Prema Eka Bhabanara – 04 (Parichaya"ପରିଚୟ")

parichaya_odia_poem
Prema Eka Bhabanara – 04 (Parichaya”ପରିଚୟ”)

ପରିଚୟ


ଆବେଗର ବିଭୋର ହୋଇ ଭାବନାର ମୌସୁମୀ ସିଂହରଣ ଖେଳାଇ ଖେଳାଇ ଦିଏ ବିଶ୍ଳେଷଣ କରିବାକୁ ଯାଇ ତୁମେ ତୁମ ମନର ସାନ୍ତ୍ୱନା ପାଇଁ ବିରକ୍ତିରେ ଭାଙ୍ଗିପଡ଼; ବ୍ୟସ୍ତ ବିବ୍ରତରେ ଆଖିରେ ଆଖିଏ ଲୁହ ଓଦା ଓଦା ଓଠର କରୁଣ ରାଗରେ । ହେଲେ ତୁମ ପାଇଁ  ମୁଁ ଲଗ୍ନ ତାଜମହଲ ଭିତରେ ନିରୁଦ୍ଧିଷ୍ଟ । ଅନ୍ୟ ଏକ ପ୍ରେମର ମନ୍ଦିର ମୂର୍ତ୍ତିଟିଏ । ତୁମ ପାଇଁ କିଛି ସମୟର ଅତିଥିଟିଏ ତୁମପ୍ରେମ ହେଉଛି ସ୍ମୃତିମୟ ମୋ ପାଇଁ ନୁଆଁ ଜୀବନର ସନ୍ଦେଶ ।

 କେମିତି କହିବି କେଉଁଠି ଆରମ୍ଭ କରିବି, କେଉଁଠି ଶେଷ କରିବି; ନିର୍ଲୁପ୍ତ ସେହି,  ସେହି ଅଜଣା ତିଥିର ମହେନ୍ଦ୍ର ଲଗ୍ନରେ ହୋଇଥିବା ଅବୁଝା ଅଝଟ ମୁହୂର୍ତ୍ତ ସବୁ ପ୍ରେମ ଏକ ଭାବନାର’ ।

ଅଳି ଅଝଟ ବୟସରୁ ହିଁ ମୋ ମନଭିତରେ ପ୍ରେମର ଐଶ୍ୱର୍ଯ୍ୟମୟ ସ୍ନାୟବିକ ସଂବେଗ ତାଙ୍କ ପ୍ରତି । ଚାଟଶାଳୀର ବର୍ଣ୍ଣମାଳାରେ, ପଣିକିଆର କ୍ଲାସ ରୁମର ମଝି ଧାଡ଼ିରୁ କୋଳାହଳର ସେହି ବୈଚିତ୍ରମୟ ପୁଲକିତ ଅନୁଭବର ଉଲ୍ଲାସ ଓ ଉତ୍ତରଣ ତାଙ୍କ ପ୍ରତି । କେତେ ଗତାୟୁ ବର୍ଷରୁ ସମ୍ପର୍କ ଆମର ଛୋଟ ମୋର ଗାଁଟି ରେ ବରଗଛ ଓହଳରେ ଦୋଳି ଖେଳିବା ଲୁଚି ଲୁଚି ବଣ ବୁଦାରୁ କୋଳି ଖାଇବା ପ୍ରଜାପତି ଧରିବା ଠାରୁ ଆଜି ଯାଏ ସେ ଛାଇପରି ଜଗିରହିଛି ମନରେ ଭାବନାରେ ତାଙ୍କ ପାଖରୁ ହିଁ  ଗୋଟେ ନୁଆଁ ପରିଚୟ ପାଇଛି ତାଙ୍କ ସହ ବଞ୍ଚିବାର । ସ୍ୱପ୍ନ ଶ୍ରୀ ମନ ମନ୍ଦିରରେ ଉଦ୍ଭସିତ ହେଇ ଉଠୁଛି ଏକ ଅଭୁଲା ମୁହୂର୍ତ୍ତ । ପ୍ରତ୍ୟେକଟି ଶବ୍ଦ, ପ୍ରତ୍ୟେକଟି ସଂଳାପ ମଧୁର ବିମଧୁର ଏକ ନୂତନ ଦିଗନ୍ତର କଳ୍ପନା ସେ ନହଲେ କାହିଁକି ତାଙ୍କ ପ୍ରତି ଏକ ଦୁର୍ବଳତା ଏତେ ମଦକତା; ତାପରେ ବି ଶହ ଶହ ବର୍ଷ ଧରି ଭଗ୍ନ ଶରୀରରେ ପ୍ରାଣ ସଞ୍ଚାର କରେ ଆଲୋଚନା କରେ, ସେଇ ଟିକେ ପ୍ରେମପାଇଁ  ନହଲେ ଶୀତରାତିରେ ସେଫାଳିର ଗନ୍ଧବାରି ବିମୋହିତ  ହୋଇନଥାନ୍ତି; ରାତିର ଇଚ୍ଛା ମନର ଭାରକ୍ରାନ୍ତକୁ ଶାନ୍ତ କରି ନୂଆ ଜିବନ ସଞ୍ଚାର କରୁନଥାନ୍ତା । ତାଙ୍କୁ ନେଇ ତାଙ୍କ ଜୀବନର ଚରମ ତୁପ୍ତିର ଉପଲବ୍ଧି ଅନନ୍ୟ ।

ତାଙ୍କୁ ନେଇ ଲେଖାରେ ହେଉ ବା କଥାରେ ହେଉ, ନିଜକୁ ପ୍ରକାଶ କରିବା ଏକ ପ୍ରକାର ସଯ୍ୟ ଧର୍ମ । ସେ ଆଲୋକ ଦିଏ କି ଉତ୍ତାପ ଦିଏ ମୁଁ ଜାଣେନା । ତାର ଫଳାଭିସନ୍ଧି ନଥାଏ ତା ପାଇଁ ଗୋଟିଏ ମାତ୍ର ସତ୍ୟ ନିଷ୍ଠାର ସହିତ ଜଳିଯିବା ବୋଧେ ଏହା ହିଁ ତାଙ୍କ ପାଖରେ ମୋର ପରିଚୟ, ଜୀବନରେ ବଞ୍ଚିବାର ପ୍ରେରଣା ଟିଏ ଏବଂ ଲକ୍ଷ୍ୟଟିଏ ତାଙ୍କୁ ନେଇ ।

ଜୀବନର ପରିଚୟ ଓ ପ୍ରେରଣା କୁ କେନ୍ଦ୍ର କରି ଯେଉଁ ରୂପାୟିତ ସୃଷ୍ଟି ତାହା ହିଁ ଆମ ପାଇଁ ଏକ ସାହିତ୍ୟ ।।
କ୍ରମଶଃ…..
ପ୍ରେମ ଏକ ଭାବନାର…….

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

parichaya_odia_poem



Follow My Pages:-

Bhuyans blog

Categories:

Tagged:

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading