ଶୁଖିଲା ପତ୍ର..୧

Pujaswain, sukhila patra, ପତ୍ର

ଶୁଖିଲା ପତ୍ର

ରାଜ୍ ଓ ତାର ସାନ ଭାଇ ଜିତ୍ । ଦୁଇ ଜଣ ଦେଖିବାକୁ ବହୁତ ସୁନ୍ଦର । ମା ଙ୍କ ଦୁଃଖ ଆଉ କଷ୍ଟ କେବଳ ଦୁଇ ଓଳା ପେଟ ପୋଷିବା ପାଇଁ ସକ୍ଷମ ଥିଲା କାରଣ ସ୍ବାମୀ ଛାଡ଼ି ଗଲା ପରେ ସେ ଏହି ଦୁଇ ଛୁଆ ର ସେ ଥିଲେ ସବୁ କିଛି । ବେଳେବେଳେ ଗୋଟିଏ ଓଳା ଖାଇଲେ ଆଉ ଗୋଟେ ଓଳା ନଖାଇ ଶୋଇବାକୁ ପଡେ କିନ୍ତୁ ଭଗବାନ ଙ୍କ ଆଶୀର୍ବାଦ ଯେ ଦୁଇ ଭାଇ ମଧ୍ୟ ସେମିତି ଗୁଣବାନ୍ ଥିଲେ। କିଛି ବର୍ଷ ବିତି ଗଲା । ଦୁଇ ଭାଇ ଭଲ ପଢ଼ିଲେ ଏବଂ ଭଲ ନମ୍ବର ରଖି ପାସ୍ କରିଲେ । କିନ୍ତୁ ଘର ଚଲେଇବା ପାଇଁ ରାଜ୍ ନିଜ ପାଠ ପଢ଼ାକୁ ଆହୁତି ଦେଇ ସେ ବିଦେଶ ଚାଲିଗଲା ଏବଂ ଅର୍ଜିତ ଧନ ରେ ଘର ଖର୍ଚ୍ଚ ସହିତ ସାନ ଭାଇ ଜିତ୍ କୁ ପଢେଇବାକୁ ଲାଗିଲା ।

ଦୁହେଁ ସୁନ୍ଦର୍ ଥିଲେ ମଧ୍ୟ ଜିତ୍ ଷ୍ଟାଇଲିଷ୍ଟ ରେ ଏକ ନମ୍ବର୍ । ଜିତ୍ ବହୁତ ଭଲ ପଢେ। ସେ କଲେଜ ରେ ଦୁଇ ବର୍ଷ ପଢି +୨ ରେ ପୁରା କଲେଜ ରେ ଟପ୍ ନମ୍ବର ରଖି ପାସ୍ ହେଲା। କଲେଜ ରେ ଭଲ ନମ୍ବର ରଖି ଥିବାରୁ ସଭିଏଁ ଜିତ୍ କୁ ଚିହ୍ନିଲେ କିନ୍ତୁ ଜିତ୍ ମଧ୍ୟ ନିଜ ଭାଇ ଙ୍କୁ କଥା ଦେଇଥିଲା ଯେ, ଭାଇ ଯଦି ତୁମେ ମୋ ପାଠ ପଢା ପାଇଁ ଆହୁତି ଦେଇଛ ମାନେ ମୁଁ ତୁମର ମର୍ଯ୍ୟାଦା ରକ୍ଷା କରିବି ଏବଂ ମୁଁ ଚାକିରୀ କରି ଦେଖାଇବି ଏବଂ ତୁମ ନାମ ରଖିବି।

ଜ୍ୟୋତି ନାମ ଯେମିତି ସେମିତି ସୁନ୍ଦରୀ ମଧ୍ୟ ଥିଲା। ସେ ଜିତ୍ କୁ ନିଜ ଆଡୁ ଭଲ ପାଉଥାଏ । ସେ ଜିତ୍ ଠାରୁ ଦୁଇ ବର୍ଷ ଜୁନୀୟର ଥିଲା । ଜ୍ୟୋତି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ହେଲେ କଣ ହେବ ? ଜିତ୍ ର କେବଳ ପାଠ ପଢ଼ିବା ଆଉ ଭଲ ଚାକିରୀ କରିବା ଛଡ଼ା ତା ମୁଣ୍ଡରେ ଆଉ କିଛି ନଥିଲା । ତାର ସ୍ବପ୍ନ ପାଇଁ ସେ ବହୁତ୍ ଚିନ୍ତିତ ଥିଲା । କାରଣ ତାଙ୍କ ମା ବହୁତ କଷ୍ଟରେ ଦୁଇ ଜଣ କୁ ପଢେଇବା ପରେ ଭାଇ ଙ୍କ କଥା ତାକୁ ସବୁବେଳେ ମନେ ପକେଇ ଦେଉଥାଏ। ସେ ବିଷୟରେ ମଧ୍ୟ ଜ୍ୟୋତି ଜାଣି ପାରିଲା। ତେଣୁ ସେ ତାର ମନ କଥାକୁ ଜିତ୍ କୁ ନ କହି ଅପେକ୍ଷା କରି ରହିଥିଲା।

ଦିନ ବିତି ଗଲା ଏବଂ ଦ୍ବିତୀୟ ବର୍ଷ ସରି +3 ରେ ତୃତୀୟ ବର୍ଷ ଚାଲୁ ରହିଥାଏ। ଜିତ୍ କୁ ଇଣ୍ଡିଆନ୍ ଆର୍ମି ରେ ଜବ୍ ମିଳିଲା ଜିତ୍ ବହୁତ ଖୁସି ହେଲା ଏବଂ ମାଆ ଓ ନିଜ ଭାଇକୁ ଜଣାଇ ଟ୍ରେନିଙ୍ଗ୍ ଯିବା ପାଇଁ ପ୍ରସ୍ତୁତ ହେଲା। ଶେଷ ଥର ପାଇଁ କଲେଜ ରେ ସବୁ ସାଙ୍ଗକୁ ଦେଖା କରିବା ପାଇଁ ଗଲା ସବୁ ସାଙ୍ଗ ବହୁତ ଖୁସି ହୋଇ ଅଭିନନ୍ଦନ ମଧ୍ୟ ଜଣାଇଲେ। ଜ୍ୟୋତି ଏହି କଥାକୁ ଶୁଣି ବହୁତ୍ ଖୁସି ଥିଲା ଏବଂ ଦୁଃଖୀ ମଧ୍ୟ ଥିଲା କାରଣ ଜିତ୍ କଲେଜ୍ ପଢା ଛାଡ଼ି ସେ ବହୁ ଦୂରକୁ ଚାଲିଯିବ।

କାଳେ ଜିତ୍ ମନରେ ପରିବର୍ତ୍ତନ ଆସିବ ସେ ଦୁଃଖ ମଧ୍ୟ ଥିଲା ଏବଂ ଜିତ୍ କୁ ଯଦି ତା ମନ କଥା ନ କହିବ ଆଉ କିଏ‌ କହିଦେବ। ସେ ସଙ୍ଗେ ସଙ୍ଗେ ଜିତ୍ କୁ ତା ମନ କଥା କହିବାକୁ ସ୍ଥିର କଲା। ସେ ଜିତ୍ ପାଖକୁ ଗଲା ବେଳକୁ ଜିତ୍ ସାଙ୍ଗ ମାନଙ୍କ ସହିତ ଦେଖା କରି ବସ୍ ଭିତରେ ବସିଗଲାଣି । ଜ୍ୟୋତି କିଛି ଭାବି ପାରୁନଥିଲା କ’ଣ କରିବ ଭାବି ନିଜ ମନ କଥା କେମିତି କହିବ ? ଭାବି ପାରୁ ନଥିଲା ।

ହଠାତ୍ ତାର ନଜର ପଡ଼ିଲା ଗୋଟିଏ ଶୁଖିଲା ବର‌ ପତ୍ର ଉପରେ । ପତ୍ରଟିକୁ ଗୋଟାଇ ଆଣି ସେଥିରେ ଲେଖିକି ଦେବାକୁ ଭାବିଲା । ସେ ସମୟରେ ତା ପାଖରେ ଲେଖିବା ପାଇଁ କିଛି ନଥିଲା। ମନ ଭିତର ଈଛା ତ ଥିଲା କିନ୍ତୁ ଜଣେଇବା ଅତି ଜରୁରୀ । ସେ ନିଜ ଆଙ୍ଗୁଠି କୁ ଦାନ୍ତ ରେ ଛିଣ୍ଡେଇ ତାର ମନର ଭାବକୁ ଲେଖିବାକୁ ଚେଷ୍ଟା କରିଲା ବହୁତ୍ ଲେଖି ନ ପାରିଲେ ମଧ୍ୟ ଦୁଇ ଧାଡ଼ି ରେ ସବୁତକ ଶବ୍ଦ ଲେଖି ଦେଇଗଲା। ଏବଂ ସେ ବସ୍ ଭିତରକୁ ଯାଇ ଜିତ୍ ପାଖରେ ପହଞ୍ଚି ତାକୁ ହାତ ମିଳାଇ ଶୁଭକାମନା ଜଣେଇ ସେ ସୁଖିଲା ପତ୍ର କୁ ତା ହାତରେ ଦେଇ ଫେରିଗଲା । ଜିତ୍ ଆଶ୍ଚର୍ଯ୍ୟ ରେ ଚାହିଁ ରହିଥାଏ । ପ୍ରଥମ ଥର ଏକ ଅଜଣା ଝିଅ ଏତେ ସାହାସ କରି ମୋ ପାଖକୁ ଆସି ମୋତେ ଅଭିନନ୍ଦନ ଜଣାଇ ତା ସହିତ କିଛି ଦେଇ ଫେରିଗଲା। ସଙ୍ଗେ ସଙ୍ଗେ ଜ୍ୟୋତି ବସ୍ ରୁ ଓହ୍ଲାଇ ଗଲା। ଜିତ୍ ସେ ପତ୍ର କୁ ଖୋଲି ପଢିଲା ପରେ ଜିତ୍ ମନରେ ପରିବର୍ତ୍ତନ ଆସିଲା ଏବଂ ଖୁସି ହୋଇଗଲା ।

ସେଥିରେ ରକ୍ତବୋଳା ଅକ୍ଷର ଦ୍ଵାରା ଏମିତି କିଛି ଶବ୍ଦ ଲେଖା ଯାଇ ଥିଲା ଯାହା ଜିତ୍ ର ମନକୁ ବହୁତ୍ ଛୁଇଁ ଥିଲା । ସେଥିରେ ଜ୍ୟୋତି ତାର ମନ କଥା ଲେଖିଥିଲା ଯାହା ସେ ପ୍ରତ୍ୟକ୍ଷ ଭାବେ କହି ପାରୁ ନଥିଲା କିନ୍ତୁ ସେ ପତ୍ର ମାଧ୍ୟମରେ ଜଣେଇ ଦେଲା। ରକ୍ତ ର ଅକ୍ଷର ଦେଖି ତାକୁ କିଛି ଠିକ୍ ଲାଗିଲା ନାହିଁ । ସଙ୍ଗେ ସଙ୍ଗେ ବସ୍ ଅଟକାଇ ୫ ମିନଟ୍ ରଖିବା ପାଇଁ ସେ ଡ୍ରାଇଭର ଅନୁରୋଧ କରିଲା । ଡ୍ରାଇଭର ଜିତ୍ ର କଥା କୁ ରଖି ବସ୍ କୁ ଅଟକାଇଲା । ଜିତ୍ ଦଉଡ଼ି ଗଲା ଜ୍ୟୋତି ପାଖକୁ ଏବଂ ତୁମେ କିଏ ବୋଲି ପଚାରିଲା ? ଜ୍ୟୋତି ନିଜ ପରିଚୟ ଦେଲା ଏବଂ ଜିତ୍ ଜ୍ୟୋତି କୁ ଦେଖି ବହୁତ୍ ଖୁସି ମଧ୍ୟ ହେଲା । ତାକୁ ଏହି ପତ୍ର ରେ ଲେଖି ଦେବାର କାରଣ ପଚାରିବା ପରେ କହିଲା । ଯେ ମୋ ମନ କଥା କହିବା ପାଇଁ ଏହା ଥିଲା ମୋର ଶେଷ ପ୍ରୟାସ । ମୁଁ ଯଦି କହି ନ ଥାନ୍ତି ତେବେ ସବୁଦିନ ମୁଁ ଏମିତି ଏକ ତରଫା ଭଲ ପାଇବା ର ନିଆଁ ରେ ଜଳିଥାନ୍ତି କିନ୍ତୁ କେବେ କହି ପାରି ନଥାନ୍ତି । ଆଜି ହିଁ କହିବି ବୋଲି ଭାବି କହି ଦେଲି ।

ଆଗକୁ ପଢ଼ିବେ

If the contents are helpful to share them with your friends, Thanking You.

Categories:

Tagged:

5 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading