ଅଧା ଗଢ଼ା ସମ୍ପର୍କ1

ଅଧା ଗଢ଼ା ସମ୍ପର୍କ ପ୍ରଥମ

ଫେରି ଆସ

ଏହି କାହାଣୀ କୁ ପଢ଼ିବା ପୂର୍ବରୁ ଆପଣଙ୍କୁ ବିନୀତ ଅନୁରୋଧ ଯେ “ଫେରିଆସ” କାହାଣୀ ଟିକୁ ପୁରା ପଢ଼ିବା ପାଇଁ। ତାପରେ ଏହି କାହାଣୀ ପଢ଼ିଲେ ଆପଣ ବୁଝିପାରିବେ। ଯଦି ପଢ଼ି ସାରି ଛନ୍ତି ତେବେ ଆଗକୁ ପଢ଼ନ୍ତୁ । ଫେରି ଆସ କାହାଣୀ ର ଶେଷ ରୁ ଏହି କାହାଣୀ ଟି ଆରମ୍ଭ ହୋଇଛି ।

ତେବେ ଚାଲନ୍ତୁ ଆରମ୍ଭ କରିବା ଅଧା ଗଢା ସମ୍ପର୍କ….

ମଳୟ ଫେରି ଆସିଛି ଦିଲ୍ଲୀ । ମଳୟ ର କିଛି ବ୍ୟକ୍ତିଗତ କାମ ଯୋଗୁ ସେ ଫେରି ଆସିଥିଲା । ପ୍ରାୟ ୨ ଦିନ ପରେ ମଳୟ ଜଏନ କରିଛି ଅଫିସ ରେ । ଲଞ୍ଚ ବ୍ରେକ ପୂର୍ବରୁ ମଳୟ ତାର କାମ ସାରି ବସିଥାଏ। ଟିମ୍ ଲିଡର ମଳୟ ପାଖରେ ପହଁଚିଲା। କଣ ? ମଳୟ ଆଜି କାମ ସରିଗଲାଣି ??

ମଳୟ ହଁ କହିଲା ପରେ ଦୁହେଁ କେଣ୍ଟିନ ଯିବାକୁ ବାହାରିଲେ। ଟିମ୍ ଲିଡର ମଧ୍ୟ ଓଡ଼ିଆ ଭାଷୀ, ତାଙ୍କୁ ସମସ୍ତେ ରିପିନ୍ ସାର୍ ବୋଲି ଡାକନ୍ତି ଏବଂ ସେ ବହୁତ୍ ସିନିଅର । ରିପିନ୍ ସାର୍ ମୁକେଶ ସହିତ ମଧ୍ୟ ଭଲ ସମ୍ପର୍କ କିନ୍ତୁ ମୁକେଶ ଅପେକ୍ଷା ମଳୟ ସହିତ ବହୁତ୍ କ୍ଲୋଜ ।

ଭୁବନେଶ୍ୱର ର ହାଲଚାଲ ପଚାରିଲା ପରେ ଘର କଥା ଏବଂ ଅନ୍ୟ କଥା ମଳୟ ସାର୍ କୁ କହିଲା। ରିପିନ୍ ସାର୍ ପଚାରିଲେ । ମଳୟ !! ସବୁ କଥା ତ କହିଲ କିନ୍ତୁ ତମ କଥା ତ କହିଲ ନାହିଁ। ମଳୟ କହିଲା ମୋ କଥା କିଛି ନାହିଁ ସାର୍। ରିପିନ୍ ସାର୍ କହିଲେ। ମୁଁ ଶୁଣିବାକୁ ପାଇଲି ଯେ ତମେ ମୁକେଶ ର ଭଉଣୀ କୁ ପସନ୍ଦ କରିଛ । ଏଠି ତ ବହୁତ୍ ଝିଅ ଥିଲେ କେହି ପସନ୍ଦ ହେଲେ ନାହିଁ। ମଳୟ ଅଳ୍ପ ହସି କହିଲା ନାହିଁ ସାର୍ ସେମିତି କିଛି ନାହିଁ। ଏମିତି ରେ ଓଡ଼ିଆଣୀ ଝିଅ ସମସ୍ତଙ୍କ ଠାରୁ ନିଆରା। ଓଡ଼ିଆ ଝିଅଙ୍କ ଭଲ ପାଇବା ଏବଂ ଚରିତ୍ର ବ୍ୟବହାର ଏହି ମାୟା ନଗରୀ ଝିଅ ଙ୍କ ଅପେକ୍ଷା ପବିତ୍ର ଏବଂ ଶାନ୍ତ ସରଳ।

ରିପିନ୍ ସାର୍ କହିଲେ, ହଁ ଏ ତ ସତ କଥା । ଆମ ଓଡ଼ିଆ ଝିଅ ସବୁଠୁ ଅଲଗା। ଏଠି ତ ଝିଅ ଙ୍କୁ ଚିହ୍ନିବାକୁ ହେଲେ ତୁମ ପକେଟ୍ ରେ ଟଙ୍କା ଥିବା ଦରକାର କିନ୍ତୁ ଓଡ଼ିଆ ଝିଅ କୁ ଚିହ୍ନିବାକୁ ହେଲେ ତୁମର ଭଲ ମନ ଟିଏ ଥିଲେ ବହୁତ୍ କିଛି। ମଳୟ କହିଲା ସେହି ମନ ଯୋଗୁ ତ ମୋତେ ମୁକେଶ ର ଭଉଣୀ ପସନ୍ଦ କରିଛି ।

ହଠାତ୍ ରିପିନ୍ ସାର୍ ଙ୍କ ଫୋନ୍ ବାଜି ଉଠିଲା । ରିପିନ୍ ସାର୍ କହିଲେ ତମେ ଲଞ୍ଚ କରି ଆସ । ମୋତେ HR ଡାକୁଛନ୍ତି ମୁଁ ପରେ କଥା ହେବି କିନ୍ତୁ ମୋତେ ସବୁ କହିବ, କହି ଚାଲିଗଲେ। ମଳୟ କୁ ଭୋକ ନଥାଏ। ସେ ଟେବୁଲ୍ ବସି ଭାବୁଥାଏ । ଭୁବନେଶ୍ୱର ରେ ବିତେଇ ଥିବା କିଛି ସମୟ ପାଖକୁ ସେ ଫେରିଗଲା…….

.

.

.

.

.

.

.

.

ସେଦିନ ମୁକେଶ ସହିତ ମଳୟ ଭୁବନେଶ୍ୱର ଆସି ପହଞ୍ଚିଲା। ମୁକେଶ ଅଧିକ ଦିନ ଛୁଟି ଆଣିଥାଏ କିନ୍ତୁ ମଳୟ କେବଳ ଗୋଟିଏ ସପ୍ତାହ ନେଇ ଆସିଥିଲା। ଗୋଟିଏ ଦିନ ତାର ମାମୁଁ ଘରେ ରହିଲା। ଦ୍ଵିତୀୟ ଦିନ ତା ଘରକୁ ସକାଳେ ଯାଇ ସନ୍ଧ୍ୟା ବେଳେ ଫେରି ଆସିଲା ମୁକେଶ ଘରକୁ । ମୁକେଶ ଘରେ ମଳୟ କୁ ପୁଅ ର ସମ୍ମାନ ମିଳିଲା । ସେଦିନ ରାତି ବିତିଗଲା ।

ତୃତୀୟ ଦିନ ସକାଳେ ମଳୟ ବାଥ୍ ରୁମ୍ କୁ ଯାଇଥାଏ । ବାଥରୁମ୍ ଫେରିବା ସମୟରେ ତାର ନଜର ଯାଇ ପଡ଼ିଲା ପ୍ରିୟଙ୍କା ଉପରେ । ପ୍ରିୟଙ୍କା ଗୋଟିଏ ହାତରେ ବ୍ରସ୍ କରୁଛି ଆଉ ଗୋଟିଏ ହାତରେ ମୋବାଇଲ୍ ଦେଖିବାରେ ଲାଗିଛି । ସେ ମୋବାଇଲ୍ ତାର ନୁହଁ । ସେ ମୋବାଇଲ୍ ଥିଲା ମଳୟ ର । ମଳୟ ବାହାରକୁ ଆସିଲା । କେବଳ ଗୋଟିଏ ଟାୱେଲ ପିନ୍ଧି ବାହାରକୁ ଆସିଛି । ଅଳ୍ପ ଲଜ୍ଜା ଅନୁଭବ ପରେ ସେ ପ୍ରିୟଙ୍କା କୁ କହିଲା ଯେ ତମେ ଅଳ୍ପ ସାଇଡ ହେବ ?? ମୁଁ ରୁମ୍ କୁ ଯାଇଥାନ୍ତି। ଏତିକି ଶୁଣି ପ୍ରିୟଙ୍କା ମଳୟ ର ମୋବାଇଲ୍ କୁ ମଳୟ କୁ ଦେଇ କହିଲା ତମ ଫୋନ୍ ଆସିଥିଲା। ତୁମ ବାପା ଫୋନ୍ କରିଥିଲେ । ମୁଁ କହିଲି ଗାଧୋଇବାକୁ ଯାଇଛନ୍ତି ବୋଲି । ଏତିକି ଶୁଣି ମଳୟ ଅଳ୍ପ ରାଗ ସହିତ ଦୁଃଖୀ ହୋଇଗଲା ଏବଂ ମୋବାଇଲ୍ ନେଇ ରୁମ୍ ଭିତରକୁ ଚାଲିଗଲା।

ରୁମ୍ ଭିତରକୁ ଗଲା ପରେ ମଳୟ ମୋବାଇଲ୍ ଖୋଲି ଦେଖିଲା ଯେ ପ୍ରିୟଙ୍କା ତାର ମୋବାଇଲ୍ ରେ କଣ ଦେଖୁଥିଲା ?? ସେ ଦେଖିଲା ଯେ ସେ ମଳୟ ର ଫୋଟୋ କୁ ଦେଖୁଥିଲା । ମଳୟ ନିଜ ୱାଲପେପର ରେ ତାର ଫୋଟୋ କୁ ରଖିଥିଲା । ମଳୟ ଏତେ ଚିନ୍ତା ନ କରି ବ୍ରେକଫାଷ୍ଟ କରିବା ପାଇଁ ବାଇକ୍ ନେଇ ବାହାରି ଗଲା ଛକ ରେ ଥିବା ବାବୁ ଦୋକାନ କୁ । ସେଠୁ ଫେରିଲା ବେଳେ ଘର ପାଇଁ ମଧ୍ୟ କିଛି ବ୍ରେକଫାଷ୍ଟ୍ ନେଇ ଆସିଥିଲା।

ମଳୟ ଯେତେବେଳେ ଘରକୁ ଫେରିଲା ସେ ସିଧା ମୁକେଶ ରୁମ୍ କୁ ଗଲା ସେଠୀ ସେ ପ୍ରିୟଙ୍କା କୁ ଦେଖିଲା । ପ୍ରିୟଙ୍କା ମୁକେଶ ର ଟି ସାର୍ଟ ପିନ୍ଧି ବସି ଝିଅ ସହିତ ଗେଲ ହେଉଛି। ମଳୟ କୁ ଟିକେ ଅଡ଼ୁଆ ଲାଗିଲା। ସେ ପ୍ରିୟଙ୍କା କୁ ପଚାରିଲା । ୟେ ତ ମୁକେଶ ର ଟି ସାର୍ଟ। ତମେ କାହିଁକି ପିନ୍ଧିଚ?? ପ୍ରିୟଙ୍କା କହିଲା ତାର ସବୁ ଟି ସାର୍ଟ ମୁଁ ଘରେ ପିନ୍ଧେ। ଏତିକି ଶୁଣି ମୁକେଶ ଉଠି କହିଲା । ପ୍ରିୟଙ୍କା ତୁ ଯାଆ ଏଠୁ । ତାପରେ ପ୍ରିୟଙ୍କା ଝିଅ କୁ ନେଇ ସେଠୁ ଚାଲିଗଲା।

ମଳୟ ପଚରିଲା, କଣ ମହାରାଜ ଆଜି ଉଠିବ କି ନାହିଁ ? ମୁକେଶ କହିଲା। ତୁ ଆଜି ଶୀଘ୍ର ଉଠିଗଲୁ ଯେ । ମଳୟ କହିଲା, ରାତି ଯାକ ନିଦ ନାହିଁ ରେ । ମୁକେଶ ପଚାରିଲା କଣ ହେଲା କି ??

ମଳୟ କହିଲା ସେ ବାପା ଙ୍କ କଥା !!!

ଦ୍ଵିତୀୟ ପୃଷ୍ଠା

If the contents are helpful to share them with your friends, Thanking You.

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading