![]() |
| ରଫ୍ ପେପର୍ (Rough Paper )…1 |
ସେଦିନ ସରିତା ଦେବୀ ଅଫିସ ଯିବା ପାଇଁ ନିଜ କାର୍ ରେ ବସିବା ପୂର୍ବରୁ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା । ରାସ୍ତା କଡ଼ରେ ଠିଆ ହୋଇ ଥିବା ଗୋଟିଏ ସୁନ୍ଦର ଝିଅ ଉପରେ । ସେତେବେଳେ ସେ ଝିଅଟି ନିଜର ଚିରା ଡ୍ରେସ କୁ ବାମ ହାତରେ ଘୋଡେ଼ଇ ଡାହାଣ ହାତରେ ଭିକ ସ୍ବରୂପ ହାତ ପାତୀ ଥାଏ । ବୟସ ପାଖାପାଖି ୧୨ ବର୍ଷ । ଅର୍ଦ୍ଧ ଧୂସର ଚେହେରା ରେ ଲୁହ ରେ ସୁଖିଥିବା ଆଖି ଦୁଇଟି ସତରେ କିଛି ପାଇବା ଆଶାରେ ଗୁହାରି କରୁଥାଏ ।
ସରିତା ଦେବୀ ସେ ଘରେ ପ୍ରାୟ ୩୦ ବର୍ଷ ହେବ ରହି ଆସିଲେଣି। ସେ ବର୍ତ୍ତମାନ ତହସିଲଦାର ଭାବେ କାର୍ଯ୍ୟରତ। ସେ ଆଜି ପ୍ରଥମ ଥର ପାଇଁ ଦେଖିଲେ ଯେ ତାଙ୍କ ଦ୍ଵାର ସମ୍ମୁଖରେ କେହି ଜଣେ ଝିଅ ଭିକ ମାଗୁଛି । ତାଙ୍କୁ ଆଶ୍ଚର୍ଯ୍ୟ ମନେ ହେଲା।
ସେ କାର୍ ର କବାଟ କୁ ବନ୍ଦ କରି ପହଞ୍ଚିଲେ ସେ ଝିଅ ପାଖରେ। ସରିତା ଦେବୀ କୁ ଦେଖି ଝିଅ ଟି କହିଲା ମା କିଛି ପଇସା ଦେବ ? କାଲି ରାତିରୁ କିଛି ଖାଇନି ??? ସରିତା ଦେବୀ ପଚାରିଲେ ଝିଅ ତୁମ ନାମ କଣ ?? ଉତ୍ତର ରେ ଜବାବ ମିଳିଲା ମା, ମୋର ନାମ ଅମ୍ବିକା । ସରିତା ଦେବୀ ପୁଣି ପଚାରିଲେ, ଏହି ସ୍ଥାନରେ ତୁମକୁ ମୁଁ ପ୍ରଥମ କରି ଦେଖିଲି ?? ତୁମେ କୋଉଠୁ ଆସିଛ?? ଏବଂ ତୁମ ଡ୍ରେସ ଚିରା ହୋଇଛି କଣ ପାଇଁ?? ଏତିକି ପ୍ରଶ୍ନ ପରେ ଅମ୍ବିକା ଆଖିରୁ ଲୁହ ର ସୁଅ ଛୁଟିବାକୁ ଲାଗିଲା ।
ସରିତା ଦେବୀ ନିଜ ରୁମାଲ ରେ ଅମ୍ବିକା ର ଲୁହ କୁ ପୋଛି ପଚାରିଲେ କଣ ହେଲା??
କାନ୍ଦୁଛ କାହିଁକି?? କୁହ ମତେ?? କିଛି ଅସୁବିଧା ଅଛି କି? ଅମ୍ବିକା କହିଲା ନାହିଁ ମା??
ସରିତା ଦେବୀ ପୁଣି କହିଲେ, ମୋତେ ନିଜ ସାଙ୍ଗ ଭାବି କୁହ?? ଯଦି କିଛି ଅସୁବିଧା ଅଛି ତେବେ ନିଶ୍ଚୟ ସମାଧାନ କରିବି ।
ଅମ୍ବିକା କହିଲା ଏମିତି ମୋ ମା କଥା ମନେ ପଡିଗଲା ତ ସେଥିପାଇଁ??
ସରିତା ଦେବୀ ପୁଣି ପ୍ରଶ୍ନ କରିଲେ? ତମେ କୋଉଠୁ ଆସିଛ କୁହ? ତୁମ ନିଜ ଘର କୋଉଠି? ତୁମକୁ ସେଠୀ ନେଇ ଛାଡ଼ି ଆସିବି ଏବଂ ତମକୁ ଖାଇବାକୁ ମଧ୍ୟ ଦେବୀ କିନ୍ତୁ ମୋତେ ସତ କହିବାକୁ ପଡ଼ିବ??
ଅମ୍ବିକା ର ସରିତା ଦେବି ଙ୍କ ଆଖିରେ ବିଶ୍ୱାସ ର ଆଲୋକ ଦେଖିବାକୁ ପାଇଲା । ସେ ସରିତା ଦେବି କୁ ସବୁ ସତ କଥା କହିବାକୁ ଲାଗିଲା । ଏପଟେ ଆଖିରୁ ଲୁହ ବହି ଯାଉଥାଏ। ଅମ୍ବିକା କହିଲା ଆମ ଗାଁ ହେଉଛି ମଞ୍ଜରା । ଏଠୁ ବହୁତ୍ ଦୂର? ବାପା, ମା ସହିତ ମୁଁ ଏଠି ୫ କିମି ହେବ ଦୂରରେ ଗୋଟିଏ ଇଟା ଭାଟି ରେ କାମ କରିବାକୁ ଆସିଥିଲୁ?? । ଆସିବାର ପ୍ରାୟ ୪ ମାସ ପରେ ଇଟା ଭାଟି ମାଲିକ ମା କୁ କହିଲେ ଅନ୍ୟ ଏକ ଇଟାଭାଟି ରେ ଲୋକ ଦରକାର ଏବଂ ସେଠୀ ତମେ ଯିବାକୁ ହେବ?? କିନ୍ତୁ ମା ମନା କରିଲେ। ସେଦିନ ରାତିରେ ବାପା ମଦ ପିଇ ଆସିଲେ ଏବଂ ମା ଙ୍କୁ ଗାଳି ଗୁଲଜ କରିବା ସହିତ ମାଡ ମାରିଲେ । ମା ମୋତେ କୋଳେଇ ନେଇ ଚୁପ୍ ଚାପ୍ ଶୋଇ ଗଲେ କିନ୍ତୁ ରାତି ୧୨ ଟା ପାଖାପାଖି ୪ଟି ଲୋକ ଆସି କବାଟ ପିଟିଲେ ଏବଂ ବାପା ଙ୍କୁ ଗୋଟିଏ ଟଙ୍କା ବ୍ୟାଗ୍ ହାତରେ ଦେଇ ମା ଙ୍କୁ ଟାଣି ନେଇ ଗଲେ। ମା ମନା କରିବା ପରେ ବାପା ସେମାନଙ୍କୁ ଅଟକାଇଲେ ନାହିଁ। ମା ବାରମ୍ଵାର କହୁଥାଏ ମୋ ଝିଅକୁ ମୋ ସହିତ ଆସିବାକୁ ଦିଅ ?? କିନ୍ତୁ ସେମାନେ ମା ଙ୍କ କଥା କିଛି ଶୁଣିଲେ ନାହିଁ?
ଏପଟେ ମୋତେ ବାପା ଟାଣି ଆଣି କବାଟ କିଳୀ ଚୁପ୍ ରହିଗଲେ । ମୁଁ ବାପା ଙ୍କୁ ପ୍ରତିଦିନ କହେ, ମୁଁ ମା ପାଖକୁ ଯିବି କିନ୍ତୁ ସେ ମୋ ଉପରେ ରାଗି ମୋତେ ମାଡ ମାରନ୍ତି ଏବଂ କୁହନ୍ତି ତୋ ମା ଆଉ କେବେ ଆସିବ ନାହିଁ। ତୁ ଚୁପ୍ ଚାପ୍ କାମ କରେ ଯାହା ପଇସା ଆଣିବୁ ସବୁ ମୋତେ ଦେବୁ ଏବଂ ସେମିତି କରୁଥିଲି। ବାପା କାମ କମ୍ ମଦ ପିଇ ତାଙ୍କ ଦିନ ବିତି ଯାଉଥିଲା ।
ସେ ଘଟଣା ର ପାଖାପାଖି ଦେଢ଼ ମାସ ହେବ । ହଠାତ୍ ଖବର ମିଳିଲା ଯେ ବାପା ମଦ ନିଶାରେ ଭାଟି ପାଖ କୂଅରେ ପଡ଼ି ତାଙ୍କର ପ୍ରାଣ ଚାଲି ଯାଇଛି। ସେଦିନ ଠାରୁ ମୁଁ ଏକା ହୋଇଗଲି। ପ୍ରତିଦିନ କାମ କରିବାକୁ ଯାଏ। ଏମିତି ଚାଲିଲା ୨୦ ରୁ ୨୫ ଦିନ। ଦିନେ ଭାଟି ମାଲିକ ର ପୁଅ ମୋତେ କାମ କରିବା ସମୟରେ ଆସି ମୋ ସହିତ ଦୁର୍ବ୍ୟବହାର କରିଲା । ମୁଁ ବିରୋଧ କରିବା ପରେ ସେ ମୋତେ ଉଠେଇ ନେଇ ବଳାତ୍କାର କରିବାକୁ ଚେଷ୍ଟା କରିଲା କିନ୍ତୁ ପାଖରେ ଅନ୍ୟ ଲୋକମାନେ ଥିଲେ ସେମାନଙ୍କ ଯୋଗୁ ମୁଁ ବଞ୍ଚିଗଲି କିନ୍ତୁ ସେଦିନ ରାତିରେ ସେ ପୁଣି ମୋ କୁଡିଆ କୁ ପଶି ଆସିଲା । ମଦ ନିଶାରେ ମୋତେ ବଳାତ୍କାର କରିଲା । ମୁଁ ନିରୁପାୟ ହୋଇଗଲି କିନ୍ତୁ ମୁଁ ହାର ମାନିଲି ନାହିଁ । ହଠାତ୍ ମୋ ହାତରେ ତଳେ ପଡ଼ିଥିବା ରସ ବାଲଟି ଉଠେଇ ତା ମୁଣ୍ଡରେ ପ୍ରହାର କରିଲି। ସେଠୀ ସେ ରକ୍ତ ଯୁଡୁବୁଡୁ ହୋଇ ଚିତ୍କାର କରିଲା । ତାର ରକ୍ତ ଦେଖି ମୁଁ ଡରରେ ସେଠୁ ଦଉଡ଼ି ଆସିଲି । ଗତ ରାତିରୁ ଚାଲି ଚାଲି ଆସି ଏଠି ପହଞ୍ଚିଲି । ଏଠି ଏହି ଘର ପାଖେ ଶୋଇଥିଲି। ସକାଳୁ ଏ ଘର ର ଗାର୍ଡ ଆସି ମୋତେ ଉଠେଇଲେ। ମୁଁ ଡରରେ ଦୂରେଇ ଗଲି । ତାଙ୍କୁ ଗୁହାରି କରିଲି । ଆଜ୍ଞା ମୋତେ କିଛି ଖାଇବାକୁ ଦିଅ କିନ୍ତୁ ସେ ମୋତେ କିଛି ନାହିଁ ବୋଲି କହିବା ପରେ ମୁଁ ଦୌଡ଼ି ଗଲି ଅଳ୍ପ ଦୂରକୁ କିନ୍ତୁ ଏବେ ସେ ଗାର୍ଡ ନାହିଁ। ସେଥିପାଇଁ ଆପଣଙ୍କୁ ଦେଖି ଏଠି ଆସିଲି ।
ଏତିକି କହିଲା ବେଳକୁ ଅମ୍ବିକା ର ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ଏତିକି ଶୁଣି ସରିତା ଦେବୀ ଅମ୍ବିକା କୁ କୋଳେଇ ନେଇ କହିଲେ ‘ ତୁ ମୋ ପାଖରେ ରହିବୁ କି ? ‘ ଅମ୍ବିକା ର ଓଠରେ ହସ ଆସିଗଲା । ସରିତା ଦେବୀ କହିଲେ । ତୁ ଯେମିତି ଏକା ମୁଁ ମଧ୍ୟ ୧୨ ବର୍ଷ ବୟସ ସମୟରେ ବାପା, ମା ମୋତେ ଛାଡ଼ି ଆର ପାରି କୁ ଚାଲି ଯାଇଥିଲେ। ହଉ ଶୁଣ ତୁ ଆଜିଠୁ ମୋ ଘରେ ରହିବୁ ଏବଂ ମୋ ସହିତ ମୋ ଘର କାମରେ ମୋତେ ସାହାଯ୍ୟ କରିବୁ । ମୋ ପୁଅ ଇଞ୍ଜିନିୟର, ସେ ଆମେରିକା ରେ ରହେ। ତେବେ ତୁ ମୋ ସହିତ ରହିବୁ ତ ?? ଅମ୍ବିକା ଅଳ୍ପ ମୁଣ୍ଡ କୁ ଉଠେଇ ଚୁପ୍ ରହିଲା?? ସରିତା ଦେବୀ କହିଲେ କଣ ଭାବୁଛୁ ?? ଚାଲ ମୋ ସହିତ, କହି ଅମ୍ବିକା କୁ ଟାଣି ନେଇଗଲେ ଘରକୁ। କ୍ରମଶଃ …
If the contents are helpful so share them with your friends, Thanking You


5 Responses
[…] ରଫ୍ ପେପର୍ (Rough Paper )…1 […]
[…] Blog Long Story 26th Aug 202128th Sep 2022 1 Minute ପ୍ରଥମ ଭାଗ Read in […]
[…] She is about 12 years old. Tears welled up in her half-gray face, and she hopes for some food. Read in Odia Sarita Devi has been living in her house for about 30 years. She is currently a Tahsildar. For the […]
[…] Bhuyansblog(Admin) 3 Comments ପ୍ରଥମ ଭାଗ Read in […]
Great!!! Thank you for sharing this details. If you need some information about Car Purchase than have a look here QH8