମିହିର ଯାଇଥିଲା । ସେ ସମୟରେ ସେ ଝିଅ ମିହିର ପାଖକୁ ଆସି ବସି କଥା ହେବାକୁ ଇଚ୍ଛା କରିଥିଲା କିନ୍ତୁ ମିହିର ସେ ଝିଅ କୁ ଅଣଦେଖା କରି ନିଜ କାମରେ ଲାଗି ପଡ଼ିଲା। ଏମିତି ବହୁତ୍ ଥର ସେ ଝିଅ ମିହିର ସହିତ କଥା ହେବାକୁ ଚେଷ୍ଟା କରିଥିଲା । ଦିନେ କିଛି ଅଘଟଣ ଘଟିଗଲା । ସେଦିନ କିଛି କାର୍ଯ୍ୟକ୍ରମ ଯୋଗୁ ମିହିର ଏବଂ ସାଙ୍ଗ ମାନେ ସାହାଯ୍ୟ ପାଇଁ ସେଠୀ ଯାଇଥାନ୍ତି । ସେ ଝିଅ ମିହିର ସହିତ କଥା ହେବା ପାଇଁ ମିହିର ପଛେ ପଛେ ଲାଗିଥାଏ କିନ୍ତୁ ମିହିର ଜାଣିଶୁଣି କଥା ହେଉ ନଥାଏ । ମିହିର ତା ଅଫିସର୍ କୁ କହିଲା କି ସାହେବ୍ ଆପଣଙ୍କ ଝିଅ ମୋ ସହିତ କଥା ହେବାକୁ ଚାହୁଁଛନ୍ତି କିନ୍ତୁ କ୍ଷମା କରିବେ ମୁଁ ଆପଣଙ୍କ ଝିଅ ସହିତ କଥା ହେବାକୁ ଚାହୁଁ ନାହିଁ । ସେ ଅଫିସର୍ କିଛି ନଜାଣି ନ ଶୁଣି ମିହିର କୁ ଦୋଷ ଦେଇ କହିଲେ । ମୋ ଝିଅ ବହୁତ୍ ଭଲ , ତମେ ସବୁ ଗାଉଁଳି ଲୋକ, ଏଠି ଚାକିରି ପାଇବା ପରେ ଅଫିସର୍ ର ଝିଅ କୁ ଫସେଇ ତା ସହିତ ବିବାହ ପାଇଁ ଯୋଜନା କରୁଛ ଏବଂ ଦାମୀ ଘର ଲାଳସା ରେ ମୋ ଝିଅ ଉପରେ ଖରାପ ନଜର ରଖିଛ। ଏମିତି ବହୁତ୍ କଥା କହି ମିହିର କୁ ଅପମାନ କରି ସେଠୁ ବାହାର କରିଦେଲା ଏବଂ ଚାକିରି ରୁ ବହିଷ୍କାର ପାଇଁ ମିହିର ନାମରେ ଅଭିଯୋଗ କରିବ ବୋଲି ମିହିର କୁ ଧମକ ଦେଲା। ମିହିର ର ଭୁଲ ନଥାଇ ମଧ୍ୟ ଚାକିରି ବହିଷ୍କାର ଧମକ ମିହିର କୁ ଭୟଭୀତ କରିଦେଲା । ମିହିର ସେ ଅଫିସର୍ କୁ ଭୁଲ ମାଗିଲା ଏବଂ ସେ ବେରେକ୍ କୁ ଆସିଗଲା । ଖାଲି ସେତିକି ନୁହେଁ ଏହି ଘଟଣା ର କିଛି ଦିନ ପରେ ସେ ଝିଅ ମିହିର ରହୁଥିବା ବେରେକ୍ କୁ ଅଫିସର ସହିତ ବୁଲିବାକୁ ଆସିଗଲା। Part-18 ରେ ପଢ଼ିବେ : (ସେ କହୁଛି ଯଦି ମିହିର କୁ ପାଇବ ନାହିଁ ତେବେ ସେ ଆତ୍ମହତ୍ୟା କରିବ । […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading