A Best Friend (ଉତ୍ତମ ବନ୍ଧୁ)


A Best Friend  ଉତ୍ତମ ବନ୍ଧୁ
A Best Friend  ଉତ୍ତମ ବନ୍ଧୁ



ଲେଖିବାକୁ ଆଜି କଲମ ଧରିଛି 
କେତେ ଧାଡି ଲେଖା ପାଈଁ,
କିନ୍ତୁ ମନ ମୋର ହୁଏ ବିଚଳିତ 
ଜାଣେ ନାହିଁ କଣ ପାଇଁ ।

କି ଅବା ଲେଖିବି ତୁମ ପାଈଁ ବନ୍ଧୁ
ସର୍ବ ଗୁଣବାନ ତୁମେ,
ନାମ ଯେ ତୁମର ରୌନକ କୁମାର
ବଡ଼ ବୁଦ୍ଧିମାନ ସତେ ।

ଜ୍ଞାନୀ ବୋଲି ତୁମେ ଉଚ୍ଚ ଭାବନାରେ 
ବିତାଅ ଜୀବନ ପଥ,
ବିପଦୁ ଉଦ୍ଧାରି ଭ୍ରମୁ କର ପାରି 
କିଣ ସମସ୍ତଙ୍କ ମନ ।

ଉଚ୍ଚ ନୀଚ୍ଚ ଭେଦ ଜାଣ ନାହିଁ ତୁମେ 
ସଭିଙ୍କୁ କରି ନିଜର 
ବିପଦ ବେଳରେ ସଦା ସାଥେ ଥାଅ 
ଭାବ ନାହିଁ କେବେ ପର ।

କଥାରୁ ତୁମର ଝରେ ମହୁ ଧାର 
ହସରୁ ମୁକୁତା ଝରେ,
ବନ୍ଧୁର ନାଆରେ ନାଉରି ସାଜିଲେ 
ଖୁସିର ଲହରୀ ଫେରେ ।

ତୁମ ସାଥେ ବନ୍ଧୁ ସମ୍ପର୍କ ଥାଉ ଯେ
ଦୁଃଖ ଛୁଇଁବନି ପାସ,
ବନ୍ଧୁର ଦୁଃଖରେ ଦୁଃଖି ହୋଇ ତୁମେ 
ବନ୍ଧୁର ହସରେ ହସ ।



ମିନ୍ମୟୀ ବେହେରା ଙ୍କ 
କବିତା ପୃଷ୍ଠାରୁ……





Follow My Pages:- 

Categories:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading