ରଫ୍ ପେପର୍ (Rough Paper )…2

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ଘର ବହୁତ୍ ବଡ ଥିଲା । ଅମ୍ବିକା ଘର ର କୋଣ ଅନୁକୋଣ କୁ ଅନେଇବାରେ ବ୍ୟସ୍ତ। ସରିତା ଦେବୀ କହିଲେ। ଗତ ୨୦ ଦିନ ହେବ, ଅନ୍ୟ ଜଣେ ଝିଅ ଟିଏ ରହୁଥିଲା କିନ୍ତୁ ତାର ବିବାହ ଠିକ୍ ହେବା ଯୋଗୁ ସେ ଛାଡ଼ି ଚାଲି ଗଲାଣି । ବର୍ତ୍ତମାନ ମୁଁ ଏକା । ତୁ ଏଠି ଚାକରାଣୀ କି ବାଇ ହିସାବରେ କାମ କରିବୁ ନାହିଁ । ତୁ ମୋ ଝିଅ ହିସାବରେ ରହିବୁ । ଏମିତି ରେ ମୋର କେହି ଝିଅ ନାହାନ୍ତି ।

ମୋର ପୁଅ ର ରୁମ୍ ଖାଲି ପଡ଼ିଛି। ତୁ ସେଠୀ ରହିବୁ । ତୁ ଗୋଟିଏ କାମ କର। ଯାଅ ଗାଧୋଇ ପଡ। ରୋଷେଇ ଘରେ ଖାଇବା ଅଛି। ଖାଇ ନେବୁ ଏବଂ ଅଳ୍ପ ଶୋଇ ପଡ। ଦ୍ୱୀ-ପହରେ ମୁଁ ଆସିବି ଆମେ ଦୁହେଁ ମିଶି ବଜାର ଯିବା । ସେଠାରୁ ତୋ ପାଇଁ କିଛି କପଡା ନେଇ ଆଣିବା ତଥା ମେଡିକାଲ୍ ଯାଇ ଆସିବା ।

ଅମ୍ବିକା, ସରିତା ଦେବୀ ଙ୍କ କଥାରେ ହଁ ଭରି ଗାଧୋଇ ବାକୁ ଚାଲିଗଲା। ସରିତା ଦେବୀ ଅଫିସ ପାଇଁ ବାହାରିଗଲେ ।

ଦ୍ଵୀ-ପହରେ ସରିତା ଦେବୀ ଅମ୍ବିକା କୁ ନେଇ ବଜାର ଗଲେ ଏବଂ ସେଠୁ ଅମ୍ବିକା ପାଇଁ ଡ୍ରେସ ଆଣିବା ସହିତ ଅମ୍ବିକା ର ମେଡିକାଲ୍ ଚେକ୍ ଅପ୍ କରି ଆସିଲେ । ମେଡିକାଲ୍ ଚେକ୍ ଅପ୍ ରୁ ଜଣା ପଡ଼ିଲା ଯେ ତା ସହିତ ବଳାତ୍କାର ଉଦ୍ୟମ ହୋଇଛି। ଦେହରେ କିଛି କ୍ଷତ ଚିହ୍ନ ରୁ ସ୍ପଷ୍ଟ ଜଣା ପଡୁଥାଏ। ମେଡିକାଲ୍ ଚେକ୍ ଅପ୍ ଅନୁସାରେ ସରିତା ଦେବି ପୋଲିସ୍ ପାଖରେ ରିପୋର୍ଟ ଦର୍ଜ କରିଲେ ।

ରିପୋର୍ଟ ର କିଛି ଘଣ୍ଟା ଭିତରେ ପୋଲିସ ଇଟା ଭାଟି ଉପରେ ଚଢ଼ାଉ କରି । ମାଲିକ ର ପୁଅ କୁ ଗିରଫ କରି ଜେଲ କୁ ପଠାଗଲା ଏବଂ ଭାଟି ରେ ଶିଶୁ ଶ୍ରମିକ ତଥା ଅଳ୍ପ ବୟସ୍କ ଝିଅ ମାନଙ୍କୁ ସେଠୁ ବାହାର କରି । ତାଙ୍କୁ ମହିଳା ସହଯୋଗୀ ସଂଗଠନ ରେ ରଖି ସିଲେଇ ତଥା ବ୍ୟାଗ୍ ସିଲେଇ କାମ ଏବଂ ସରକାର ଙ୍କ ଦ୍ଵାରା ଅନ୍ୟ କିଛି କାମ ରେ ଲଗେଇ ଉଚିତ୍ ମୂଲ୍ୟ ଦେବା ସହ ରହିବା ବ୍ୟବସ୍ଥା କରାଗଲା।

ଅମ୍ବିକା ସରିତା ଦେବି ଙ୍କ ପାଖରେ ଝିଅ ଭଳି ସ୍ନେହ ପାଉଥିଲା । ବେଳେ ବେଳେ ସେ ଦୁଃଖୀ ହେଉଥିଲା କିନ୍ତୁ ସରିତା ଦେବି ଙ୍କ ସ୍ଵଭାବ ଏବଂ ଭଲ ପାଇବା ଯୋଗୁ ସେ ନିଜ ଅତୀତ କୁ ଭୁଲି ଯାଉଥିଲା ।

କିନ୍ତୁ “ଭାଗ୍ୟର ଲିଖନ କେ କରିବ ଆନ” ଯାହା ଭାଗ୍ୟରେ ଲେଖା ଅଛି ତାହା ତ ନିଶ୍ଚୟ ଘଟିବ । ଦେଖୁ ଦେଖୁ ୨ ବର୍ଷ ବିତିଗଲା । ସରିତା ଦେବି ଙ୍କ ସ୍ବାମୀ ଅମ୍ବିକା ଘରକୁ ଆସିବାର ବର୍ଷେ ପୂର୍ବରୁ ହୃଦଘାତରେ ସେ ମୃତ୍ୟୁ ବରଣ କରି ସାରିଥିଲେ କିନ୍ତୁ ୨ ବର୍ଷ ପରେ ପୁଅ ଆମେରିକା ରୁ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ଘରକୁ ଫେରିଲା। ପୁଅ ର ଜିଦ୍ ରେ ସରିତା ଦେବି ନିରୁପାୟ ଥିଲେ ଏବଂ ପୁଅ ସହିତ ଆମେରିକା ର ଅଂଗ୍ରେଜି ଝିଅ ତାଙ୍କ ଘରେ ବୋହୂ ଭାବରେ ରହି ଆସିଲା କିନ୍ତୁ ତାହା ମଧ୍ୟ କିଛି ଦିନ ପାଇଁ। ଆମେରିକା ଝିଅ କୁ ସରିତା ଦେବି ଙ୍କ ଘର ଛୋଟ ସହିତ ଏହି ଦେଶ ବେକାର ଲାଗିଲା। ସେଥିପାଇଁ ସେ ସରିତା ଦେବି ଙ୍କ ପୁଅ କୁ ଛାଡ଼ି ଆମେରିକା କୁ ପୁଣି ଫେରିଗଲା। ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ର ଯିବା ଦୁଃଖରେ ମଦ ପିଇ ଦିନ କାଟୁ ଥାଏ ।

ଦେଖୁ ଦେଖୁ ୧୦ ଦିନ ବିତିଗଲା। ଦିନେ ପୁଅ ରାତିରେ ମଦ ପିଇ ଘରେ ପହଞ୍ଚିଲା । ସେଦିନ ଅମ୍ବିକା ଘରେ ଏକା ଥାଏ। ସରିତା ଦେବୀ କିଛି ଅଫିସ୍ କାମ ପାଇଁ ଅନ୍ୟ ସହରକୁ ଯାଇ ଥାନ୍ତି । ସେଦିନ ଅଦିନିଆ ମେଘ ଭଳି ଦୁର୍ବ୍ୟବହାର ରୂପରେ ଅମ୍ବିକା ସହିତ ପୁଣି ବଳାତ୍କାର ହେଲା। ସେ ବିରୋଧ କରିଲେ ମଧ୍ୟ ତାର ଦୁଃଖ ଏବଂ ଚିତ୍କାର କେହି ଶୁଣିବାକୁ ନଥିଲେ। ଏପଟେ ଏ ଘଞ୍ଚ ଅରଣ୍ୟ ମୟ ଦୁନିଆ ରେ ସେ ଏକା । ସରିତା ଦେବୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସେ ଭାବିଲା ଯେ ତାଙ୍କ ପୁଅ ର ଖରାପ କାମ ବିଷୟରେ ସେ ସରିତା ଦେବି ଙ୍କୁ କହିବାକୁ ଚେଷ୍ଟା କରିଥିଲା କିନ୍ତୁ ପର ଦିନ ସକାଳେ ସରିତା ଦେବି ଙ୍କ ପୁଅ ଅମ୍ବିକା ର ଗୋଡ଼ ତଳେ ପଡି କ୍ଷମା ପ୍ରାର୍ଥନା କରିଲା ଯେ ସେ ମଦ ନିଶାରେ ଏମିତି କରିଛି । ଅମ୍ବିକା ସରିତା ଦେବି ଙ୍କ ପୁଅ ର ଅନୁରୋଧ ରକ୍ଷା କରି ସରିତା ଦେବି କୁ କିଛି କହିଲା ନାହିଁ । ତା ଉପରେ ହୋଇଥିବା ଅତ୍ୟାଚାର କୁ ଆଖି ଲୁହ ସହିତ ଚୁପ୍ ଚାପ୍ ସହି ଗଲା ।

ଏମିତି ପୁଣି ଦିନେ ସରିତା ଦେବି ଙ୍କ ପୁଅ ମଦ ପିଇ ଘରେ ପହଞ୍ଚିଲା । ଅମ୍ବିକା ଷ୍ଟୋର ରୁମ ର ପାଖ ରୁମ୍ ରେ ଶୋଇ ଥାଏ । ସେଦିନ ସେ ପୁଣି ବଳାତ୍କାର ର ଶିକାର ହେଲା । ଚିତ୍କାର କରି କହିବାକୁ ଚାହୁଁଥିଲେ ମଧ୍ୟ ସେ ନିରୁପାୟ ଥିଲା କାରଣ ହାତ ଏବଂ ମୁହଁରେ ପଟି ବନ୍ଧା ଯାଇଥିଲା। ସେଦିନ ରାତି ସାରା ସେ ବଳାତ୍କାର ର ଶିକାର ହେଲା ଏବଂ ପୁଅ ର ଧମକ ଥିଲା ଯେ ଏହି କଥା ମା ପାଖରେ ଯଦି ପହଞ୍ଚିବ ତେବେ ତୋତେ ଜୀବନରେ ମାରି ଦେବୀ ।

ସେ ପୁଣି ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ସରିତା ଦେବୀ ଙ୍କୁ କହିବାକୁ ସାହସ କରି ପାରିଲା ନାହିଁ । ନିଜ ଜିବନ ହରେଇବାର ଭୟ ଅମ୍ବିକା ପାଖରେ ନଥିଲା । ଭୟ ଥିଲା ଯେ କାଳେ ସରିତା ଦେବି ତା ଉପରେ ଅବିଶ୍ବାସ କରିବେ । ଏତେ ଦିନ ହେଲା ଗୋଟିଏ ଛୋଟ ଜାତିର ଝିଅ କୁ ବଡ ଘରେ ଝିଅ ର ସ୍ଥାନ ପାଇ ସେ ତାଙ୍କ ପୁଅ ଉପରେ ଦୋଷ ଦେବା କଥା କାଳେ ସେ ବିଶ୍ୱାସ କରି ନ ପାରନ୍ତି। ସେ ଭୟ ଅମ୍ବିକା କୁ ଘାରୁ ଥାଏ ।

କିନ୍ତୁ ସେତିକି ନଥିଲା ତାର କିଛି ଦିନ ପରେ ଅମ୍ବିକା ପୁଣି ବଳାତ୍କାର ର ଶିକାର ହେବାକୁ ଯାଉଥିଲା କିନ୍ତୁ ସେଦିନ ସେ ସରିତା ଦେବୀ ଙ୍କ ପୁଅ କବଳରୁ ଖସି ଘରୁ ବାହାରି ଆସିଲା । ଅମ୍ବିକା ମନରେ ଡର ଥିଲା ଯେ ଏଠି ଯଦି ରହିବି ତେବେ ଏହି ରାକ୍ଷସ ମୋର ପ୍ରତି ସମୟରେ ମୋତେ ଚିଲ, ଶାର୍ଗୁଣା ଭଳି ମୋ ରକ୍ତ ମାଂସ ଖାଇ ଚାଲିଥିବ। ତା ଅପେକ୍ଷା ମୁଁ ଏଇ ନର୍କ କୁ ତ୍ୟାଗ କରି ଚାଲି ଯିବା ଭଲ ।

କ୍ରମଶଃ ….

ସେୟାର କରିବାକୁ ଅନୁରୋଧ

Read in English

If the contents are helpful to share them with your friends, Thanking You.

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading