ରଫ୍ ପେପର୍ (Rough Paper )…3

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ଦ୍ଵିତୀୟ ପୃଷ୍ଠା

Read in English

ଏଠି ଅମ୍ବିକା ଦୁନିଆ ଆଗରେ ଏକ ରାକ୍ଷସ ମାନଙ୍କ ଭୋଜନ ହୋଇ ସାରିଥିଲା । ସେ ଘର ଛାଡ଼ି ପହଞ୍ଚିଲା ବହୁ ଦୂରରେ କିନ୍ତୁ ସେ ପୁଣି ଗଣ ଧର୍ଷଣ ର ଶିକାର ହେଲା । ଅଧମରା ଅବସ୍ଥାରେ ସେମାନେ ଅମ୍ବିକା କୁ ପାଖ ନଦୀ କୂଳରେ ଫୋପାଡି ଦେଇ ଆସିଲେ । ଅର୍ଦ୍ଧ ରାତିରେ ବିଲୁଆ ତଥା ନଦୀ କୁମ୍ଭୀର ର ଶିକାର ହୋଇ ତାର ଶରୀର ବିଖଣ୍ଡିତ ଅବସ୍ଥାରେ ସକାଳେ ପାଖ ରାସ୍ତା ଦେଇ ଯାଉଥିବା ପଥିକ ମାନଙ୍କ ଆଖିରେ ପଡ଼ିଲା । ଖବର କାଗଜ ତଥା ଟିଭି ଚ୍ୟାନେଲ ଇତ୍ୟାଦି ସଙ୍ଗେ ସଙ୍ଗେ ସେଠୀ ପହଞ୍ଚି ଗଲେ ।

ସେପଟେ ସରିତା ଦେବି ଙ୍କ ଘରେ ତାଙ୍କ ପୁଅ ମିଛ ଆରୋପ ଦେଇ କିଛି ଅଳଙ୍କାର ତଥା ଟଙ୍କା ଲୁଚେଇ ଅମ୍ବିକା ଚୋରି କରି ନେଇ ଯାଇଛି ବୋଲି ସରିତା ଦେବି ଙ୍କୁ କହିଲେ କିନ୍ତୁ ସରିତା ଦେବି ଏହି କଥା କୁ ବିଶ୍ୱାସ କରିଲେ ନାହିଁ। ସେ ପୋଲିସ କୁ ଖବର ଦେଲେ । ପୋଲିସ ଗୋଟିଏ ଦିନ ପରେ ଅମ୍ବିକା ର କ୍ଷତ ବିକ୍ଷତ ମର ଶରୀର ନଦୀ କୂଳରେ ପଡ଼ିଛି ବୋଲି ଖବର ଦେଲା।

ସରିତା ଦେବୀ ନଦୀ କୂଳରେ ପହଞ୍ଚିଲେ ଏବଂ ଅମ୍ବିକାକୁ ନିଜ ଝିଅ ର ପରିଚୟ ଦେଇ ତାକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଲେ । ପୋଷ୍ଟ ମର୍ଟମ୍ ରିପୋର୍ଟ୍ ରେ ଜଣା ପଡ଼ିଲା ଯେ ପ୍ରାୟ ୩ ରୁ ୪ ଜଣ ବ୍ୟକ୍ତି ତାକୁ ବଳାତ୍କାର କରିଛନ୍ତି ଏବଂ ଡାକ୍ତର କହିବା ଅନୁସାରେ ସେ ବଳାତ୍କାର ର ଶିକାର ଦଶ ଘଣ୍ଟା ପୂର୍ବରୁ ହୋଇ ସାରିଥିଲା କିନ୍ତୁ ସେ ଜୀବିତ ଥିଲା ରିପୋର୍ଟ ଅନୁସାରେ ତାର ମୃତ୍ୟୁ କେବଳ ଛଅ ଘଣ୍ଟା ପୂର୍ବରୁ ହୋଇଛି ।

ମର ଶରୀର କୁ ସରିତା ଦେବୀ ଗ୍ରହଣ କରି ତାକୁ ସମ୍ମାନ ପୂର୍ବକ ଦାହ ସଂସ୍କାର କରିଲେ । ଅମ୍ବିକା ର ମୃତ୍ୟୁ ପାଇଁ ସରିତା ଦେବି ନିଜକୁ ଦୋଷ ଦେଇ ଭୋକ ଉପାସରେ ଦିନ କାଟୁ ଥାନ୍ତି । କିଛି ମାସ ପରେ ସରିତା ଦେବୀ ତହସିଲଦାର ପଦରୁ ଅବସର ନେଲେ କାରଣ ସେ ଅମ୍ବିକା କୁ ଝିଅ ରୂପରେ ପାଇଥିଲେ । ପୋଲିସ ତଦନ୍ତ ରେ ଜଣା ପଡିଲା ଯେ ସେ କୌଣସି ଟଙ୍କା କିମ୍ବା ସୁନା ଘଟଣା ସ୍ଥଳରୁ ପାଇ ନାହାନ୍ତି ଏବଂ ପ୍ରାଥମିକ ରିପୋର୍ଟ ଅନୁସାରେ ସେହି ନଦୀ ପାଖ ଗ୍ରାମ ର କିଛି ଲୋକଙ୍କୁ ଜେରା କରି ପଚରା ଉଚରା କରାଗଲା କିନ୍ତୁ ପ୍ରକୃତ ଦୋଷୀ କୁ ପୋଲିସ ପାଇ ପାରିଲା ନାହିଁ । ସରିତା ଦେବୀ ଙ୍କ ଅନୁମତି କ୍ରମେ କେସ ଫାଇଲ କୁ ବନ୍ଦ କରାଗଲା ।

କିନ୍ତୁ ଅମ୍ବିକା ସହିତ ଘଟିଥିବା ଦୁଷ୍କର୍ମ ର ଦୋଷୀ ଏବେ ମଧ୍ୟ ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି। କଣ ପ୍ରକୃତରେ ଅମ୍ବିକା ଝିଅ ରୂପରେ ଜନ୍ମ ନେଇ ଏ ଦୁନିଆ କୁ ଆସିବା ଭୁଲ ଥିଲା ?? ଅବା ତାର ଗରିବତ୍ଵ ପାଇଁ ତାର ଏ ଅବସ୍ଥା ହେଲା ଅବା ଆଉ କଣ କାରଣ ଅଛି ?? ଏକ ସୁନାର ସଂସାର ଉପରେ ଏହି କଳିଯୁଗ ର ରାକ୍ଷସ ମାନଙ୍କ ଖରାପ ନଜର ରୁ ସେମାନେ ବଞ୍ଚି ପାରିଲେ ନାହିଁ । ଏମିତି ବହୁତ୍ ପ୍ରଶ୍ନ ?? ସରିତା ଦେବୀ ଙ୍କ ମନରେ ଉଙ୍କି ମାରୁ ଥାଏ ।

ଅମ୍ବିକା ମୃତ୍ୟୁ ର ୪ ବର୍ଷ ବିତିଗଲାଣି । ସେତେବେଳେ ତାଙ୍କ ପୁଅ ଘର ଛାଡ଼ି ଆମେରିକା ରେ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହ ରହି ଆସୁଥିଲା। ଦିନେ ସରିତା ଦେବୀ ଘର ର ବାଲକୋନୀ ରେ ଏକା ବସି ଥାନ୍ତି । ନିଜେ ଭାବି ଭାବି ଦୁଃଖ ଅନୁଭବ କରୁଥିଲେ । ଆଖିରୁ ତାଙ୍କର ଲୁହ ବହି ଯାଉଥିଲା। ସରିତା ଦେବୀ ଙ୍କ ପୁଅ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସହିତ ଆମେରିକା ରେ ରହୁଛି ବୋଲି ତାଙ୍କର ଦୁଃଖ ନ ଥିଲା । ଦୁଃଖ ଥିଲା କେବଳ ଅମ୍ବିକା କୁ ନ୍ୟାୟ ମିଳିଲା ନାହିଁ ।

ଠିକ୍ ଏତିକିବେଳେ ସତରେ ଯେମିତି ସରିତା ଦେବୀଙ୍କ ମନ କଥା ଭଗବାନ ଶୁଣିଲେ । ହଠାତ୍ ଗେଟ୍ ବାହାରେ କବାଡି ବାଲା ଆସି ପଚାରିଲା ଯେ ଆଜ୍ଞା ମେଡମ୍ କିଛି ଲୁହା ଏବଂ ପୁରୁଣା ଖବର କାଗଜ ଅଛି କି?? ସରିତା ଦେବୀ କବାଡି ବାଲା କୁ ଦେଖି କହିଲେ ହଁ ହଁ, ରୁହ ମୋର ଷ୍ଟୋର ରୁମ୍ ରେ କିଛି ଖବର କାଗଜ ଅଛି ତାକୁ ନେଇ ଆସୁଛି। ସରିତା ଦେବୀ ପ୍ରତ୍ୟେକ ଦିନ ଖବର କାଗଜ ପଢନ୍ତି। ସେ ଖବର କାଗଜ କୁ ଷ୍ଟୋର ରୁମ ରେ ରଖି ଥାନ୍ତି। ସେ ଚିନ୍ତା କରିଲେ ଯେ ଏହି ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଅଛି ସବୁ ଦେଇ ଦେବୀ। ସରିତା ଦେବୀ କବାଡି ବାଲା କୁ ଘରକୁ ଡାକି ଆଣିଲେ ଏବଂ ଷ୍ଟୋର ରୁମ୍ ରେ ଯେତେ ଖବର କାଗଜ ଥିଲା ସବୁ ବାହାର କରିଲେ କିନ୍ତୁ ସରିତା ଦେବୀ ପ୍ରତିଟି କାଗଜ କୁ ଦେଖି କବାଡି ବାଲା କୁ ଦେଉଥିଲେ । କାରଣ କାଳେ ତାଙ୍କର ପଢ଼ିବା ପୁସ୍ତକ ସେହି ମଧ୍ୟରେ ଚାଲି ନ ଯାଉ । ପ୍ରାୟ ଅଧ ଘଣ୍ଟା ର ପରିଶ୍ରମ ପରେ ଷ୍ଟୋର ରୁମ ଖବର କାଗଜ ଲୀନ ହୋଇଗଲା ଏବଂ କବାଡି ବାଲା ଖବର କାଗଜ ବଦଳରେ କିଛି ଟଙ୍କା ଦେବାକୁ କହିଲା କିନ୍ତୁ ସରିତା ଦେବି କହିଲେ ଯେ ଏହି ଟଙ୍କା ମୋତେ ଦେବା ବଦଳରେ ସେହି ଟଙ୍କାରେ ନିଜ ଛୁଆ ମାନଙ୍କ ପାଇଁ ଯାହା ସମ୍ଭବ ଜିନିଷ ନେଇ କରି ଯିବ । କବାଡି ବାଲା ମୁଖରେ ଖୁସିର ଲହରୀ ଖେଳି ଗଲା ଏବଂ ସରିତା ଦେବି କୁ ଧନ୍ୟବାଦ ଦେଇ ଚାଲିଗଲା।

ସରିତା ଦେବୀ ଷ୍ଟୋର ରୁମ କୁ ତାଲା ପକେଇ ବାକୁ ଗଲା ବେଳେ ହଠାତ୍ ତାଙ୍କ ନଜର ଯାଇ ପଡ଼ିଲା ଝରକା କୋଣରେ ଖୁଞ୍ଚା ହୋଇଥିବା ଗୋଟିଏ ପେପର୍ ଉପରେ। ଲାଗୁଥିଲା କୌଣସି ରଫ ଖାତାର ଶେଷ ପୃଷ୍ଠା ଭଳି। ପେପର୍ ଟି ଭାଙ୍ଗ ହୋଇ ଥିବା ଅବସ୍ଥାରେ ପାଇଲେ ।

ସେ ରଫ୍ ପେପର୍ ରେ କିଛି ଶବ୍ଦ ଲେଖାଥିଲା । ସେହି ଶବ୍ଦ ସରିତା ଦେବି ଙ୍କ ମନକୁ ବହୁତ୍ କଷ୍ଟ ଦେଲା ଏବଂ ତାଙ୍କ ପାଦ ତଳୁ ମାଟି ଖସିଗଲା । ତାଙ୍କର ମଥା ଘୂରିଗଲା । କାନ୍ଥ ର ଭରସାରେ ଷ୍ଟୋର ରୁମ ବାହାରକୁ ଆସି ସୋଫା ଉପରେ କେମିତି ବସିଗଲେ ସେ ଜାଣି ପାରିଲେ ନାହିଁ । ସେ ରଫ୍ ପେପର୍ କୁ ଛାତିରେ ରଖି ବହୁତ୍ କାନ୍ଦିଲେ । ଏମିତି କି ଛୋଟ ପିଲା ଭଳି ତଳେ ଗଡି ହାତକୁ ପିଟି ନିଜ ହାତକୁ କଷ୍ଟ ଦେଇ କାନ୍ଦିବାକୁ ଲାଗିଲେ ।

ସେ ଜାଣି ପାରିଲେ ଯେ ସେ ଅକ୍ଷର ହେଉଛି ଅମ୍ବିକା ର । ଅମ୍ବିକା ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି ସତ କିନ୍ତୁ ତାର ଅକ୍ଷର ଯେମିତି କମ୍ପ୍ୟୁଟର ଲେଖନୀ ଭଳି। ସେ ଲେଖିବାକୁ ଭଲ ପାଏ । ତାର ଅକ୍ଷର ଦେଖି ସରିତା ଦେବି ତାକୁ ଆଗକୁ ପଢ଼ିବାକୁ କହି ଥିଲେ କିନ୍ତୁ ଅମ୍ବିକା ମନା କରି କହିଥିଲା ଯେ ନାହିଁ ମା, ମୁଁ ଆପଣଙ୍କ ଝିଅ ରୂପରେ ସବୁ ଦିନ ରହିବାକୁ ଚାହୁଁଚି । ମୁଁ ପାଠ ପଢିବି ନାହିଁ ।

କିନ୍ତୁ ଅମ୍ବିକା ସରିତା ଦେବୀ କୁ ଗୋଟିଏ ରଫ୍ ଖାତା ମାଗିଥିଲା । ସେ ରଫ୍ ଖାତା କେବଳ ସଉଦା ଆଣିବା ପାଇଁ ଅମ୍ବିକା ବେଳେ ବେଳେ ଖଣ୍ଡିଏ ଖଣ୍ଡିଏ ପେପର୍ ଚିରି ସଉଦା ଲେଖି ଦିଏ ଏବଂ ଗାର୍ଡ ସଉଦା ଆଣି ପହଞ୍ଚାଇ ଦେଉଥିଲେ କିନ୍ତୁ ସେ ରଫ୍ ଖାତାର ଶେଷ ପୃଷ୍ଠା ର ପେପର୍ ରେ ସେହି ଶବ୍ଦ ସତରେ ଅମ୍ବିକା କୁ ନ୍ୟାୟ ଦେବା ପାଇଁ ସାହାଯ୍ୟ କରିଲା।

ସେହି ଶବ୍ଦ ଥିଲା…. କ୍ରମଶଃ ….

ସେୟାର କରିବାକୁ ଅନୁରୋଧ

If the contents are helpful to share them with your friends, Thanking You.

4 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading