ଅଧା ଗଢ଼ା ସମ୍ପର୍କ ଶେଷ

ଅଧା ଗଢ଼ା ସମ୍ପର୍କ last ,  ,ଓଡ଼ିଅଷ୍ଟୋରୀ, ଷ୍ଟୋରୀ odiastory, story,oriya, lovestory,lovemaking, love, lovelife
ଅଧା ଗଢ଼ା ସମ୍ପର୍କ ଶେଷ

ତା ପର ଦିନ ସମସ୍ତେ ନନ୍ଦନ କାନନ ବୁଲିବାକୁ ବାହାରିଲେ । ନନ୍ଦନ କାନନ ବୁଲାବୁଲି ରେ ମଧ୍ୟ ପ୍ରିୟଙ୍କା ଏବଂ ମଳୟ ମିଶି ବୁଲାବୁଲି କରୁଥିଲେ । ବୁଲାବୁଲି ସମୟରେ ପ୍ରିୟଙ୍କା କହିଲା। କଣ ନିଷ୍ପତି ନେଲ ?? ମଳୟ, ନିଷ୍ପତି କଣ ତୁମ ଘରେ ରାଜି ହେଲେ ମୋ କିଛି ଆପତ୍ତି ନାହିଁ । ପ୍ରିୟଙ୍କା ଖୁସି ହୋଇଗଲା। ସେ ଖୁସିରେ ନାଚିବାକୁ ଚାହୁଁଥିଲା କିନ୍ତୁ ନିଜକୁ ଏତେ ପୂର୍ବରୁ ଖୁସି ହେବା ଟା କାଳେ ଦୁଃଖର କାରଣ ହୋଇଯିବ ଭାବି ଚୁପ୍ ରହିଲା। ପ୍ରିୟଙ୍କା କହିଲା ମୋର କିଛି ଅନ୍ୟ କଥା କହିବା ର ଅଛି। ମଳୟ ପଚାରିଲା, କୁହ ? ପ୍ରିୟଙ୍କା କହିଲା, କଲେଜ୍ ସମୟରେ ରମାକାନ୍ତ ବୋଲି ଜଣେ ପୁଅ ମୋ ପଛରେ ଯୋକ ଭଳି ଲାଗୁଥାଏ। ମୁଁ ତାକୁ ପସନ୍ଦ କରୁ ନଥିଲି କିନ୍ତୁ ଶେଷ ବର୍ଷ ର ପରୀକ୍ଷା ପୂର୍ବରୁ ସେ ମୋତେ କଲେଜ୍ ରେ ସମସ୍ତ ଙ୍କ ସାମ୍ନାରେ ପ୍ରପୋଜ୍ କରିଲା। କିନ୍ତୁ ସେଠୀ ମୁଁ କିଛି ନ କହି ଚୁପ୍ କରି ଫେରି ଆସିଲି। କିନ୍ତୁ ସେଦିନ ସଂଧ୍ୟାରେ ପାଣି ତଣ୍ଟି ପର୍ଯ୍ୟନ୍ତ ପହଁଚିଗଲା । ସେ ମଦ ପିଇ ଆମ ଘର ଆଗରେ ଆସି I Love You Priyanka କହିବାକୁ ଲାଗିଲା । ସେ ସମୟରେ ମୁକେଶ ଭାଇ ଘରେ ଥିଲେ । ବାହାରେ ପାଟି ଶୁଣି ଦେଖିଲା ବେଳକୁ ସେ ମୋତେ ନେଇ ଏମିତି କହୁଥାଏ। ମୁକେଶ ଭାଇ ତାକୁ ବୁଝେଇବାକୁ ବହୁତ୍ ଚେଷ୍ଟା କରିଲା କିନ୍ତୁ ସେ ନିଶାରେ ଭାଇ କୁ ଧକ୍କା ଦେଇ ଠେଲି ଦେଲା । ଭାଇ ରାଗରେ ରାସ୍ତା ପାଖରେ ପଡ଼ିଥିବା ଗୋଟିଏ ଲାଠି ଉଠେଇ ତାକୁ ପିଟିବାକୁ ଲାଗିଲେ। ଭାଇ ତାକୁ ଏମିତି ପିଟିଲେ ଯେ ତାର ଗୋଟିଏ ହାତ ଭାଙ୍ଗିଗଲା। ସେ ମୁକେଶ ଭାଇ କୁ ସେଦିନ କହିଥିଲା ଯେ ତୋ ଭଉଣୀ ପାଇଁ ଯେତେ ପ୍ରସ୍ତାବ ଆସିବ ସବୁ ମୁଁ ଭାଙ୍ଗିବି କହି ଚାଲିଗଲା ଆଜି ପର୍ଯ୍ୟନ୍ତ ପ୍ରାୟ ୩୦ ରୁ ଅଧିକ ପ୍ରସ୍ତାବ ଆସିଲାଣି ସବୁ ପ୍ରସ୍ତାବ ସେ ମିଛ ସତ କହି ଭାଙ୍ଗି ଦେଉଛି ଏବଂ ମୋର ଭୟ ଯେ ତମକୁ ମଧ୍ୟ ସେ କିଛି କହି ପାରେ।

