ଅଧା ଗଢ଼ା ସମ୍ପର୍କ3

ଅଧା ଗଢ଼ା ସମ୍ପର୍କ 3,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ତୃତୀୟ

ସୁଜାତା କହିଲା, ଯଦି ତମେ ପସନ୍ଦ କରୁଛ ତେବେ ଆଜି ସନ୍ଧ୍ୟାରେ ତମକୁ ମଉକା ଦିଆ ଯିବ ତମେ ତମ ଭଲ ପାଇବା କୁ ମଳୟ ଆଗରେ ପ୍ରକାଶ କର।

ପ୍ରିୟଙ୍କା ପଚାରିଲା ସେ ବ୍ୟବସ୍ଥା ମୁଁ କରିଛି। ତମେ ଖାଲି ହଁ କରିଲେ ହେଲା। ପ୍ରିୟଙ୍କା ରାଜି ହେଲା। କିଛି ସମୟ ପରେ ଦୁଇ ସାଙ୍ଗ ଘରକୁ ଆସିଲେ । ରାତିରେ ଖାଇବା ପରେ । ଯୋଜନା ହେଲା ଯେ ଆଜି ସମସ୍ତେ ଛାତ ଉପରେ ଶୋଇବା । ସମସ୍ତେ ପହଞ୍ଚିଲେ ଛାତ ଉପରେ। ବିଛଣା ପଡ଼ିଲା ଶୋଇବା ପୂର୍ବରୁ ସମସ୍ତେ ବସି କଥା ହେଲେ । ଗୋଟିଏ ପଟେ ମୁକେଶ ଆଉ ସୁଜାତା ଟା ଆଉ ଗୋଟିଏ ପଟେ ମଳୟ ଏବଂ ପ୍ରିୟଙ୍କା । ଏ ଦୁଇ ଜଣକ ମଝିରେ ଝିଅ ସୋଇଛି। କିଛି ସମୟ କଥା ପରେ ମଳୟ କୁ ନିଦ ଲାଗି ଯାଇଛି କିନ୍ତୁ ତାହା ଥିଲା ମିଛ ନିଦ । ପ୍ରିୟଙ୍କା ଚାହୁଁଥିଲା କଥା ହେବାକୁ କିନ୍ତୁ ମଳୟ ସୋଇଯିବା ଦେଖି ସେ ଦୁଃଖୀ ହୋଇଗଲା ଏବଂ ସେ ଉଠି ବସିଗଲା । ତାକୁ ଭାଉଜ ଦେଇଥିବା ଯୋଜନା ବିଫଳ ହେଲା ଭଳି ଅନୁଭବ ହେଉଥିଲା । ଠିକ୍ ସେତିକିବେଳେ ହଠାତ୍ ମଳୟ ଧିର ସ୍ଵରରେ ପ୍ରିୟଙ୍କା କୁ ପଚାରିଲା, କଣ ନିଦ ଲାଗୁନି। ଏତିକି ଶୁଣି ପ୍ରିୟଙ୍କା ଯେମିତି ଖୁସିରେ ପାଗଳ ହୋଇଗଲା। ସେ ସଙ୍ଗେ ସଙ୍ଗେ ମଳୟ ଆଡ଼କୁ ଚାହିଁ ରହିଲା ଏବଂ କହିଲା ମୁଁ କଥା ହେବାକୁ ଚାହୁଁଛି ଏବଂ ତମେ ଯେ ଘୁଙ୍ଗୁଡ଼ି ମାରୁଚ। ମୁକେଶ ଧିର ସ୍ଵରରେ କହିଲା, ମୋତେ ମଧ୍ୟ କହିବୁ କଣ କଥା ହେବ । ସେପଟେ ସୁଜାତା ମୁକେଶ ପାଟି କୁ ଚୁପ୍ କରି କହିଲା ସେମାନେ କଥା ହୁଅନ୍ତୁ ତମେ କାହିଁକି ମଝିରେ କଳା ବିଲେଇ ସାଜିଲ। ମଳୟ ହସିଲା । ମୁକେଶ କହିଲା ଆରେ ମୋର କହିବାର ମାନେ ଯଦି କଥା ହେବାର ଅଛି ଏଠି କଥା ହେଲେ ଆମେ କାଳେ ସୁଣିଦେବୁ ତମେ ଟିକେ ଦୂରରେ ବସି କଥା ହେବ ଆମକୁ ମଧ୍ୟ ଡିଷ୍ଟର୍ବ ହେବ ନାହିଁ । ଏତିକି କହିବା ପରେ ସମସ୍ତେ ହସିଲେ । ସୁଜାତା କହିଲା । ପ୍ରିୟଙ୍କା ତମେ ଯାଅ କଣ କଥା ହେବାର ଅଛି କଥା ହୋଇ ଆସ।

ତାପରେ ପ୍ରିୟଙ୍କା ଏବଂ ମଳୟ ଅଳ୍ପ ଦୂରେଇ ଯାଇ ବସିଲେ । ଦୁହେଁ ଅଳ୍ପ ଅଳ୍ପ ଦୂରରେ ବସି ଥାନ୍ତି। ଦିନ ର ବ୍ୟଥା ଦୁହିଁଙ୍କୁ ଅନୁଭବ ହେଉଥିଲେ ମଧ୍ୟ ଦୁହେଁ ସେ ସମୟକୁ ବ୍ୟର୍ଥ କରିବାକୁ ଚାହୁଁ ନଥିଲେ। କଥା ଆରମ୍ଭ ହେବା ପୂର୍ବରୁ। ମଳୟ ପଚାରିଲା କଣ କଥା ଅଛି କୁହ ?? ପ୍ରିୟଙ୍କା କହିଲା ମୋ ପାଖରେ କିଛି କଥା ତ ନାହିଁ କିନ୍ତୁ ମୁଁ ତମ ମୁହଁରୁ ଶୁଣିବାକୁ ଚାହୁଁଛି । କାରଣ ଦିନରେ ମୁଁ କହିଛି ଏବେ ତୁମର ପାଳି ତମେ କୁହ ମୁଁ ଶୁଣିବି। ମଳୟ ଅଳ୍ପ ହସି କଣ କହିବି ମୋ କଥା ଏବଂ କିଛି କଥା ହେବା ପୂର୍ବରୁ ମୁଁ କେତୋଟି କଥା ପଚାରିବାକୁ ଚାହେଁ। ପ୍ରିୟଙ୍କା କହିଲା, ହଁ ପଚାର ?? ମଳୟ ପଚାରିଲା, ମୋତେ ଯେତିକି ଅନୁଭବ ହେଉଛି ଯେ ତୁମେ ମୋତେ ପସନ୍ଦ କରୁଛ ?? ଏବଂ ଯଦି ସେହିଭଳି ହୋଇଥାଏ ତେବେ ମୋ ଘର ଏବଂ ମୋ ବିଷୟରେ ତୁମକୁ ଜାଣିବା ଦରକାର ଏବଂ ଶେଷ କଥା ଟି ହେଉଛି । ଯଦି ତମେ ମୋ ସାଥୀ ହେବାର ସ୍ଵପ୍ନ ଦେଖିଛ ତେବେ ତୁମ ପରିବାର ଏହି ସମ୍ପର୍କ କୁ ଉଚିତ୍ ମାନ୍ୟତା ଦେବେ କି ?? ପ୍ରିୟଙ୍କା କହିଲା, ଏହି ପ୍ରଶ୍ନ ର ଉତ୍ତର ଦେବା ପୂର୍ବରୁ ମୋର ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅ ଯେ ତୁମେ ମୋତେ ପସନ୍ଦ କର କି?? ମଳୟ ଚୁପ୍ ରହିଲା । ପ୍ରିୟଙ୍କା ପୁଣି ଥରେ ପଚାରିଲା। ଉତ୍ତର ଦିଅ ମଳୟ ?? ମଳୟ କହିଲା, ହଁ ମୁଁ ମଧ୍ୟ ତୁମକୁ ପସନ୍ଦ କରେ । ପ୍ରିୟଙ୍କା କହିଲା, ଆମ ଘରେ ଅନୁମତି ଦେବେ କି ନାହିଁ ମୁଁ ଜାଣିନି କିନ୍ତୁ ମୁଁ ତୁମକୁ ପସନ୍ଦ କରେ ଏବଂ ତୁମ ବିଷୟରେ ଏବଂ ତୁମ ଘର ବିଷୟରେ ମୁଁ ଭାଉଜ ଠାରୁ ବୁଝି ସାରିଛି ଏବଂ ତାଙ୍କ କଥା ରେ ମୁଁ ବିଶ୍ୱାସ କରି ତମକୁ ପସନ୍ଦ କରିଛି । ସକାଳେ ତୁମ ମୋବାଇଲ ର ତୁମର ଫୋଟୋ କୁ ଦେଖି ମୁଁ ମନେ ମନେ ତୁମକୁ ପସନ୍ଦ କରିବାରେ ଲାଗିଲି। ସଙ୍ଗେ ସଙ୍ଗେ ଭାଉଜ ଙ୍କୁ ତୁମ ବିଷୟରେ ପଚାରି ବୁଝିଲି।

ଭାଉଜ ତୁମ ବିଷୟରେ ମୋତେ ସବୁ କିଛି କହିଲେ ଏବଂ ମୁଁ ତୁମ ବିଷୟରେ ଯାହା ଯାହା ଶୁଣିଲି ମୁଁ ସେଥିରେ ବହୁତ୍ ଖୁସି ହେଲି ଏବଂ ବୁଲିବା ଯୋଜନା ମୁଁ କରିଲି। ମଳୟ ପଚାରିଲା ତେବେ ମୋ ଠାରୁ ତୁମେ ବହୁତ୍ ସ୍ମାର୍ଟ। ଆଚ୍ଛା ତୁମ ପାଇଁ ପୁଅ ଦେଖା ଚାଲିଛି ଶୁଣିଲି। ପ୍ରିୟଙ୍କା କହିଲା, ହଁ ସତ ଯେ କିନ୍ତୁ ମୋତେ କେହି ପସନ୍ଦ ହେଲେ ନାହିଁ । ଜଣେ ଏବେ ଲାଗି ପଡିଛନ୍ତି । ସେ ଡାକ୍ତର ଅଛନ୍ତି କିନ୍ତୁ ଏକ ନମ୍ବର୍ କଞ୍ଜୁସ ପରିବାର। ମଳୟ କଞ୍ଜୁସ ବୋଲି କେମିତି ଜାଣିଲ ?? ଏତେ ପୁଅ ଦେଖି ଦେଖି ଆମ ଘର ଲୋକ ଜାଣି ସାରିଲେଣି କିଏ କଂଜୁସ ଆଉ କିଏ କେମିତି। ମାତ୍ର ମୋତେ ଯେମିତି ପ୍ରକାର ର ପୁଅ ଦରକାର ଥିଲା ତାହା ସବୁ ତମ ପାଖରେ ମୁଁ ଦେଖିବାକୁ ପାଇଲି । ମଳୟ ପଚାରିଲା ତେବେ ସେ ପ୍ରସ୍ତାବ କଥା କଣ ହେଲା ?? ପ୍ରିୟଙ୍କା କହିଲା, କିଛି ନାହିଁ କାଲି ମନା କରି ଦେବି। ବାପା ଅଳ୍ପ ରାଗିବେ ପୁଣି ପୁଅ ଦେଖା ହେବ । ମଳୟ ଅଳ୍ପ ଦୁଃଖୀ ହେଲା ଭଳି ମୁଣ୍ଡ ତଳକୁ କରିଲା। ପ୍ରିୟଙ୍କା କହିଲା, ମୁଁ ଜାଣିଛି ତମେ କାହିଁକି ମୁଣ୍ଡ ତଳକୁ କରିଲ । ତମର ଆଉ ଆମ ପ୍ରସ୍ତାବ କଥା ମୁକେଶ ଭାଇ ବୁଝିବେ । ତୁମର ଉଚ୍ଚ ଜାତି ହେଲେ କଣ ହେବ । ମୁଁ କେବଳ ତୁମକୁ ପସନ୍ଦ କରୁଛି। ମଳୟ ପଚାରିଲା, ଘରେ ଯଦି ମନା କରିବେ ତେବେ ? ପ୍ରିୟଙ୍କା କହିଲା, ମୁକେଶ ଭାଇ ଙ୍କ ବାହାଘର କୁ ସମସ୍ତେ ବିରୋଧ କରିଲେ ଶେଷରେ ସେ ବିବାହ କରିଲେ ନା?? ସେମିତି ଅମର ମଧ୍ୟ ହେବ। ମଳୟ କହିଲା ନା.. ନା… ଠିକ୍ ନୁହଁ ।

ହଠାତ୍ ପଛ ପଟୁ ଶବ୍ଦ ଆସିଲା । ସବୁ ଦାୟିତ୍ଵ ଆମର। ତମେ ଚିନ୍ତା କର ନାହିଁ । ଦୁହେଁ ପଛକୁ ବୁଲି ଦେଖିଲେ । ସୁଜାତା ଭାଉଜ ଠିଆ ହୋଇଥିଲେ। ସୁଜାତା କହିଲେ, କଥା ସରିଲା ନା ଆଉ ବାକି ଅଛି ? ଚାଲ ଶୀଘ୍ର ଶୋଇବା, ତମ ଭାଇ କାଲି ନନ୍ଦନ କାନନ ବୁଲିବାକୁ ଯୋଜନା ବନେଇ ଶୋଇ ଗଲେଣି। ଚାଲ ଶୋଇବା ବାକି କଥା କାଲି ନନ୍ଦନ କାନନ ରେ କଥା ହୋଇଯିବ । ଦୁହିଙ୍କ ଆଉ କିଛି ସମୟ କଥା ହେବାକୁ ଇଚ୍ଛା ଥାଏ । କିନ୍ତୁ ଭାଉଜଙ୍କ ବାଧ୍ୟତା ପରେ ସେମାନେ ଫେରି ଶୋଇବାକୁ ଗଲେ । ଗୋଟିଏ ପଟେ ମୁକେଶ ଆଉ ମଳୟ ଅନ୍ୟ ପଟେ ସୁଜାତା ଆଉ ପ୍ରିୟଙ୍କା ଶୋଇଲେ ।

If the contents are helpful to share them with your friends, Thanking You.

3 thoughts on “ଅଧା ଗଢ଼ା ସମ୍ପର୍କ3”

Leave a Reply

Your email address will not be published. Required fields are marked *