Smruti Tume Sradhanjali (A True Story) Page-20



ଶିଖାର ବାପା:- ତୋ ମା ମରିବା ପରେ ତୋତେ ଖୁସିରେ ରଖିବାକୁ ଚାହିଁଥିଲି ।
 ହେଲେ ତୁ ଏତେ ଖୁସିରେ ପାଗଳ ହେଇଗଲୁ ଯେ ଅନ୍ୟର ଖୁସି ଛଡେଇ ନେଉଛୁ । 
କାହାକୁ ବି ଖାତିର କରୁନୁ ? ତୋ ଭଳି ଝିଅ ମରିଯିବା ଭଲ ।
 ଶିଖାର ବାପା:- ମୋର ଭୁଲ ହେଇଯାଇଛି,  ପୁଅ ମୋତେ କ୍ଷମା କରିଦେବୁ ।
କୁମାର:-ଇଏ କଣ କରୁଛନ୍ତି ମୋତେ ଭୁଲ ମାଗି ଛୋଟ କରିଦିଅନ୍ତୁନି ।
ଶିଖାର ବାପା:- ତୁ ଛୋଟ ପିଲା ହେଲେ ବି ବହୁତ କଥା ଜାଣିଛୁ, ଧନ୍ୟ ସେ ମାଆ ବାପା ଯିଏ ତୋତେ ଜନ୍ମ ଦେଇଛନ୍ତି । 
(ଏପଟେ ଶିଖାର ଆଖିରୁ ବି ଲୁହ ଝରୁଥାଏ । 
ଆଉ ସେ କାନ୍ଦି କାନ୍ଦି……)
ଶିଖା:- ମୋତେ କ୍ଷମା କରିଦିଅ କୁମାର !! ମୁଁ ବହୁତ ବଡ଼ ଭୁଲ କରିଦେଇଛି ।
କୁମାର:-ତମ ଭୁଲ ତମେ ବୁଝିପାରିଛ,
 ସେଇଟା ବଡ କଥା ଆଉ ରହିଲା ମାରିବା କଥା, 
 ମୁଁ ଆଜି ପର୍ଯ୍ୟନ୍ତ କୋଉ ଝିଅକୁ ହାତ ଉଠେଇନି । 
ତାମ ଉପରକୁ କେମିତି ହାତ ଉଠେଇବି ।
(ତାପରେ ଗେଟ ଖୋଲା ହେଲା)
  ଆଉ ସମସ୍ତେ ଗୋଟେ କଥା କହୁଥାନ୍ତି ।
( କୁମାର କୁ ମାନିବାକୁ ପଡିବ,ମଉନ୍ନବ୍ରତ କରୁଥିବା ପିଲା ଆଜି କଲେଜକୁ ପରିବର୍ତ୍ତନ କରିଦେଲା)


To be continued…….


Promo: ( ଆଗକୁ ପଢିବା ସନ୍ଧ୍ୟା ଆଉ କୁମାର ଙ୍କ Love ଷ୍ଟୋରୀ ବିଷୟରେ !! ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..
Follow My Pages:- 


Thanks….

Smruti Tume Sradhanjali (A True Story)Page-19



ଶିଖାର ବାପା:- କଣ ହୋଇଛି ।

କୁମାର:- ଆପଣଙ୍କ ଝିଅ ମୋ ଉପରକୁ ହାତ ଉଠେଇଛି ।

 ସେ ଏଠି କ୍ଷମା ମାଗିବ  ।  ଆଉ ମୁଁ ତାକୁ ଗୋଟେ ଚାପୁଡା ମାରିବି ।

ଶିଖାର ବାପା:- ତୋର ତ ସାହସ କମ ନୁହଁ ??

ତୁ ମୋ ଝିଅ ଉପରକୁ ହାତ ଉଠେଇବୁ ???

ତୁ ମୋତେ ଜାଣିଚୁ ତ ?? ମୁଁ କିଏ ???

ମୁଁ ଚାହିଁଲେ ତୋତେ ଏ କଲେଜରୁ ଧକ୍କା ମାରିକି ବାହାର କରିଦେବି ।

କୁମାର:- ମାନିବାକୁ ପଡିବ,  ତମେ ବାପା ଝିଅ ଦୁଇ ଜଣ ଭୁଲ କରି ଟାଣ ଛାଡୁନାହାନ୍ତି । 

ଦେଖନ୍ତୁ Sir,  ଆମେ ଗରିବ ସତ !! 

କେହି କାହା ସହ ଅଭଦ୍ରାମି କରିନୁ, 

ଆମ ବାପା ମା ପାଠ ପଢିବା କୁ ଛାଡିଛନ୍ତି । 

ହେଲେ ଏମିତି କେତେ ଜଣଙ୍କ ପାଈଁ ଆମେ ପାଠ ପଢିପାରୁନୁ ।

 ଆପଣ ଗୋଟେ କଥା ଜାଣିଛନ୍ତି ।

 କଲେଜ ହେଉଛି ଗୋଟେ ମନ୍ଦିର । 

ସମସ୍ତେ ଏକ ହୋଇ ପାଠ ପଢ଼ନ୍ତି,

 ଆପଣଙ୍କ ଝିଅଙ୍କୁ ପଚାରନ୍ତୁ ସେ କାହା ସହ ମିଶେ । 

ସମସ୍ତ ଙ୍କୁ ପଚାରନ୍ତୁ ଶିଖାକୁ କେତେଜଣ ପସନ୍ଦ କରନ୍ତି । 

କେହି ଜଣେ ବି ନୁହେଁ ।

 ଗୋଟେ ଝିଅର ଲାଜ ହେଉଛି ତାର ଗହଣା, 

 ହେଲେ ଲାଜ ଟିକକ ତମ ଝିଅ ପାଖରେ ନାହିଁ ।

(ଏ କଥା ଶୁଣି ଶିଖାର ବାପା ଶିଖା କୁ ଗୋଟେ ଚାପୁଡା ମାରିଲେ)





To be continued…….


Promo: (  ପଢିବା ବନ୍ଦ କରିବେ ନାହିଁ ଆଗକୁ ବହୁତ ମଜା ଅଛି, ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..


Follow My Pages:- 

Thanks….

ଶିଶୁଟିଏ ହସି ଦେଲେ By. Manoj

When_a_Child_Smile_by_manoj_kumar_behera
When a Child Smile
ଶିଶୁଟିଏ ହସି ଦେଲେ
କେତେ ମାଦକତା, କେତେ ନିଷ୍କପଟତା
ପୂର୍ଣ୍ଣ କରିଦିଏ ଭାରକ୍ରାନ୍ତ ମନକୁ
ନା ଅଛି ଅଭିମାନ……. ନା…………
ଅଛି ଅଭିଯୋଗ ………..
ଅଭିଯୋଗ ଅଭିମାନକୁ ପଦାଘାତ କରି
ଚାଲିବା ଶିଖିବାଠାରୁ ………..
କେଜାଣି କେତେବେଳେ ତା ମନ ଭିତରେ
ବାରମ୍ବାର ପ୍ରତିଧ୍ୱନିତ କରେ……….
ବିବ୍ରତ କରେ……..
ଭୁଲିଯାଏ; ଅତୀତର ଘଟଣାସବୁ ….
ବର୍ତ୍ତମାନ ପାଖରେ ହଜାଇଦିଏ;
ଖୋଜିବାକୁ ଲାଗେ ଆଗାମି ଦିନର
ସୁନେଲି ସୂର୍ଯ୍ୟର ଉଦିୟମାନ
ରଶ୍ମି ପରି….
ଭବିଷ୍ୟତକୁ ।
ସେଇଠି ସେତେବେଳରୁ ବଦଳି ଯାଏ
ମାଦକଭାର ହସ ଟିକକ
କିଛି ସ୍ୱପ୍ନିଳ, କିଛି ଅନାଦୃଶ୍ୟ ଭାବେ…..
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……