Love Forever 14( A Story of Love Birds)

Love Forever( A Story of Love Birds) ...14
Love Forever( A Story of Love Birds) …14

Click here part-13

ଦିନେ ରାତିରେ ଖାଇବା ପୂର୍ବରୁ ବାପା ଙ୍କୁ ମୁଁ ପଚାରିଦେଲି, ବାପା ତମେ ମଦ କାହିଁକି ପିଇ ଆସିଥିଲ । ବାପା ଚୁପ୍ ହୋଇ ରହିଲେ ,ମୁଁ ପୁଣି ପଚାରିଲି ବାପା କହିଲେ , ଆମର ଷ୍ଟାଫ୍ ମାନେ ପାର୍ଟି କରିଥିଲେ । ମୋତେ ବାଧ୍ୟ କରିଲେ ତ ମୁଁ ପିଇ ଦେଲି । ବାପାଙ୍କୁ ପଚାରିଲି କିଏ ଦେଇଥିଲା ପାର୍ଟି । ବାପା କହିଲେ ଭଗବାନ ସାର୍ । ମୋର ରାଗ ପ୍ରବଳ । ସେ ଷଣ୍ଢ ନାମ ଶୁଣି ମୁ କହିଲି ସେ ମାଗଣା ଦେଇଥିବ ଆଉ ତମକୁ ଅମୃତ ଭଳି ଲାଗିଥିବ ନା? ବାପା କହିଲେ ସେମିତି ନାହିଁ ମା, ସେ ଖୁସିରେ ଦେଲେ ।
ବୋଉ ଆସି ପହଁଚିଲେ, ଏବଂ କହିଲେ କଥା ସରିଲା ଯଦି ହାତ ଧୋଇ ଖାଇବାକୁ ବସ । ମୁଁ ବୋଉ କୁ କହିଲି ଯେ ବାପା ଙ୍କୁ କୁହ, ନା ମୋତେ ମଦ ପସନ୍ଦ ଏବଂ କୋଉଠି କାହା ସହିତ ମାଗଣା ମଦ ପିଇବା ଛାଡି ଦିଅନ୍ତୁ । ବୋଉ ବାପା ଙ୍କୁ ଚାହିଁଲେ । ବାପା ଇଶାରା ରେ ବୋଉ କୁ ହଁ ବୋଲି କହିଲେ । ତାପରେ ସମସ୍ତେ ମିଶି ଖାଇଲୁ ।
ମିହିର ଆସିବାର ୪ ମାସ ବାକି ଥିଲା ଦିନେ ସକାଳ ସମୟରେ ମିହିର ସହିତ ଫୋନ୍ ରେ କଥା ହୋଇ ଜାଣିଲି ଯେ ତାର ଦେହ ଭଲ ନାହିଁ ତାକୁ ଜ୍ଵର ହୋଇ ଯାଇଛି । ମିହିର କଥା ନେଇ ମୁଁ ଚିନ୍ତାରେ ବସିଛି। ବାପା ଡିଉଟି ଯିବା ସମୟରେ ମୋତେ ଚିନ୍ତାରେ ବସି ଥିବା ଦେଖି ପଚାରିଲେ କଣ ହେଲା ଅନୁ? ମୁଁ କହିଲି ବାପା ମିହିର ର ଦେଖ ଖରାପ ଏବଂ ସେ ସେଠୀ ମେଡିକାଲ୍ ରେ ଅଛି ଏତିକି ଶୁଣି ବାପା ଙ୍କ ମୁଡ୍ ଗରମ।
କହିଲେ ସେ ମିହିର କୁ ଭୁଲି ଯାଆ । ସବୁବେଳେ ମିହିର ମିହିର କହି ମୋତେ ଏ ଝିଅ ପାଗଳ କରିଦେବ ଲାଗୁଛି । କଣ ଅଛି ଯେ ତା ପାଖରେ, ତା ନାମକୁ ଦିନ ରାତି ଜପି ବାରେ ଲାଗିଛୁ । ସେ ତ ଆମ କୁଳ ସମାଜର ନୁହଁ ଏବଂ ଆମ କୂଳ ସମାଜ ଭାଇ ଲୋକ ତାଙ୍କ କୂଳ ରେ ତୋତେ ବିବାହ କରିବାକୁ ଅନୁମତି ଦେବେ ନାହିଁ । ତାକୁ ଭୁଲିବାକୁ ଚେଷ୍ଟା କର ।
ଏତିକି କହି ସେ ଡିଉଟି ଚାଲିଗଲେ। ବୋଉ ଏବଂ ମନ୍ମଥ ଆସି ପହଞ୍ଚିଗଲେ। ବୋଉ ମୋ ପାଖକୁ ଆସି କହିଲେ, ବାପା ଙ୍କ ର ବୋଧେ ମୁଡ୍ ଖରାପ ଅଛି ତୁ ତାଙ୍କ କଥା କୁ ଭୁଲି ଯାଆ । ଏତିକି ବାର୍ତ୍ତାଳାପ ପରେ ମୋ ଆଖିରୁ ଲୁହ ବହି ଯାଉଥାଏ। ସେପଟେ ମିହିର ର ଦେହ ଖରାପ ଆଉ ଏପଟେ ଘରେ ଗୃହ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ସେଦିନ ମୁଁ ବାପା ଙ୍କ ସହିତ କଥା ହେଲି ନାହିଁ । ରାଗରେ ଖାଇଲି ନାହିଁ କିନ୍ତୁ ବୋଉ ବୁଝେଇବା ପରେ ଖାଇଲି।
ଦିନେ ସେ ଷଣ୍ଢ ଆମ ଘରକୁ ଫୋନ୍ କରିଲା ସେତେବେଳେ ମୁଁ ଘରେ ଥିଲି। ବାପା ଡିଉଟି ରେ ଥିଲେ ମା ଏବଂ ବଡ ମା ମିଶି ଛାତ ଉପରେ ଲିଆ ବଢ଼ି ସୁଖେଇବା ରେ ଲାଗିଥିଲେ । ମନ୍ମଥ ଶୋଇଥିଲାମୁଁ ଡାଏରୀ ଲେଖିଥିଲି ।
ଫୋନ୍ ବାଜିବା ପରେ ମୁଁ ଯାଇ ଉଠେଇଲି। ସେ ଷଣ୍ଢ ଧିର ସ୍ଵରରେ ହେଲୋ ବୋଲି କହିଲା ମୁଁ ଭାବିଲି ମିହିର କରିଛି ବୋଲି ମୁଁ ମୋ ଯେମିତି ସବୁଦିନ କଥା ହୁଏ ସେମିତି କଥା ହେବା ଆରମ୍ଭ କରିଦେଲି ।
ମୋ ଗେଲୁ, ମୋ ଧନ, ଆଜି କେମିତି ଖରା ବେଳା ସମୟରେ ମନେ ପଡ଼ିଗଲା । ତମେ ତ କହୁଥିଲ ବାହାରେ କୋଉଠି ଟ୍ରେନିଂ ପାଇଁ ଯିବ । ହଉ ଭଲ ହେଲା ଗଲ ନାହିଁ । ଆଜି କଣ ଟ୍ରେନିଂ ନାହିଁ କି । ଆଉ କଣ ଖାଇଛ , ଜାଣିଛ ତମକୁ ବହୁତ୍ ମିସ୍ କରୁଛି । ତମର ଆସିବା ଦିନ କୁ ମୁଁ କ୍ୟାଲେଣ୍ଡର ରେ ଗୋଟିଏ ଗୋଟିଏ ଦିନ କାଟିବାରେ ଲାଗିଛି । ତମେ କଣ କହୁନ ଯେ, ଆଚ୍ଛା ମୋ ଧନ କୁ ମୋ କଥା, ମୋ ସ୍ୱର ବହୁତ୍ ପସନ୍ଦ ପରା । ହଉ କୁହ କେମିତି ଚାଲିଛି ଟ୍ରେନିଂ ??? ସେପଟୁ ଉତ୍ତର ଆସିଲା ଟ୍ରେନିଂ ତ କୋଉ ଦୁଇ ବର୍ଷ ପୂର୍ବରୁ ସରିଗଲାଣି।
ଏତିକି ସ୍ୱର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ସେ ସ୍ବର ସେ ଷଣ୍ଢ ର ଥିଲା । ଡରରେ ମୋର ଦେହ ସାରା ଲୋମ ଟାଙ୍କୁରି ଗଲା । ମୁଁ ଭଗବାନ ସାର୍ କହୁଛି ବୋଲି କହିଲେ । ତାପରେ ମୋ ରାଗ ବଢ଼ିଗଲା । ମୁଁ କହିଲି, ଭୁଲ ରେ ମୋ ସାଙ୍ଗ ବୋଲି କଥା ହୋଇଗଲି । ଆପଣ ମଧ୍ୟ ସେତେବେଳୁ ଚୁପ୍ ଥିଲେ । ସେ ଷଣ୍ଢ କହିଲା କିଛି ଅସୁବିଧା ନାହିଁ ଏମିତି ବେଳେବେଳେ ହୋଇଯାଏ ।
ମୁଁ କହିଲି ବାପା ଡିଉଟି ରେ ଅଛନ୍ତି । କଣ କାମ ଥିଲା କି?? ସେ କହିଲେ ବାପା ଅଫିସ ରେ ନାହାନ୍ତି, ମୁଁ ଭାବିଲି ଘରେ ଅଛନ୍ତି ବୋଲି ଫୋନ୍ କରିଦେଲି । ମୁଁ କହିଲି ସେ ଡିଉଟି ରେ ଅଛନ୍ତି ସେଠୀ କୋଉଠି ଥିବେ, ଆଉ କଣ କାମ ଅଛି କୁହନ୍ତୁ। ସେ ମୋତେ ପଚାରିଲା ଆଉ କଣ କୁହ, ତୁମର ପଢା ପଢ଼ି କେମିତି ଚାଲିଛି । ମୁଁ କହିଲି ପଢା ପଢ଼ି ସରିଗଲାଣି । ସେ ପଚାରିଲା, ବାହାଘର ପାଇଁ ରେଡ଼ି ହେଉଛ । ମୁଁ ଚୁପ୍ ରହିଲି କାରଣ ତାର ଅସଲ ରୂପ ଜାଣି ନଥିଲି।
ଏତିକିବେଳେ ବୋଉ ଆସିଗଲେ ମୁଁ ବୋଉ କୁ ଫୋନ୍ ଦେଇ ଧିରେ କହିଲି ସେ ଷଣ୍ଢ ଫୋନ୍ କରିଛି। ବୋଉ ଫୋନ୍ ଧରିବା ପରେ ସେ ଅଳ୍ପ କଥା ହୋଇ ରଖି ଦେଲା । ସେ ସେଦିନ ମୋ ସହିତ କଥା ହେବାକୁ ଫୋନ୍ କରିଥିଲା । ବାପା ଘରକୁ ଆସିବା ପରେ ମୁଁ ବାପା ଙ୍କୁ ପଚାରିଲି । ବାପା କହିଲେ ଭଗବାନ ସାର୍ ମୋତେ ଅଫିସ କାମରେ ବ୍ୟାଙ୍କ୍ ଯିବାକୁ କହିଥିଲେ । ମୁଁ ସବୁ ସତ କଥା କହିଲି । ବାପା ଭଲ ହେଲା ସେ ଫୋନ୍ କରିଥିଲେ କଥା ହେଲୁ ତ ?
ମୁଁ ବୁଝି ନ ପାରି ପୁଣି ପଚାରିଲି କଣ ଭଲ । ବୋଉ ପଚାରିଲେ ସେ ସାର୍ କାହିଁକି ଫୋନ୍ କରିଥିଲେ । ବାପା ବୋଉ କୁ କହିଲେ ମୁଁ ପରେ କହିବି ସବୁ କଥା । ଏବେ ମୁଁ ଯାଇ ଗାଧେଇ ଆସେ । ବାପା ଚାଲିଗଲେ ବାଥରୁମ୍ କୁ ଏବଂ ମୋ ମୁଣ୍ଡରେ ସେ କଥା ଗୋଳି ଘାଣ୍ଟି ହେଉଥାଏ ।
ବୋଉ କୁ ପଚାରିଲି ବାପା ଦିନ କୁ ଦିନ ବଦଳି ବାରେ ଲାଗିଛନ୍ତି କଣ ହେଇଛି ତାଙ୍କର । ବୋଉ କହିଲେ ତୁ ଯାଅ ତୋ ରୁମ୍ କୁ ମୁଁ ବାପା ସହିତ କଥା ହେଉଛି । ମୁଁ ଚାଲିଗଲି ମୋ ରୁମ୍ କୁ । ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି ।
ମୁଁ ରୁମ୍ କୁ ଆସିବା ପରେ ମୋର ଆଖି ଲାଗି ଯାଇଥିଲା । ମୁଁ ଶବ୍ଦ ଶୁଣି ତଳକୁ ଗଲି ସେ ସମୟରେ ବାପା କହୁଛନ୍ତି ଯେ ତାକୁ ବୁଝେଇ ଦିଅ, ସେ ବାହାଘର ପାଇଁ ରାଜି ହେବ ନ ହେଲେ ମୋ ରୂପ ଦେଖିବ । ସେ ମିହିର କୁ ଭୁଲିବା ପାଇଁ ଚେଷ୍ଟା କରୁ । ବୋଉ କହିଲେ ଧିରେ କୁହ ସେ ଶୁଣିବ ।
ସେତେବେଳେ ମୁଁ ପହଞ୍ଚି ଗଲି । ବାପା ମୋତେ ଦେଖି ରାଗ ଆଖିରେ କିଛି ନ କହି ବାହାରକୁ ଚାଲିଗଲେ । ମୁଁ ବୋଉ କୁ ପଚାରିଲି ମୋର ବାହାଘର କାହା ସହିତ କହୁଛନ୍ତି ବାପା। ବୋଉ କହିଲେ ସେ ଭଗବାନ ସାର୍ ସହିତ । ମୋ ପାଦ ତଳୁ ମାଟି ଖସିବା ଭଳି ଅନୁଭବ ହେଲା । ମୁଁ ମୁଣ୍ଡରେ ହାତ ଦେଇ ବସିଲି । ବାପା ଏମିତି କଣ ନିଷ୍ପତି ନେଉଛନ୍ତି । ପାଖରେ ମନ୍ମଥ ସବୁ ଶୁଣିଥିଲା ମୋତେ ସବୁ କହିଲା ।

…………………………………………….
Part-15 ରେ ପଢ଼ିବେ : (ଏ ଭଗବାନ ସାର୍ କୁ ଚାନ୍ଦ ବନେଇ ମୋ ଗଳା ରେ ହାର କରି ପିନ୍ଧିବାକୁ ଚାହେଁନି ବାପା)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

2 Responses

  1. […] Click Here Part-14 ମୁଁ କଣ କରିବି ମୋ ମୁଣ୍ଡ କିଛି କାମ କରୁ ନଥାଏ । ମିହିର କୁ ଫୋନ୍ କରିଲି କିନ୍ତୁ କେହି ଉଠେଇଲେ ନାହିଁ । ମିହିର କହିଥାଏ ମୁଁ ଏପଟୁ କଲ୍ କରିବି ମୋ ସମୟରେ, ତମେ ଯଦି କଲ୍ କରିବ କେହି ଉଠେଇବେ ନାହିଁ କାରଣ ତାହା ଥିଲା ପିସିଓ ବୁଥ । ମୋ ଚିନ୍ତା ବଢ଼ି ବଢ଼ି ଯାଉଥାଏ । ବୋଉ ଚିନ୍ତାରେ ରୋଷେଇ ଘରେ ବସିଥାନ୍ତି, ମନ୍ମଥ ମଧ୍ୟ ଚୁପ୍। ବାପା ରାତି ୮ଟା ରେ ଘରକୁ ଆସିଲେ । ମୁଁ ବାପା ପାଖରେ ପହଞ୍ଚିଲି। ବାପା ଙ୍କ ହାତ ଧରି କହିଲି ବାପା ମୋତେ ତମେ ଭଲ ପାଅ ନା? ବାପା ହଁ କରିଲେ। ମୁଁ କହିଲି ତମେ ଭଲ ଭାବରେ ଜାଣିଛ ମୁଁ ମିହିର କୁ ପସନ୍ଦ କରେ ଏବଂ ତାକୁ ବିବାହ କରିବାକୁ ଚାହେଁ । ବାପା କହିଲେ ତୁ ତାକୁ ଭୁଲି ଯାଆ । ମୁଁ କହିଲି ବାପା ଏବେ ପର୍ଯ୍ୟନ୍ତ ତମେ ଠିକ୍ ଥିଲ । ଏବେ ହଠାତ୍ କଣ ହେଲା ତମକୁ, ତମେ ଏମିତି କଥା ବାର୍ତ୍ତା କରୁଛ । ବାପା କହିଲେ, ସେ ସାର୍ ବହୁତ୍ ଭଲ ଏବଂ ମୋ ଠାରୁ ବହୁତ୍ ସାଲେରି ପାଉଛନ୍ତି । ତାଙ୍କର ଘର ମଧ୍ୟ ବହୁତ୍ ବଡ, ତୁ ତାଙ୍କୁ ବିବାହ କରିବୁ ଯଦି ଖୁସିରେ ରହିବୁ। ସେ ଦେଖିବାକୁ କଳା କିନ୍ତୁ ତାଙ୍କ ହୃଦୟ ବହୁତ୍ ନିର୍ମଳ। ମୁଁ ବାପା ଙ୍କୁ କହିଲି , ବାପା ସେ କେମିତିକା ଲୋକ ମୁଁ ଜାଣିବାକୁ ଇଚ୍ଛା କରୁନି । ମୁଁ ତାଙ୍କୁ ବିବାହ କରିବି ନାହିଁ କାରଣ ମୁଁ ମିହିର କୁ ଭଲ ପାଏ । ବାପା କହିଲେ, ମିହିର ଚାକିରି ପାଇବା ପରେ ଘରକୁ ଆସିଥିଲା ସେ ତ କିଛି କହିଲା ନାହିଁ ଏବଂ ସେ ଆମ କୁଳ ସମାଜ ଲୋକ ନୁହଁ ତାକୁ ମୁଁ ବାହା ଦେବିନି । ବାପାଙ୍କ ଆଗରେ ମୁଁ ଲୁହ ଗଡ଼େଇ ଚାଲିଛି କିନ୍ତୁ ବାପା ମୋ ସହିତ ଆଖି ମିଶେଇ କଥା ହେଉ ନଥିଲେ । ମୁଁ ବାପା ଙ୍କୁ ପୁଣି ପଚାରିଲି, ବାପା ମୋ ଖୁସି ପାଇଁ ସେ ଅଧା ବୁଢା ସହିତ ମୋତେ ବାହା କରିଦେବ ମୁଁ କଣ ଖୁସିରେ ରହିବି ବୋଲି ଭାବୁଛ? ତମେ ପିଲା ଦିନେ ମୋତେ ଗପ ଶୁଣେଇ କହୁଥିଲ ନା, ସବୁ ରାଜକୁମାରୀ ଙ୍କ ପାଇଁ ଗୋଟିଏ ସୁନ୍ଦର୍ ରାଜକୁମାର ଭଗବାନ ଗଢ଼ିଥାନ୍ତି ଏବଂ କହୁଥିଲ ତୁ ମୋ ରାଜକୁମାରି ଏବଂ ତୋ ପାଇଁ ମଧ୍ୟ ଗୋଟିଏ ସୁନ୍ଦର୍ ରାଜକୁମାର ଜଣେ ଆସିବ । ମୋ ରାଜକୁମାର ହେଉଛି ମୋ ମିହିର, ଭଗବାନ ସାର୍ ନୁହନ୍ତି । ଆପଣ ନିଜେ ଚିନ୍ତା କରନ୍ତୁ । କଣ ମୁଁ ଭଗବାନ ସାର୍ ସହିତ ବିବାହ କରିଲେ ଆପଣ ଖୁସିରେ ରହିବେ ତ?? ମୋତେ ଆପଣ କହିଥିଲେ ନା ତୁ ସ୍ବର୍ଗ ର ଚାନ୍ଦ ମାଗିବୁ ତୋ ପାଇଁ ତୋଳି ଆଣିବି କିନ୍ତୁ ଏ ଭଗବାନ ସାର୍ କୁ ଚାନ୍ଦ ବନେଇ ମୋ ଗଳା ରେ ହାର କରି ପିନ୍ଧିବାକୁ ଚାହେଁନି ବାପା। ବାପା କହିଲେ ମୁଁ ତୋ କଥା କିଛି ଶୁଣିବି ନାହିଁ, ତୁ ଆଜିଠୁ ସେ ମିହିର ସହିତ କଥା ହେବୁ ନାହିଁ । ବୋଉ କହିଲେ, ତମକୁ କଣ ହୋଇଛି, ବାପା ଚିତ୍କାର କରି କହିଲେ ତମେ ଚୁପ୍ ରୁହ, କହି ଉଠି ଚାଲିଗଲେ । ବାପା ମୋର ତିଳେ କଥା ମଧ୍ୟ ଶୁଣିଲେ ନାହିଁ । ସେ ତାଙ୍କ ଜିଦ୍ ରେ ଅଟଳ ରହିଲେ । ସେଦିନ ରାତିରେ ମୁଁ ଉପାସରେ ଶୋଇଲି । ବୋଉ ମୋତେ ଅନୁରୋଧ କରିଲେ କିନ୍ତୁ ମୁଁ ଶୁଣିଲି ନାହିଁ । ଏପଟେ ମିହିର ର ଗୋଟିଏ ଦିନ ପୂର୍ବରୁ ଫୋନ୍ କରି କହିଥିଲା ଯେ ସେ ୫ ଦିନ ପାଇଁ ଆଉ କୋଉ ସ୍ଥାନ କୁ ଟ୍ରେନିଂ ପାଇଁ ଯିବ । ଏ ଷଣ୍ଢ କଥା ମୁଁ ମିହିର କୁ କହି ନଥାଏ । ମୁଁ ନିରୁପାୟ ଥିଲି କାହାକୁ କହିବି କେମିତି ଜାଣିବି ଭାବି ମନେ ପଡ଼ିଲା ମିହିର ର ସାଙ୍ଗ ଶଙ୍କର କଥା ତା ପର ଦିନ ମୁଁ ଶଙ୍କର କୁ ଫୋନ୍ କରିଲି, ଗତ ରାତିର ଘଟଣା ବିଷୟରେ ସବୁ କଥା କହିଲି ସେ କହିଲା , ଭାଉଜ ମୋତେ ଅଳ୍ପ ସମୟ ଦିଅ, ମୁଁ ତାର ଖବର ବାହାର କରି ମୁଁ କହୁଛି । ଠିକ୍ ୩ ପରେ ଶଙ୍କର ମୋତେ ଫୋନ୍ କରି କହିଲା । ଭାଉଜ ଗୋଟିଏ ବଡ ଖବର । ସେ ଅଫିସର ଗୋଟିଏ ଖରାପ ଲୋକ। ଅନ୍ୟ କୋଉ ଜାଗାରୁ ଚୋରା କେସ ରେ ଫସିବା ଯୋଗୁ ତାକୁ ଏ ଏରିଆ କୁ ପୋଷ୍ଟୀଙ୍ଗ କରା ଯାଇଛି ଏବଂ ତାହାର ବିବାହ ସରି ଛାଡ଼ପତ୍ର ହୋଇ ଯାଇଛି ଏବଂ ତାର ଗୋଟିଏ ଛୋଟ ଝିଅ ମଧ୍ୟ ଅଛି। ସେ ଏତେ ଖରାପ ଯେ ମୋତେ କହିବାକୁ ଠିକ୍ ଲାଗୁନି । ସେ ଯୋଉ ଅଫିସ ରେ ଡିଉଟି କରେ ସେଠୀ ସ୍ତ୍ରୀ ଲୋକ ଉପରେ ଖରାପ ନଜର ପକେଇ ରଖେ । ସେ ଯଦି ଅଫିସ ଷ୍ଟାଫ୍ ହୋଇଥିବ ତାକୁ କିଛି କୌଣସି ଭୁଲ କାମରେ ଫସେଇ ତାକୁ ଦୋଷୀ କରାଏ ଏବଂ ତାକୁ କ୍ଷମା କରିବା ବାହାନାରେ ତା ସହିତ ଖରାପ ସମ୍ପର୍କ ରଖେ। ଖାଲି ସେତିକି ନୁହେଁ ଜଙ୍ଗଲ ରେ କାଠ ନେବାକୁ ଆସିଥିବା ସ୍ତ୍ରୀ ଲୋକ ମାନେ କାଠ ନେବା ସମୟରେ କାଠ ସହିତ ଧରି ଜେଲ ର ଧମକ ଦେଇ ତାଙ୍କ ସହିତ ଖରାପ ସମ୍ପର୍କ ରଖେ। ଏମିତି ବହୁତ୍ ଘଟଣା ହୋଇଛି । ଏମିତି ସବୁ ଘଟଣା ପରେ ତା ସ୍ତ୍ରୀ ସ୍ୱାମୀର ସ୍ୱାମୀର ଖରାପ କାମ ବିଷୟରେ ଜାଣିଲା ଏବଂ ସେ ତା ସ୍ତ୍ରୀ କୁ ମାର୍ ପିଟ କରିବା ପରେ ତାର ତା ସ୍ତ୍ରୀ ତା ଠାରୁ ଛାଡ଼ପତ୍ର ନେଇ ଅଲଗା ରହୁଛି। ଏହି କଥା ଶୁଣି ମୋତେ ସେ ଷଣ୍ଢ ର ଅସଲ ରୂପ ଜଣା ପଡ଼ିଲା। ମନରେ ବାପା ଙ୍କ ପ୍ରତି ରାଗ ଆସିଲା ସଙ୍ଗେ ସଙ୍ଗେ ମୁଁ ବୋଉ କୁ ଡାକି ସବୁ କଥା କହିଲି ଏବଂ ଶଙ୍କର ମଧ୍ୟ ବୋଉ କୁ ଏ ସବୁ କଥା କହିଲା। ବୋଉ ସବୁ କଥା ଜାଣି ବାପା ଆସିଲା ପରେ ସବୁ କଥା କହିଲେ । ବାପା ପ୍ରଥମେ ବିଶ୍ୱାସ କରିଲେ ନାହିଁ କିନ୍ତୁ ବାପାଙ୍କୁ ଦୁହେଁ କହିଲୁ ଏବଂ ଶଙ୍କର ସହିତ ବାପା ପୁଣି କଥା ହେଲେ। ଶଙ୍କର କହିଲା ଆପଣ ପ୍ରମାଣ ପାଇଁ ସେହି ସ୍ଥାନ କୁ ଯାଆନ୍ତୁ ସେଠୀ ତାଙ୍କ ସ୍ତ୍ରୀ ଏବଂ ଝିଅ ରହୁଛନ୍ତି ଭଡ଼ା ନେଇ ରହୁଛନ୍ତି । ତାର ସ୍ତ୍ରୀ ରହୁଥିବା ବଜାର ଉପରେ ବାପାଙ୍କ ସାଙ୍ଗ ରୁହନ୍ତି, ବାପା ତାଙ୍କୁ ଫୋନ୍ କରି ସୂଚନା ବାହାର କରିବାକୁ କହିଲେ । ତାଙ୍କ ସାଙ୍ଗ ମଧ୍ୟ ସେମିତି କହିଲେ ଯେ ସେ ଭଗବାନ ସାର୍ ବିଷୟରେ ଜାଣନ୍ତି ଯେ ସେ ବହୁତ୍ ଖରାପ ଆଉ ଯଦି ପ୍ରମାଣ ଚାହୁଁଛନ୍ତି ତେବେ ମୁଁ କାଲି ଯାଇ ନିଜ ଆଖିରେ ଦେଖି ଆସିବି । ତା ପର ଦିନ ସକାଳ ୮ ଟା ବେଳେ ବାପାଙ୍କ ସାଙ୍ଗ ଫୋନ୍ କରି ସବୁ କଥା କହିଲେ ଏବଂ ସେଠୀ ତା ସ୍ତ୍ରୀ ଏବଂ ଝିଅ ସହିତ ରହୁଛି ବୋଲି କହିଲେ । ବାପା ମୁଣ୍ଡରେ ହାତ ଦେଇ ବସିଗଲେ । ମୁଁ କଣ କରିବାକୁ ଯାଉଥିଲି। ମୋ ଝିଅ ର ଜୀବନ ନଷ୍ଟ କରିବାକୁ ଯାଉଥିଲି । ବାପା ସବୁ ସତ କଥା କହିଲେ । ସେଥିପାଇଁ ସେ ଦିନ ମୋତେ ମଦ ପିଆଇ ଥିଲେ। ସେ ବିବାହ କରିଛି କିନ୍ତୁ ମୋତେ ମିଛ କହିଲେ ଯେ ସେ ଅବିବାହିତ। […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading