ପ୍ରିୟା ମୋ ପ୍ରୀତି

ଯେବେ ମୁଁ ତୁମକୁ ପ୍ରଥମେ ଦେଖିଲି
ସ୍ଥାନ ନେଲ ମୋ ହୃଦୟେ ।।



ଭାବିଲି କିଛି ମୁଁ କରିବାକୁ ପଣ
ଭୁଲିଲି ତୁମ ସୌନ୍ଦର୍ଯ୍ୟ ଦର୍ଶନେ ।।


ପ୍ରେମ ର ଉଜ୍ଜଳ ପରଶି ଦେଲ ହେ
ମୋ ବ୍ୟତୀତ ବିବ୍ରତ ଜୀବନେ ।।



ଆସିବ ବୋଲି ମୁଁ ଭାବିଥିଲି ଦିନେ
ଆସିଗଲ ଆଜି ତୁମେ।।



ନିଜର କରି ମୋ ଅଜଣା ପଥରେ
              ତୁମ ସାଥେ ପ୍ରିୟା ମୋତେ,
ସବୁଦିନ ପାଇଁ ଏମିତି ରହିବ
             ଏ ଜୀବନର ରଙ୍ଗମଞ୍ଚେ।।



ତୁମର ଯେତେକ ଆଶା ଅଭିଳାଷା
               ଦେଇଛି ମୁଁ ତୁମ ମନେ,
ସାଇତିଛି ପ୍ରିୟା କିଛି ଅଗ୍ରୀମ ଆଲୋକ
              ଆଶାର ଜ୍ୱଳନ୍ତ ଫଳକେ ।।



ପ୍ରତିଟି କାର୍ଯ ରେ.. ପ୍ରତିଟି ଦିଗରେ..
              ରହିଥିବୀ ତୁମ ମନେ,
ସବୁଦିନ ପାଈଁ ଏମିତି ରହିବ
              ମୋ ଔଲକିକ ସ୍ଵର୍ଣ୍ଣ ଭବନେ।।



ତୁମ ସାଥେ ପ୍ରିୟା ଏମିତି ଚାଲିବି,
              ଜୀବନର ପ୍ରତି କ୍ଷଣେ..



ଚାଲିଲେ ଚାଲିବି….
ହଜିଲେ ହଜିବି….
ଜୀବନର ଅନ୍ତରାଳେ…..
ଜୀବନର ଅନ୍ତରାଳେ…..।
              

ରାମକୃଷ୍ଣ ବାଡତ୍ୟା (ଲେଖକ)

3 thoughts on “ପ୍ରିୟା ମୋ ପ୍ରୀତି”

Leave a Reply

Your email address will not be published. Required fields are marked *