ଅଧା ଗଢ଼ା ସମ୍ପର୍କ2

ଅଧା ଗଢ଼ା ସମ୍ପର୍କ 2,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ଦ୍ଵିତୀୟ

ମୁକେଶ ପଚାରିଲା କଣ ହେଲା କି ? ଏବେ ତ ସବୁ ଠିକ୍ ହୋଇ ଯାଇଥିଲା । ମଳୟ କହିଲା କଣ ଠିକ୍ ରେ ?? ମୋ ମା ତ ମୋ ଜନ୍ମ ପରେ ଛାଡ଼ି ଚାଲିଗଲା । ବାପା ସାବତ ମା କୁ ଘରକୁ ଆଣିଲେ । ମୁଁ ପିଲା ଦିନୁ ମାମୁ ଘରେ ରହି ବଡ ହୋଇଛି। କାଲି ଯେତେବେଳେ ମୁଁ ଘରେ ପହଞ୍ଚିଲି ।

ମୋ ସାବତ ମା, ମୋତେ ଯେମିତି ସନ୍ଦେହ ନଜର ରେ ଦେଖୁଥିଲେ। ମୋ ଭଉଣୀ ରୂପା ଆଉ ସାନ ଭାଇ ରୀଙ୍କୁ ମୋତେ ଯେମିତି ପର ଲୋକ ଭଳି ବ୍ୟବହାର କରିଲେ। ମୋତେ ଅଣ ନିଃଶ୍ୱାସି ଅନୁଭବ ହେଲା। ଏପଟେ ବାପା ମଧ୍ୟ ଦେଖାଣିଆ ହୋଇ ପଚାରିଲେ । ତାଙ୍କ ବ୍ୟବହାର ମୋତେ ବହୁତ୍ କଷ୍ଟ ଦେଲା। କଣ କରିବି ? ତୋର ଅନୁରୋଧ ରେ ସିନା ଆସିଲି । କିନ୍ତୁ ଭାବୁଛି ଆଜି ସନ୍ଧ୍ୟାରେ ଫେରିଯିବି।

ମୁକେଶ, ଆରେ ସେମାନଙ୍କ କଥା ଛାଡ । ତୋର ଛୁଟି ଆଉ ଚାରି ଦିନ ବାକି ଅଛି । ତୁ ଏଠି ତିନି ଦିନ ରହି ଯାଆ । ଏଠି କଣ ଅସୁବିଧା ଅଛି କି ?? ଠିକ୍ ସେତିକିବେଳେ ସୁଜାତା ସହିତ ପ୍ରିୟଙ୍କା ଆସି ପହଞ୍ଚିଲେ । ସୁଜାତା ପଚାରିଲା କଣ ମଳୟ ଆଜି ଏତେ ଶୀଘ୍ର ନିଦ ଭାଙ୍ଗି ଗଲାଣି । ମଳୟ କହିଲା, ଭାବୁଛି ଆଜି ଦିଲ୍ଲୀ ଫେରିଯିବି । ଏତିକି ଶୁଣି ସୁଜାତା ମଳୟ ପାଖରେ ବସିଲେ ଏବଂ ପ୍ଲେଟ ରେ ଆଣିଥିବା ଗୋଟିଏ ସିଙ୍ଗଡ଼ା ମଳୟ ପାଟିରେ ପୁରେଇ କହିଲେ ଯେ ତମେ ତିନି ଦିନ ଆମ ଘରେ ରହିବ ଏବଂ ଚତୁର୍ଥ ଦିନ ତମେ ଯାଇ ଜଏନ କରିବ।

ମଳୟ, ନାହିଁ ଭାଉଜ । ଆଉ ରହିବନି ମୁଁ ଏଠି ରହିଲେ ଘର କଥା ମନେ ପଡ଼ିବ। ମୋତେ ଏଠୁ ଫେରି ଯିବା ଭଲ। ମୁକେଶ ମଳୟ ର କାନ୍ଧରେ ହାତ ରଖି କହିଲା। ଭାଇ ତୁ କୁଆଡେ ଯିବୁନି ଦୁଇ ଦିନ ରହିବୁ ତାପରେ ଯିବୁ। ମୁଁ କିଛି ସୁଣିବିନି। ଆଉ ଆଜି ସମସ୍ତେ କିଛି ଯୋଜନା ବନେଇ ଛନ୍ତି। ମଳୟ କୁଆଡେ? ପ୍ରିୟଙ୍କା କହିଲା। ଆମେ ଆଜି ବଗିଚା ବୁଲି ଯିବା। ବୋଉ,ଭାଇ, ଭାଉଜ, ଝିଅ ଆଉ ତମେ ଆଉ ମୁଁ। ସମସ୍ତେ ମିଶି କରି ଯିବା। ମଳୟ ଅଳ୍ପ ଚିନ୍ତା ରେ ପଡ଼ିଲା। ମୁକେଶ କହିଲା, କିଛି ଚିନ୍ତା କରେ ନାହିଁ। ତୁ ଦୁଇ ଦିନ ରହ ତାପରେ ଚାଲିଯିବୁ ତୋତେ ଆଉ ବାଧ୍ୟ କରିବି ନାହିଁ। ମଳୟ ମୁକେଶ କଥାରେ ରାଜି ହେଲା। ତାପରେ ସମସ୍ତେ ଶୀଘ୍ର ରେଡ଼ି ହୋଇ ବାହାରିଲେ ବଗିଚା ବୁଲିବାକୁ।

ଘର ଠାରୁ ବଗିଚା ୨ କିମି ରୁ ଅଧିକ ହେବ। ଚାଲି ଚାଲି ଯିବାକୁ ପଡ଼େ । ପ୍ରିୟଙ୍କା ର ସବୁ ଯୋଜନା। ସକାଳୁ ସକାଳୁ ଆଜି ଭାଉଜ ସହିତ ମିଶି ଯୋଜନା ବନେଇ ସାରିଲେଣି। ସମସ୍ତେ ବଗିଚା ବୁଲିବାକୁ ବାହାରିଲେ କିନ୍ତୁ ବୋଉ ମନା କରିଲେ । ବାକି ସମସ୍ତେ ବଗିଚା ବୁଲିବାକୁ ବାହାରିଲେ। ବଗିଚାରେ ପହଞ୍ଚିଲା ପରେ ସମସ୍ତେ ସପୁରୀ ପଣସ ଖାଇଲେ ଏବଂ ନଡ଼ିଆ ପାଣି ପିଇଲେ। ମଜା ମସ୍ତି କରିଲେ । ମୁକେଶ ସହିତ ସୁଜାତା ଝିଅ ଥାଏ ଏପଟେ ପ୍ରିୟଙ୍କା ସହିତ ମଳୟ ବୁଲୁଥାଏ । କିଛି ସମୟ ବୁଲିଲା ଭାଉଜ କହିଲେ ମୁଁ ଥକି ଗଲିଣି ତମେ ବୁଲିବ ଯଦି ବୁଲ । ମୁଁ ଆଉ ପାରିବିନି । ପ୍ରିୟଙ୍କା କହିଲା ତମେ ବସିଥାଅ ଆମେ ଦୁଇ ଜଣ ବୁଲିବୁ । ମଳୟ ନାହିଁ କହିଲା କିନ୍ତୁ ମୁକେଶ କହିଲା ଯା ଯା ବୁଲି ଆସେ ।

ମଳୟ ଏବଂ ପ୍ରିୟଙ୍କା ବୁଲି ବୁଲି ବଗିଚା ରୁ ଦୂରରେ ନଦୀ କୂଳରେ ପହଞ୍ଚିଲେ। ପ୍ରିୟଙ୍କା କଥା ହେବାକୁ ଚାହୁଁଥିଲା କିନ୍ତୁ ମଳୟ କେବଳ ହଁ କିମ୍ବା ନା ରେ ଉତ୍ତର ଦେଉଥିଲା। ଦୁହେଁ ଚାଲି ଚାଲି ଥକି ଗଲେ । ପ୍ରିୟଙ୍କା ପଚାରିଲା ତମେ ଏମିତି ଶାନ୍ତ ରୁହ ନା ମୋ ଆଗରେ ଏମିତି ଚୁପ୍ ରହୁଚ। ମଳୟ ଚୁପ୍ ରହିଲା। ପ୍ରିୟଙ୍କା ପୁଣି ପଚାରିଲା, କଣ ୟାର ମଧ୍ୟ ଉତ୍ତର ଦେବନି । ମଳୟ କହିଲା ନା ସେମିତି କିଛି ନାହିଁ । ଏମିତି ରେ ଝିଅ ମାନଂକ ସହିତ ମୁଁ କମ୍ କଥାବାର୍ତ୍ତା ହୁଏ। ପ୍ରିୟଙ୍କା ପଚାରିଲା, ତେବେ ତୁମର କେହି ଝିଅ ସାଙ୍ଗ ନାହାନ୍ତି ?? ମଳୟ ପଚାରିଲା , ପ୍ରଶ୍ନ କରିବାର ମାନେ ?? ପ୍ରିୟଙ୍କା କହିଲା, ମୋର ପ୍ରଶ୍ନ ଯେ ତମେ ଝିଅ ମାନଂକ ସହିତ କଥା ହୁଅ ନାହିଁ କହିଲ ସେଥିପାଇଁ ଏହି ପ୍ରଶ୍ନ ପଚାରିଲି। ମଳୟ କହିଲା । ଅଛନ୍ତି ଆମ କମ୍ପାନୀ ରେ ସେମାନଙ୍କ ସହିତ କଥା ହୁଏ । ପ୍ରିୟଙ୍କା ତେବେ ସେମାନଙ୍କ ଭଳି ମୋ ସହିତ ମଧ୍ୟ କଥା ହୁଅ । ମଳୟ କଣ କଥା ହେବି ଭାବି ପାରୁନି।

