ହେ ଜନ୍ମ ଦାତ୍ରୀ ମା,
ତୁମେ ସ୍ରଷ୍ଟା ଏ ଦେହର…
ତୁମେ ସର୍ବସ୍ବ ଏ ପ୍ରାଣର…
ତୁମେ ପରିଚୟ ଏ ଜୀବନର
ତୁମେ ହିଁ ଜୀବନର ମାର୍ଗ ଦର୍ଶକ
ଦର୍ଶନ ଓ ଦାର୍ଶନିକ
ଏ ମନର… ଏ ଭାବନାର… ।
ତୁମ ପଣତ ତଳେ ଲୁଚି ରହିଛି
ଆମ ତମାମ ଆୟୁଷ….
ଆମ କୋମଳ ଶୈଶଵ…
ସ୍ୱପ୍ନର ଶ୍ରୀମନ୍ଦିର….
ତୁମକୁ ନେଇ ପ୍ରେମର କୋଣାର୍କ
ତୁମ୍ଭର ସେ ସ୍ନେହ,ପ୍ରେମ….
ତୁମ ହାତର ଆଶୀର୍ବାଦ ଆଜି
ସମୟର ନିଷ୍ଠୁରତା କୁ
ପଦାଘାତ କରିବାର ସାହସ
ଯେମିତି ମୂଲ୍ୟବାନ ସମ୍ପତ୍ତି
ହୋଇ ଯାଇଛି ।
ଜୀବନ୍ତ ଶରୀର ବେଳେବେଳେ
ତୁମର ସ୍ନେହ ଖୋଜି ବୁଲେ
ସେ ସମୟକୁ ଯିବାକୁ ଭାରି ଇଛା,
କିନ୍ତୁ ସମୟର ନିଷ୍ଠୁରତା
ବାଲି ଘର ସଦୃଶ୍ୟ,
ଭାଙ୍ଗିଯାଏ କିଛି କ୍ଷଣ ପରେ…।
ତୁମ ସ୍ନେହ ର ତୃଷ୍ଣା
ଯେମିତି ଅତିଥି ପାଲଟି ଯାଇଛି..
ଢାଙ୍କି ଦିଅ ତୁମ ପଣତ କାନିରେ
ବିଶ୍ରାମ ନିଏ କିଛି କ୍ଷଣ ପାଇଁ ।
ଏ ଦୁନିଆର ପ୍ରତି ମୁହୂର୍ତ୍ତରେ
ଆଗକୁ ବଢିବାର ସାହସ
ତୁମେ ହିଁ ତ ପ୍ରେରଣା ର ଉତ୍ସ…
ତୁମେ ହିଁ ତ ପରିଚୟ ଦେଇଛ…
ଏ ସୃଷ୍ଟି କୁ…..
ସୃଷ୍ଟି ର ଧରବନ୍ଧା ନିୟତିକୁ
ଜୀବନର ଚରମ ଉପଲବ୍ଧି ପାଈଁ…।
ତୁମର ସେ ପେଜୁଆ ଆଖିରେ
ତୃପ୍ତ ମନରେ ମୋ ମୁଖରେ ହସ ଦେବା ପାଇଁ
ତୁମେ ଜ୍ୱଳନ୍ତ ଅଗ୍ନି ର କାକର ବର୍ଷା
କେବଳ ମୋ ପାଇଁ ସହି ଆସିଛ ।
ମୋର ଜୀବନରେ….
ଏତେ ଉଜ୍ଜଳତା ଆସିଲା କେଉଁଠୁ ??
କେବଳ ତୁମର ଉତ୍ସର୍ଗ ପାଇଁ ।
କେବଳ ତୁମ ପାଇଁ…
କେବଳ ତୁମ ପାଇଁ….
ମା…..
ବିଶ୍ୱ ମାତୃତ୍ବ ଦିବସରେ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।।
ମନୋଜ କୁମାର ବେହେରା ଙ୍କ କଲମରୁ…

2 Responses
Bheri nise poim
Thanks