ମଳୟ କହିଲା ସେ କଥା ଚିନ୍ତା କର ନାହିଁ। ଏବେ ବୁଲିବାକୁ ଆସିଛେ। ବୁଲାବୁଲି କରିବା ବାକି ଆଗକୁ ଯାହା ହେବ ତାହା ଦେଖା ଯିବ। ସମସ୍ତେ ବୁଲାବୁଲି କଲେ ବୋଟିଂ କରିଲେ। ବୁଲାବୁଲି କରି ଫେରିଲା ବେଳକୁ ସନ୍ଧ୍ୟା ୬ ଟା ହେଲାଣି।

ସନ୍ଧ୍ୟା ୭ ଟା ରେ ପ୍ରିୟଙ୍କା ଭାଉଜ କୁ କହି ମଳୟ ସହିତ ଦୁହେଁ ଚାଲିଲେ ଛାତ ଉପରକୁ ସେଠୀ ବେଶୀ କିଛି ସମୟ କଥା ହେଲା ପରେ । ମଳୟ କହିଲା କାଲି ମୁଁ ଫେରିଯିବି। ଏତିକି ଶୁଣି ପ୍ରିୟଙ୍କା ର ଆଖିରୁ ଲୁହ ବାହାରିଗଲା । ସେ କହିଲା ଆଉ କିଛି ଦିନ ରହି ଯାଅ । ମଳୟ କହିଲା ମୁଁ ଯଦି ଏଠି ରହିବି ମୋ ବାପା ଏଠି ଚାଲି ଆସିବେ । ମୁଁ ଚାହୁଁ ନାହିଁ ସେ ଏଠି ଆସନ୍ତୁ। ପ୍ରିୟଙ୍କା ମଳୟ ର ହାତ ଧରି ପୁଣି ଅନୁରୋଧ କରିଲା ଯେ , ପ୍ଲିଜ୍ ମଳୟ ଆଉ ଗୋଟିଏ ଦିନ ରହି ଯାଅ। ମଳୟ କହିଲା। ଆମର ଏହି ମୂଲ୍ୟବାନ ଦୁଇ ଦିନ ସର୍ବଦା ମନେ ରହିବ। ଭଗବାନ ଯଦି ଆମ ଯୋଡି କୁ ମିସେଇବା ପାଇଁ ଲେଖିଛନ୍ତି ତେବେ ଆମ ମଧ୍ୟରେ କେହି ବାଧା ଦେବେ ନାହିଁ । କେବଳ ସମୟ କୁ ଅପେକ୍ଷା କର। ମୁଁ ମୁକେଶ କୁ କହିବି । ସେ ତ ମନା କରିବ ନାହିଁ। ରହିଲା କେବଳ ତୁମ ବାପା ମା।

ପ୍ରିୟଙ୍କା କହିଲା, ମୁଁ ମା କୁ କହି ସରିଛି ତୁମ କଥା ସେ ମଧ୍ୟ ରାଜି ଅଛି । ବାକି ବାବାଙ୍କ କଥା ସେ କଣ କହିବେ ଜାଣିନି। ସେ ଆସନ୍ତା ସପ୍ତାହ ରେ ଆସିବେ। ମୁକେଶ ଭାଇ ଙ୍କୁ ସେ ଭଲ ପାଆନ୍ତି ସେ ଯଦି କହିବେ ତେବେ ସେ ମନା କରିବେ ନାହିଁ। ଏତିକି କଥା ପରେ ପ୍ରିୟଙ୍କା କହିଲା । ମୋର ଗୋଟିଏ ଛୋଟ ଇଚ୍ଛା ଅଛି । ମଳୟ କହିଲା କୁହ କଣ ଇଚ୍ଛା । ଏତିକି କହୁ କହୁ ପ୍ରିୟଙ୍କା ମଳୟ କୁ କୁଣ୍ଢେଇ ପକେଇଲା। ପ୍ରିୟଙ୍କା କହିଲା ଏହା ମୋର ଇଚ୍ଛା ଥିଲା । ଏତିକି କହି ପୁଣି କେତେ ଲୁହ ବିନ୍ଦୁ ବାହାରି ଗଲା। ପ୍ରିୟଙ୍କା କହିଲା, ମୁଁ ଜାଣିନି ତମେ କାହିଁକି ଏତେ ପସନ୍ଦ ଲାଗିଲ। ତମେ ଯୋଉ ଦିନ ଆସିଲ। ସେଦିନ ହିଁ ମୁଁ ତମକୁ ପ୍ରଥମ ଦେଖାରେ ପସନ୍ଦ କରି ସାରିଛି। ପ୍ରଥମ ଦିନ ରାତିରେ ତୁମକୁ ବିଛଣା ଦେବା ସମୟରେ ମୁଁ ଚାହୁଁଥିଲି ତମେ କିଛି ପଚାର ଏବଂ ମୁଁ ତୁମ ସହିତ କଥା ହେବାକୁ ଚାହୁଁଥିଲି କିନ୍ତୁ ତମ ମନ ଭଲ ନଥିଲା ଦେଖି ଫେରି ଆସିଲି। ମଳୟ କହିଲା, ତେବେ ମୁଁ ପ୍ରଥମ ଦିନରୁ ତମ ମନରେ ସ୍ଥାନ ନେଇ ସାରିଛି। ତାପରେ ଦୁହେଁ ହଗ୍ କରି ଅଲଗା ହେଲେ।

ପ୍ରିୟଙ୍କା ପଚାରିଲା, ତମେ କହିବ ପରା କହୁଥିଲ ମୁକେଶ ଆଉ ସୁଜାତା ଭାଉଜ ବିଷୟରେ । ମଳୟ ହଁ ହଁ, ତେବେ ଶୁଣ ଆରମ୍ଭ କରୁଛି ପ୍ରଥମରୁ…

ମୁକେଶ ଯୋଉ ଦିନ ଜଏନ ହେଲା ତାର ଦୁଇ ଦିନ ପୂର୍ବରୁ ମୁଁ

ଜଏନ କରିଥିଲି । ଆମେ ଦୁହେଁ ଗୋଟିଏ ଯାଗାରେ PG ରେ ରହୁଥିଲି। ସେଦିନ ରାତିରେ ଖାଇବା ସମୟରେ ସେ ଫୋନ୍ ରେ କାହା ସହିତ ଓଡ଼ିଆ ରେ କଥା ହୋଇ ଖାଉଥିଲା। ତାର ଓଡ଼ିଆ କଥା ଶୁଣି ମୁଁ ତା ପାଖରେ ପହଞ୍ଚିଲି ଏବଂ ମୋତେ ଅଳ୍ପ ଖୁସି ଲାଗିଲା ଯେ ଆମ ଓଡ଼ିଆ ପିଲା ମଧ୍ୟ କେହି ଅଛନ୍ତି । ତାପରେ ଦୁହେଁ କଥା ହେଲା ପରେ ଜାଣିଲୁ ଯେ ଆମ ଦୁହିଙ୍କ ଘର ପାଖାପାଖି । ସେ PG ରେ ଗୋଟିଏ ମାସ ରହିବା ଭିତରେ ଆମେ ବହୁତ୍ କ୍ଲୋଜ୍ ହୋଇଗଲୁ ଏବଂ ମିଶି ଗୋଟିଏ ରୁମ୍ ନେଇ ରହିଲୁ। ତାର ଦ୍ଵିତୀୟ ଦିନ ଜାଣିଲି ଯେ ଆମ ଗ୍ରୁପ୍ ରେ ସୁଜାତା ବୋଲି ଗୋଟିଏ ଝିଅ କୁ ସେ ଭଲ ପାଉଛି ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଛି। ତିନି ମାସ ପରେ ମୋର ଉପସ୍ଥିତି ରେ ଦୁହିଙ୍କ କୋର୍ଟ ମ୍ୟାରେଜ୍ ମଧ୍ୟ ସରିଲା………………..

.

.
.
.

(ବାକି କାହାଣୀ ” ଫେରିଆସ” ଗଳ୍ପରେ ବର୍ଣ୍ଣିତ )

.

.
.
.
.
.

କାହାଣୀ ସରିବା ପରେ ପ୍ରିୟଙ୍କା ର ଆଖିରୁ ଲୁହ ବାହାରି ଯାଇଛି । ଲୁହ କୁ ଦେଖି ମଳୟ କହିଲା ଏଥିରେ କାନ୍ଦିବାର କଣ ଅଛି?? ଏ ତ ଖୁସିର କଥା ଯେ ସେମାନେ ପୁଣି ଏକାଠି ହୋଇଗଲେ। ପ୍ରିୟଙ୍କା କହିଲା ଏ ଲୁହ ଖୁସିର ନା ଦୁଃଖ ର ମୁଁ ମଧ୍ୟ ଜାଣିନି କିନ୍ତୁ ବାହାରିଗଲା।

ପ୍ରିୟଙ୍କା ପଚାରିଲା ତେବେ ଭାଉଜ ଏତେ ଶୀଘ୍ର ବଦଳି ଗଲେ କେମିତି ? ମଳୟ କହିଲା। ଶୀଘ୍ର ନୁହଁ ଦୁଇ ବର୍ଷ ଲାଗିଗଲା ଆଉ ଯେଉଁ ସମ୍ପର୍କ ରେ ଭଲ ପାଇବା ଅଧିକ ଥିବ ସେଠୀ ଦୁହେଁ ଦୁହିଁଙ୍କୁ ଛାଡ଼ି କେବେ ରହି ପାରିବେ ନାହିଁ।

ଠିକ୍ ଏତିକି ବେଳେ ମୁକେଶ ଆସି ପହଁଚିଲା ମୁକେଶ ମଳୟ କୁ କହିଲା କଣ ଚାଲିଛି ଏଠି ?? ମଳୟ କହିଲା ତୋର ପ୍ରେମ କାହାଣୀ ପ୍ରିୟଙ୍କା କୁ କହୂଥିଲି । ମୁକେଶ କହିଲା ମୁଁ ଭାବୁଥିଲି ତମେ ତମର ଲଭ ଏକ୍ସପ୍ରେସ ରେ ମଜି ଥିବ କିନ୍ତୁ ଆମ କାହାଣୀ ଶୁଣେଇ ତାକୁ କାହିଁକି ଦୁଃଖୀ କରାଉଛୁ ।

ପ୍ରିୟଙ୍କା କହିଲା ନାହିଁ ଭାଇ ଦୁଃଖୀ ନାହିଁ । ତମ କାହାଣୀ ସମସ୍ତଙ୍କ ଠାରୁ ନିଆରା । ସତରେ ତମ କାହାଣୀ ରେ ଭଲ ପାଇବା, ରାଗ ରୋଷ, ଗର୍ବ, ଅହଙ୍କାର, ଦୁଃଖ ଏବଂ ଖୁସି ସବୁ କିଛି ଭରି ରହିଛି

ମୁକେଶ କହିଲା ଆରେ ମୋ ପ୍ରେମ କାହାଣୀ କଥା ବନ୍ଦ କର ?? ତୋ କଥା କହ ?? ତୋତେ ମଳୟ ପସନ୍ଦ କି ନାହିଁ ?? ପ୍ରିୟଙ୍କା ଲାଜରେ ଉଠି ଚାଲିଗଲା । ମଳୟ କହିଲା କଣ ବେ ?? ଏମିତି ପଚାରୁଛୁ ?? ମୁକେଶ କହିଲା, କାଲି ତୋ ଭାଉଜ ତମ ଦୁହିଙ୍କ ବିଷୟରେ ମୋତେ ସବୁ କହିଛନ୍ତି । ଆଉ ଗୋଟିଏ କାମ କର?? ତୁ ଆଉ କିଛି ଦିନ ରହି ଯା । ତମର ପ୍ରେମ ଦୃଢ଼ ହୋଇଯିବ ଏବଂ ସମୟ ସୁଯୋଗ ଦେଖି ବିବାହ କରି ଦେବା।

ମଳୟ କହିଲା ନା ରେ ଭାଇ ଆଉ ରହି ପାରିବି ନାହିଁ । ହଁ ଯଦି ତୋର ଅନୁମତି ମିଳେ ତେବେ ଏହି ପ୍ରେମ ଗାଡି ଆଗକୁ ବଢିବ । ମୁକେଶ ଅନୁମତି କଣ ବେ?? ତୁ ପ୍ରିୟଙ୍କା ଠାରୁ ଯେତେବେଳେ ନମ୍ୱର୍ ମାଗିଲୁ ସେତେବେଳେ ମୋ ଠାରୁ ଅନୁମତି ମାଗି ଥିଲୁ ?? ଆଉ ଦୁଇ ଘଣ୍ଟା ହେଲା ଏଠି କଥା ହେଉଛ ମୋତେ ଅନୁମତି ମାଗିଛୁ, ପୁଣି ଭଲ ପାଇବାକୁ ଅନୁମତି କଣ?? ତୁ ତ ଆରମ୍ଭ କରି ସାରିଲୁଣି । ମଳୟ କହିଲା ନା ରେ ଭାଇ, ତୁ ମୋ ଉପରେ ଭୁଲ ବୁଝିବୁ ନାହିଁ

ହଁ ମୁଁ ପ୍ରିୟଙ୍କା କୁ ପସନ୍ଦ କରେ କିନ୍ତୁ ଆମ ଦୁହିଁଙ୍କ ବାହାଘର ସମ୍ଭବ ହେବ କି ନାହିଁ ମୁଁ ଜାଣିନି । ମୁକେଶ କହିଲା, ସମ୍ଭବ କରିବା ପାଇଁ ମୁଁ ଅଛି । ତୁ ତୋର ପ୍ରେମ ଗାଡି କୁ ନେଇ ଆଗେଇ ଚାଲ୍ । ତୋ ଭଳି ଜୋଇଁ ପୁଅ କୁ ମୁଁ କେବେ ହାତ ଛଡ଼ା କରିବି ନାହିଁ । ତାପରେ ଦୁହେଁ ହସି ହସି ତଳକୁ ଆସିଲେ

ତା ପର ଦିନ ସକାଳେ ମଳୟ ବାହାରିଗଲା ଦିଲ୍ଲୀ ପାଇଁ ପ୍ରିୟଙ୍କା ଷ୍ଟେସନ ପର୍ଯ୍ୟନ୍ତ ଆସିଥାଏ। ପାଖରେ ମୁକେଶ ଭାଇ ଥିବାରୁ ସେ ଶେଷ ଥର ପାଇଁ ହଗ୍ କରିବାକୁ ଚାହୁଁଥିଲା କିନ୍ତୁ ତାହା ସମ୍ଭବ ହେଲା ନାହିଁ । ମଳୟ ଏବଂ ପ୍ରିୟଙ୍କା ଆଖିରେ ଲୁହଦେଖି ମୁକେଶ କହିଲା । ମୁଁ ଏବେ ମଧ୍ୟ କହୁଛି ରହିଯାଆ କିଛି ଦିନ । ଆଉ କିଛି ଦିନ ବୁଲାବୁଲି କରିବ । ତାର ବାପା ଆସିବେ ତୋ କଥା ଫାଇନାଲ କରିବା । ମଳୟ ଏବଂ ପ୍ରିୟଙ୍କା ଅଳ୍ପ ହସିଲେ । ମଳୟ କହିଲେ ସବୁ ତୋ ଉପରେ ନିର୍ଭର ତୁ ଯଦି ଚାହିଁବୁ ସବୁ ସମ୍ଭବ ହୋଇ ପାରିବ। ମୁକେଶ କହିଲା ତୁ ଚିନ୍ତା କରେ ନାହିଁ। ତୁ ଯା ତୋର ଫାଇନାଲ ପ୍ରସ୍ତାବ ନେଇ ମୁଁ ଦିଲ୍ଲୀ ପହଞ୍ଚିବି।

ମଳୟ ଟ୍ରେନ ର ସିଟ ରେ ଆସି ବସିଗଲା ଏବଂ ସେ ଫେରିଗଲା ଦିଲ୍ଲୀ ଅଭିମୁଖେ। …

.

.

.

.

.

ଏତିକିବେଳେ ମଳୟ ର ଫୋନ୍ ବାଜି ଉଠିଲା ଏବଂ ସେ ସ୍ଵପ୍ନ ଦୁନିଆରୁ ପୁଣି ଫେରି ଆସିଲା ଦେଖିଲା ଯେ ଲଞ୍ଚ ବ୍ରେକ ସରି ଆସିଲାଣି ଏବଂ ଫୋନ୍ ର ରିଙ୍ଗଟୋନ ବାଜିବାରେ ଲାଗିଥିଲା । ଏବଂ ସେ କଲ୍ ଟି ଥିଲା ପ୍ରିୟଙ୍କା ର……

ମଳୟ ପୁଣି ସାଧାରଣ ଅବସ୍ଥା କୁ ଫେରି ଆସି ଫୋନ୍ ଉଠେଇ କଥା ହେବାକୁ ଲାଗିଲା..

Hi Priyanka… କେମିତି ଅଛ !!!!!!!!!………….……

ଏହି କାହାଣୀ ଟି ସରି ଯାଇଛି । ଆଗାମୀ କାହାଣୀ ବହୁତ୍ ଶୀଘ୍ର ଅପଲୋଡ଼ ହେବ । ଏହି କାହାଣୀ ପଢ଼ିବା ପରେ କମେଣ୍ଟ କରିବାକୁ ଭୁଲିବେ ନାହିଁ । ଯଦି ଆଗକୁ ପଢିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ କମେଣ୍ଟ ର ଅପେକ୍ଷା ରହିଲା ।

।। ଧନ୍ୟବାଦ ।।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….

…………………………………………………………………….
Advertisements

If the contents are helpful to share them with your friends, Thanking You.

3 thoughts on “ଅଧା ଗଢ଼ା ସମ୍ପର୍କ ଶେଷ”

Leave a Reply

Your email address will not be published. Required fields are marked *