ପ୍ରିୟଙ୍କା କହିଲା, ହଉ ମୁଁ ପଚାରିବି ତମେ ଉତ୍ତର ଦିଅ ଏବଂ ତମେ ପଚାରିବ ମୁଁ ଉତ୍ତର ଦେବୀ । ସେଠୁ କଥା ଆରମ୍ଭ ହୋଇଯିବ। ଏତିକି ଶୁଣି ଦୁହେଁ ହସିବାକୁ ଲାଗିଲେ। ମଳୟ ର ଚେହେରା ରେ ହସ ଦେଖି ପ୍ରିୟଙ୍କା କୁ ମଧ୍ୟ ଖୁସି ଲାଗିଲା। କାରଣ ସେ ସକାଳ ଠାରୁ ବହୁତ୍ ଦୁଃଖରେ ଥିଲା। ଦୁହିଙ୍କ କଥା ବାର୍ତ୍ତା ଆରମ୍ଭ ହୋଇଗଲା। ଦେଖୁ ଦେଖୁ ଦୁଇ ଘଣ୍ଟା ବିତିଗଲାଣି ମୁକେଶ ଅପେକ୍ଷା କରି ବସିଛି ସେ ଦୁଇ ଜଣ କେତେବେଳେ ଆସିବେ। ଶେଷରେ ମୁକେଶ ଖୋଜି ଖୋଜି ନଦୀ କୂଳରେ ଆସି ପହଞ୍ଚିଲା। ପ୍ରିୟଙ୍କା ଭାଇ କୁ ଦେଖି କହିଲା। ତମେ ବୁଲିବାକୁ ଆସିଲ। ମୁକେଶ ରାଗ ଭଳି ଅଭିନୟ କରି କହିଲା ଅନ ଦୁଇ ଘଣ୍ଟା ଅପେକ୍ଷା କରିଛୁ କେତେବେଳେ ଆସିବ କିନ୍ତୁ ତମ ଦୁଇ ଜଣଙ୍କ କଥା ସରିନି । ସୁଜାତା କହିଲେ । ଆଜି ପ୍ରିୟଙ୍କା କୁ ନୂଆ ଲୋକ ମିଳିଛନ୍ତି । ସେ ଆଜି ସବୁ କଥା ହୋଇ ସାରିବ। ପ୍ରିୟଙ୍କା ଅଳ୍ପ ଲାଜେଇ ଗଲା। ତାପରେ ସମସ୍ତେ ଘରକୁ ଫେରିଲେ । ଘରେ ଖାଇବା ପରେ ସମସ୍ତେ ତାସ ଖେଳରେ ବସି ଗଲେ। ତାସ ଖେଳ ରେ ମଧ୍ୟ ପ୍ରିୟଙ୍କା ମଳୟ କୁ କେବେ ହାରିବାକୁ ଦିଏ ନାହିଁ। ମୁକେଶ ପଚାରିଲା କଣ ପ୍ରିୟଙ୍କା ?? ମଳୟ କଣ ବାରମ୍ବାର ଜିତୁଛି ?? ଘଟଣା କଣ?? ଆମ ଘରେ ତୁ ସବୁବେଳେ ଜିତୁ ଆଜି କଣ ମଳୟ ଜୀତୁଛି । ପ୍ରିୟଙ୍କା ଚୁପ୍ ରହିଲା । କିଛି ସମୟ ଖେଳ ପରେ ସନ୍ଧ୍ୟା ଯୋଗୁ ମୁକେଶ ମଳୟ ବାହାରିଗଲେ । ନଈ ପଠା କୁ । ସେଠୀ କଥାବାର୍ତ୍ତା ସରି ଫେରୁ ଫେରୁ ରାତି ୭ ଟା। ଏପଟେ ପ୍ରିୟଙ୍କା ଭାଉଜ ଙ୍କୁ ବାରମ୍ବାର ପଚାରୁଥାଏ ସେମାନେ କେତେବେଳେ ଆସିବେ?? ସୁଜାତା କହିଲା ଖବର କଣ ଏତେ ଚିନ୍ତା କାହିଁକି ସେମାନେ ଆସିଯିବେ । ଶେଷରେ ପ୍ରିୟଙ୍କା ଭାଉଜ ଙ୍କୁ କହିଲା। ତମେ କଲ୍ କରି ଡାକ। ସୁଜାତା ହସିଲେ । ଘଟଣା କଣ?? ପ୍ରିୟଙ୍କା ?? ମଳୟ ପସନ୍ଦ ହୋଇଛି ବୋଧେ ତୁମକୁ। ପ୍ରିୟଙ୍କା କିଛି ନ କହି ଅଳ୍ପ ଲାଜେଇ ଚୁପ୍ ରହିଲା । ସୁଜାତା ପୁଣି ପଚାରିଲା ତେବେ ମୁଁ ଯାହା ଭାବିଛି ସବୁ ସତ ନା?? ପ୍ରିୟଙ୍କା ହଁ କରି କହିଲା , ହଁ ଭାଉଜ ପସନ୍ଦ ତ କରୁଛି କିନ୍ତୁ ସେ ପସନ୍ଦ କରୁଛି କି ନାହିଁ ମୁଁ ଜାଣିନି।

If the contents are helpful to share them with your friends, Thanking You.

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading